ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନେଦରଲାଣ୍ଡର ମହାମହିମ ରାଣୀ ମାକ୍ସିମା

June 25th, 10:40 pm

ନେଦରଲାଣ୍ଡର ମହାମହିମ ରାଣୀ ମାକ୍ସିମା, ଯିଏକି ଜାତିସଂଘର ମହାସଚିବଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ଓକିଲ ଭାବେ ଅଛନ୍ତି, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମେ ଆଲୋଚନା କରିଥିଲୁ, କିପରି ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନେତୃତ୍ୱାଧୀନ ବିପ୍ଲବ ଆର୍ଥିକ ସେବାକୁ ଅଧିକ ସହଜ ଏବଂ ସୁଲଭ କରୁଛି” । ଶ୍ରୀ ମୋଦୀ ବିଶ୍ୱବ୍ୟାପୀ ସହଯୋଗୀ ଦେଶମାନଙ୍କ ସହ ଏହାର ଅଭିଜ୍ଞତା ବାଣ୍ଟିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୀଷ୍ମ ଗରମକୁ ଦୂର କରିବା ପାଇଁ ଟିପ୍ସ ସେୟାର କରିଛନ୍ତି, ମନ କୀ ବାତରେ ନାଗରିକମାନଙ୍କୁ ହାଇଡ୍ରେଟ୍ ରହିବାକୁ ପରାମର୍ଶ ଦେଇଛନ୍ତି

May 31st, 11:30 am

‘ମନ୍ କି ବାତ୍’ରେ ପୁଣିଥରେ ଆପଣମାନଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ, ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି । ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି । କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ଜାତୀୟ ସିନିୟର ଆଥଲେଟିକ୍ସ ଫେଡେରେସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ ୮୦୦ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା । ଗୁରିନ୍ଦରବୀର ସିଂ, ବିଶାଳ ଟିକେ, ତେଜସ୍ୱୀନ ଶଙ୍କର, ଦେବ୍ ମୀଣା ଏବଂ କୂଲଦୀପ କୁମାର । ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ । ସର୍ବପ୍ରଥମେ ମୁଁ ଏମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ରୋଜଗାର ମେଳା ଅନ୍ତର୍ଗତ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 23rd, 11:15 am

ଆଜି ଦେଶବ୍ୟାପୀ ହଜାର ହଜାର ଯୁବକ ଯୁବତୀଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ।ଆଜି ୫୧ ହଜାରରୁ ଅଧିକ ଯୁବକ-ଯୁବତୀ ସରକାରୀ ଚାକିରିର ନିଯୁକ୍ତିପତ୍ର ପାଇଛନ୍ତି। ଆଜି, ଆପଣମାନେ ସମସ୍ତେ ଦେଶର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଏବଂ ଦାୟିତ୍ବପୂର୍ଣ୍ଣ ଅଂଶୀଦାର ହେବାକୁ ଯାଉଛନ୍ତି। ଆପଣମାନେ ରେଳବାଇ, ବ୍ୟାଙ୍କିଙ୍ଗ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆହୁରି ଅନେକ କ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ଏକ ବିକଶିତ ଭାରତ ପାଇଁ ସଂକଳ୍ପ ପୂରଣ କରିବାରେ ଆପଣମାନେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ରୋଜଗାର ମେଳା ଅବସରରେ ନବନିଯୁକ୍ତ ୫୧,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 23rd, 11:00 am

୧୯ତମ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରତିଷ୍ଠାନରେ ନୂଆକରି ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ସେ ଏହି ଅବସରକୁ ସାରା ଦେଶର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କହିଥିଲେ। ସରକାରୀ ସେବାରେ ନୂତନ ପ୍ରବେଶକାରୀଙ୍କୁ ସ୍ୱାଗତ କରି, ସେ ରେଳ, ବ୍ୟାଙ୍କିଙ୍ଗ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମେତ ଭାରତର ବିକାଶରେ ସେମାନଙ୍କର ଆଗାମୀ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ବର୍ଷଗୁଡ଼ିକରେ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ, ଶ୍ରୀ ମୋଦୀ ଆଶା ପ୍ରକାଶ କରିଥିଲେ।

List of Outcomes: Prime Minister’s visit to the Netherlands

May 17th, 02:47 am

The state visit of PM Modi to the Netherlands resulted in the signing of several MoUs and agreements covering areas such as culture, critical minerals, energy, semiconductors, agriculture, health and education. Major highlights of the visit included the restitution of the Chola Copper Plates to India and an MoU between TATA Electronics and ASML to support the semiconductor fab in Dholera.

ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା

May 17th, 02:35 am

ଆଜି ହେଗରେ ଡଚ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (କ୍ୟାଟସୁଇସ୍) ଠାରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ରବ ଜେଟେନଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି।

ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ଇଂରାଜୀ ଅନୁବାଦ

May 16th, 11:58 pm

ଆମେ ନେଦରଲାଣ୍ଡକୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ମଧ୍ୟରେ ବିବେଚନା କରୁ । ନେଦରଲାଣ୍ଡ ଭାରତର ଶ୍ରେଷ୍ଠ ପାଞ୍ଚ ନିବେଶକଙ୍କ ମଧ୍ୟରୁ ଗୋଟିଏ । ଆମର ଐତିହାସିକ ସାଂସ୍ମୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ମଧ୍ୟ ବହୁତ ଗଭୀର । ଗଣତାନ୍ତ୍ରିକ ମୂଲ୍ୟବୋଧ, ବଜାର ଅର୍ଥନୀତି ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ଆମର ସମାନ ଦୃଷ୍ଟିକୋଣର ଅଂଶ । ଜଳ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ରରେ ଆମର ସହଯୋଗ ଆମ ଲୋକଙ୍କ ଜୀବନକୁ ଉନ୍ନତ କରୁଛି । ଏହି ବର୍ଦ୍ଧିତ ସହଯୋଗକୁ ଦୃଷ୍ଟିରେ ରଖି ୨୦୨୩ରେ ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ନେଦରଲାଣ୍ଡକୁ ଏକ ଅତିଥି ଦେଶ ଭାବେ ଆମନ୍ତ୍ରିତ କରିଥିଲୁ । ଆମେ ଏଥିପାଇଁ ମଧ୍ୟ ବହୁତ ଖୁସି ଯେ, ଫେବ୍ରୁଆରୀ ମାସରେ ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ଏଏସଏମଏଲ ଏବଂ ଟାଟା ଇଲେକ୍ଟ୍ରାନିକ୍ସ ମଧ୍ୟରେ ବୁଝାମଣାପତ୍ର ହସ୍ତାକ୍ଷର

May 16th, 10:30 pm

ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସଏମଏଲ ମଧ୍ୟରେ ସେମିକଣ୍ଡକ୍ଟର ଫ୍ୟାବକୁ ସମର୍ଥନ କରିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ରବ ଜେଟେନ ଉପସ୍ଥିତ ଥିଲେ ।

Restitution of Chola Copper Plates

May 16th, 10:00 pm

In a joyous moment for every Indian, PM Modi and Netherlands PM Rob Jetten participated in the restitution ceremony of the 11th-century Chola Copper Plates to India. These copper Plates are royal charters issued by Chola Kings, formalising the gifting of Anaimangalam village to a Buddha vihara called Chulamanivarma-vihara in Nagapattinam, Tamil Nadu.

ନେଦରଲ୍ୟାଣ୍ଡରେ ସିଇଓମାନଙ୍କ ଗୋଲଟେବୁଲ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 16th, 10:00 pm

ବିଶ୍ୱର କିଛି ନବସୃଜନଶୀଳ କମ୍ପାନୀର ନେତାମାନଙ୍କ ଗହଣରେ ଆଜି ଏଠାରେ ଉପସ୍ଥିତ ରହି ମୁଁ ବହୁତ ଖୁସି ଅନୁଭବ କରୁଛି। ଆଜି, ୩୦୦ ରୁ ଅଧିକ ଡଚ୍ କମ୍ପାନୀ 'ଭାରତ କାହାଣୀ' ର ଅଂଶ ପାଲଟିଛନ୍ତି । ଆପଣଙ୍କ ଦୃଷ୍ଟିକୋଣ ଏବଂ ଭାରତ ଉପରେ ଆପଣଙ୍କ ବିଶ୍ୱାସ କାରଣରୁ ଭାରତରେ ୟୁରୋପର ସବୁଠାରୁ ବଡ ନିବେଶକ ହେଉଛି ନେଦରଲ୍ୟାଣ୍ଡ ଏବଂ ଏହାର ଦ୍ୱିତୀୟ ବୃହତ ବାଣିଜ୍ୟିକ ଅଂଶୀଦାର।

ନେଦରଲ୍ୟାଣ୍ଡର ମହାମହିମ ରାଜା ୱିଲେମ-ଆଲେକଜାଣ୍ଡାର ଏବଂ ମହାରାଣୀ ମାକ୍ସିମାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

May 16th, 08:13 pm

୧୬/୦୫/୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗର ପ୍ୟାଲେସ ହୁଇସ୍ ଟେନ୍ ବୋଶ୍ ଠାରେ ନେଦରଲ୍ୟାଣ୍ଡର ରାଜା ୱିଲେମ-ଆଲେକଜାଣ୍ଡାର ଏବଂ ମହାରାଣୀ ମାକ୍ସିମାଙ୍କୁ ଭେଟିଛନ୍ତି।

ନେଦରଲ୍ୟାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

May 15th, 11:35 pm

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପାଞ୍ଚ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

Prime Minister’s Departure Statement ahead of his visit to the UAE, Netherlands, Sweden, Norway, and Italy

May 15th, 07:56 am

PM Modi is embarking on a five-nation visit to the UAE, the Netherlands, Sweden, Norway and Italy from 15-20 May 2026. During the visit, he will meet various Heads of State and hold discussions to further strengthen partnerships across key sectors. Highlights of the visit include his participation in the European Round Table for Industry in Sweden and the 3rd India-Nordic Summit in Oslo.

ପ୍ରଧାନମନ୍ତ୍ରୀଙ୍କ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ (ମେ' 15 - 20, 2026)

May 11th, 09:00 pm

ପ୍ରଧାନମନ୍ତ୍ରୀ ମୋଦୀ 15 ମେ' ରୁ 20 ମେ' , 2026 ପର୍ଯ୍ୟନ୍ତ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତ କରିବେ। ଏହି ଗସ୍ତ ସମୟରେ, ସେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିବେ। ନେଦରଲ୍ୟାଣ୍ଡରେ, ପ୍ରଧାନମନ୍ତ୍ରୀ ରାଜା ୱିଲେମ-ଆଲେକଜାଣ୍ଡାରଙ୍କୁ ଭେଟି ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ଆଲୋଚନା କରିବେ। ସ୍ୱିଡେନରେ, ସେ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନଙ୍କ ସହ ଆଲୋଚନା କରିବେ। ନରୱେରେ, ସେ ରାଜା ହାରାଲ୍ଡ ପଞ୍ଚମଙ୍କୁ ସାକ୍ଷାତ କରିବେ ଏବଂ ପ୍ରଧାନମନ୍ତ୍ରୀ ଜୋନାସ ଗାହର ଷ୍ଟୋରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପରେ, ସେ ପ୍ରଧାନମନ୍ତ୍ରୀ ଜୋର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବା ପାଇଁ ଇଟାଲୀ ଗସ୍ତ କରିବେ।

ନେଦରଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 30th, 09:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ କଥା ହୋଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମେ ଭାରତ-ନେଦରଲାଣ୍ଡ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଲୋଚନା କରିଛୁ । ସେମି କଣ୍ଡକ୍ଟର, ମେଗା ଜଳପ୍ରକଳ୍ପ, ସବୁଜ ହାଇଡ୍ରୋଜେନ ଏବଂ ପ୍ରତିଭା ଗତିଶୀଳତା ଭଳି କ୍ଷେତ୍ରରେ ଆମର ସହଭାଗିତାର ସମ୍ଭାବନା ଉପରେ ଆଲୋକପାତ କରିଛୁ ।” ପଶ୍ଚିମ ଏସିଆ କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନର ଆବଶ୍ୟକତାକୁ ଶ୍ରୀ ମୋଦୀ ଦୋହରାଇଛନ୍ତି ।

ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀ ରବ ଜେଟେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

February 24th, 02:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀ ରବ ଜେଟେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Visit of H.E. Mr. Dick Schoof, Prime Minister of the Netherlands, to India

February 19th, 08:47 pm

PM Modi held a bilateral meeting with H.E. Mr. Dick Schoof, Prime Minister of the Netherlands. Prime Minister Schoof underscored the importance of the Summit and expressed confidence that the Summit Declaration will steer future policy discussions. Reviewing the bilateral relationship, both leaders welcomed the steady progress in the India-Netherlands partnership.

୧୬ ଫେବୃଆରୀରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 15th, 02:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୬ ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ଉଦ୍‌ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କଲେ ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ

December 18th, 06:51 pm

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ । ଉଭୟ ନେତା ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କକୁ ଦୋହରାଇଥିଲେ ଯାହାକି ଗଣତନ୍ତ୍ର ଓ ଆଇନର ଶାସନ ପରି ସମାନ ମୂଲ୍ୟବୋଧ ଓ ବିଶ୍ବାସ ଉପରେ ପର୍ଯ୍ୟବସିତ।

ଦାୟିତ୍ୱ ଗ୍ରହଣ ପାଇଁ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 02nd, 08:22 pm

ନେଦରଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମପନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।