ଡା. କେ. କସ୍ତୁରୀରଙ୍ଗନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
April 25th, 02:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ବୈଜ୍ଞାନିକ ତଥା ଶୈକ୍ଷଣିକ ଜଗତର ମହତ୍ୱପୂର୍ଣ୍ଣ ବ୍ୟକ୍ତିିତ୍ୱ ଡା. କେ.କସ୍ତୁରୀରଙ୍ଗନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଡା.କେ. କସ୍ତୁରୀରଙ୍ଗନ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ରେ ବହୁତ କର୍ମଠତାର ସହ କାମ କରିଛନ୍ତି ଏବଂ ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ନୂତନ ଶୀର୍ଷତାରେ ପହଞ୍ଚାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ପ୍ରସ୍ତୁତ କରିବା ଏବଂ ଶିକ୍ଷାକୁ ବ୍ୟାପକ ଏବଂ ଭବିଷ୍ୟୋନ୍ମୁଖୀ କରିବା ଦିଗରେ ପ୍ରୟାସ ପାଇଁ ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ରହିବ । ସେ ଅନେକ ଯୁବ ବୈଜ୍ଞାନିକ ଏବଂ ଗବେଷକଙ୍କ ପାଇଁ ମଧ୍ୟ ମାର୍ଗ ଦର୍ଶକ ଥିଲେ ।ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
September 06th, 04:15 pm
ସାର୍ ଜଣେ ସଂସ୍କୃତ ଶିକ୍ଷକ ଭାବରେ, ମୁଁ ପିଲାମାନଙ୍କୁ ଭାରତର ସଂସ୍କୃତି ବିଷୟରେ ସଚେତନ କରାଇବା ମୋର ସ୍ୱପ୍ନ ଥିଲା ଯାହା ଆମକୁ ଆମର ସମସ୍ତ ମୂଲ୍ୟବୋଧ ଏବଂ ଆଦର୍ଶ ବିଷୟରେ ସଚେତନ କରିଥାଏ ଯାହା ମାଧ୍ୟମରେ ଆମେ ଆମର ମୂଲ୍ୟବୋଧ, ଆଦର୍ଶ ନିର୍ଦ୍ଧାରଣ କରିଥାଉ । ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ମୁଁ ସଂସ୍କୃତ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରି ଏହାକୁ ନୈତିକ ଶିକ୍ଷାର ଆଧାର କରି ବିଭିନ୍ନ ଶ୍ଲୋକ ମାଧ୍ୟମରେ ପିଲାମାନଙ୍କୁ ଜୀବନ ମୂଲ୍ୟବୋଧ ଶିଖାଇବାକୁ ଚେଷ୍ଟା କରିଥିଲି।ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
September 06th, 04:04 pm
ପୁରସ୍କୃତ ବ୍ୟକ୍ତିମାନେ ସେମାନଙ୍କର ଶିକ୍ଷାଦାନ ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ। ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ୱାରା ବ୍ୟବହୃତ ଆକର୍ଷଣୀୟ କୌଶଳ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ନିୟମିତ ଶିକ୍ଷାଦାନ କାର୍ଯ୍ୟ ସହିତ ସେମାନଙ୍କ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟର ଉଦାହରଣ ମଧ୍ୟ ସେମାନେ ସେୟାର କରିଥିଲେ। ସେମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ଶିକ୍ଷାଦାନ କଳା ପ୍ରତି ସେମାନଙ୍କର ସମର୍ପଣ ଏବଂ ବର୍ଷ ବର୍ଷ ଧରି ସେମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଉତ୍ସାହକୁ ପ୍ରଶଂସା କରିଥିଲେ, ଯାହାକୁ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ମିଳିଛି ।