Prime Minister salutes the brave personnel of the National Disaster Response Force on its Raising Day

January 19th, 09:30 am

Lauding the the courage, dedication and selfless service of the brave personnel of the National Disaster Response Force the Prime Minister Shri Narendra Modi today greeted them on the occasion of its Raising Day.

ନୂଆଦିଲ୍ଲୀର ଏକ କୃଷି କାର୍ଯ୍ୟକ୍ରମରେ ଚାଷୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା

October 12th, 06:45 pm

ରାମ ରାମ ! ଜୀ, ମୁଁ ହେଉଛି ହରିୟାଣା ହିସାର ଜିଲ୍ଲାର। ମୁଁ କାବୁଲି ଚଣା ବୁଣି ଚାଷ ଆରମ୍ଭ କରିଥିଲି। ତ ପ୍ରଥମେ ଟିକେ

କୃଷକମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 12th, 06:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ଏକ କୃଷି କାର୍ଯ୍ୟକ୍ରମରେ କୃଷକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ କୃଷକ କଲ୍ୟାଣ, କୃଷି ଆତ୍ମନିର୍ଭରଶୀଳତା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପ୍ରତି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ଆଲୋଚନା କରିଥିଲେ, ଯେଉଁଥିରେ ଶ୍ରୀ ମୋଦୀ ୩୫,୪୪୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କୃଷି କ୍ଷେତ୍ରରେ ଦୁଇଟି ପ୍ରମୁଖ ଯୋଜନାର ଶୁଭାରମ୍ଭ କରିଥିଲେ। ସେ 'ପିଏମ ଧନ ଧାନ୍ୟ କୃଷି ଯୋଜନା' ର ଶୁଭାରମ୍ଭ କରିଥିଲେ, ଯାହାର ବ୍ୟୟ ଅଟକଳ ୨୪,୦୦୦ କୋଟି ଟଙ୍କା। ସେ ଡାଲି କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ ଅଭିଯାନ’ର ମଧ୍ୟ ଶୁଭାରମ୍ଭ କରିଥିଲେ, ଯାହାର ବ୍ୟୟ ଅଟକଳ ଥିଲା ୧୧,୪୪୦ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ପ୍ରାୟ ୮୧୫ କୋଟି ଟଙ୍କାର ଅତିରିକ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କୃଷି, ପଶୁପାଳନ, ମତ୍ସ୍ୟଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୫,୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।

ଉତ୍ତରାଖଣ୍ଡ ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 11th, 06:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ସେପ୍ଟେମ୍ବର ୨୦୨୫ରେ ଡେରାଡୁନ ଗସ୍ତ କରି, ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳରେ ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନରେ ସୃଷ୍ଟିତ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଛନ୍ତି।

ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କଲେ ପ୍ରଧାନମନ୍ତ୍ରୀ

September 09th, 05:34 pm

ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରେ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳର ସର୍ଭେ କରିଥିଲେ। ପରେ, ସେ ଗୁରୁଦାସପୁରରେ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ଏକ ସରକାରୀ ସମୀକ୍ଷା ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରିଲିଫ୍ ଏବଂ ପୁନର୍ବାସ ପଦକ୍ଷେପର ସମୀକ୍ଷା କରିଥିଲେ ଏବଂ ପଞ୍ଜାବରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ମଧ୍ୟ ମୂଲ୍ୟାଙ୍କନ କରିଥିଲେ।

ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 09th, 03:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୫ରେ ହିମାଚଳ ପ୍ରଦେଶ ଗସ୍ତ କରି, ବନ୍ୟା ପ୍ରଭାବିତ ଅଞ୍ଚଳର ପରିସ୍ଥିତି ସହିତ ବାଦଲ ଫାଟିବା, ଭାରି ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ସୃଷ୍ଟ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି।