ଜାତୀୟ ସମବାୟ ଉନ୍ନୟନ ନିଗମକୁ ୨,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହାୟତା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

July 31st, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା କେନ୍ଦ୍ର କ୍ୟାବିନେଟ ଆଜି ଜାତୀୟ ସମବାୟ ଉନ୍ନୟନ ନିଗମକୁ ୨୦୨୫-୨୬ ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାରି ବର୍ଷ ପାଇଁ ୨୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହାୟତା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ, ୨୦୨୫-୨୬ ଆର୍ଥିକ ବର୍ଷରୁ ପ୍ରତିବର୍ଷ ୫୦୦ କୋଟି ଟଙ୍କାର ଅନୁଦାନ ସହାୟତା ପ୍ରଦାନ କରାଯିବ।