Samrat Samprati Museum is the heritage of millions of people in India, heritage of India's glorious past: PM Modi in Gandhinagar, Gujarat

March 31st, 10:25 am

PM Modi inaugurated the Samrat Samprati Sangrahalay, Jain Heritage Museum at Koba Tirth in Gandhinagar, Gujarat, on the auspicious occasion of Bhagwan Mahavir Janma Kalyanak. Speaking on the occasion, the PM said the Sangrahalay belongs to the crores of people of India and stands as a testament to our glorious past. Lauding the ahimsa philosophy of Samrat Samprati, he called on people to rise above personal aspirations and work for the nation.

ମହାବୀର ଜୟନ୍ତୀ ଅବସରରେ ଗାନ୍ଧୀନଗର କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 31st, 10:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭଗବାନ ମହାବୀର ଜୟନ୍ତୀର ଶୁଭ ଅବସରରେ ଗୁଜରାଟର ଗାନ୍ଧୀନଗରସ୍ଥିତ କୋବା ତୀର୍ଥଠାରେ 'ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟ' (ଜୈନ ଐତିହ୍ୟ ସଂଗ୍ରହାଳୟ)କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ, “କୋବା ତୀର୍ଥ ଆଧ୍ୟାତ୍ମିକ ଶାନ୍ତିରେ ପରିପୂର୍ଣ୍ଣ ଏକ ସ୍ଥାନ, ଯେଉଁଠାରେ ଅନେକ ଜୈନ ମୁନି ଏବଂ ସନ୍ଥଙ୍କ ତପସ୍ୟାର ଅଭିବ୍ୟକ୍ତି ଦେଖିବାକୁ ମିଳେ ଏବଂ ଯେଉଁଠାରେ ସୃଜନଶୀଳତା ଓ ସେବା ପ୍ରାକୃତିକ ଭାବରେ ବିକଶିତ ହୋଇଥାଏ।”

ନବକାର ମହାମନ୍ତ୍ର ଦିବସ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 09th, 08:15 am

ମନ ଶାନ୍ତ ଅଛି, ମନ ସ୍ଥିର ଅଛି, କେବଳ ଆତ୍ମସନ୍ତୋଷ, ଏକ ଚମତ୍କାର ଅନୁଭବ, ସବୁ ଶବ୍ଦର ଊର୍ଦ୍ଧ୍ୱରେ, ସବୁ ଚିନ୍ତା ଚେତନା ବାହାରେ, ନବକାର ମହାମନ୍ତ୍ର ଏବେ ବି ମନରେ ଗୁଞ୍ଜରିତ ହେଉଛି। ନମୋ ଅରିହନ୍ତନମ୍‌ । ନମୋ ସିଦ୍ଧନମ୍ । ନମୋ ଆର୍ଯ୍ୟନମ୍ । ନମୋ ଉଭଜଜାୟାନମ୍ । ନମୋ ନମୋ ଲୋୟ ସଭ୍ୱସହୁନମ। (नमो अरिहंताणं॥ नमो सिद्धाणं॥ नमो आयरियाणं॥ नमो उवज्झायाणं॥ नमो लोए सव्वसाहूणं॥) ଗୋଟିଏ ସ୍ୱର, ଗୋଟିଏ ପ୍ରବାହ, ଗୋଟିଏ ଶକ୍ତି, ନା ଊର୍ଦ୍ଧ୍ୱଗାମୀ ନା ନିମ୍ନଗାମୀ,

ନବକାର ମହାମନ୍ତ୍ର ଦିବସ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 09th, 07:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନବକାର ମହାମନ୍ତ୍ର ଦିବସ ସମାରୋହକୁ ଉଦଘାଟନ କରିଥିଲେ ଏବଂ ଏଥିରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ନବକାର ମନ୍ତ୍ରର ଗଭୀର ଆଧ୍ୟାତ୍ମିକ ଅନୁଭୂତି ଉପରେ ଆଲୋକପାତ କରିବା ସହ ମନକୁ ଶାନ୍ତି ଓ ସ୍ଥିରତା ଆଣିବାର କ୍ଷମତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶବ୍ଦ ଓ ଚିନ୍ତାଧାରାକୁ ଅତିକ୍ରମ କରି ମନ ଓ ଚେତନା ଭିତରେ ଗଭୀର ଭାବରେ ଅନୁଭୂତ ହେଉଥିବା ଶାନ୍ତିର ଅସାଧାରଣ ଅନୁଭବ ଉପରେ ସେ ମନ୍ତବ୍ୟ ଦେଇଥିଲେ । ଶ୍ରୀ ମୋଦୀ ନବକାର ମନ୍ତ୍ରର ମହତ୍ତ୍ୱ ଉପରେ ଆଲୋକପାତ କରି ଏହାର ପବିତ୍ର ଶବ୍ଦ ପାଠ କରିଥିଲେ ଏବଂ ମନ୍ତ୍ରକୁ ଶକ୍ତିର ଏକ ସମନ୍ୱିତ ପ୍ରବାହ, ସ୍ଥିରତା, ସମାନତା ଏବଂ ଚେତନା ଏବଂ ଆଭ୍ୟନ୍ତରୀଣ ଆଲୋକର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଲୟର ପ୍ରତୀକ ରୂପରେ ବର୍ଣନା କରଥିଲେ। ନିଜ ବ୍ୟକ୍ତିଗତ ଅନୁଭୂତିକୁ ନେଇ ସେ କହିଥିଲେ ଯେ, କିପରି ସେ ନିଜ ଭିତରେ ନବକାର ମନ୍ତ୍ରର ଆଧ୍ୟାତ୍ମିକ ଶକ୍ତିକୁ ଅନୁଭବ କରୁଛନ୍ତି । କିଛି ବର୍ଷ ପୂର୍ବେ ବେଙ୍ଗାଲୁରୁରେ ଏଭଳି ଏକ ସାମୂହିକ ନୃତ୍ୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା, ଯାହା ତାଙ୍କ ମନରେ ଏକ ସ୍ଥାୟୀ ଛାପ ପକାଇଥିଲା ବୋଲି ସେ ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ ଦେଶ ବିଦେଶର ଲକ୍ଷ ଲକ୍ଷ ପୁଣ୍ୟ ଆତ୍ମା ଏକ ମିଳିତ ଚେତନାରେ ଏକାଠି ହୋଇ ଅତୁଳନୀୟ ଅନୁଭୂତି ଲାଭ କରିବା ଉପରେ ଆଲୋକପାତ କରିଥିଲେ । ସେ ସାମୂହିକ ଶକ୍ତି ଏବଂ ସମନ୍ୱିତ ଶବ୍ଦ ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ଏହାକୁ ପ୍ରକୃତରେ ଅସାଧାରଣ ଏବଂ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିଥିଲେ ।

୯ ଅପ୍ରେଲରେ ନୂଆଦିଲ୍ଲୀରେ ନବକାର ମହାମନ୍ତ୍ର ଦିବସରେ ଯୋଗଦେବେ ପ୍ରଧାନମନ୍ତ୍ରୀ

April 07th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ଅପ୍ରେଲ ସକାଳ ପ୍ରାୟ ୮ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନବକାର ମହାମନ୍ତ୍ର ଦିବସରେ ଯୋଗଦେବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।