
ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 25th, 01:00 pm
ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ଆମେ ଆମର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ପୁଣି ଥରେ ଇଣ୍ଡୋନେସିଆ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ଭାବରେ ରହିଛି । ଏହି ଅବସରରେ ମୁଁ ରାଷ୍ଟ୍ରପତି ପ୍ରବୋଓଙ୍କୁ ଭାରତରେ ସ୍ୱାଗତ କରୁଛି ।
ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 15th, 11:08 am
ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ନମସ୍କାର କରୁଛି, ଆଜିର ଦିନରେ ମାତାଙ୍କ ସୁରକ୍ଷାରେ ନିୟୋଜିତ ପ୍ରତ୍ୟେକ ବୀର ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।
ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦୀ
January 15th, 10:30 am
ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୫ ଜାନୁୟାରୀକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି ।ଭାରତୀୟ ପାଣିପାଗ ବିଭାଗ ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 10:45 am
କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଡବ୍ଲୁଏମଓ ର ମହାସଚିବ ପ୍ରଫେସର ସେଲେସ୍ତେ ସାଓଲୋ ଜୀ, ବିଦେଶରୁ ଆସିଥିବା ଆମର ଅତିଥିବୃନ୍ଦ, ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ ଜୀ, ଆଇଏମଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଜୀ, ଅନ୍ୟ ମହାନୁଭବ, ସମସ୍ତ ବୈଜ୍ଞାନିକ ଓ ବିଭିନ୍ନ ବିଭାଗ ଏବଂ ସଂସ୍ଥାନର ଅଧିକାରୀ, ସଜ୍ଜନ ମଣ୍ଡଳୀ …ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 10:30 am
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି । ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ ।ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ :ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
December 29th, 11:30 am
ମନ୍ କୀ ବାତ୍ ର ଏହି ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନର 75ତମ ବାର୍ଷିକୀ ଏବଂ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ପ୍ରସ୍ତୁତି ସମେତ ଭାରତର ସଫଳତା ବିଷୟରେ ପ୍ରତିଫଳନ କରିଥିଲେ। ବସ୍ତର ଅଲିମ୍ପିକ୍ସର ସଫଳତାକୁ ସେ ପ୍ରଶଂସା କରିବା ସହ ମ୍ୟାଲେରିଆ ନିରାକରଣ ଏବଂ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏହାବ୍ୟତୀତ ଓଡ଼ିଶାର କଳାହାଣ୍ଡିରେ ହୋଇଥିବା କୃଷି ପରିବର୍ତ୍ତନକୁ ସେ ପ୍ରଶଂସା କରିଥିଲେ।