ନବ ସମ୍ଭତ୍ସରର ସ୍ୱତନ୍ତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 19th, 08:03 am
ସମୃଦ୍ଧିରେ ପରିପୂର୍ଣ୍ଣ ଏକ ବର୍ଷ ଏବଂ ଜାତୀୟ ପ୍ରଗତି ପ୍ରତି ଏକ ନୂତନ ପ୍ରତିବଦ୍ଧତା କାମନା କରି ପ୍ରଧାନମନ୍ତ୍ରୀ ନବ ସମ୍ଭତ୍ସରର ପବିତ୍ର ଅବସରରେ ଦେଶବାସୀକୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ନବ ସମ୍ବତସର୍, ଉଗାଡି, ସାଜିବୁ, ଚେଇରା ଓବା, ଗୁଡି ପଡୱା, ଚେଟି ଚନ୍ଦ ଓ ନବରେହ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
March 30th, 11:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ଦେଶବାସୀଙ୍କୁ ନବ ସମ୍ବତ୍ସର୍, ଉଗାଡି, ସାଜିବୁ ଚେଇରା ଓବା, ଗୁଡି ପଡୱା, ଚେଟି ଚନ୍ଦ ଏବଂ ନବରେହ ଅବସରରେ ଶୁଭକାମନା ଜଣାଇଛନ୍ତି ।ଆଇଟିୟୁ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 22nd, 03:34 pm
ଆଜିକାର ଦିନ ହେଉଛି ବହୁତ ବିଶେଷ, ହେଉଛି ବହୁତ ପବିତ୍ର। ଆଜିଠାରୁ ‘ହିନ୍ଦୁ କ୍ୟାଲେଣ୍ଡର’ର ନୂତନ ବର୍ଷ ଆରମ୍ଭ ହୋଇଛି । ମୁଁ ଆପଣ ସମସ୍ତଙ୍କୁ ଆଉ ସମସ୍ତ ଦେଶବାସୀଙ୍କୁ ବିକ୍ରମ ସମ୍ବତ 2080ର ବହୁତ- ବହୁତ ଶୁଭକାମନା ଜଣାଉଛି । ଆମର ଏତେ ବିଶାଳ ଦେଶରେ, ବିବିଧତାରେ ଭରି ରହିଥିବା ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଭିନ୍ନ- ଭିନ୍ନ କ୍ୟାଲେଣ୍ଡର ପ୍ରଚଳିତ ରହି ଆସିଛି। କୋଲ୍ଲମ କାଳର ହେଉଛି ମଲୟାଲମ କ୍ୟାଲେଣ୍ଡର, ହେଉଛି ତାମିଲ କ୍ୟାଲେଣ୍ଡର, ଯାହା ହଜାର- ହଜାର ବର୍ଷରୁ ଭାରତକୁ ତିଥି ସମ୍ବନ୍ଧିୟ ଜ୍ଞାନ ପ୍ରଦାନ କରି ଆସିଛି । ବିକ୍ରମ ସମ୍ବତ ମଧ୍ୟ 2080 ବର୍ଷ ପୂର୍ବରୁ ଚାଲି ଆସୁଛି । ଗ୍ରୀଗୋରିୟନ କ୍ୟାଲେଣ୍ଡରରେ ମଧ୍ୟ ଏବେ ବର୍ଷ 2023 ଚାଲୁ ରହିଛି, କିନ୍ତୁ ବିକ୍ରମ ସମ୍ବତ ହେଉଛି ତା’ଠାରୁ ମଧ୍ୟ 57 ବର୍ଷ ପୂର୍ବର। ମୁଁ ଖୁସି ଯେ ନବବର୍ଷର ପ୍ରଥମ ଦିନ ଟେଲିକମ୍, ଆଇସିଟି ଏବଂ ଏହା ସହିତ ଜଡ଼ିତ ନବସୃଜନକୁ ନେଇ ଏକ ବହୁତ ବଡ଼ ଶୁଭାରମ୍ଭ ଭାରତରେ ହେଉଅଛି । ଆଜି ଏଠାରେ ଅନ୍ତରାଷ୍ଟ୍ରୀୟ ଟେଲି- କମ୍ୟୁନିକେସନ୍ ୟୁନିୟନ (ଆଇଟିୟୁ)ର ଆଞ୍ଚଳିକ କାର୍ଯ୍ୟାଳୟ ଆଉ କେବଳ ଆଞ୍ଚଳିକ କାର୍ଯ୍ୟାଳୟ ନୁହେଁ, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ସ୍ଥାପନା ହୋଇଛି। ଏହା ସହିତ ହିଁ ଆଜି 6-G ପରୀକ୍ଷାର ଜ୍ଞାନକୌଶଳର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ଟେକ୍ନୋଲୋଜି ସହିତ ଆମର ଭିଜନ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରାଯାଇଛି । ଏହା ଡିଜିଟାଲ ଭାରତକୁ ନୂତନ ଉର୍ଜ୍ଜା ଦେବା ସହିତ ହିଁ ଦକ୍ଷିଣ ଏସିଆ ପାଇଁ, ଗ୍ଲୋବାଲ ସାଉଥ ପାଇଁ, ନୂତନ ସମାଧାନ, ନୂତନ ନବସୃଜନ ନେଇକରି ଆସିବ । ବିଶେଷ କରି ଆମର ଶୈକ୍ଷିକ, ଆମର ନବାଚାର- ଷ୍ଟାର୍ଟ ଅପ୍ସ, ଆମର ଶିଳ୍ପ ପାଇଁ ଏହାଦ୍ୱାରା ଅନେକ ନୂତନ ସୁଯୋଗ ସୃଷ୍ଟି ହେବ।ଆଇଟିୟୁ କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
March 22nd, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜ୍ଞାନ ଭବନରେ ଏକ କାର୍ଯ୍ୟକ୍ରମରେ ନୂତନ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ) କ୍ଷେତ୍ର କାର୍ଯ୍ୟାଳୟ ଏବଂ ନବସୃଜନ କେନ୍ଦ୍ରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚନ ଏବଂ ୬ଜି ଆରଆଣ୍ଡବି ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି । ସେ କଲ୍ ବିଫୋର ୟୁ ଡିଗ୍”’ ଆପ୍ର ମଧ୍ୟ ଶୁଭାରମ୍ଭ କରିଥିଲେ । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ଆଇଟିୟୁ ହେଉଛି ମିଳିତ ଜାତିସଂଘର ସ୍ୱତନ୍ତ୍ର ସଂସ୍ଥା । ମାର୍ଚ୍ଚ ୨୦୨୨ ରେ ଭାରତ କ୍ଷେତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଆଇଟିୟୁ ସହିତ ଏକ ଆୟୋଜକ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଏହା ଭାରତ, ନେପାଳ, ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ଇରାନକୁ ସେବା ଯୋଗାଇବ, ଦେଶ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ପାରସ୍ପରିକ ଲାଭଦାୟକ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବ ।ନବ ସମ୍ବତ୍ସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
March 22nd, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବ ସମ୍ବତ୍ସର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ନଭ ସମ୍ଭତ୍ସର ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
April 02nd, 08:39 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭ ସମ୍ଭତ୍ସରର ଶୁଭ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକ୍ରମ ସମ୍ଭତ ୨୦୭୯ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ନୂତନ ଆନନ୍ଦ ଆଣୁ ବୋଲି ସେ ଇଚ୍ଛା ପ୍ରକଟ କରିଛନ୍ତି ।