ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ ୨୦୨୬ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 06:45 pm
୨୦୪୭ ମସିହାରେ,ଯେତେବେଳେ ଆମ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ, ସେ ପର୍ଯ୍ୟନ୍ତ ଯାତ୍ରା ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ସେହି ସମୟ ଯାହାକି ଆପଣମାନଙ୍କ ଜୀବନରେ ବି ସବୁଠାରୁ ମହତ୍ୱପୂର୍ଣ୍ଣ, ଅଥାତ ଆପଣମାନଙ୍କ ପାଇଁ ସବୁଠାରୁ ବଡ଼ ସୁବର୍ଣ୍ଣ ସୁଯୋଗ । ଅର୍ଥାତ, ଆପଣମାନଙ୍କ ସାମର୍ଥ୍ୟ ଭାରତର ସାମର୍ଥ୍ୟ ବନିବ, ଆପଣମାନଙ୍କ ସଫଳତା ଭାରତର ସଫଳତାକୁ ନୂତନ ଶୀର୍ଷତାରେ ପହଞ୍ଚାଇବ । ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗରେ ସହଭାଗିତା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ଆଗକୁ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା ନିଶ୍ଚତ କରିବି, କିନ୍ତୁ ପ୍ରଥମେ ଆଜି ବିଶେଷ ଦିବସର ଆଲୋଚନା କରିବା ।ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 12th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ 'ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬'ର ସମାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଯେତେବେଳେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ଆଜିର ଯୁବ ନାଗରିକଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇନଥିଲେ ଏବଂ ଯେତେବେଳେ ସେ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ। ସମୟ ବିତିବା ସତ୍ତ୍ୱେ, ଯୁବ ପିଢ଼ି ପ୍ରତି ତାଙ୍କର ବିଶ୍ୱାସ ସ୍ଥିର ଏବଂ ଅଟଳ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମୁଁ ସର୍ବଦା ତୁମର ସାମର୍ଥ୍ୟ, ତୁମର ପ୍ରତିଭା, ତୁମର ଉର୍ଜ୍ଜାରୁ ଶକ୍ତି ଆହରଣ କରିଛି ଏବଂ ଆଜି ଦେଖନ୍ତୁ, ଆପଣମାନେ ସମସ୍ତେ ଏକ ବିକଶିତ ଭାରତ ପରିକଳ୍ପନାର ନିୟନ୍ତ୍ରଣ ନେଉଛନ୍ତି।Prime Minister pays homage to Swami Vivekananda on his birth anniversary
January 12th, 09:17 am
The Prime Minister, Shri Narendra Modi paid tributes to Swami Vivekananda on the occasion of his birth anniversary, today. Shri Modi stated that Swami Vivekananda's personality and works continuously infuse new energy into the resolve for a developed India. My wish is that this pine occasion of National Youth Day brings new strength and new self-confidence for all fellow citizens, especially our young companions, Shri Modi said.On the occasion of National Youth Day, PM to participate in the Viksit Bharat Young Leaders Dialogue 2025 on 12th January
January 10th, 09:21 pm
On the occasion of National Youth Day, commemorating the birth anniversary of Swami Vivekananda, Prime Minister Shri Narendra Modi will participate in the Viksit Bharat Young Leaders Dialogue 2025 on 12th January, at around 10 AM, at Bharat Mandapam, New Delhi. He will engage with 3,000 dynamic young leaders from across India. He will also address the gathering on the occasion.ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
January 12th, 08:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ତାଙ୍କର ମତ ସମ୍ପର୍କରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।ଫେବୃୟାରୀ ୫ରେ ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
February 04th, 10:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୫, ୨୦୨୩ ମଧ୍ୟାହ୍ନ ୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରିବେ ।ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ବସ୍ତିରେ ଦ୍ୱିତୀୟ ସାଂସଦ ଖେଳ ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
January 18th, 04:39 pm
ୟୁପିର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ସଂସଦରେ ମୋର ସହକର୍ମୀ ଆମର ଯୁବ ବନ୍ଧୁ ଭାଇ ହରିଶ ଦ୍ୱିବେଦୀ ଜୀ, ବିଭିନ୍ନ ଖେଳର ଖେଳାଳି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ, ଅନ୍ୟ ସମସ୍ତ ଜନପ୍ରତିନିଧି, ଅନ୍ୟ ସମସ୍ତ ବରିଷ୍ଠ ମାନ୍ୟଗଣ୍ୟ ଏବଂ ବିଶାଳ ସଂଖ୍ୟାରେ ମୁଁ ଏଠାରେ ଯୁବଗୋଷ୍ଠୀଙ୍କୁ ଦେଖୁଛି । ସବୁ ସ୍ଥାନରେ କେବଳ ଯୁବକ ଏବଂ ଯୁବକମାନେ ହିଁ ଅଛନ୍ତି । ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭ ଦ୍ୱିତୀୟ ପର୍ଯ୍ୟାୟ ୨୦୨୨-୨୩ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 18th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ମହାକୁମ୍ଭ ୨୦୨୨-୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି (୧୮.୦୧.୨୦୨୩) ଉଦ୍ଘାଟନ କରିଛନ୍ତି । ବସ୍ତିର ଲୋକସଭା ସଦସ୍ୟ ଶ୍ରୀ ହରିଶ ଦ୍ୱିବେଦୀ ୨୦୨୧ ମସିହାଠାରୁ ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭର ଆୟୋଜନ କରିଆସୁଛନ୍ତି । ଖେଳ ମହାକୁମ୍ଭ ଉଭୟ ଇନ୍ଡୋର ଓ ଆଉଟଡୋର କ୍ରୀଡାର ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥାଏ । ସେଗୁଡିକ ମଧ୍ୟରେ କୁସ୍ତି, କବାଡି, ଖୋ ଖୋ, ବାସ୍କେଟବଲ, ଫୁଟବଲ, ହକି, ଭଲିବଲ, ହ୍ୟାଣ୍ଡବଲ, ଚେସ୍, କ୍ୟାରୋମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଖେଳ ମହାକୁମ୍ଭରେ ପ୍ରବନ୍ଧ ଲିଖନ, ଚିତ୍ରକଳା, ରଙ୍ଗୋଲୀ ଅଙ୍କନ ଇତ୍ୟାଦି ମଧ୍ୟ ଆୟୋଜିତ ହୋଇଥାଏ।ପୁଡୁଚେରୀ ଠାରେ ୨୫ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 12th, 03:02 pm
ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲ- ସାଇ ଜୀ, ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶ୍ରୀ ନାରାୟଣ ରାଣେ ଜୀ, ଶ୍ରୀ ଅନୁରାଗ ଠାକୁର ଜୀ, ଶ୍ରୀ ନିଶୀତ ପ୍ରମାଣିକ ଜୀ, ଶ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଜୀ, ପୁଡୁଚେରୀ ସରକାରଙ୍କ ବରିଷ୍ଠ ମନ୍ତ୍ରିଗଣ, ସାଂସଦ ଗଣ, ବିଧୟାକ ଗଣ, ଦେଶର ଅନ୍ୟ ରାଜ୍ୟର ମନ୍ତ୍ରିଗଣ ଏବଂ ମୋର ଯୁବ ବନ୍ଧୁମାନେ! ନମସ୍କାର! ଆପଣ ସମସ୍ତଙ୍କୁ ଜାତୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୫ତମ ଜାତୀୟ ଯୁବ ଉତ୍ସବ ପୁଡୁଚେରୀଠାରେ ଉଦଘାଟିତ
January 12th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଦିବସ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଯନ କରିଛନ୍ତି । ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।ଜାନୁଆରୀ ୧୨ ତାରିଖ ଦିନ ଜାତୀୟ ଯୁବ ଉତ୍ସବ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
January 10th, 12:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖ ଦିନ ୧୧ଟା ବେଳେ ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଉତ୍ସବ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଏହି ଦିନ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ ।Prime Minister chairs the first meeting of High Level Committee to commemorate 150th Birth Anniversary of Sri Aurobindo
December 24th, 06:52 pm
PM Narendra Modi chaired the first meeting of the High Level Committee which has been constituted to commemorate 150th Birth Anniversary of Sri Aurobindo. The PM said that the two aspects of Sri Aurobindo’s philosophy of ‘Revolution’ and ‘Evolution’, are of key importance and should be emphasized as part of the commemoration.ରାଜନୀତିରେ ନିଃସ୍ୱାର୍ଥପର ଏବଂ ଗଠନମୂଳକ ଅବଦାନ ରଖିବାକୁ ଯୁବ ସମାଜକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
January 12th, 03:31 pm
ରାଜନୀତିରେ ଗଠନମୂଳକ ଓ ନିଃସ୍ୱାର୍ଥପର ଅବଦାନ ରଖିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ଆଜି ଦ୍ୱିତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଥାର୍ଥ ପରିବର୍ତ୍ତନ ଆଣିବା ପାଇଁ ରାଜନୀତି ଏକ ବଡ଼ ମାଧ୍ୟମ । ଅନ୍ୟ ସମସ୍ତ କ୍ଷେତ୍ର ଭଳି ରାଜନୀତିରେ ମଧ୍ୟ ଯୁବକଯୁବତୀମାନଙ୍କର ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ । ଯୁବ ସମାଜକୁ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି ଯେ ଆଜି ରାଜନୀତି କ୍ଷେତ୍ର ଆଉ ତଥାକଥିତ ଦଗାବାଜ ଓ ଭ୍ରଷ୍ଟଙ୍କ କ୍ରୀଡାଭୂମି ହୋଇ ରହିନାହିଁ । ସେ ପୁରୁଣା ବିଚାର ବଦଳିଯାଇଛି । ସାଧୁ ସଚ୍ଚୋଟ ଲୋକମାନେ ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ପାଉଛନ୍ତି । ଏବେ ସାଧୁତା, ସଚ୍ଚୋଟତା ଓ ପ୍ରଦର୍ଶନ ସମୟର ଆବଶ୍ୟକତା ପାଲଟିଛି ।ଯୁବ ସମାଜକୁ ପ୍ରଧାନମନ୍ତ୍ରୀ ବୁଝାଇଲେ ସ୍ୱାମୀ ବିବେକାନନ୍ଦଙ୍କ ନେତୃତ୍ୱ ମନ୍ତ୍ର
January 12th, 03:28 pm
ସ୍ୱାମୀ ବିବେକାନନ୍ଦଙ୍କ ନେତୃତ୍ୱ ମନ୍ତ୍ର ବା ପରାମର୍ଶକୁ ଅନୁସରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ବ୍ୟକ୍ତି ଓ ଅନୁଷ୍ଠାନ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ମଧ୍ୟ ଏହି ମହାନ୍ ସନ୍ଥଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି ।ଦ୍ୱିତୀୟ ରାଷ୍ଟ୍ରୀୟ ଯୁବ ସଂସଦ ମହୋତ୍ସବର ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 12th, 10:36 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି । ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସବର ୩ ଜଣ ଯୁବ ଜାତୀୟ ବିଜେତାଙ୍କ ମତାମତ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟର ପ୍ରବାହ ସତ୍ତ୍ୱେ ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି । ଜାତୀୟତା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଦୃଷ୍ଟିକୋଣ ତଥା ଜନସାଧାରଣ ଓ ସମଗ୍ର ବିଶ୍ୱର ସେବା କରିବା ପାଇଁ ତାଙ୍କ ବାଣୀ ଏବେ ମଧ୍ୟ ଆମକୁ ଅନୁପ୍ରାଣିତ କରୁଛି । ବ୍ୟକ୍ତି ଓ ଅନୁଷ୍ଠାନ ପ୍ରତି ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତୀ କହିଥିଲେ ଯେ ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ଅନୁଷ୍ଠାନମାନ ନିର୍ମାଣ କରିଥିଲେ ସେମାନେ ପରବର୍ତ୍ତୀ କାଳରେ ନୂଆ ଅନୁଷ୍ଠାନ ନିର୍ମାତାମାନଙ୍କୁ ସୃଷ୍ଟି କରିଥିଲେ । ଏହାଦ୍ୱାରା ଏକ ସଦ୍ଚକ୍ର ସୃଷ୍ଟି ହୋଇଥିଲା ; ଯେଉଁଥିରେ ବ୍ୟକ୍ତିକୁ ନେଇ ଅନୁଷ୍ଠାନ ଗଠିତ ହୋଇଥିଲା ଏବଂ ଅନୁଷ୍ଠାନ ଉତ୍ତମ ବ୍ୟକ୍ତି ନିର୍ମାଣ କରୁଥିଲା । ଏହା ଭାରତର ଏକ ବିରାଟ ବଳ । ଏ ବେକାର ଭାରତରେ ଉତ୍ତମ କଂପାନୀ ନିର୍ମାଣ ଏବଂ ସେହି କଂପାନୀ ମାଧ୍ୟମରେ କିପରି ଉତ୍ତମ ବ୍ୟକ୍ତିବିଶେଷ ତିଆରି ହେଉଛନ୍ତି ତାହାର ଉଦାହରଣ ଦେଇ ସେ ଏହି ସଦ୍ଚକ୍ରର ବ୍ୟାଖ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଶିକ୍ଷାନୀତିରୁ ଯୁବ ସମାଜ ନମନୀୟତା, ଅଭିନବତା ଓ ନବସୃଜନକାରୀ ଶିକ୍ଷା ଢାଞ୍ଚା ଶିଖିବାର ସୁଯୋଗ ନେବା ଉଚିତ । ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟିତ; ଯଦ୍ଦ୍ୱାରା କୌଣସି ଯୁବକଯୁବତୀ ବିଦେଶମୁହାଁ ହେବେ ନାହିଁ ।ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 12th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି । ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସବର ୩ ଜଣ ଯୁବ ଜାତୀୟ ବିଜେତାଙ୍କ ମତାମତ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟର ପ୍ରବାହ ସତ୍ତ୍ୱେ ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି । ଜାତୀୟତା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଦୃଷ୍ଟିକୋଣ ତଥା ଜନସାଧାରଣ ଓ ସମଗ୍ର ବିଶ୍ୱର ସେବା କରିବା ପାଇଁ ତାଙ୍କ ବାଣୀ ଏବେ ମଧ୍ୟ ଆମକୁ ଅନୁପ୍ରାଣିତ କରୁଛି । ବ୍ୟକ୍ତି ଓ ଅନୁଷ୍ଠାନ ପ୍ରତି ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତୀ କହିଥିଲେ ଯେ ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ଅନୁଷ୍ଠାନମାନ ନିର୍ମାଣ କରିଥିଲେ ସେମାନେ ପରବର୍ତ୍ତୀ କାଳରେ ନୂଆ ଅନୁଷ୍ଠାନ ନିର୍ମାତାମାନଙ୍କୁ ସୃଷ୍ଟି କରିଥିଲେ । ଏହାଦ୍ୱାରା ଏକ ସଦ୍ଚକ୍ର ସୃଷ୍ଟି ହୋଇଥିଲା ; ଯେଉଁଥିରେ ବ୍ୟକ୍ତିକୁ ନେଇ ଅନୁଷ୍ଠାନ ଗଠିତ ହୋଇଥିଲା ଏବଂ ଅନୁଷ୍ଠାନ ଉତ୍ତମ ବ୍ୟକ୍ତି ନିର୍ମାଣ କରୁଥିଲା । ଏହା ଭାରତର ଏକ ବିରାଟ ବଳ । ଏ ବେକାର ଭାରତରେ ଉତ୍ତମ କଂପାନୀ ନିର୍ମାଣ ଏବଂ ସେହି କଂପାନୀ ମାଧ୍ୟମରେ କିପରି ଉତ୍ତମ ବ୍ୟକ୍ତିବିଶେଷ ତିଆରି ହେଉଛନ୍ତି ତାହାର ଉଦାହରଣ ଦେଇ ସେ ଏହି ସଦ୍ଚକ୍ରର ବ୍ୟାଖ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଶିକ୍ଷାନୀତିରୁ ଯୁବ ସମାଜ ନମନୀୟତା, ଅଭିନବତା ଓ ନବସୃଜନକାରୀ ଶିକ୍ଷା ଢାଞ୍ଚା ଶିଖିବାର ସୁଯୋଗ ନେବା ଉଚିତ । ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟିତ; ଯଦ୍ଦ୍ୱାରା କୌଣସି ଯୁବକଯୁବତୀ ବିଦେଶମୁହାଁ ହେବେ ନାହିଁ ।12 ଜାନୁଆରୀରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ
January 10th, 12:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 12 ଜାନୁଆରୀ 2021 ସକାଳ 10.30ରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ତିନି ଜାତୀୟ ବିଜେତା ମଧ୍ୟ ନିଜ ବିଚାର ବ୍ୟକ୍ତ କରିବେ । ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏହି ଅବସରରେ ଉପସ୍ଥିତ ରହିବେ ।ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 13th, 11:13 am
ଆଜିର ଏହି ଦିନ ପ୍ରତ୍ୟେକ ଭାରତୀୟ ଯୁବକଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ଦିନ, ନୂତନ ସଂକଳ୍ପ ନେବାର ଦିନ, ଆଜିର ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ରୂପରେ ଭାରତକୁ ଏଭଳି ଉର୍ଜ୍ଜା ମିଳିଥିଲା ଯାହା ଆଜି ମଧ୍ୟ ଆମ ଦେଶକୁ ଉର୍ଜ୍ଜାବାନ କରି ଚାଲିଛି । ଏକ ଏଭଳି ଉର୍ଜ୍ଜା ଯାହା ନିରନ୍ତର ଆମକୁ ପ୍ରେରଣା ଦେଉଛି, ଆମକୁ ଭବିଷ୍ୟତର ପଥ ପ୍ରଦର୍ଶିତ କରୁଛି ।ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 12, 2018
January 12th, 07:32 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଜାତୀୟ ଯୁବ ଦିବସ ଅବସରରେ ଦୁଇଟି ସମାବେଶକୁ ଭିଡିଓ କନଫେରେନସିଙ୍ଗ ଯୋଗେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
January 12th, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଯୁବ ଦିବସ ଅବସରରେ ଭିଡିଓ କନଫେରେନସିଙ୍ଗ ଯୋଗେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ସମାବେଶକୁ ସମ୍ବୋଧିତ କରିଛନ୍ତି ।