ଇଣ୍ଡିଆ ଷ୍ଟିଲ 2025 କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

April 24th, 02:00 pm

ଆଜି ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ, ଆମେ ଭାରତର ଉଦୀୟମାନ କ୍ଷେତ୍ର ଇସ୍ପାତ କ୍ଷେତ୍ରର ସାମର୍ଥ୍ୟ ଏବଂ ଦକ୍ଷତା ବିଷୟରେ ବ୍ୟାପକ ଆଲୋଚନା କରିବୁ। ଏହା ଏପରି ଏକ କ୍ଷେତ୍ର, ଯାହା ଭାରତର ପ୍ରଗତିର ମେରୁଦଣ୍ଡ, 'ଯାହା ବିକଶିତ ଭାରତ’ ପାଇଁ ଏକ ସୁଦୃଢ଼ ମୂଳଦୁଆ, ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ଇଣ୍ଡିଆ ଷ୍ଟିଲ୍ 2025 କୁ ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମୋର ବିଶ୍ୱାସ ଅଛି ଯେ ଏହି କାର୍ଯ୍ୟକ୍ରମରେ ନୂତନ ଚିନ୍ତାଧାରା ବାଣ୍ଟିବା, ନୂତନ ଭାଗିଦାରୀ ସୃଷ୍ଟି କରିବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଲଞ୍ଚ ପ୍ୟାଡ୍ ଭାବରେ କାର୍ଯ୍ୟ କରିବ। ଏହା ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ପକାଇବ।

ଇଣ୍ଡିଆ ଷ୍ଟିଲ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 24th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁମ୍ବାଇରେ ଇଣ୍ଡିଆ ଷ୍ଟିଲ୍ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଗାମୀ ଦୁଇ ଦିନରେ, ଭାରତର ଉଦୀୟମାନ କ୍ଷେତ୍ର - ଇସ୍ପାତ ଶିଳ୍ପର ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋଚନା ହେବ। ସେ କହିଥିଲେ ଯେ ଏହି କ୍ଷେତ୍ର ଭାରତର ପ୍ରଗତିର ମୂଳଦୁଆ ଗଠନ କରେ, ଏକ ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରେ ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ଲେଖିଥାଏ। ପ୍ରଧାନମନ୍ତ୍ରୀ ଇଣ୍ଡିଆ ଷ୍ଟିଲ୍ 2025କୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ନୂତନ ଚିନ୍ତାଧାରା ଆଦାନପ୍ରଦାନ, ନୂତନ ସହଭାଗୀତା ଗଠନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ସ୍ଥାପନ କରିବ।

ସୋସିଆଲ ମିଡିଆ କର୍ଣ୍ଣର ମେ 4 2017

May 04th, 08:43 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ରାଷ୍ଟ୍ରୀୟ ଇସ୍ପାତ ନୀତି-2017 କୁ କ୍ୟାବିନେଟ୍ ମଞ୍ଜୁରୀ

May 03rd, 08:16 pm

ନୂଆ ନୀତିରେ ଦୀର୍ଘକାଳୀନ ଲକ୍ଷ୍ୟର ପ୍ରତିଫଳନ • ଘରୋଇ ଉପଯୋଗ ବୃଦ୍ଧି ଓ ଉଚ୍ଚ ଗୁଣାତ୍ମକ ମାନର ଇସ୍ପାତ ଉତ୍ପାଦନ ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଉପରେ ଗୁରୁତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାତୀୟ ଇସ୍ପାତ ନୀତି(NSP)-2017 କୁ ଅନୁମୋଦନ ଦେଇଛନ୍ତି । ନୂଆ ଇସ୍ପାତ ନୀତିରେ ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଦୀର୍ଘକାଳୀନ ଲକ୍ଷ୍ୟକୁ ସାମିଲ କରିଛନ୍ତି । ଏହା ଘରୋଇ ଇସ୍ପାତ ଉପଯୋଗକୁ ବୃଦ୍ଧି ଓ ଉଚ୍ଚ ଗୁଣାତ୍ମକ ମାନର ଇସ୍ପାତ ଉତ୍ପାଦନକୁ ସୁନିଶ୍ଚିତ କରିବା ଓ ଜ୍ଞାନକୌଶଳ ଦୃଷ୍ଟିରୁ ଉନ୍ନତ ଓ ବିଶ୍ୱସ୍ତରର ପ୍ରତିଯୋଗିତାପୂର୍ଣ୍ଣ ଷ୍ଟିଲ ଉଦ୍ୟୋଗ ନିମନ୍ତେ ପ୍ରୋତ୍ସାହିତ କରିବ ।