ଜାତୀୟ କ୍ରୀଡା ଦିବସରେ ବିହାରର ରାଜଗିରଠାରେ ପୁରୁଷ ହକି ଏସିଆ କପ ୨୦୨୫ ଆରମ୍ଭ ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 28th, 09:33 pm

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ହକି ଏସିଆ କପ ୨୦୨୫ର ପୂର୍ବ ସନ୍ଧ୍ୟାରେ ଏସିଆର ସମସ୍ତ ଅଂଶଗ୍ରହଣକାରୀ ଦଳ, ଖେଳାଳୀ, ଅଧିକାରୀ ଏବଂ ସମର୍ଥକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଶୁଭକାମନା ଜଣାଇଛନ୍ତି । ଏହା ଆସନ୍ତା କାଲି, ଅଗଷ୍ଟ ୨୯ ତାରିଖରେ ବିହାରର ଐତିହାସିକ ସହର ରାଜଗିରରେ ଆରମ୍ଭ ହେବ । ଏହି ଅବସରରେ ଶ୍ରୀ ମୋଦୀ ବିହାରକୁ ପ୍ରଶଂସା କରି କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଏକ ସ୍ପନ୍ଦନଶୀଳ କ୍ରୀଡା କେନ୍ଦ୍ର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ବିହାର ଖେଲୋ ଇଣ୍ଡିଆ ଯୁବ କ୍ରୀଡା ୨୦୨୫, ଏସିଆ ରଗ୍‌ବି ୟୁ୨୦ ସେଭେନ୍ସ ଚାମ୍ପିଅନ୍‌ସିପ୍ ୨୦୨୫, ଆଇଏସ୍‌ଟିଏଏଫ୍ ସେପାକଟକ୍ର ବିଶ୍ୱକପ ୨୦୨୪ ଏବଂ ମହିଳା ଏସୀୟ ଚାମ୍ପିଅନ୍‌ସିପ ୨୦୨୪ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ।

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 23rd, 10:10 pm

ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।

ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 23rd, 05:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଅନ୍ତରୀକ୍ଷରେ ଉଲ୍ଲେଖନୀୟ ପ୍ରଗତି କରୁଛି, ନୂତନ ସମ୍ଭାବନା ଅନ୍ୱେଷଣ କରିବାରେ ଯୁବ ପିଢ଼ି ଓ ଷ୍ଟାର୍ଟଅପ ଗୁଡ଼ିକୁ ସଂସ୍କାର ପ୍ରୋତ୍ସାହିତ କରୁଛି

August 23rd, 01:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ଅନ୍ତରୀକ୍ଷ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି କରୁଛି, ଯାହାକି ୧୪୦ କୋଟି ଭାରତୀୟଙ୍କ ଦକ୍ଷତା ଏପଂ ପ୍ରତିଭାର ଫଳ ।

ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ଓଡ଼ିଆ ରୂପାନ୍ତରଣ

August 23rd, 11:00 am

ଜାତୀୟ ମହାକାଶ ଦିବସରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଏହି ବର୍ଷ, ମହାକାଶ ଦିବସର ବିଷୟବସ୍ତୁ ହେଉଛି 'ଆର୍ଯ୍ୟଭଟ୍ଟରୁ ଗଗନଯାନ: ପ୍ରାଚୀନ ଜ୍ଞାନରୁ ଅନନ୍ତ ସମ୍ଭାବନା'। ଏହା ଅତୀତର ଆତ୍ମବିଶ୍ୱାସ ଏବଂ ଭବିଷ୍ୟତର ସଂକଳ୍ପକୁ ପ୍ରତିଫଳିତ କରେ। ଆଜି, ଆମେ ଦେଖୁଛୁ ଯେ କିପରି ଏତେ କମ୍ ସମୟ ମଧ୍ୟରେ ଜାତୀୟ ମହାକାଶ ଦିବସ ଆମ ଯୁବପିଢ଼ିଙ୍କ ପାଇଁ ଉତ୍ସାହ ଏବଂ ପ୍ରେରଣାର ଏକ ଅବସର ପାଲଟିଛି। ଏହା ପ୍ରକୃତରେ ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ମୁଁ ମହାକାଶ କ୍ଷେତ୍ର ସହିତ ଜଡ଼ିତ ସମସ୍ତଙ୍କୁ, ଆମର ବୈଜ୍ଞାନିକମାନଙ୍କୁ ଏବଂ ସମସ୍ତ ଯୁବପିଢ଼ିଙ୍କୁ ଜାତୀୟ ମହାକାଶ ଦିବସରେ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ନିକଟରେ, ଭାରତ 'ଆନ୍ତର୍ଜାତିକ ମହାକାଶ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ଅଲମ୍ପିଆଡ୍' ଆୟୋଜନ କରିଥିଲା। ଏହି ପ୍ରତିଯୋଗିତାରେ ବିଶ୍ୱର ୬୦ରୁ ଅଧିକ ଦେଶରୁ ପ୍ରାୟ ୩୦୦ ଯୁବ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ। ଆମର ଭାରତୀୟ ଯୁବକମାନେ ମଧ୍ୟ ପଦକ ଜିତିଥିଲେ। ଏହି ଅଲିମ୍ପିଆଡ୍ ମହାକାଶ କ୍ଷେତ୍ରରେ ଭାରତର ଉଦୀୟମାନ ନେତୃତ୍ୱର ପ୍ରତୀକ ହୋଇଛି।

ଜାତୀୟ ମହାକାଶ ଦିବସ ୨୦୨୫ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 23rd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜାତୀୟ ମହାକାଶ ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହି ବର୍ଷର ବିଷୟବସ୍ତୁ, ଆର୍ଯ୍ୟଭଟ୍ଟରୁ ଗଗନଯାନ ପର୍ଯ୍ୟନ୍ତ, ଭାରତର ଅତୀତର ଆତ୍ମବିଶ୍ୱାସ ଏବଂ ଭବିଷ୍ୟତ ପାଇଁ ସଂକଳ୍ପକୁ ପ୍ରତିଫଳିତ କରେ। ସେ କହିଛନ୍ତି ଯେ ବହୁତ କମ ସମୟ ମଧ୍ୟରେ ଜାତୀୟ ମହାକାଶ ଦିବସ ଭାରତର ଯୁବପିଢ଼ିଙ୍କ ପାଇଁ ଉତ୍ସାହର ଏକ ଅବସର ପାଲଟିଛି, ଯାହାକି ଜାତୀୟ ଗର୍ବର ବିଷୟ। ସେ ବୈଜ୍ଞାନିକ ଏବଂ ଯୁବପିଢ଼ିଙ୍କ ସମେତ ମହାକାଶ କ୍ଷେତ୍ର ସହିତ ଜଡିତ ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ। ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଭାରତ ବର୍ତ୍ତମାନ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ଅଲମ୍ପିଆଡ୍ ଆୟୋଜନ କରୁଛି, ଯେଉଁଥିରେ ଷାଠିଏରୁ ଅଧିକ ଦେଶରୁ ପ୍ରାୟ ୩୦୦ ଯୁବ ଅଂଶଗ୍ରହଣକାରୀ ଯୋଗ ଦେଉଛନ୍ତି। ଶ୍ରୀ ମୋଦୀ ଖୁସି ପ୍ରକାଶ କରିଥିଲେ ଯେ ଅନେକ ଭାରତୀୟ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ପଦକ ଜିତିଛନ୍ତି। ସେ କହିଥିଲେ ଯେ ଏହି ଅଲମ୍ପିଆଡ୍ ମହାକାଶ କ୍ଷେତ୍ରରେ ଭାରତର ଉଦୀୟମାନ ବିଶ୍ୱ ନେତୃତ୍ୱର ପ୍ରତୀକ। ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଯେ ଯୁବପିଢ଼ିଙ୍କ ମଧ୍ୟରେ ମହାକାଶ ପ୍ରତି ଆଗ୍ରହକୁ ଉତ୍ସାହିତ କରିବା ପାଇଁ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଭାରତୀୟ ମହାକାଶ ହାକାଥନ୍ ଏବଂ ରୋବୋଟିକ୍ସ ଚ୍ୟାଲେଞ୍ଜ ଭଳି ପଦକ୍ଷେପ ଆରମ୍ଭ କରିଛି। ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

2047 ରେ ବିକଶିତ ଭାରତର ମାର୍ଗ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଯାଇଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

July 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।

ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ଉପକୃତ ହୋଇଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

August 25th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।

India has made remarkable strides in the world of space: Prime Minister

August 23rd, 12:00 pm

The Prime Minister, Shri Narendra Modi has highlighted the remarkable strides made by India in the world of space.

ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 23rd, 09:39 am

ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ଏକ ବାର୍ତ୍ତା ସେୟାର କରି ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ କୃତିତ୍ୱ ଗର୍ବର ବିଷୟ ବୋଲି କହି ଖୁସି ଜାହିର କରିଛନ୍ତି ।

ପୋଲାଣ୍ଡର ୱାର୍ସାରେ ଭାରତୀୟ ସମୁଦାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 21st, 11:45 pm

ଏହି ଦୃଶ୍ୟ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ ଆଶ୍ଚର୍ଯ୍ୟଜନକ | ଯେବେଠାରୁ ମୁଁ ଏଠାରେ ପାଦ ରଖିଛି, ଆପଣ ଥକି ଯାଉନାହଁ । ଆପଣମାନେ ସମସ୍ତେ ପୋଲାଣ୍ଡର ବିଭିନ୍ନ ଅଞ୍ଚଳରୁ ଆସିଛନ୍ତି, ସମସ୍ତଙ୍କର ଭିନ୍ନ ଭିନ୍ନ ଭାଷା, ଉପଭାଷା, ଖାଦ୍ୟ ରହିଛି । କିନ୍ତୁ ସମସ୍ତେ ଭାରତୀୟତାର ଭାବନା ସହିତ ଜଡ଼ିତ । ଆପଣମାନେ ଏଠାରେ ଏତେ ବଡ଼ ଆକାରରେ ସ୍ୱାଗତ କରିଛନ୍ତି, ଏହି ସ୍ୱାଗତ ପାଇଁ ମୁଁ ଆପଣ ସମସ୍ତଙ୍କୁ, ପୋଲାଣ୍ଡବାସୀଙ୍କୁ ଅତ୍ୟନ୍ତ କୃତଜ୍ଞ ।

ପୋଲାଣ୍ଡରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

August 21st, 11:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ସମ୍ମାନାର୍ଥେ ୱାର୍ସାରେ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ ।

କେରଳର ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବରେ ପ୍ରାଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 27th, 12:24 pm

କେରଳର ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାନ୍‌, ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ପିନାରାଇ ବିଜୟନ ଜୀ, ରାଷ୍ଟ୍ରମନ୍ତ୍ରୀ ତଥା ମୋର ସାଥୀ ଶ୍ରୀ ବି. ମୁରଲୀଧରନ ଜୀ, ଇସ୍ରୋ ପରିବାରର ସମସ୍ତ ସଦସ୍ୟଗଣ, ନମସ୍କାର ! ସାହସୀ ସାଥୀମାନଙ୍କ ସମ୍ମାନରେ ଆମେ ସମସ୍ତେ ଠିଆ ହୋଇ ଅଭ୍ୟର୍ଥନା ଦେଇ କରତାଳି ସହ ସେମାନଙ୍କୁ ସମ୍ମାନିତ କରିବା । ଭାରତ ମାତା କି – ଜୟ !

କେରଳର ଥିରୁଅନନ୍ତପୁରମରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ

February 27th, 12:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ଥିରୁଅନନ୍ତପୁରମଠାରେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରର ଏସଏଲଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍), ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରୋପଲସନ୍ କମ୍ପ୍ଲେକ୍ସରେ ନୂତନ 'ସେମି-କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି'; ଏବଂ ଥିରୁଅନନ୍ତପୁରମର ଭିଏସ୍ଏସସି ଠାରେ 'ଟ୍ରାଇସୋନିକ୍ ୱିଣ୍ଡ ଟନେଲ୍' ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ଗଗନଯାନ ମିଶନର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ୪ ଜଣ ମହାକାଶଚାରୀଙ୍କୁ 'ମହାକାଶଚାରୀ ୱିଙ୍ଗ୍ ' ପ୍ରଦାନ କରିଥିଲେ। ଏଥିରେ ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା ରହିଛନ୍ତି।

ଜି-୨୦ ୟୁନିଭର୍ସିଟି କନେକ୍ଟ ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 26th, 04:12 pm

ଆସନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରିବା; ଆମେ ସେହି ଲୋକ ଯେଉଁମାନେ ଦେଶ ପାଇଁ ଜୀବନ ବଳିଦାନ ଦେବାର ସୁଯୋଗ ପାଇନାହୁଁ । ଭଗତ ସିଂହ, ସୁଖଦେବ, ଚନ୍ଦ୍ରଶେଖର ଓ ଆଜାଦଙ୍କୁ ଯେଉଁ ଭାଗ୍ୟ ମିଳିଥିଲା, ତାହା ଆମକୁ ମିଳିନଥିଲା। କିନ୍ତୁ ଆମେ ଭରତଙ୍କ ପାଇଁ ବଞ୍ଚିବାର ସୁଯୋଗ ପାଇଛୁ। ୧୦୦ ବର୍ଷ ପୁରୁଣାକୁ ଦେଖନ୍ତୁ ଏବଂ ୧୯୧୯, ୧୯୨୦, ୧୯୨୨, ୧୯୨୩, ୧୯୨୫ ମସିହାକୁ କଳ୍ପନା କରନ୍ତୁ । ସେହି ସମୟରେ ଯୁବକମାନେ ସ୍ଥିର କରିଥିଲେ ଯେ ଦେଶକୁ ମୁକ୍ତ କରିବା ପାଇଁ ଯାହା ବି କରିବାକୁ ପଡ଼ିବ ସେମାନେ କରିବେ। ସେମାନେ ଯାହା ବାଟ ପାଇବେ ତାହାକୁ ବ୍ୟବହାର କରିବେ। ଆଉ ସେହି ସମୟର ଯୁବକମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ସେମାନଙ୍କ ବହିଗୁଡ଼ିକୁ ଆଲମାରୀରେ ବନ୍ଦ କରି ଦେଉଥିଲେ ଏବଂ ସେମାନେ ଜେଲ୍ ଯିବାକୁ ପସନ୍ଦ କରୁଥିଲେ। ସେମାନେ ଫାଶୀ ଦଣ୍ଡ ଭୋଗିବାକୁ ପସନ୍ଦ କରୁଥିଲେ। ସେମାନେ ନିଜ ପାଇଁ ଯାହା ବି ରାସ୍ତା ପାଊଥିଲେ, ସେହି ରାସ୍ତାରେ ଚାଲୁଥିଲେ। ପ୍ରାୟ ୧୦୦ ବର୍ଷ ପୂର୍ବେ ସାହସିକତା ଚରମ ସୀମାରେ ପହଞ୍ଚିଥିଲା; ବଳିଦାନର ବାତାବରଣ ସୃଷ୍ଟି ହେଲା; ମାତୃଭୂମି ପାଇଁ ମରିବାର ଇଚ୍ଛା ଦୃଢ଼ ହୋଇଗଲା; ଏବଂ ୨୫ ବର୍ଷ ମଧ୍ୟରେ ଦେଶ ସ୍ୱାଧୀନ ହେଲା । ଏହା ଘଟିଲା କି ନାହିଁ ସାଥୀମାନେ, ସେମାନଙ୍କ ପ୍ରୟାସ ଯୋଗୁଁ ଏହା ଘଟିଛି କି ନାହିଁ? ସେହି ୨୫ ବର୍ଷ ମଧ୍ୟରେ ଯେଉଁ ଦେଶବ୍ୟାପୀ ଉତ୍ସାହ ସୃଷ୍ଟି ହୋଇଥିଲା ତାହା ୧୯୪୭ମସିହାରେ ଦେଶକୁ ସ୍ୱାଧୀନତା ଦେଇଥିଲା।

ଜି - ୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

September 26th, 04:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି - ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା : ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ , ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍‌; ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ ।

ଚନ୍ଦ୍ରଯାନ - ୩ ମିଶନର ଐତିହାସିକ ସଫଳତାକୁ ପାଳନ କରିବା ପାଇଁ କ୍ୟାବିନେଟ ପ୍ରସ୍ତାବ

August 29th, 04:00 pm

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ପ୍ରୟାସ ପାଇଁ କ୍ୟାବିନେଟ୍ ଅଭିନନ୍ଦନ ଜଣାଇଛି । ଆମ ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ, ସେମାନଙ୍କ ଯୋଗୁଁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବାରେ ଭାରତ ହେଉଛି ପ୍ରଥମ ଦେଶ । ପୂର୍ବାନୁମାନ ସଠିକତା ସହ ଚନ୍ଦ୍ରରେ ଅବତରଣ କରିବା ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଅନେକ କଠିନ ପରିସ୍ଥିତିକୁ ଅତିକ୍ରମ କରି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବା ଆମ ବୈଜ୍ଞାନିକ ମାନଙ୍କ ଉତ୍ସାହର ପ୍ରମାଣ, ଯେଉଁମାନେ ଶହ ଶହ ବର୍ଷ ଧରି ମାନବ ଜ୍ଞାନର ସୀମାକୁ ବ୍ୟାପକ କରିବା ପାଇଁ ଚେଷ୍ଟା କରି ଆସୁଛନ୍ତି । ଚନ୍ଦ୍ରରୁ 'ପ୍ରଜ୍ଞାନ' ରୋଭର ଦ୍ୱାରା ପ୍ରେରଣ କରାଯାଉଥିବା ସୂଚନାର ସମ୍ପଦ ଜ୍ଞାନକୁ ଆଗକୁ ବଢ଼ାଇବ ଏବଂ ଚନ୍ଦ୍ର ଏବଂ ଏହା ବ୍ୟତୀତ ଅନ୍ୟାନ୍ୟ ରହସ୍ୟ ବିଷୟରେ ଅଭୂତପୂର୍ବ ଆବିଷ୍କାର ଏବଂ ଜ୍ଞାନ ପାଇଁ ମାର୍ଗ ପ୍ରଶସ୍ତ କରିବ ।

ଚନ୍ଦ୍ରଯାନ ୩ ଅଭିଯାନର ସଫଳତା ଉପରେ ଟିମ ଇସ୍ରୋକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 26th, 08:15 am

ଆପଣ ସମସ୍ତଙ୍କ ଗହଣରେ ଆସି ଆଜି ଏକ ଭିନ୍ନ ପ୍ରକାରର ଆନନ୍ଦ ଅନୁଭବ କରୁଛି । ବୋଧହୁଏ, ଏଭଳି ଖୁସି ବହୁତ ବିରଳ ଘଟଣାରେ ହିଁ ମିଳିଥାଏ, ଯେତେବେଳେ ଦେହ ମନ ଖ୍‌ୁସିରେ ଭରିଯାଇଥାଏ ଏବଂ ବ୍ୟକ୍ତିର ଜୀବନରେ ଅନେକଥର ଏଭଳି ଘଟଣା ଘଟିଥାଏ କି ତାହା ଉପରେ ଉତ୍କଣ୍ଠାର ମାତ୍ରା ଅଧିକ ହୋଇଯାଏ । ଏଥର ମୋ ସାଥିରେ ମଧ୍ୟ ଏହିଭଳି ହିଁ ହୋଇଛି, ଏତେ ଉତ୍କଣ୍ଠା । ମୁଁ ଦକ୍ଷିଣ ଆଫ୍ରିକାରେ ଥିଲି । ପୁଣି ଗ୍ରୀସ୍‌ର କାର୍ଯ୍ୟକ୍ରମ ଥିଲା । ତେଣୁ ସେଠାକୁ ଚାଲିଗଲି । କିନ୍ତୁ ମୋ ମନ ସମ୍ପୁର୍ଣ୍ଣ ରୂପେ ଆପଣଙ୍କ ସହ ଯୋଡି ହୋଇ ରହିଥିଲା । କିନ୍ତୁ ବେଳେ ବେଳେ ମତେ ଅନୁଭବ ହୁଏ ଯେ ମୁଁ ଆପଣମାନଙ୍କ ସହିତ ଅନ୍ୟାୟ କରି ଦେଉଛି । ଉତ୍କଣ୍ଠା ମୋର କିନ୍ତୁ କଷ୍ଟ ଆପଣଙ୍କର । ଏତେ ସକାଳୁ ସକାଳୁ ଆପଣ ସମସ୍ତଙ୍କୁ ଏବଂ ଏହି ସମୟରେ ବାସ୍ ମନ ଚାହୁଁଥିଲା ଯିବାକୁ ଏବଂ ଆପଣମାନଙ୍କୁ ପ୍ରଣାମ କରିବାକୁ । ଆପଣମାନଙ୍କୁ କଷ୍ଟ ହୋଇଥିବ, କିନ୍ତୁ ମୁଁ ଭାରତରେ ପହଂଚିବା ମାତ୍ରେ ହିଁ ଶୀଘ୍ର ଶୀଘ୍ର ଆପଣମାନଙ୍କ ଦର୍ଶନ କରିବାକୁ ଚାହୁଁଥିଲି । ଆପଣ ସମସ୍ତଙ୍କୁ ସଲାମ କରିବାକୁ ଚାହୁଁଥିଲି । ସଲାମ ଆପଣଙ୍କ ପରିଶ୍ରମକୁ, ସଲାମ ଆପଣଙ୍କ ଧୈର୍ଯ୍ୟକୁ, ସଲାମ ଆପଣଙ୍କ ନିଷ୍ଠାକୁ, ସଲାମ ଆପଣମାନଙ୍କ ଜୀବନ୍ତତାକୁ, ସଲାମ ଆପଣମାନଙ୍କ ଆବେଗକୁ । ଆପଣମାନେ ଦେଶକୁ ଯେଉଁ ଶିଖର ପର୍ଯ୍ୟନ୍ତ ନେଇଯାଇଛନ୍ତି, ଏହା କୌଣସିି ସାଧାରଣ ସଫଳତା ନୁହେଁ । ଏହା ଅନନ୍ତ ଅନ୍ତରୀକ୍ଷରେ ଭାରତର ବୈଜ୍ଞାନିକ ସାମର୍ଥ୍ୟର ଶଙ୍ଖନାଦ ଅଟେ ।

ଚନ୍ଦ୍ରଯାନ-୩ ର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ଟିମ୍ ଇସ୍ରୋକୁ ସମ୍ବୋଧନ

August 26th, 07:49 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬-୦୮-୨୦୨୩) ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ଗ୍ରୀସରୁ ଭାରତ ଫେରିବା ପରେ ସେ ସେଠାରେ ପହଞ୍ଚି ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଟିମ୍ ଇସ୍ରୋକୁ ସମ୍ବୋଧନ କରିଛନ୍ତି । ଚନ୍ଦ୍ରଯାନ-୩ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।