ଫଳାଫଳ ତାଲିକା: ନ୍ୟୁଜିଲ୍ୟାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ

July 11th, 08:03 am

ଏହି ବୁଝାମଣାପତ୍ର ସମ୍ବାଦ, ସମନ୍ୱୟ, ସୂଚନା ଆଦାନପ୍ରଦାନ ଏବଂ ମିଳିତ କାର୍ଯ୍ୟକଳାପ ମାଧ୍ୟମରେ ହିନ୍ଦ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସହଯୋଗ ବୃଦ୍ଧି ପାଇଁ ଏକ ଢ଼ାଞ୍ଚା ପ୍ରତିଷ୍ଠା କରେ ।

ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 07th, 03:15 pm

ଆଜି ସକାଳେ, ମୁଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇବାର ସୌଭାଗ୍ୟ ମଧ୍ୟ ପାଇଲି। ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରତି ଇଣ୍ଡୋନେସିଆ ଲୋକଙ୍କ ସ୍ନେହକୁ ହୃଦୟର ସହିତ ଗ୍ରହଣ କରୁଛି। ଏହି ସମ୍ମାନ ଆମ ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ଆମର ସହଭାଗୀ ଐତିହ୍ୟ ଏବଂ ଆମର ସୁଦୃଢ଼ ସମ୍ପର୍କର ପ୍ରମାଣ। ମୁଁ ଆପଣ ସମସ୍ତଙ୍କୁ, ରାଷ୍ଟ୍ରପତି ପ୍ରବୋଓଙ୍କୁ, ଇଣ୍ଡୋନେସିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଉଛି।

Prime Minister addresses the Parliament of Indonesia

July 07th, 03:00 pm

Addressing the Parliament of Indonesia in Jakarta, PM Modi spoke about the deep civilisational and democratic ties between India and Indonesia. He also highlighted their maritime partnership, proposed the Ganga-Mahakam Vision and called for closer cooperation across development, security and the Global South, while reaffirming a free, open, inclusive and rules-based Indo-Pacific.

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆଲୋଚନା

June 14th, 08:37 pm

ଦୁଇ ନେତା ଦ୍ୱିପାକ୍ଷିତ ସମ୍ପର୍କର ବିଭିନ୍ନ ଦିଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ । ସେମାନେ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଉକ୍ରୃଷ୍ଟ ଅଭିବୃଦ୍ଧି ଏବଂ ଗଭୀରତାରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ ଉନ୍ନତ ପ୍ରଯୁକ୍ତିର ସହ-ଡିଜାଇନ, ସହ-ବିକାଶ ଏବଂ ସହ-ଉତ୍ପାଦନ ଉପରେ ଧ୍ୟାନ ଦେଇ ଏହାକୁ ଆହୁରି ତୀବ୍ର କରିବାକୁ ସହମତ ହୋଇଥିଲେ । ଉଭୟ ନେତା ମହାକାଶ କ୍ଷେତ୍ରରେ ସହଯୋଗର ସମୃଦ୍ଧ ଐତିହ୍ୟକୁ ଉଲ୍ଲେଖ କରିଥିଲେ ଏବଂ ମାନବ ମହାକାଶ ଉଡ଼ାଣ ଏବଂ ମହାକାଶ ପରିସ୍ଥିତିଗତ ସଚେତନତାରେ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ଉପରେ ଆଲୋଚନା କରିଥିଲେ । ସେମାନେ ମହାକାଶରେ ଘରୋଇ କ୍ଷେତ୍ର ସହଯୋଗକୁ ବିସ୍ତାର କରିବାର ଉପାୟ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ । ବେସାମରିକ ପରମାଣୁ ଶକ୍ତିରେ, ସେମାନେ ଉଲ୍ଲେଖ କରିଥିଲେ ଯେ ଭାରତର ଶାନ୍ତି ଆଇନ କ୍ଷୁଦ୍ର ଉନ୍ନତ ମଡୁ୍ୟଲାର ରିଆକ୍ଟର ସମେତ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି କରେ ।

ଗୁଜରାଟରେ ୧୩୪ କିଲୋମିଟର ନୂଆ ରେଳ ନେଟୱର୍କକୁ କ୍ୟାବିନେଟ ଅନୁମୋଦନ

May 13th, 03:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ଅହମ୍ମଦାବାଦ (ସରଖେଜ) - ଧୋଲେରା ସେମି ହାଇ-ସ୍ପିଡ୍ ଡବଲ୍ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହାର ମୋଟ ଆକଳନ ବ୍ୟୟ ପ୍ରାୟ ୨୦,୬୬୭ କୋଟି ଟଙ୍କା ରହିବ। ଏହା ଭାରତୀୟ ରେଳବାଇର ପ୍ରଥମ ସେମି ହାଇ-ସ୍ପିଡ୍ ପ୍ରକଳ୍ପ ହେବ, ଯାହା ସ୍ୱଦେଶୀ ଜ୍ଞାନକୌଶଳ ସହିତ ବିକଶିତ ପ୍ରଯୁକ୍ତିବିଦ୍ୟା ସହ ପରିକଳ୍ପିତ।

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତ

February 26th, 07:41 pm

ଭୂଭୌତିକ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

ଭାରତ-ଫ୍ରାନ୍ସ ମିଳିତ ବିବୃତି

February 18th, 08:10 am

ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ ୧୭ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତ କରିଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରଭାବ ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୧୭ ଫେବୃଆରୀରେ ମୁମ୍ବାଇରେ ମିଳିତ ଭାବରେ ୨୦୨୬ ଭାରତ-ଫ୍ରାନ୍ସ ନବସୃଜନ ବର୍ଷର ଉଦଘାଟନ କରିଥିଲେ। ଏହା ହେଉଛି ରାଷ୍ଟ୍ରପତି ମାକ୍ରନଙ୍କର ଚତୁର୍ଥ ଭାରତ ଗସ୍ତ। ଫେବୃଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ପରେ ପରେ ମାକ୍ରନ ଭାରତ ଗସ୍ତରେ ଆସିଥିଲେ। ଏହି ଅବସରରେ ଉଭୟ ନେତା ଆଗାମୀ ଦଶନ୍ଧିରେ ଦ୍ୱିପାକ୍ଷିକ ସହଯୋଗକୁ ମାର୍ଗଦର୍ଶନ କରିବା ପାଇଁ ସମ୍ପର୍କକୁ ସ୍ୱତନ୍ତ୍ର ବୈଶ୍ୱିକ ରଣନୀତିକ ସହଭାଗିତା ରେ ପରିଣତ କରିବାକୁ ସହମତ ହୋଇଥିଲେ। ଭାରତ-ଫ୍ରାନ୍ସ ସମ୍ପର୍କର ଏହି ଉନ୍ନତି ମିଳିତ ଭାବେ ବୃଦ୍ଧି ପାଉଥିବା ଉଭୟ ନେତାଙ୍କ ଉଚ୍ଚଭିଳାଷ ଓ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି। ବିଶ୍ୱର ମଙ୍ଗଳ ପାଇଁ ଏହା ଏକ ଶକ୍ତି ଭାବରେ କାର୍ଯ୍ୟ କରିବ । ଏହା କେବଳ ସେମାନଙ୍କ ଅର୍ଥନୀତିରେ ସମୃଦ୍ଧି ଓ ସ୍ଥିରତା ନିର୍ମାଣ କରିବାରେ ଓ ସେମାନଙ୍କ ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ, ତାହା ନୁହେଁ ବରଂ ଦିନକୁ ଦିନ ବଢୁଥିବା ଅନିଶ୍ଚିତ ବୈଶ୍ୱିକ ପରିସ୍ଥିତିରେ ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବ। ଏହା ସହିତ ଏକ ସ୍ଥିର ନିୟମ-ଆଧାରିତ ଅନ୍ତର୍ଜାତୀୟ ପରିବେଶ ଗଠନ କରିବାରେ ସାହାଯ୍ୟ କରିବ। ଉଭୟ ଦେଶ ୨୦୨୩ ମସିହାରେ ରଣନୀତିକ ସହଭାଗୀତାର ପଞ୍ଚବିଂଶ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ସେମାନେ ୨୦୪୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସମ୍ପର୍କର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ହରାଇଜନ ୨୦୪୭ ରୋଡମ୍ୟାପ୍ ଗ୍ରହଣ କରିଥିଲେ। ଏହି ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତବାର୍ଷିକୀ ବର୍ଷ, ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଶତବାର୍ଷିକୀ ଓ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତାର ୫୦ତମ ବର୍ଷ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଓ ଉନ୍ନତ ସହଭାଗୀତାର କାର୍ଯ୍ୟାନ୍ୱୟନ ଏବଂ ହରାଇଜନ୍ ୨୦୪୭ ବିଶେଷ କରି ଆର୍ଥିକ ସୁରକ୍ଷା, ବିଶ୍ୱ ସମସ୍ୟା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ଷେତ୍ରରେ ନିୟମିତ ସମୀକ୍ଷା କରିବା ପାଇଁ ଏକ ବୈଦେଶିକ ମନ୍ତ୍ରୀସ୍ତରୀୟ ବ୍ୟାପକ ଆଲୋଚନା କରିଥିଲେ।

ଜର୍ମାନୀର ଚାନ୍‌ସେଲର ଫ୍ରେଡରିକ୍‌ ମର୍ଜଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତ୍ତି

January 12th, 12:49 pm

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଆଜି ଭାରତରେ ଚାନସେଲର ମର୍ଜଙ୍କୁ ସ୍ୱାଗତ କରିବା ମୋ ପାଇଁ ଏକ ବିଶେଷ ଆନନ୍ଦର ମୁହୂର୍ତ୍ତ। ଏହା ଏକ ସୁଖଦ ସଂଯୋଗ ଯେ, ସ୍ୱାମୀ ବିବେକାନନ୍ଦ ଭାରତ ଏବଂ ଜର୍ମାନୀ ମଧ୍ୟରେ ଦର୍ଶନ, ଜ୍ଞାନ ଏବଂ ଆତ୍ମଚେତନାର ଏକ ସେତୁ ନିର୍ମାଣ କରିଥିଲେ। ଆଜି ଚାନସେଲର ମର୍ଜଙ୍କ ଗସ୍ତ ସେହି ସେତୁକୁ ନୂତନ ଶକ୍ତି, ନୂତନ ଆତ୍ମବିଶ୍ୱାସ ଏବଂ ନୂତନ ପରିସୀମା ପ୍ରଦାନ କରୁଛି। ଏହା କେବଳ ଭାରତ ନୁହେଁ ବରଂ ଏସିଆକୁ ଚାନ୍‌ସେଲର ଭାବରେ ତାଙ୍କର ପ୍ରଥମ ଗସ୍ତ। ଭାରତ ସହିତ ନିବିଡ଼ ସମ୍ପର୍କକୁ ସେ କେତେ ମାତ୍ରାରେ ଗୁରୁତ୍ୱ ଦିଅନ୍ତି ଏହା ତା’ର ଏକ ବଳିଷ୍ଠ ପ୍ରମାଣ। ମୁଁ ତାଙ୍କର ବ୍ୟକ୍ତିଗତ ଧ୍ୟାନ ଓ ପ୍ରତିବଦ୍ଧତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଭାରତ ଜର୍ମାନୀ ସହିତ ବନ୍ଧୁତା ଏବଂ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ଗୁଜୁରାଟରେ, ଆମେ କହୁଛୁ, ଆଭକାରୋ ମିଠୋ ଆପଜେ ରେ, ଅର୍ଥାତ୍, ସ୍ନେହ ଓ ଆତ୍ମୀୟତା ସହିତ ସ୍ୱାଗତ। ଏହି ଭାବନା ​​ସହିତ, ଆମେ ଭାରତରେ ଚାନସେଲର ମର୍ଜଙ୍କୁ ସହୃଦୟତାର ସହିତ ସ୍ୱାଗତ କରୁଛୁ।

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 11th, 02:45 pm

ଗୁଜରାଟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି, ଗୁଜରାଟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଗଣ , ସଂସଦ ଏବଂ ବିଧାନସଭାର ସଦସ୍ୟ, ମହାମହିମ , ଶିଳ୍ପ ଜଗତର ପ୍ରତିନିଧି, ଅନ୍ୟ ସମ୍ମାନିତ ଅତିଥିଗଣ , ମହିଳା ଏବଂ ଭଦ୍ର ଲୋକମାନୋ

ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 11th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ରାଜକୋଟଠାରେ କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, 2026 ବର୍ଷ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ। ସେ ଏହା ଉପରେ ଆଲୋକପାତ କରି କହିଥିଲେ, ସକାଳେ ସେ ଭଗବାନ ସୋମନାଥଙ୍କ ଦିବ୍ୟ ଦର୍ଶନ କରିଥିଲେ ଏବଂ ବର୍ତ୍ତମାନ ରାଜକୋଟରେ ଏକ ମହାନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ‘ବିକାଶ ଭି, ବୀରାସତ ଭି’ (ଐତିହ୍ୟକୁ ନେଇ ବିକାଶ) ମନ୍ତ୍ର ସବୁଠି ଗୁଞ୍ଜରିତ ହେଉଛି। ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବା ପାଇଁ ଦେଶ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ସହକର୍ମୀଙ୍କୁ ସେ ସ୍ୱାଗତ କରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ।

ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସର ପ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 20th, 09:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସର ପ୍ରଗତି ସମୀକ୍ଷା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସମ୍ପୂର୍ଣ୍ଣ ହେବା ପରେ, ଏହା ବିଶ୍ୱର ସର୍ବବୃହତ ସାମୁଦ୍ରିକ ସଂଗ୍ରହାଳୟ ହେବ । ଏହା ପର୍ଯ୍ୟଟନ, ଗବେଷଣା, ଶିକ୍ଷା ଏବଂ ଦକ୍ଷତା ବିକାଶର କେନ୍ଦ୍ର ଭାବରେ କାର୍ଯ୍ୟ କରିବା ସହିତ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରାକୁ ପ୍ରଦର୍ଶିତ କରିବ ।”

ସେପ୍ଟେମ୍ବର ୨୦ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

September 19th, 05:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୦ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ସେ ‘ସମୁଦ୍ର ସେ ସମୃଦ୍ଧି’ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଭାଭନଗରରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ୩୪,୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ଥାଇଲାଣ୍ଡ ଗସ୍ତ

April 03rd, 08:36 pm

ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଥାଇଲାଣ୍ଡର ଡିଜିଟାଲ୍ ଅର୍ତନୀତି ଏବଂ ସମାଜ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା

The BJP government in Gujarat has prioritised water from the very beginning: PM Modi in Amreli

October 28th, 04:00 pm

PM Modi laid the foundation stone and inaugurated various development projects worth over Rs 4,900 crores in Amreli, Gujarat. The Prime Minister highlighted Gujarat's remarkable progress over the past two decades in ensuring water reaches every household and farm, setting an example for the entire nation. He said that the state's continuous efforts to provide water to every corner are ongoing and today's projects will further benefit millions of people in the region.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଗୁଜରାଟର ଅମରେଲିଠାରେ ୪,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ

October 28th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅମରେଲିଠାରେ ୪ ହଜାର ୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳବାଇ, ସଡ଼କ, ଜଳ ବିକାଶ ଓ ପର୍ଯ୍ୟଟନ ଆଦି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅମରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋଟାଦ ଆଦି ଜିଲ୍ଳାର ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇପାରିବେ ।

ଲୋଥାଲରେ ଜାତୀୟ ସାମୁଦ୍ରିକ ହେରିଟେଜ୍ କମ୍ପେ୍ଲକ୍ସ ନିର୍ମାଣ ଉପରେ ଲିଙ୍କଡ୍‌ଇନ୍ ପୋଷ୍ଟ୍ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 15th, 03:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିଙ୍କଡ୍‌ଇନ୍‌ରେ ଏକ ପୋଷ୍ଟ ଲେଖିଛନ୍ତି, ଯେଉଁଥିରେ ସେ ଗୁଜରାଟର ଲୋଥାଲରେ ଏକ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ ନିର୍ମାଣର ଲାଭ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ।

ଗୁଜରାଟର ଲୋଥାଲସ୍ଥିତ ନ୍ୟାସନାଲ୍ ମାରିଟାଇମ୍ ହେରିଟେଜ୍ କମ୍ପ୍ଲେକ୍ସ (ଏନଏମଏଚସି)ର ବିକାଶକୁ କ୍ୟାବିନେଟ୍ ମଞ୍ଜୁରୀ

October 09th, 03:56 pm

ସ୍ୱେଚ୍ଛାକୃତ ସମ୍ବଳ/ ଅବଦାନ ମାଧ୍ୟମରେ ପାଣ୍ଠି ସଂଗ୍ରହ କରି ଏବଂ ପାଣ୍ଠି ସଂଗ୍ରହ ପରେ ତାହାକୁ କାର୍ଯ୍ୟକାରୀ କରି ମାଷ୍ଟର ପ୍ଲାନ୍ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ କ୍ୟାବିନେଟ୍ ନୀତିଗତ ଅନୁମୋଦନ ପ୍ରଦାନ କରିଛି।

ଗ୍ଲୋବାଲ୍ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 17th, 11:10 am

ନମସ୍କାର, ସମଗ୍ର ବିଶ୍ୱରୁ ଆସିଥିବା ସମସ୍ତ ଅତିଥିଗଣ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ମହାରାଷ୍ଟ୍ର, ଗୋଆର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ

ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

October 17th, 10:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଏକ ବ୍ଲୁ ପ୍ରିଣ୍ଟ 'ଅମୃତ କାଳ ଭିଜନ ୨୦୪୭' କୁ ଉନ୍ମୋଚନ କରିଥିଲେ । ଆଗାମୀ ଭବିଷ୍ୟତରେ ଭାରତରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ‘ଅମୃତ କାଳ ଭିଜନ ୨୦୪୭' ସହିତ ସଂଯୁକ୍ତ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ କରିବା ସହ ତାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ l ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।

We stamped out terrorism in the last eight years with resolute actions: PM Modi in Jamnagar

November 28th, 02:15 pm

Addressing his third public meeting of the day, The Prime Minister said, “It is equally important for a developed India to be a self-reliant India. And that's why Gujarat's industries, MSMEs-small scale industries have a huge role to play. Jamnagar's brass industry and bandhani art have received a lot of support over the years. Today, Jamnagar produces everything from pins to aeroplane parts”.