'ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଅଫ୍ ଘାନା' ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 03rd, 02:15 am

ରାଷ୍ଟ୍ରପତି ଜୀ ଙ୍କ ଦ୍ୱାରା ଘାନାର ଜାତୀୟ ପୁରସ୍କାର, ‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଅଫ୍ ଘାନା’ରେ ସମ୍ମାନିତ କରାଯିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଏବଂ ସମ୍ମାନର କଥା।

ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

July 03rd, 02:12 am

ଆଜି ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଘାନାର ଜାତୀୟ ସମ୍ମାନ –‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରିଛନ୍ତି । ୧.୪ ବିଲିୟନ ଭାରତୀୟଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତର ଯୁବପିଢ଼ିଙ୍କ ଆକାଂକ୍ଷା, ଏହାର ସାଂସ୍କୃତିକ ପରମ୍ପରା ଏବଂ ବିବିଧତା ତଥା ଘାନାର ଐତିହାସିକ ସମ୍ପର୍କ ପ୍ରତି ଉତ୍ସର୍ଗ କରିଛନ୍ତି ।