୧୦,୯୯୮.୩୨ କୋଟି ଟଙ୍କା ବ୍ୟୟରେ ବରୁଣା ନଦୀ କୂଳରେ ଏଲିଭେଟେଡ୍ କରିଡର ନିର୍ମାଣକୁ ମଞ୍ଜୁରୀ
July 15th, 04:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ଉତ୍ତର ପ୍ରଦେଶର ବାରଣାସୀ ସହରର ଭିଡ଼ ହ୍ରାସ ପାଇଁ ବରୁଣା ନଦୀ କୂଳରେ ଏନଏଚ୍-୩୧ ବାରଣାସୀ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ୪୩.୨୧୮ କିଲୋମିଟର ଲିଙ୍କ୍/କନେକ୍ଟର କରିଡରର ବିକାଶକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପରେ ମୁଖ୍ୟତଃ ୬/୪ ଲେନ୍ ବିଶିଷ୍ଟ ଉଚ୍ଚ କରିଡର ଅନ୍ତର୍ଭୁକ୍ତ, ଯେଉଁଥିରେ ମୁଖ୍ୟ ଗାଡ଼ି ରାସ୍ତା, ଫ୍ଲାଏଓଭର, ଲୁପ୍, ରାମ୍ପ ଏବଂ ସେବା ରାସ୍ତା ଅନ୍ତର୍ଭୁକ୍ତ, ଏବଂ ଏହାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା ହାଇବ୍ରିଡ୍ ଆନୁଇଟି ମଡେଲ୍ (ଏଚଏଏମ୍) ଅଧୀନରେ ୧୦,୯୯୮.୩୨ କୋଟି ଟଙ୍କା ମୋଟ ପୁଞ୍ଜି ଖର୍ଚ୍ଚରେ କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ୪୫୬୫.୩୩ କୋଟି ଟଙ୍କା ସିଭିଲ୍ ନିର୍ମାଣ ଖର୍ଚ୍ଚ ଏବଂ ୯୩୪.୯୧ କୋଟି ଟଙ୍କା ଜମି ଅଧିଗ୍ରହଣ ଖର୍ଚ୍ଚ ଅନ୍ତର୍ଭୁକ୍ତ।୭,୧୪୫.୧୪ କୋଟି ଟଙ୍କା ବ୍ୟୟରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ
July 01st, 03:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ଜାତୀୟ ରାଜପଥ (ଓ) କାର୍ଯ୍ୟକ୍ରମ ଅଧୀନରେ ଭୋପାଳ-କାନପୁର ଅର୍ଥନୈତିକ କରିଡରର ଏକ ପ୍ରମୁଖ ଅଂଶ ରୂପେ, ୧୧୭.୭ କିଲୋମିଟର ଦୀର୍ଘ କାନପୁର-କବରାଇ ଆକ୍ସେସ-କଣ୍ଟ୍ରୋଲ୍ଡ ଗ୍ରୀନଫିଲ୍ଡ ହାଇୱେର ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି। ଏହା ଏକ ଚାରି-ଲେନ୍ ବିଶିଷ୍ଟ ନିୟନ୍ତ୍ରିତ ପ୍ରବେଶ (ଆକ୍ସେସ-କଣ୍ଟ୍ରୋଲ୍ଡ) କରିଡର ହେବ, ଯାହାକୁ ଭବିଷ୍ୟତରେ ଛଅ-ଲେନ୍ କରିବା ପାଇଁ ଡିଜାଇନ୍ କରାଯାଇଛି। ୭,୧୪୫.୧୪ କୋଟି ଟଙ୍କାର ଆନୁମାନିକ ମୋଟ ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ବିଓଟି ଟୋଲ୍ ମୋଡ୍ରେ କାର୍ଯ୍ୟକାରୀ କରାଯିବ, ଏହା ସହିତ ଏନଏଚ-୩୪ ର ବିଦ୍ୟମାନ କାନପୁର-କବରାଇ ସେକ୍ସନର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିବ।