'ଭୋକାଲ୍ ଫର୍ ଲୋକାଲ୍' – ମନ୍ କି ବାତ୍ ରେ ସ୍ୱଦେଶୀ ଗର୍ବର ସହ ପର୍ବପର୍ବାଣୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ

August 31st, 11:30 am

ଚଳିତ ମାସର ମନ୍ କି ବାତ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିବା ସୁରକ୍ଷା ବାହିନୀ ଏବଂ ନାଗରିକମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ କ୍ରୀଡ଼ା ପ୍ରତିଯୋଗିତା, ସୌରଶକ୍ତି, 'ଅପରେସନ୍ ପୋଲୋ' ଏବଂ ଭାରତୀୟ ସଂସ୍କୃତିର ବିଶ୍ବବ୍ୟାପୀ ପ୍ରସାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ଆଲୋକପାତ କରିଥିଲେ। ପାର୍ବଣ ଋତୁରେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ କିଣିବା ଏବଂ ସ୍ୱଚ୍ଛତା ବଜାୟ ରଖିବାର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସ୍ମରଣ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।