Cabinet approves integration and continuation of two schemes under umbrella scheme SARTHAK-PDS

May 27th, 02:53 pm

The Cabinet Committee on Economic Affairs (CCEA), chaired by PM Modi, has approved the continuation of SARTHAK PDS as an umbrella scheme with a Central outlay of ₹25,530 crore. Equipped with advanced technologies such as AI, ML, NLP and Blockchain, the scheme aims to ensure last-mile service delivery, minimize leakages and strengthen the nation’s commitment to food security under the NFSA.

୨୦୨୩-୨୪ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

June 07th, 05:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଫସଲଗୁଡ଼ିକର ବାଧ୍ୟତାମୂଳକ ଏମଏସପି ଦରକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଆହୁରି ତିନିମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧି

September 28th, 04:06 pm

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧିକୁ ଆହୁରି ତିନି ମାସ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ପିଏମଜିକେଏୱାଇ ଯୋଜନାର ସପ୍ତମ ପର୍ଯ୍ୟାୟ ଚଳିତ ଅକ୍ଟୋବର ମାସରୁ ଆସନ୍ତା ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ତିନି ମାସ ଲାଗି କାର୍ଯ୍ୟକାରୀ ହେବ। ଗତ ବର୍ଷ ଅର୍ଥାତ୍‌ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେତେକ ଜନକଲ୍ୟାଣକାରୀ ଯୋଜନାର ଘୋଷଣା କରିଥିଲେ । ଏହି ଘୋଷଣା ଅନୁରୂପ ଦେଶରେ ପିଏମଜିକେଏୱାଇ ଯୋଜନାକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯୋଜନାକୁ ଆହୁରି ତିନି ମାସ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଭିନ୍ନ ସରକାରୀ ଯୋଜନାରେ ଭିଟାମିନ୍‌ଯୁକ୍ତ (ଫଟିଫାଏଡ) ଚାଉଳ ଯୋଗାଣ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

April 08th, 03:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ଲକ୍ଷ୍ୟଭିତ୍ତିକ ସାଧାରଣ ବଂଟନ ବ୍ୟବସ୍ଥା (ଟିପିଡିଏସ୍‌), ସମନ୍ୱିତ ଶିଶୁ ବିକାଶ ସେବା ଆଇସିଡିଏସ, ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ -ପିଏମ୍ ପେ।।ଷଣ(ପୂର୍ବରୁ ମଧ୍ୟାହ୍ନଭୋଜନ ଯୋଜନା)ଏବଂ ଭାରତ ସରକାର ଅନ୍ୟାନ୍ୟ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ଫଟିଫାଏଡ ଚାଉଳ ଯୋଗାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଉପରୋକ୍ତ ଯୋଜନା ନିମନ୍ତେ ଏହି ଚାଉଳ ୨୦୨୪ ସୁଦ୍ଧା ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହ ଅଗଷ୍ଟ ୩ରେ ଗୁଜୁରାଟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

August 01st, 09:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩, ୨୦୨୧ ମଧ୍ୟାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ ।