ଗୁଜରାଟର ଭଦୋଦରାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ
May 11th, 06:15 pm
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସିଂଘଭି ଜୀ,କେନ୍ଦ୍ରମନ୍ତ୍ରୀ ଏବଂ ପ୍ରତିଷ୍ଠାତା ଟ୍ରଷ୍ଟି ମନସୁଖ ଭାଇ ମାଣ୍ଡଭ୍ୟ, ସର୍ଦ୍ଦାରଧାମର ସଭାପତି ଗଗଜୀ ଭାଇ ସୁତାରିଆ ଜୀ, ଦୁଷ୍ୟନ୍ତ ଭାଇ ପଟେଲ, ପଙ୍କଜ ଭାଇ ପଟେଲ, ରାଜ୍ୟ ବିଜେପି ସଭାପତି ଜଗଦୀଶ ବିଶ୍ୱକର୍ମା ଜୀ, ମଞ୍ଚରେ ଉପସ୍ଥିତ ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ, ସମସ୍ତ ଦାତା, ଟ୍ରଷ୍ଟି, ସମ୍ମାନିତ ଅତିଥି ଏବଂ ଗୁଜରାଟର ପ୍ରତ୍ୟେକ କୋଣରୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ ।ଗୁଜୁରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 11th, 06:00 pm
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଗୁଜରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କରିଛନ୍ତି । ସୋମନାଥ ମନ୍ଦିରର ୭୫ ତମ ଅଭିଷେକ ବାର୍ଷିକୀ ପାଳନ କରିବା ମୁହୂର୍ତ୍ତରେ ଭଦୋଦରାର ସର୍ଦ୍ଦାର ଧାମରେ ଏକ ବିଶିଷ୍ଟ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ସ୍ମୃତି ସହିତ ଶିକ୍ଷାନୁଷ୍ଠାନ ଉଦଘାଟନ କରିବାର ଶୁଭ ସଂଯୋଗକୁ ଚିହ୍ନିତ କରିଛନ୍ତି । ଶିକ୍ଷାଦାନ ସହାୟତା ଯୋଜନାର ଶୁଭାରମ୍ଭ କରିବା ସହିତ ଡକ୍ଟର ଦୁଷ୍ୟନ୍ତ ଏବଂ ଦକ୍ଷ ପଟେଲ ସୌଧର ଉଦଘାଟନ ଏବଂ ଏକାଧିକ ଶିକ୍ଷାଗତ ପ୍ରକଳ୍ପ ପାଇଁ ଭୂମି ପୂଜନ ସମାରୋହ ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପଦକ୍ଷେପଗୁଡ଼ିକୁ ଯୁବକମାନଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଲଞ୍ଚ ପ୍ୟାଡ୍ ଭାବରେ ସେ ବର୍ଣ୍ଣନା କରିଛନ୍ତି । କିଛି ଘଣ୍ଟା ପୂର୍ବରୁ, ମୁଁ ପ୍ରଭାସ ପଟନଠାରେ ସୋମନାଥ ଅମୃତ ମହୋତ୍ସବ ପାଳନ କରୁଥିଲି ଏବଂ ବର୍ତ୍ତମାନ ଏଠାରେ ଆମେ ପରିବର୍ତ୍ତନଶୀଳ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦଘାଟନ କରୁଛୁ, ଏହି ସମନ୍ୱୟ ଐତିହ୍ୟ ଏବଂ ପ୍ରଗତି କିପରି ଏକାଠି ଆଗକୁ ବଢ଼ିବ ତାହାର ଏକ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।Our government is making the vision of women-led development the axis of development: PM Modi in Bhopal, Madhya Pradesh
May 31st, 11:00 am
PM Modi participated in the Devi Ahilyabai Mahila Sashaktikaran Mahasammelan and launched multiple projects in Bhopal, Madhya Pradesh. Quoting Devi Ahilyabai, he reiterated that true governance means serving the people and improving their lives. Emphasising the government’s commitment to increasing women's participation in policymaking, the PM highlighted the progressive steps taken over the past decade.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଦେଶର ଭୋପାଳ ଠାରେ ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଛନ୍ତି
May 31st, 10:27 am
ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଥିଲେ। ସେ ଭୋପାଳରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ 'ମା ଭାରତୀ'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏବଂ ଭାରତର ମହିଳାମାନଙ୍କ ଶକ୍ତିକୁ ସ୍ୱୀକାର କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଦେବାକୁ ଆସିଥିବା ଭଉଣୀ ଏବଂ ଝିଅମାନଙ୍କର ବିଶାଳ ସମାବେଶ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ, କହିଥିଲେ ଯେ ସେମାନଙ୍କ ଉପସ୍ଥିତିରେ ସେ ସମ୍ମାନିତ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଆଜି ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ, 140 କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଏକ ଅବସର ଏବଂ ରାଷ୍ଟ୍ର ନିର୍ମାଣର ସ୍ମାରକୀ ପ୍ରୟାସରେ ଯୋଗଦାନ ଦେବାର ଏକ ମୁହୂର୍ତ୍ତ। ଦେବୀ ଅହିଲ୍ୟାବାଇଙ୍କ ଉଦ୍ଧୃତି ଦେଇ, ସେ ପୁନର୍ବାର କହିଥିଲେ ଯେ, ପ୍ରକୃତ ଶାସନ ଅର୍ଥ ହେଉଛି ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା। ସେ ମନ୍ତବ୍ୟ ଦେଇଥିଲେ ଯେ, ଆଜିର କାର୍ଯ୍ୟକ୍ରମ ତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଏବଂ ତାଙ୍କ ଆଦର୍ଶକୁ ଆଗକୁ ବଢ଼ାଏ। ପ୍ରଧାନମନ୍ତ୍ରୀ ଇନ୍ଦୋର ମେଟ୍ରୋର ଶୁଭାରମ୍ଭ ଏବଂ ଦାତିଆ ଏବଂ ସତନା ପାଇଁ ବିମାନ ସଂଯୋଗୀକରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶରେ ଭିତ୍ତିଭୂମିକୁ ବୃଦ୍ଧି କରିବ, ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।