ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି

August 15th, 10:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ, ଆତ୍ମନିର୍ଭର ଭାରତକୁ ବିକଶିତ ଭାରତର ଏକ ପ୍ରମୁଖ ଭିତ୍ତିଭୂମି ଭାବରେ ରେଖାଙ୍କିତ କରି ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି, ମହାକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଅପରେସନ ସିନ୍ଦୂର ଉପରେ ଆଲୋକପାତ କରି ସେ କହିଥିଲେ ଯେ, ରଣନୈତିକ ଆତ୍ମନିର୍ଭରଶୀଳତା ଏବଂ ସ୍ୱଦେଶୀ କ୍ଷମତାଗୁଡିକ ବିପଦକୁ ନିର୍ଣ୍ଣାୟକ ଭାବରେ ମୁକାବିଲା କରିବା, ସ୍ୱାବଲମ୍ବନଶୀଳତାକୁ ଜାତୀୟ ଶକ୍ତି, ମର୍ଯ୍ୟାଦାର ଆଧାର କରିବା ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଯାତ୍ରାର ମୂଳଦୁଆ କରିବା ପାଇଁ ମହତ୍ଵପୂର୍ଣ୍ଣ ଅଟେ।