ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା
June 28th, 08:24 pm
ଆପଣ ଆଜି ମାତୃଭୂମିରୁ, ଭାରତ ଭୂମିରୁ, ସମସ୍ତଙ୍କଠାରୁ ବହୁତ ଦୂରରେ ଅଛନ୍ତି। କିନ୍ତୁ ଭାରତବାସୀଙ୍କ ହୃଦୟର ସବୁଠୁ ପାଖରେ ଅଛନ୍ତି। ଆପଣଙ୍କ ନାଁରେ ବି ଶୁଭ ଅଛି ଓ ଆପଣଙ୍କ ଯାତ୍ରା ବି ହେଉଛି ନୂଆ ଯୁଗର ଶୁଭାରମ୍ଭ। ଏବେ ଆମେ ଦୁଇ ଜଣ କଥାବାର୍ତ୍ତା ହେଉଛୁ, କିନ୍ତୁ ମୋ ସହିତ ୧୪୦ କୋଟି ଭାରତବାସୀଙ୍କ ଭାବପ୍ରବଣତା ଅଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଓ ଉଲ୍ଲାସ ସାମିଲ ଅଛି। ମହାକାଶରେ ଭାରତର ପତାକା ଉଡ଼ାଇ ଥିବାରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଦେଉଛି। ମୁଁ ଅଧିକ ସମୟ ନେଉ ନାହିଁ, ସର୍ବପ୍ରଥମେ ଆପଣ କୁହନ୍ତି, ସେଠାରେ ସବୁ କୁଶଳ ମଙ୍ଗଳ ଅଛି ତ? ଆପଣଙ୍କ ଦେହ ଠିକ୍ ଅଛି?ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିୟମ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 28th, 08:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ତଥା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଶୁଭାଂଶୁ ଶୁକ୍ଳା ବର୍ତ୍ତମାନ ଭାରତୀୟ ମାତୃଭୂମିଠାରୁ ସବୁଠାରୁ ଦୂରରେ ଅଛନ୍ତି, ତଥାପି ସେ ସମସ୍ତ ଭାରତୀୟଙ୍କ ହୃଦୟର ଅତି ନିକଟତର ଅଟନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଶୁଭାଂଶୁଙ୍କ ନାମ ହିଁ ଶୁଭତା ବହନ କରେ, ଏବଂ ତାଙ୍କ ଯାତ୍ରା ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିତ କରେ । ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ଏହା ଦୁଇ ଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଥିଲା, ସେତେବେଳେ ଏହା ୧୪୦ କୋଟି ଭାରତୀୟଙ୍କ ଭାବନା ଏବଂ ଉତ୍ସାହକୁ ପ୍ରତିଫଳିତ କରିଥିଲା। ସେ କହିଛନ୍ତି ଯେ ଶୁଭାଂଶୁଙ୍କ ସହ କଥାବାର୍ତ୍ତା କରୁଥିବା ସ୍ୱର ସମଗ୍ର ଦେଶର ସାମୂହିକ ଉତ୍ସାହ ଏବଂ ଗର୍ବ ବହନ କରିଥିଲା ଏବଂ ମହାକାଶରେ ଭାରତର ପତାକା ଉତ୍ତୋଳନ କରିଥିବାରୁ ଶୁଭାଂଶୁଙ୍କୁ ତାଙ୍କର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ ଶୁଭାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ମହାକାଶ ଷ୍ଟେସନରେ ସବୁକିଛି ଠିକ୍ ଅଛି କି ବୋଲି ପଚାରି ବୁଝିଥିଲେ।କ୍ରୁ-9 ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
March 19th, 11:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସମେତ କ୍ରୁ-9 ମହାକାଶଚାରୀଙ୍କ ସୁରକ୍ଷିତ ପୃଥବୀ ପ୍ରତ୍ୟାବର୍ତ୍ତନକୁ ନେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କ୍ରୁ-9 ମହାକାଶ ଯାତ୍ରୀଙ୍କ ସାହସ, ଦୃଢ଼ ସଂକଳ୍ପ ଏବଂ ମହାକାଶ ଅନ୍ୱେଷଣରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି ।ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
February 14th, 04:57 am
ଭାରତ-ଆମେରିକା ମିଳିତ ପ୍ରେସ କନଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ଓ ଆତିଥେୟତା ପ୍ରଦର୍ଶନ କରିଥିବାରୁ ସେ ସର୍ବପ୍ରଥମେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିଥିବାରୁ ଟ୍ରମ୍ପଙ୍କ ନେତୃତ୍ୱକୁ ମୋଦୀ ଧନ୍ୟବାଦ ଜ୍ଞାପନ କରିଥିଲେ ।ଭାରତ ଉପରେ ଚଳିତ ସପ୍ତାହରେ ବିଶ୍ୱ
February 06th, 01:03 pm
ଏହି ସପ୍ତାହରେ ଭାରତ ନିଜର ବୈଶ୍ବିକ ଭାଗିଦାରୀକୁ ସୁଦୃଢ଼ କରିବା, ବୈଷୟିକ ଏବଂ ମହାକାଶ ଅନୁସନ୍ଧାନକୁ ଆଗକୁ ବଢ଼ାଇବା ଏବଂ ବିଶ୍ୱ ସଂରକ୍ଷଣ ଏବଂ ସ୍ୱାସ୍ଥ୍ୟ ସେବା ପ୍ରୟାସରେ ଯୋଗଦାନ କରିବା ରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଇସ୍ରାଏଲ ସହ ସମ୍ପର୍କ କୁ ସୁଦୃଢ଼ କରିବାଠାରୁ ଆରମ୍ଭ କରି ନୂତନ ଉପଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ ବିଦେଶରେ ଭାରତୀୟ ପ୍ରତିଭାଙ୍କ ଉପଲବ୍ଧିକୁ ସ୍ୱୀକୃତି ଦେବା ପର୍ଯ୍ୟନ୍ତ ଭାରତ ଅନ୍ତର୍ଜାତୀୟ ବ୍ୟାପାରରେ ନିଜର ବଢୁଥିବା ଭୂମିକାକୁ ଦୃଢ଼ତାର ସହ ବଜାୟ ରଖିଛି । ଭବିଷ୍ୟତ ସହଯୋଗ ପାଇଁ ୟୁରୋପ ଭାରତକୁ ଏକ ପ୍ରମୁଖ ସୁଯୋଗ ଭାବରେ ଦେଖୁଛି । ଆସନ୍ତୁ ଜାଣିବା ଏହି ସପ୍ତାହର କିଛି ପ୍ରମୁଖ ହାଇଲାଇଟ୍ ଉପରେ ।ମିଳିତ ତଥ୍ୟ ପତ୍ର: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ଏବଂ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ବିସ୍ତାର ଉପକ୍ରମ ଜାରି ରଖିବ ଆମେରିକା
September 22nd, 12:00 pm
ଆଜି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ୍ ଆର ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ନିର୍ଣ୍ଣାୟକ ଭାଗିଦାରୀ, ଆମେରିକା ଏବଂ ଭାରତ ମଧ୍ୟରେ ବ୍ୟାପକ ବୈଶ୍ୱିକ ଏବଂ ରଣନୈତିକ ଭାଗିଦାରୀ ନିର୍ଣ୍ଣାୟକ ଭାବରେ ବିଶ୍ୱ ସ୍ୱାର୍ଥରକ୍ଷା ନିମନ୍ତେ ଥିବା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟସୂଚୀକୁ ପୂରଣ କରୁଛି । ଉଭୟ ନେତା ସେହି ଐତିହାସିକ କାଳଖଣ୍ଡ ସମ୍ପର୍କରେ ପ୍ରତିଫଳିତ କରିଥିଲେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମଧ୍ୟରେ ବିଶ୍ୱାସ ଏବଂ ସହଯୋଗର ଏକ ଅଭୂତପୂର୍ବ ପର୍ଯ୍ୟାୟରେ ରହିଥିଲା । ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ, ମାନବିକ ଅଧିକାର, ବିବିଧତା ଏବଂ ସମସ୍ତଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଦିଗରେ ଆମେରିକା ଏବଂ ଭାରତ ଭାଗିଦାରୀ ପ୍ରୟାସକୁ ଗୁରୁତ୍ୱ ଦେବା ଉଚିତ ବୋଲି ଉଭୟ ନେତା ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ନେତା ଆମେରିକା-ଭାରତ ପ୍ରମୁଖ ପ୍ରତିରକ୍ଷା ସହଭାଗୀତାକୁ ବିଶ୍ୱ ନିରାପତ୍ତା ଏବଂ ଶାନ୍ତିର ସ୍ତମ୍ଭରେ ପରିଣତ କରିଥିବା ଅଗ୍ରଗତିକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ଶିଳ୍ପରେ ପରିଚାଳନା ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଏବଂ ନବସୃଜନ ବୃଦ୍ଧିର ଲାଭ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଯୋଶେଫ ଆର ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ଓ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଆମର ଜନସାଧାରଣ, ଆମର ବେସାମରିକ ଏବଂ ବେସରକାରୀ କ୍ଷେତ୍ର ଏବଂ ଆମ ସରକାରଙ୍କ ନିବିଡ଼ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପ୍ରୟାସ ଆଗାମୀ ଦଶନ୍ଧିରେ ଆମେରିକା-ଭାରତ ଭାଗିଦାରୀକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ ।ଭାରତର କୋଟି କୋଟି ଜୀବନକୁ ଆଲୋକିତ କରିବ ସୌଭାଗ୍ୟ ଯୋଜନା :ପ୍ରଧାନମନ୍ତ୍ରୀ ମୋଦୀ
September 25th, 08:34 pm
ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା (ସୌଭାଗ୍ୟ)ର ଶୁଭାରମ୍ଭ କରିଛନ୍ତି । ପ୍ରତିଘରେ ବିଦ୍ୟୁତ ସେବା ପହଂଚାଇବା ଏହି ଯୋଜନାର ଉଦ୍ଦେଶ୍ୟ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ମଧ୍ୟ ଓଏନଜିସିର ନୂଆ କୋଠା - ଦୀନଦୟାଲ ଉର୍ଜା ଭବନର ଲୋକାର୍ପଣ କରିଥିଲେ ।ପ୍ରଧାନମନ୍ତ୍ରୀ ମଧ୍ୟ ବାସେନ୍ ଗ୍ୟାସ ଫିଲ୍ଡ ଠାରେ ବୁଷ୍ଟର କମ୍ପ୍ରେସର ବ୍ୟବସ୍ଥାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ବୀମା ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ୱଳା ଯୋଜନା ଏବଂ ଉଡାନ୍ ଆଦିର ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।“ସୌଭାଗ୍ୟ” ଯୋଜନା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ସମର୍ପିତ କଲେ ଦୀନଦୟାଲ ଉର୍ଜା ଭବନ
September 25th, 08:28 pm
ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ସହଜ ବିଜଲି ହର ଘର ଯୋଜନା (ସୌଭାଗ୍ୟ)ର ଶୁଭାରମ୍ଭ କରିଛନ୍ତି । ପ୍ରତିଘରେ ବିଦ୍ୟୁତ ସେବା ପହଂଚାଇବା ଏହି ଯୋଜନାର ଉଦ୍ଦେଶ୍ୟ ।ସୋସିଆଲ ମିଡିଆ କର୍ଣ୍ଣର 15 ଏପ୍ରିଲ 2017
April 15th, 07:24 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।The United States and India: Enduring Global Partners in the 21st Century'...the India-US Joint Statement
June 08th, 02:26 am
Neil Armstrong’s small step created a new universe for mankind!
August 26th, 12:02 pm
Neil Armstrong’s small step created a new universe for mankind!