Prime Minister inaugurates Namo Hospital at Daman
June 05th, 10:25 pm
A big boost to healthcare infrastructure in the Union Territory of Daman as PM Modi inaugurated the Namo Hospital in Daman. He noted that the hospital features modern facilities, in line with ongoing efforts to provide quality healthcare to the people.ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୭ ଓ ୮ରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ
March 07th, 07:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭ ଓ ୮ ତାରିଖରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ । ସେ ମାର୍ଚ୍ଚ ୭ ତାରିଖରେ ସିଲଭାସା ଯିବେ ଏବଂ ଦ୍ୱିପ୍ରହର ପ୍ରାୟ ୨ଟାରେ ନମୋ ହସପିଟାଲ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିବେ । ଦ୍ୱିପ୍ରହର ପ୍ରାୟ ୨ଟା ୪୫ରେ ସିଲଭାସାରେ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୨୫୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହାପରେ ସେ ସୁରଟ ଯିବେ ଏବଂ ସନ୍ଧ୍ୟା ପ୍ରାୟ ୫ଟାରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଅଭିଯାନର ଶୁଭାରମ୍ଭ କରିବେ । ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ନବସାରୀ ଯିବେ ଏବଂ ସକାଳ ପ୍ରାୟ ୧୧ ଟା ୩୦ରେ ଲକ୍ଷପତି ଦିଦି ମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏକ ସାର୍ବଜନୀକ ସମାବେଶରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯିବ ।