Prime Minister marks 11 Years of Make in India initiative
September 25th, 01:01 pm
Prime Minister Shri Narendra Modi today marked the 11th anniversary of the Make in India initiative, celebrating its transformative impact on India’s economic landscape and entrepreneurial ecosystem. Shri Modi hailed the impetus provided by Make in India to India's entrepreneurs, thus creating a global impact.ଆୟୁଷ୍ମାନ ଭାରତର ସପ୍ତମ ବାର୍ଷିକୀ ପାଳନ କଲେ ପ୍ରଧାନମନ୍ତ୍ରୀ
September 23rd, 12:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନା ୭ ବର୍ଷ ପୂର୍ଣ୍ଣ ଅବସରରେ ଆଜି ଏହା ପୁଣି ସ୍ପଷ୍ଟ କରିଛନ୍ତି କି; ଏହି ଯୋଜନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାମର୍ଥ୍ୟ, ବିତ୍ତୀୟ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରି ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପାଇବାକୁ ସୁନିଶ୍ଚିତ କରିଛି ।ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ
September 16th, 02:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ମଧ୍ୟାହ୍ନ ୧୨ଟା ସମୟରେ ଧାରରେ ସେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର’ ଏବଂ ‘ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ’ ଅଭିଯାନର ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ସହିତ, ଉପସ୍ଥିତ ବିଶାଳ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ଡିଜିଟାଲ ଇଣ୍ଡିଆ ପଦକ୍ଷେପର ସଫଳ ୧୦ ବର୍ଷ ପୂର୍ତ୍ତୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
July 01st, 09:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ଇଣ୍ଡିଆ ପଦକ୍ଷେପର ୧୦ ବର୍ଷର ସଫଳ ସମାପନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ୧୦ ବର୍ଷ ପରେ, ଆମେ ଏପରି ଏକ ଯାତ୍ରାର ସାକ୍ଷୀ ହୋଇଛୁ, ଯାହା ଅଗଣିତ ଜୀବନକୁ ପ୍ରଭାବିତ କରିବା ସହ ସଶକ୍ତିକରଣର ଏକ ନୂତନ ଯୁଗର ଆରମ୍ଭ କରିଛି । “୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପ ଯୋଗୁଁ ଭାରତ ଡିଜିଟାଲ ପେମେଣ୍ଟରେ ଅନେକ ପ୍ରଗତି କରିଛି” ବୋଲି ଶ୍ରୀ ମୋଦୀ କହିଛନ୍ତି ।୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
June 19th, 05:48 pm
19.06.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ୨୦ ଜୁନରେ ବିହାରର ସିୱାନ ଗସ୍ତ କରିବେ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।PM highlights the nation’s commitment to protect wildlife
March 03rd, 07:14 pm
The Prime Minister Shri Narendra Modi highlighted the nation’s commitments to safeguard its perse wildlife on the occasion of World Wildlife Day today.ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଦୂର କରିପାରିଥିବା ଅଭିଜ୍ଞ ଏକଜାମ୍ ୱାରିୟର୍ସମାନଙ୍କ ଠାରୁ ଶୁଣନ୍ତୁ : ପ୍ରଧାନମନ୍ତ୍ରୀ
February 17th, 07:41 pm
ଫେବୃଆରୀ ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ର ଏକ ସ୍ୱତନ୍ତ୍ର ଏପିସୋଡ ପ୍ରସାରିତ ହେବ । ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଅତିକ୍ରମ କରିପାରିଥିବା ଯୁବ ଏକଜମା୍ ୱାରିୟର୍ସମାନେ ଏଥିରେ ଅଂଶ ଗ୍ରହଣ କରିବେ ।ପରୀକ୍ଷା ସମୟରେ ସକରାତ୍ମକତା ଏକଜାମ୍ ୱାରିୟର୍ସଙ୍କ ସବୁଠୁ ବଡ଼ ସହଯୋଗୀଙ୍କ ମଧ୍ୟରୁ ଅନ୍ୟତମ:ପ୍ରଧାନମନ୍ତ୍ରୀ
February 15th, 05:58 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପ୍ରସ୍ତୁତି ସମୟରେ ସକରାତ୍ମକତାକୁ ବିଦ୍ୟାର୍ଥୀମାନଙ୍କ ମହତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଦର୍ଶାଇ ସମସ୍ତଙ୍କୁ ଆସନ୍ତାକାଲି ଠାରୁ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।ଗ୍ରାମୀଣ ଭୂମି ଡିଜିଟାଲୀକରଣ, ପ୍ରାଦ୍ୟୋଗିକୀ ଏବଂ ସୁଶାସନର ଶକ୍ତି ଯୋଗୁ ଗ୍ରାମୀଣ ସଶକ୍ତିକରଣ ଆଗକୁ ବଢ଼ିଚାଲିଛି: ପ୍ରଧାନମନ୍ତ୍ରୀ
January 18th, 10:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ଗ୍ରାମୀଣ ଭୂମି ଡିଜିଟାଲୀକରଣ, ପ୍ରାଦ୍ୟୋଗିକୀ ଏବଂ ସୁଶାସନର ଶକ୍ତି ଯୋଗୁ ଗ୍ରାମୀଣ ସଶକ୍ତିକରଣ ଆଗକୁ ବଢ଼ିଚାଲିଛି ।ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ଏକ ସୂଚନାଭିତ୍ତିକ ଥ୍ରେଡ୍ ସେୟାର କଲେ ପ୍ରଧାନମନ୍ତ୍ରୀ
January 18th, 10:07 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୂପାନ୍ତରିତ ସ୍ୱାମୀତ୍ୱ ଯୋଜନା ସମ୍ପର୍କରେ ଏକ ସୂଚନାଭିତ୍ତିକ ଥ୍ରେଡ୍ ଆଜି ସେୟାର କରିଛନ୍ତି ।ଭାରତର ପ୍ରତିଭାଶାଳୀ ଯୁବପୀଢ଼ି ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି କରୁଛନ୍ତି : ପ୍ରଧାନମନ୍ତ୍ରୀ
January 04th, 04:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସହ ଏହି ସଫଳତା ଦେଶର ଯୁବପୀଢ଼ିଙ୍କର ଶକ୍ତି ଏବଂ ପ୍ରତିଭା ବୋଲି କହିଛନ୍ତି ।Prime Minister Narendra Modi to participate in Veer Baal Diwas programme in New Delhi
December 25th, 01:58 pm
Prime Minister Shri Narendra Modi will participate in Veer Baal Diwas, a nationwide celebration honouring children as the foundation of India’s future, on 26 December 2024 at around 12 Noon at Bharat Mandapam, New Delhi. He will also address the gathering on the occasion.ଆମର ଯୁବ ଶକ୍ତି ଚମତ୍କାର କରିପାରିବେ : ପ୍ରଧାନମନ୍ତ୍ରୀ
November 28th, 07:41 pm
ଭାରତର ଯୁବ ଶକ୍ତି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେମାନେ କୌଣସି ବି ଲକ୍ଷ୍ୟ ହାସଲ କରିପାରିବେ। ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ସଫଳତା ଆଣିଦେବା ପାଇଁ ସମସ୍ତ ସୁଯୋଗ ଦେବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଛନ୍ତି ।Prime Minister hails Make In India success story for global economic boost
July 16th, 10:28 pm
The Prime Minister, Shri Narendra Modi has hailed Make In India success story for global economic boost. Shri Modi has shared a glimpse of how Make In India is propelling India's economy onto the global stage.ଡିଜିଟାଲ ଇଣ୍ଡିଆ ପଦକ୍ଷେପର ୯ ବର୍ଷ ପୂରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
July 01st, 01:49 pm
ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସଫଳତାର ସହ ୯ ବର୍ଷ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଡିଜିଟାଲ ଇଣ୍ଡିଆ ସଶକ୍ତ ଭାରତର ପ୍ରତୀକ ଯାହାକି ‘ଇଜ ଅଫ ଲିଭିଙ୍ଗ’ ଏବଂ ସ୍ୱଚ୍ଛତାକୁ ଦୃଢ଼ କରିପାରିଛି ।ବ୍ୟାଙ୍କିଙ୍ଗ କ୍ଷେତ୍ରର ରୂପାନ୍ତରଣରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଅବଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
June 19th, 08:03 pm
ବ୍ୟାଙ୍କିଙ୍ଗ କ୍ଷେତ୍ରର ରୂପାନ୍ତରଣରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଅବଦାନ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମାଇଁଗଭ ଇଣ୍ଡିଆ (MyGovIndia)ପକ୍ଷରୁ ହୋଇଥିବା ଏକ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।Prime Minister urges people to take part in National Creators Award
February 11th, 08:28 pm
The Prime Minister, Shri Narendra Modi has urged people to take part in National Creators Award available on MyGov website.ଡିସେମ୍ବର ୨୬ ରେ 'ବୀର ବାଲ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
December 25th, 04:17 pm
ଏହି ଦିବସ ଉପଲକ୍ଷେ ସରକାର ସାହିବଜାଦାଙ୍କ ଦୃଷ୍ଟାନ୍ତମୂଳକ ସାହସର କାହାଣୀ ବିଷୟରେ ନାଗରିକମାନଙ୍କୁ, ବିଶେଷ କରି ଛୋଟ ପିଲାମାନଙ୍କୁ ସଚେତନ କରିବା ପାଇଁ ସମଗ୍ର ଦେଶରେ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସାହିବଜାଦାଙ୍କ ଜୀବନ କାହାଣୀ ଏବଂ ବଳିଦାନକୁ ନେଇ ଏକ ଡିଜିଟାଲ ପ୍ରଦର୍ଶନୀ ସାରା ଦେଶର ବିଦ୍ୟାଳୟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରଦର୍ଶିତ ହେବ । 'ବୀର ବାଲ ଦିବସ'ରେ ଏକ ଚଳଚ୍ଚିତ୍ର ମଧ୍ୟ ଦେଶବ୍ୟାପୀ ପ୍ରଦର୍ଶିତ ହେବ। ଏଥିସହିତ ମାଇଁ ଭାରତ ଓ ମାଇଗଭ ପୋର୍ଟାଲ ଜରିଆରେ ଇଣ୍ଟରଆକ୍ଟିଭ୍ କ୍ୱିଜ୍ ଭଳି ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତା ଆୟୋଜନ କରାଯିବ।ସରକାରୀ ଯୋଜନା ଦୀପାବଳିରେ ପ୍ରତ୍ୟେକ ପରିବାରରେ ଖୁସି ଆଣିଛି: ପ୍ରଧାନମନ୍ତ୍ରୀ
November 10th, 03:03 pm
ଅନେକ ସରକାରୀ ଯୋଜନା ଦୀପାବଳୀରେ ପ୍ରତ୍ୟେକ ପରିବାର ପାଇଁ ଖୁସି ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍”
September 24th, 11:30 am
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ସମ୍ପର୍କରେ ଆପଣମାନଙ୍କ ସହ ଭାବବିନିମୟ କରିବାର ସୁଯୋଗ ମିଳିଛି । ବିଗତ ଦିନରେ ସବୁଠାରୁ ଅଧିକ ଚିଠି, ବାର୍ତ୍ତା ଆଦି ଯାହା ମୋତେ ମିଳିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ରିତ । ପ୍ରଥମ ପ୍ରସଙ୍ଗଟି ହେଲା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଲା ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନ । ଦେଶର ପ୍ରତ୍ୟେକ ଭାଗରୁ ସମାଜର ପ୍ରତ୍ୟେକ ବର୍ଗରୁ, ସବୁ ବୟସର ଲୋକଙ୍କର ଅସଂଖ୍ୟ ଚିଠି ମୋତେ ମିଳିଛି । ଯେତେବେଳେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିଲା, ସେତେବେଳେ କୋଟି କୋଟି ଲୋକ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଘଟଣାର ପ୍ରତିଟି ମୁହୁର୍ତ୍ତର ସାକ୍ଷୀ ହେଉଥିଲେ । ଇସ୍ରୋର ୟୁ-ଟ୍ୟୁବ୍ ଲାଇଭ୍ ଚ୍ୟାନେଲ୍ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଘଟଣାକୁ ଦେଖିଲେ, ଯାହା ଏକ ରେକର୍ଡ଼ । ଏଥିରୁ ଜଣାପଡ଼ୁଛି ଯେ, ଚନ୍ଦ୍ରଯାନ-୩ ସହ କୋଟି କୋଟି ଭାରତୀୟଙ୍କ କେତେ ଗଭୀର ଭାବାବେଗ ଜଡ଼ିତ ହୋଇରହିଛି । ଚନ୍ଦ୍ରଯାନର ଏହି ସଫଳତା ପରେ ଦେଶରେ ଏବେ ଗୋଟିଏ ସୁନ୍ଦର କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯାହାକୁ ଚନ୍ଦ୍ରଯାନ-୩ ମହାକୁଇଜ୍ ନାମରେ ନାମିତ କରାଯାଇଛି । ମାଇ ଗଭ୍ ପୋର୍ଟାଲ୍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିସାରିଲେଣି । ମାଇ ଗଭ୍ ଆରମ୍ଭ ହେବାପରେ କୌଣସି କୁଇଜ୍ ପ୍ରତିଯୋଗିତାରେ ଏହା ସର୍ବାଧିକ ଅଂଶଗ୍ରହଣ । ଯଦି ଆପଣ ଏ ଯାଏଁ ଏଥିରେ ଅଂଶଗ୍ରହଣ କରିନାହାନ୍ତି, ତାହେଲେ ବିଳମ୍ବ ନ କରି ଏଥିରେ ଅଂଶଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏଥିପାଇଁ ଆଉ ମାତ୍ର ଛଅ ଦିନ ସମୟ ଅଛି । ଏହି କୁଇଜ୍ରେ ନିଶ୍ଚୟ ଭାଗ ନିଅନ୍ତୁ ।