ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ୧୧ ପରିବର୍ତ୍ତନକାରୀ ବର୍ଷ ପୂର୍ତ୍ତୀ ପାଳନ କଲେ ପ୍ରଧାନମନ୍ତ୍ରୀ

August 28th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ)ର ୧୧ତମ ବାର୍ଷିକୀ ପାଳନ କରିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଯାହା ସମଗ୍ର ଭାରତରେ ଆର୍ଥିକ ସମାବେଶନକୁ ପୁନଃଆକୃତି ଦେଇଛି । ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଛନ୍ତି ଯେ ପିଏମ୍‌ଜେଡିୱାଇ ଲୋକମାନଙ୍କର ସମ୍ମାନ ବୃଦ୍ଧି କରିଛି ଏବଂ ଶେଷ ମାଇଲ ପର୍ଯର୍୍ୟନ୍ତ ଆର୍ଥିକ ସମାବେଶନ ସୁବିଧା ପହଞ୍ଚାଇବା ସହ ଲୋକମାନଙ୍କୁ ନିଜ ଭାଗ୍ୟ ନିଜେ ଲେଖିବାର ଶକ୍ତି ଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଅନ୍ତରୀକ୍ଷରେ ଉଲ୍ଲେଖନୀୟ ପ୍ରଗତି କରୁଛି, ନୂତନ ସମ୍ଭାବନା ଅନ୍ୱେଷଣ କରିବାରେ ଯୁବ ପିଢ଼ି ଓ ଷ୍ଟାର୍ଟଅପ ଗୁଡ଼ିକୁ ସଂସ୍କାର ପ୍ରୋତ୍ସାହିତ କରୁଛି

August 23rd, 01:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ଅନ୍ତରୀକ୍ଷ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି କରୁଛି, ଯାହାକି ୧୪୦ କୋଟି ଭାରତୀୟଙ୍କ ଦକ୍ଷତା ଏପଂ ପ୍ରତିଭାର ଫଳ ।

2047 ରେ ବିକଶିତ ଭାରତର ମାର୍ଗ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଯାଇଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

July 27th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।

ଆତ୍ମନିର୍ଭରଶୀଳତା ଏବଂ ଆଧୁନିକୀକରଣକୁ ସୁଦୃଢ଼ କରିବା ସହ ଗତ ୧୧ ବର୍ଷରେ ଭାରତର ପ୍ରତିରକ୍ଷା କ୍ଷେତ୍ରର ଅଭୂତପୂର୍ବ ଅଭିବୃଦ୍ଧିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 10th, 09:47 am

ଗତ ୧୧ ବର୍ଷ ମଧ୍ୟରେ ଭାରତ ଏହାର ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଦେଖିଛି, ଯେଉଁଥିରେ ଆଧୁନିକୀକରଣ ଏବଂ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଉପରେ ସ୍ପଷ୍ଟ ଧ୍ୟାନ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

March 30th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।

ଆମ ଅନ୍ନଦାତାଙ୍କ ପାଇଁ ଆମେ ଗର୍ବିତ ଏବଂ ସେମାନଙ୍କ ଜୀବନଶୈଳୀରେ ବିକାଶ ପାଇଁ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

February 24th, 10:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଭାରତର ଅନ୍ନଦାତାଙ୍କ ପାଇଁ ସରକାର ଗର୍ବିତ ଏବଂ ସେମାନଙ୍କ ଜୀବନଶୈଳୀରେ ବିକାଶ ପାଇଁ ପାଇଁ ପ୍ରତିବଦ୍ଧ । ମାଇଁ ଗଭ୍ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଥିବା ଏକ ଥ୍ରେଡର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ମନ୍ କୀ ବାତ୍ ନଭେମ୍ବର 2024

November 24th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନର କଥା, ଅର୍ଥାତ, ଦେଶର ମିଳିତ ପ୍ରୟାସର କଥା, ଦେଶର ଉପଲବ୍ଧିଗୁଡ଼ିକର କଥା, ଲୋକମାନଙ୍କର ସାମର୍ଥ୍ୟର କଥା । ମନର କଥା ଅର୍ଥାତ, ଦେଶର ଯୁବବର୍ଗଙ୍କ ସ୍ୱପ୍ନ, ଦେଶର ନାଗରିକମାନଙ୍କ ଆକାଂକ୍ଷାର କଥା । ମୁଁ ମାସକଯାକ ‘ମନ୍ କି ବାତ୍’କୁ ଅପେକ୍ଷା କରିଥାଏ, ଯାହାଦ୍ୱାରା ଆପଣମାନଙ୍କ ସହିତ ସିଧା କଥାବାର୍ତ୍ତା କରିପାରିବି । କେତେ କେତେ ବାର୍ତ୍ତା, କେତେ ମେସେଜ୍! ଅଧିକରୁ ଅଧିକ ବାର୍ତ୍ତାଗୁଡ଼ିକୁ ପଢ଼ିବା, ଆପଣମାନଙ୍କ ପରାମର୍ଶ ଉପରେ ଚିନ୍ତା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାଏ ।

ତ୍ରିରଙ୍ଗାର ଗୌରବ ବଜାୟ ରଖିବାରେ 'ହର ଘର ତିରଙ୍ଗା ଅଭିଯାନ' ଏକ ଅନନ୍ୟ ପର୍ବ ପାଲଟିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

July 28th, 11:30 am

ବନ୍ଧୁଗଣ, କ୍ରୀଡ଼ା ଜଗତର ଏହି ଅଲମ୍ପିକ୍ସ ଭିନ୍ନ, କିଛିଦିନ ପୂର୍ବରୁ ଗଣିତ ଜଗତରେ ମଧ୍ୟ ଗୋଟିଏ ଅଲମ୍ପିକ୍ସ ଅନୁଷ୍ଠିତ ହୋଇଯାଇଛି – International Mathematics Olympiad. ଏହି ଅଲିମ୍ପିଆଡରେ ଭାରତର ପ୍ରତିଯୋଗୀମାନେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ ଆମ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଚାରୋଟି ସ୍ୱର୍ଣ୍ଣପଦକ ଏବଂ ଗୋଟିଏ ରୌପ୍ୟପଦକ ଜିତିଛି । International Mathematics Olympiad – ଏଥିରେ ୧୦୦ରୁ ଅଧିକ ଦେଶର ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିଥାନ୍ତି ଏବଂ ମୋଟ ପଦକ ତାଲିକାରେ ଆମ ଦଳ ସର୍ବଶ୍ରେଷ୍ଠ ପାଞ୍ଚଟି ଦଳ ମଧ୍ୟରେ ସ୍ଥାନ ପାଇବାରେ ସଫଳତା ଲାଭ କରିଛି । ଦେଶର ନାଁ ଉଜ୍ଜ୍ୱଳ କରିଥିବା ଏହି ଛାତ୍ରମାନଙ୍କ ନାମ ହେଉଛି - ପୁଣେର ଆଦିତ୍ୟ ଭେଙ୍କଟ ଗଣେଶ, ସେହି ପୁଣେର ସିଦ୍ଧାର୍ଥ ଚୋପ୍ଡ଼ା, ଦିଲ୍ଲୀର ଅର୍ଜୁନ ଗୁପ୍ତା, ଗ୍ରେଟର୍ ନଏଡାର କନବ ତଲୱାର, ମୁମ୍ବାଇର ରୁଷିଲ୍ ମାଥୁର୍ ଏବଂ ଗୁଆହାଟିର ଆନନ୍ଦୋ ଭାଦୁରୀ ।

# MyGov ୧୦ ବର୍ଷରେ: ଉତ୍ତମ ପ୍ରଶାସନ ପାଇଁ ଜୀବନ୍ତ ମଞ୍ଚ ଭାବେ

July 26th, 06:50 pm

୧୦ ବର୍ଷ ପୂରଣ କରିଥିବା MyGov ପ୍ଳାଟଫର୍ମକୁ ଉତ୍ତମ ପ୍ରଶାସନ ପାଇଁ ଜୀବନ୍ତ ମଞ୍ଚ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ମନ୍ କୀ ବାତ୍: 'ମେରା ପେହଲା ଭୋଟ୍ - ଦେଶ କେ ଲିଏ'... ପ୍ରଥମ ଥର ମତଦାତାଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ

February 25th, 11:00 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ୧୧୦ତମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ । ପ୍ରତିଥର ପରି ଏଥର ମଧ୍ୟ ଆମକୁ ଆପଣଙ୍କ ବହୁତଗୁଡ଼ିଏ ପ୍ରସ୍ତାବ, ପରାମର୍ଶ ଏବଂ ମତାମତ ମିଳିଛି ଆଉ ପ୍ରତିଥର ପରି ଏହି ଅଧ୍ୟାୟରେ ମଧ୍ୟ ସେଗୁଡ଼ିକରୁ କେଉଁ କେଉଁ ବିଷୟକୁ ସାମିଲ୍ କରାଯିବ ତାହା ଆହ୍ୱାନ ସୃଷ୍ଟି କରିଛି । ମୋତେ ସକାରାତ୍ମକତାରେ ଭରପୂର ଏକରୁ ବଳି ଅନେକ ଇନପୁଟ୍ ମିଳିଛି । ଏସବୁରେ ଏଭଳି ଅନେକ ଦେଶବାସୀଙ୍କ ବିଷୟରେ ଉଲ୍ଲେଖ ରହିଛି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଆଶାର କିରଣ ସଦୃଶ ସେମାନଙ୍କ ଜୀବନକୁ ଉନ୍ନତ କରିବାରେ ଲାଗିଛନ୍ତି ।

NCC highlights the idea of Ek Bharat Shreshtha Bharat: PM Modi

January 27th, 05:00 pm

Prime Minister Narendra Modi addressed the annual NCC PM rally at the Cariappa Parade Ground in Delhi. PM Modi witnessed a cultural program and presented the Best Cadet Awards. He also flagged in Mega Cyclothon by NCC Girls and Nari Shakti Vandan Run (NSRV) from Jhansi to Delhi. “Being present among NCC cadets highlights the idea of Ek Bharat Shreshtha Bharat, the Prime Minister said as he observed the presence of cadets from different parts of the country.

ପ୍ରଧାନମନ୍ତ୍ରୀ ଦିଲ୍ଲୀ କରିୟପ୍ପା ପରେଡ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧନ କଲେ

January 27th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କରିୟପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି । ଶ୍ରୀ ମୋଦୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ପ୍ରଦାନ କରିଥିଲେ । ସେ ଏନ୍‌ସିସି ଗର୍ଲ୍ସ ଏବଂ ନାରୀଶକ୍ତି ବନ୍ଦନ ରନ୍ (ଏନ୍‌ଏସ୍‌ଆର୍‌ଭି) ଦ୍ୱାରା ଝାନ୍ସିରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଗା ସାଇକ୍ଲୋଥନ୍‌କୁ ମଧ୍ୟ ପତାକା ଦେଖାଇଥିଲେ ।

ବୀର ବାଲ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 26th, 12:03 pm

ଆଜି ଦେଶ ବୀର ସାହିବଦା ଜୀଙ୍କ ଅମର ବଳିଦାନକୁ ସ୍ମରଣ କରୁଛି ଏବଂ ସେମାନଙ୍କଠାରୁ ପ୍ରେରଣା ନେଉଛି। ସ୍ୱାଧୀନତାର 'ଅମୃତ କାଳ'ରେ ବୀର ବାଲ ଦିବସ ଆକାରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଗତବର୍ଷ ଡିସେମ୍ବର ୨୬କୁ ଦେଶ ପ୍ରଥମ ଥର ପାଇଁ ବୀର ବାଲ ଦିବସ ଭାବେ ପାଳନ କରିଥିଲା। ସେହି ସମୟରେ ସମଗ୍ର ଦେଶର ସମସ୍ତେ ସାହିବଜାଦାଙ୍କ ବୀରତ୍ୱପୂର୍ଣ୍ଣ କାହାଣୀକୁ ଉତ୍ସାହର ସହ ଶୁଣୁଥିଲେ । ବୀର ବାଲ ଦିବସ ଭାରତୀୟତାକୁ ରକ୍ଷା କରିବା ପାଇଁ କିଛି ବି କରିବା, କିଛି ବି କରିବାର ସଂକଳ୍ପର ପ୍ରତୀକ ଅଟନ୍ତି । ଏହି ଦିନ ଆମକୁ ମନେ ପକାଇ ଦିଏ ଯେ ବୀରତ୍ୱର ଶୀର୍ଷରେ, ଯୁବ ବୟସର କୌଣସି ଗୁରୁତ୍ୱ ନାହିଁ । ଏହା ଏକ ମହାନ ଐତିହ୍ୟର ପର୍ବ, ଯେଉଁଠାରେ ଗୁରୁ କହୁଥିଲେ, ସୁରା ସୋ ପହଚନୀୟେ, ଜୋଲରେ ଦିନ କେ ହେତ, ପୁରଜା-ପୁରଜା କଟ ମରେ, କାବିହୁ ନା ଛାଡେ ଖେତ! ମାତା ଗୁଜରୀ, ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କର ଚାରି ଜଣ ସାହିବଜାଦାଙ୍କ ବୀରତ୍ୱ ଏବଂ ଆଦର୍ଶ ଆଜି ବି ପ୍ରତ୍ୟେକ ଭାରତୀୟଙ୍କୁ ଶକ୍ତି ପ୍ରଦାନ କରୁଛି । ତେଣୁ ବୀର ବାଲ ଦିବସ ହେଉଛି ସେହି ପ୍ରକୃତ ବୀର ଏବଂ ସେମାନଙ୍କୁ ଜନ୍ମ ଦେଇଥିବା ମା'ଙ୍କ ଅତୁଳନୀୟ ବୀରତ୍ୱପ୍ରତି ଆମ ଦେଶର ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆଜି ମୁଁ ବାବା ମୋତି ରାମ ମେହେରାଙ୍କ ସହିଦ, ତାଙ୍କ ପରିବାର ଏବଂ ଦିୱାନ ତୋଡର ମଲଙ୍କ ପ୍ରତି ଭକ୍ତିକୁ ମଧ୍ୟ ମନେ ପକାଉଛି । ଆମ ଗୁରୁମାନେ ଯେଉଁ ଗଭୀର ଭକ୍ତି ଓ ଦେଶପ୍ରେମ ସୃଷ୍ଟି କରିଥିଲେ ତାହାର ସେମାନେ ଏକ ଉଦାହରଣ ଥିଲେ।

'ବୀର ବାଲ୍‌ ଦିବସ' ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

December 26th, 11:00 am

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜାଦୀ କା ଅମୃତ କାଳରେ ବୀର ବାଲ୍‌ ଦିବସର ଏକ ନୂତନ ଅଧ୍ୟାୟ ଭାରତ ପାଇଁ ଉନ୍ମୋଚିତ ହେଉଥିବାବେଳେ ଦେଶ ବୀର ସାହିବଜାଦେଙ୍କ ଅମର ବଳିଦାନକୁ ସ୍ମରଣ କରୁଛି ଏବଂ ସେମାନଙ୍କଠାରୁ ପ୍ରେରଣା ନେଉଛି । ପ୍ରଧାନମନ୍ତ୍ରୀ ଗତବର୍ଷ ପାଳନ କରାଯାଇଥିବା ପ୍ରଥମ ବୀର ବାଲ୍‌ ଦିବସକୁ ମନେ ପକାଇଥିଲେ ଯେତେବେଳେ ବୀର ସାହିବଜାଦେଙ୍କ ବୀରତ୍ୱର କାହାଣୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବୀର ବାଲ୍‌ ଦିବସ ହେଉଛି ଭାରତୀୟତାର ସୁରକ୍ଷା ପାଇଁ କେବେ ନ ମରିବା ମନୋଭାବର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଦିନ ଆମକୁ ମନେ ପକାଇ ଦିଏ ଯେ ସାହସିକତାର ଶୀର୍ଷରେ ପହଞ୍ଚିବା ସମୟରେ ବୟସ ର କୌଣସି ଗୁରୁତ୍ୱ ନାହିଁ । ଏହା ଶିଖ୍ ଗୁରୁମାନଙ୍କ ଐତିହ୍ୟର ଉତ୍ସବ ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କ ଚାରି ବୀର ସାହିବଜାଦାଙ୍କ ସାହସ ଏବଂ ଆଦର୍ଶ ଆଜି ବି ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ସାହିତ କରିଛି । ବାବା ମୋତି ରାମ ମେହେରାଙ୍କ ପରିବାର ର ତ୍ୟାଗ ଏବଂ ଦିୱାନ ତୋଡରମାଲଙ୍କ ଭକ୍ତିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ବୀର ବାଲ୍‌ ଦିବସ ହେଉଛି ଅତୁଳନୀୟ ସାହସର ସହ ବୀର ଯବାନଙ୍କୁ ଜନ୍ମ ଦେଇଥିବା ମା'ମାନଙ୍କ ପ୍ରତି ଏକ ଜାତୀୟ ଶ୍ରଦ୍ଧାଞ୍ଜଳି । ଗୁରୁମାନଙ୍କ ପ୍ରତି ଏହି ପ୍ରକୃତ ଭକ୍ତି ଦେଶ ପ୍ରତି ଭକ୍ତିର ନିଆଁକୁ ପ୍ରଜ୍ଜ୍ୱଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କାଶୀ ବିଶ୍ୱନାଥ କରିଡରର ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଖୁସି

December 14th, 03:00 pm

କାଶୀ ବିଶ୍ୱନାଥ କରିଡରର ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ୨ଠ୪୭ ଭଏସ୍ ଅଫ୍ ୟୁଥ୍ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 11th, 10:35 am

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଧର୍ମେନ୍ଦ୍ର ପ୍ରଧାନଜୀ, ଦେଶର ବିଭିନ୍ନ ସ୍ଥାନରୁ ଆମ ସହିତ ଯୋଡ଼ି ହୋଇଥିବା ରାଜ୍ୟପାଳ ମହୋଦୟ, ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷ, ମହିଳା ଓ ଭଦ୍ରଲୋକମାନେ!

‘ବିକଶିତ ଭାରତ@୨୦୪୭: ଯୁବବର୍ଗଙ୍କ ସ୍ୱର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

December 11th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍ (ଯୁବବର୍ଗଙ୍କ ସ୍ୱର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ରାଜଭବନରେ ଆୟୋଜିତ କର୍ମଶାଳାରେ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିଥିଲେ।

140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

November 26th, 11:30 am

ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।

କେଭାଡିଆରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ,

October 31st, 10:00 am

ଆପଣ ସମସ୍ତ ଯୁବକମାନଙ୍କର ସାହସୀମାନଙ୍କର ଏହି ଉତ୍ସାହ ଜାତୀୟ ଏକତା ଦିବସର ଏକ ବଡ଼ ଶକ୍ତି ଅଟେ। ଏକ ପ୍ରକାରରେ ମୁଁ ମୋ ସାମ୍ନାରେ ଲଘୁ ଭାରତ, ମିନି ଭାରତର ସ୍ଵରୂପ ଦେଖୁଛି । ରାଜ୍ୟ ଭିନ୍ନ, ଭାଷା ଭିନ୍ନ, ପରମ୍ପରା ଅଲଗା, କିନ୍ତୁ ଏଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଏକତାର ଏକ ଦୃଢ଼ ସୂତ୍ର ଦ୍ୱାରା ଜଡ଼ିତ ଅଛନ୍ତି । ମନ ଅନେକ, କିନ୍ତୁ ମାଳା ଗୋଟିଏ । ଶରୀର ଅନେକ, କିନ୍ତୁ ମନ ଏକ । ଯେମିତି ଅଗଷ୍ଟ ୧୫ ଆମର ସ୍ୱାଧୀନତା ପାଳନର ଦିନ ଏବଂ ଜାନୁଆରୀ ୨୬ ଆମ ଗଣତନ୍ତ୍ର ପାଳନର ଦିନ, ଠିକ୍ ସେହିପରି ଅକ୍ଟୋବର ୩୧ ର ଏହି ଦିନ ଦେଶର କୋଣ ଅନୁକୋଣରେ ଜାତୀୟତାର ସଂଚାର ପର୍ବ ପାଲଟିଛି ।

ଗୁଜରାଟର କେଭାଡିଆରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

October 31st, 09:12 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ମୋଦୀ ବିଏସଏଫ ଏବଂ ବିଭିନ୍ନ ରାଜ୍ୟ ପୋଲିସର ଦଳଙ୍କୁ ନେଇ ରାଷ୍ଟ୍ରୀୟ ଏକତା ଦିବସ ପରେଡ, ସମସ୍ତ ମହିଳା ସିଆରପିଏଫ ବାଇକର୍ସଙ୍କ ଦ୍ୱାରା ଦୁଃସାହସିକ ପ୍ରଦର୍ଶନ, ବିଏସଏଫର ମହିଳା ପାଇପ୍ ବ୍ୟାଣ୍ଡ, ଗୁଜରାଟ ମହିଳା ପୋଲିସର କୋରିଓଗ୍ରାଫି କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ଏନସିସି ଶୋ, ସ୍କୁଲ ବ୍ୟାଣ୍ଡ ପ୍ରଦର୍ଶନ, ଭାରତୀୟ ବାୟୁସେନା ଦ୍ୱାରା ଫ୍ଲାଇ ପାଷ୍ଟ, ଉନ୍ନତ ଗ୍ରାମର ଅର୍ଥନୈତିକ ସାମର୍ଥ୍ୟ ପ୍ରଦର୍ଶନ ଆଦି ଦେଖିଥିଲେ ।