ବିହାରର କୋକିଳା ଶାରଦା ସିହ୍ନା ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

November 05th, 10:36 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର କୋକିଳା ଶାରଦା ସିହ୍ନା ଜୀଙ୍କୁ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲୋକ ଗୀତ ମାଧ୍ୟମରେ ବିହାରର କଳା ଏବଂ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ, ଯେଉଁଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ମହାନ ପର୍ବ ଛଠ୍ ସହିତ ଜଡିତ ତାଙ୍କର ସୁମଧୁର ଗୀତ ସର୍ବଦା ଲୋକଙ୍କ ହୃଦୟରେ ଅଙ୍କିତ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି।’’

'ବନ୍ଦେ ମାତରମ୍'ର ଭାବନା ଭାରତର ଅମର ଚେତନା ସହିତ ଜଡିତ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ

October 26th, 11:30 am

ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛଠ ପୂଜା ଉତ୍ସବ, ପରିବେଶ ସୁରକ୍ଷା, ଭାରତୀୟ କୁକୁର ପ୍ରଜାତି, ଭାରତୀୟ କଫି, ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ସଂସ୍କୃତ ଭାଷାର ଗୁରୁତ୍ୱ ଭଳି ଆକର୍ଷଣୀୟ ବିଷୟ ଉପରେ ମଧ୍ୟ ସେ ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ 'ବନ୍ଦେ ମାତରମ୍' ଗୀତର 150ତମ ବର୍ଷ ବିଷୟରେ ବିଶେଷ ଉଲ୍ଲେଖ କରିଥିଲେ।

ପଦ୍ମବିଭୂଷଣ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କ ଶୋକ

October 02nd, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ର୍ରଧାନମନ୍ତ୍ରୀ

October 02nd, 09:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଭାରତୀୟ କଳା ଏବଂ ସଂସ୍କୃତିର ଆଜୀବନ ଉପାସକ ବୋଲି କହିଛନ୍ତି ।

ମନ୍ କୀ ବାତ୍ ସେପ୍ଟେମ୍ବର 2025

September 28th, 11:00 am

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 19th, 06:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ସଂଗୀତ ପ୍ରତି ତାଙ୍କର ସମୃଦ୍ଧ ଅବଦାନ ପାଇଁ ତାଙ୍କୁ ମନେ ରଖାଯିବ ।

ଆସାମର ଗୌହାଟୀରେ ଭାରତ ରତ୍ନ ଡ. ଭୁପେନ୍ ହଜାରିକାଙ୍କ 100ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 13th, 08:57 pm

ମୁଁ କହିବି, ଭୁପେନ୍ ଦା! ଆପଣମାନେ କହିବେ ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଭୁପେନ୍ ଦା, ଅମର ରହେ! ଅମର ରହେ! ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ, ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ମଞ୍ଚ ଉପରେ ଉପସ୍ଥିତ ଭୁପେନ ହଜାରିକା ଜୀଙ୍କ ଭାଇ ଶ୍ରୀ ସମର ହଜାରିକା ଜୀ, ଭୂପେନ ହଜାରିକା ଜୀଙ୍କ ଭଉଣୀ ଶ୍ରୀମତୀ କବିତା ବରୁଆ ଜୀ, ଭୁପେନ୍ ଦାଙ୍କ ପୁଅ ଶ୍ରୀ ତେଜ ହଜାରିକା ଜୀ, ମୁଁ ତେଜଙ୍କୁ କହିବି, କେମିତି ଅଛନ୍ତି ! ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏବଂ ଆସାମର ମୋର ଭାଇ ଓ ଭଉଣୀମାନେ!

ଭୂପେନ ହାଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 13th, 05:15 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀରେ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ। ସମାବେଶରେ ସେ କହିଥିଲେ ଯେ, ଏହି ଦିନ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଏବଂ ପ୍ରଦର୍ଶନରେ ଦେଖାଯାଇଥିବା ଉତ୍ସାହ ଏବଂ ସମନ୍ୱୟ ପ୍ରକୃତରେ ହୃଦୟସ୍ପର୍ଶୀ। ସେ ଭୂପେନ ଦାଙ୍କ ସଙ୍ଗୀତର ତାଳ ଉପରେ ଆଲୋକପାତ କରିଥିଲେ, ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଧ୍ୱନିତ ହୋଇଥିଲା । ଭୂପେନ ହଜାରିକାଙ୍କ କଥା ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ଗୀତର କିଛି ଶବ୍ଦ ତାଙ୍କ ମନରେ ପ୍ରତିଧ୍ୱନିତ ହେଉଛି । ଭୂପେନଙ୍କ ସଙ୍ଗୀତର ତରଙ୍ଗ ସର୍ବତ୍ର ଅନନ୍ତକାଳ ପର୍ଯ୍ୟନ୍ତ ପ୍ରବାହିତ ହେଉ ସେ ହୃଦୟରୁ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ହୃଦୟପୂର୍ଣ୍ଣ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆସାମର ଭାବାନା ଏପରି ଯେ ଏଠାରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଏକ ନୂତନ ରେକର୍ଡ ସ୍ଥାପନ କରେ, ଆଜିର ପ୍ରଦର୍ଶନ ଅସାଧାରଣ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି । ସେ ସମସ୍ତ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ ।

PM Modi conferred with highest national award, the ‘Order of the Republic of Trinidad & Tobago

July 04th, 08:20 pm

PM Modi was conferred Trinidad & Tobago’s highest national honour — The Order of the Republic of Trinidad & Tobago — at a special ceremony in Port of Spain. He dedicated the award to the 1.4 billion Indians and the historic bonds of friendship between the two nations, rooted in shared heritage. PM Modi also reaffirmed his commitment to strengthening bilateral ties.

ପ୍ରଧାନମନ୍ତ୍ରୀ ପୋର୍ଟ ଅଫ ସ୍ପେନରେ ତ୍ରିନିଦାଦର ଗାୟକ ଶ୍ରୀ ରାଣା ମୋହିପଙ୍କୁ ଭେଟିଲେ

July 04th, 09:42 am

ପୋର୍ଟ ଅଫ ସ୍ପେନରେ ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦର ଗାୟକ ଶ୍ରୀ ରାଣା ମୋହିପଙ୍କୁ ଭେଟିଛନ୍ତି । ଶ୍ରୀ ମୋହିପ କିଛି ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେ ‘ବୈଷ୍ଣବ ଜନ ତୋ’ ଗାଇଥିଲେ ।

ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ଘାନା ଗସ୍ତ

July 03rd, 04:01 am

ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ (ସିଇପି) ଉପରେ ବୁଝାମଣାପତ୍ର: କଳା, ସଙ୍ଗୀତ, ନୃତ୍ୟ, ସାହିତ୍ୟ ଏବଂ ଐତିହ୍ୟରେ ଅଧିକ ସାଂସ୍କୃତିକ ବୁଝାମଣା ଏବଂ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା।

ମୁମ୍ୱାଇରେ ୱେଭସ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 01st, 03:35 pm

ୱେଭସ ଶିଖର ସମ୍ମିଳନୀରେ ଉପସ୍ଥିତ ମହାରାଷ୍ଟ୍ରର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ ଜୀ, ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଏଲ. ମୁରୁଗନ ଜୀ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ବିଶ୍ୱର କୋଣ ଅନୁକୋଣରୁ ଯୋଡି ହୋଇଥିବା ସୃଜନଶୀଳ ବିଶ୍ୱର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଦେଶରୁ ଆସି ଯୋଗଦେଇଥିବା ସୂଚନା, ଯୋଗାଯୋଗ, କଳା ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀଗଣ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ବିଶ୍ୱର କୋଣ ଅନୁକୋଣରୁ ଆସି ଏଠାରେ ଯୋଗଦେଇଥିବା ସୃଜନଶୀଳ ବିଶ୍ୱର ବ୍ୟକ୍ତିବିଶେଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ୱେଭ୍ସ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 01st, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଭାରତର ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ-ୱେଭ୍ସ ୨୦୨୫କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି, ସେ ଆଜି ପାଳିତ ହେଉଥିବା ମହାରାଷ୍ଟ୍ର ଦିବସ ଏବଂ ଗୁଜରାଟ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମସ୍ତ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତି, ରାଷ୍ଟ୍ରଦୂତ ଏବଂ ସୃଜନଶୀଳ ଶିଳ୍ପପତିଙ୍କ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହି ସମାବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୧୦୦ ରୁ ଅଧିକ ଦେଶର କଳାକାର, ନବସୃଜନକାରୀ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ପ୍ରତିଭା ଏବଂ ସୃଜନଶୀଳତାର ଏକ ବିଶ୍ୱ ପରିବେଶ ପାଇଁ ମୂଳଦୁଆ ସ୍ଥାପନ କରିବା ଲାଗି ଏକାଠି ହୋଇଛନ୍ତି। ‘‘ୱେଭ୍ସ କେବଳ ଏକ ସଂକ୍ଷିପ୍ତ ଶବ୍ଦ ନୁହେଁ ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସଂଯୋଗକୁ ପ୍ରତିନିଧିତ୍ୱ କରୁଥିବା ଏକ ତରଙ୍ଗ’’ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ସମ୍ମିଳନୀ ଚଳଚ୍ଚିତ୍ର, ସଙ୍ଗୀତ, ଗେମିଂ, ଆନିମେସନ୍ ଏବଂ କାହାଣୀ କହିବାର ବ୍ୟାପକ ବିଶ୍ୱକୁ ପ୍ରଦର୍ଶନ କରେ, ଯାହା କଳାକାର ଏବଂ ସ୍ରଷ୍ଟାମାନଙ୍କୁ ସଂଯୋଗ ଏବଂ ସହଯୋଗ କରିବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଅବସରରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଏବଂ ବିଦେଶର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

ଚିଲି ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତି

April 01st, 12:31 pm

ରାଷ୍ଟ୍ରପତି ବୋରିକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଭାରତ ପ୍ରତି ତାଙ୍କର ଦୃଢ଼ ବନ୍ଧୁତା ଭାବନା ଏବଂ ଆମ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରକୃତରେ ପ୍ରଶଂସନୀୟ । ଏଥିପାଇଁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କୁ ତଥା ତାଙ୍କ ବିଶିଷ୍ଟ ପ୍ରତିନିଧି ଦଳକୁ ସ୍ୱାଗତ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

March 30th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଥିରୁ ଇଲେୟାରାଜା

March 18th, 04:54 pm

ରାଜ୍ୟସଭା ସାଂସଦ ଥିରୁ ଇଲେୟାରାଜା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

PM Modi praises German Singer, Ms. CassMae for promoting Indian Culture on the Global Stage

March 18th, 03:25 pm

The Prime Minister, Shri Narendra Modi has praised German Singer, Ms. CassMae for promoting Indian Culture on the Global Stage.

ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

March 10th, 07:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଗାରିମେଲା ବାଲକ୍ରିଷ୍ଣ ପ୍ରସାଦ ଗାରୁଙ୍କ ଆତ୍ମାକୁ ଛୁଇଁବା ଭଳି ଗୀତ ଅନେକଙ୍କ ହୃଦୟକୁ ଛୁଇଁଥିଲା ଏବଂ ଏହା ଆମର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସଙ୍ଗୀତର ପରମ୍ପରାକୁ ସଂରକ୍ଷଣ କରିବା ସହ ଉତ୍ସବ ମନାଉଛି ।

ଦିଲ୍ଲୀରେ ଆୟୋଜିତ 'ଜାହାଁ-ଏ-ଖୁସରୋ 2025 "କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 28th, 07:31 pm

ଆଜି ଜାହାନ-ଏ-ଖୁସରୋଙ୍କୁ ଆସି ମନ ଖୁସି ହେବା ଅତ୍ୟନ୍ତ ସ୍ୱାଭାବିକ। ହଜରତ ଅମୀର ଖୁସରୋ ଯେଉଁ ବସନ୍ତ ପ୍ରତି ଆସକ୍ତ ଥିଲେ, ତାହା କେବଳ ଆଜି ଦିଲ୍ଲୀର ଋତୁ ନୁହେଁ, ବରଂ ଜାହାନ-ଏ-ଖୁସରୋଙ୍କ ଏହି ପରିବେଶରେ ମଧ୍ୟ ସନ୍ନିବେଶିତ ହୋଇଛି। ହଜରତ ଖୁସ୍ରୋଙ୍କ ଭାଷାରେ,

ସୁଫି ସଙ୍ଗୀତ ସମାରୋହ ଜାହାନ-ଏ-ଖୁସ୍ରୋ ୨୦୨୫ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

February 28th, 07:30 pm

ଜାହାନ-ଏ-ଖୁସ୍ରୋରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହଜରତ୍ ଅମୀର ଖୁସ୍ରୋଙ୍କ ସମୃଦ୍ଧ ପରମ୍ପରା ଉପସ୍ଥିତିରେ ଖୁସି ଅନୁଭବ କରିବା ସ୍ୱାଭାବିକ । ସେ କହିଛନ୍ତି ଯେ ବସନ୍ତ ଋତୁର ମହତ୍ତ୍ୱ, ଯାହାକୁ ଖୁସ୍ରୋ ବହୁତ ଭଲ ପାଉଥିଲେ, ତାହା କେବଳ ଏକ ଋତୁ ନୁହେଁ ବରଂ ଆଜି ଦିଲ୍ଲୀରେ ଜାହାନ-ଏ-ଖୁସ୍ରୋର ବାୟୁମଣ୍ଡଳରେ ମଧ୍ୟ ରହିଛି ।