‘‘ପରୀକ୍ଷା ପେ ଚର୍ଚ୍ଚା ୨୦୨୬” କାର୍ଯ୍ୟକ୍ରମର ଦ୍ୱିତୀୟ ଅଧ୍ୟାୟରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥୋପକଥନ
February 09th, 10:30 am
ମୋର ପ୍ରିୟ ବନ୍ଧୁମାନେ, ପରୀକ୍ଷା ପେ ଚର୍ଚ୍ଚାର ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଏଥର ଏହା ଟିକେ ଅଲଗା, ଟିକେ ସ୍ୱତନ୍ତ୍ର। ଅନେକ ଛାତ୍ର ପରାମର୍ଶ ଦେଇଥିଲେ ଯେ ପରୀକ୍ଷା ପେ ଚର୍ଚ୍ଚା ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଅନୁଷ୍ଠିତ ହେବା ଉଚିତ। ତେଣୁ ଏଥର ମୁଁ ଏହି ଆଲୋଚନା କରିବା ପାଇଁ ସମଗ୍ର ଭାରତର ଛାତ୍ରଛାତ୍ରୀଙ୍କ ସହ ବସିଛି। ଏହି ବିଶେଷ ଅଧ୍ୟାୟରେ ଆପଣ ଠିକ୍ ସେଇଆ ଦେଖିବେ। ଚାଲନ୍ତୁ ତାମିଲନାଡୁର କୋଏମ୍ବାଟୁରରୁ ଆରମ୍ଭ କରିବା। ତାମିଲନାଡୁର ଛାତ୍ରଛାତ୍ରୀଙ୍କ ଶକ୍ତି ଏବଂ କୌତୁହଳ ମୋତେ ବହୁତ ପ୍ରଭାବିତ କରିଛି। ଆସନ୍ତୁ ନଜର ପକାଇବା।PM Modi interacts with students from multiple locations in the second episode of Pariksha Pe Charcha 2026
February 09th, 10:00 am
In continuation of the 9th edition of Pariksha Pe Charcha (PPC) 2026, PM Modi interacted with students from multiple locations, including Coimbatore, Raipur, Devmogra and Guwahati. The discussion covered perse topics such as startups, sports, Vocal for Local, Wed in India, discipline, AI and tribal communities, making it a memorable experience. He urged students to observe situations, accept challenges and rely on their inner strength.“ପରୀକ୍ଷା ପେ ଚର୍ଚ୍ଚା ୨୦୨୬” କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
February 06th, 10:21 am
ମୁଁ, ସାନଭୀ ଆଚାର୍ଯ୍ୟ। ମୁଁ ଆପଣଙ୍କ ରାଜ୍ୟ, ଅର୍ଥାତ୍ ଗୁଜରାଟରୁ ଆସିଛି। ମୋର ପ୍ରଥମ ପ୍ରଶ୍ନ ହେଉଛି ଯେ, ଆମର ପିତାମାତା ଆମ ବିଷୟରେ ଚିନ୍ତା କରନ୍ତି, ଆମର ଶିକ୍ଷକମାନେ ମଧ୍ୟ ଆମକୁ ସହଯୋଗ କରନ୍ତି। କିନ୍ତୁ ମୁଖ୍ୟ ସମସ୍ୟା ସେତେବେଳେ ଉପୁଜେ, ଯେତେବେଳେ ଆମର ଶିକ୍ଷକମାନେ ପାଠପଢ଼ାର ଏକ ଭିନ୍ନ ଢାଞ୍ଚା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି। ପିତାମାତା ଆଉ ଗୋଟିଏ ଅଲଗା ପ୍ରକାର ଢାଞ୍ଚା ଅନୁସରଣ କରିବାକୁ କହନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତ ଆଉ ଗୋଟିଏ ଅଲଗା ଟ୍ରେଣ୍ଡ ଚାଲୁଥାଏ। ଏମିତି ସମୟରେ ଆମେ ଭ୍ରମିତ ହୋଇଯାଉଛୁ ଯେ, ପ୍ରକୃତରେ କେଉଁ ଢାଞ୍ଚା ଗ୍ରହଣ କରିବୁପରୀକ୍ଷା ପେ ଚର୍ଚ୍ଚା 2026ରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 06th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି)ର ନବମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଏକଜାମ୍ ୱାରିୟର୍ସମାନଙ୍କ ସହ ଏକ ଅନୌପଚାରିକ ଆଲୋଚନା କରିଥିଲେ।ପ୍ରଭୁ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ଦ୍ଵିଶତାବ୍ଦୀ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 23rd, 02:12 pm
ଜ୍ଞାନ ଯୋଗ ପ୍ରତି ଭାରତବର୍ଷ ଉତ୍ସର୍ଗୀକୃତ । ହଜାରେ ବର୍ଷର ବେଦ ଆଜି ଆମ ପାଇଁ ଏକ ପ୍ରେରଣା । ଆଧୁନିକତାକୁ ଆପଣେଇ ନେଇ ବେଦ ଅନୁସାରେ ଆମ ସାଧୁ ସନ୍ଥ ଆମ କାଳଖଣ୍ଡକୁ ପ୍ରଭାବିତ କରିଛନ୍ତି । ବେଦରୁ ଉପନିଷଦ, ଉପନିଷଦରୁ ପୁରାଣ, ଶ୍ରୁତି, ସ୍ମୃତି, କଥା, ଗୀତ ପରି ବିଭିନ୍ନ ବିବିଧତା ଭିତରେ ଆମ ସଂସ୍କୃତି ସଶକ୍ତ ହୋଇପାରିଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷାପତ୍ରୀ ଦ୍ୱୀଶତାବ୍ଦୀ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି
January 23rd, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶିକ୍ଷାପତ୍ରୀର ଦ୍ୱିଶତବାର୍ଷିକୀ ମହୋତ୍ସବକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭଗବାନ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ୨୦୦ ବର୍ଷ ପୂର୍ତ୍ତି ପାଳନ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଓ ଐତିହାସିକ ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଦ୍ୱିଶତବାର୍ଷିକୀ ମହୋତ୍ସବରେ ସାମିଲ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ସେ ଏହି ପବିତ୍ର ଅବସରରେ ସମସ୍ତ ସନ୍ଥଙ୍କୁ ପ୍ରଣାମ ଜଣାଇବା ସହ ଭଗବାନ ସ୍ୱାମୀନାରାୟଣଙ୍କ କୋଟି କୋଟି ଅନୁଗାମୀଙ୍କୁ ଦ୍ୱିଶତବାର୍ଷିକୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ବନ୍ଦେ ମାତରମର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 08th, 12:30 pm
ମୁଁ ଆପଣଙ୍କୁ ଓ ଗୃହର ସବୁ ମାନନୀୟ ସଦସ୍ୟଙ୍କୁ ଏହି ଅବସରରେ ଏକ ସାମୂହିକ ଚର୍ଚ୍ଚାର ମାହୋଲ ସୃଷ୍ଟି କରିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଯେଉଁ ମନ୍ତ୍ର ଓ ଯେଉଁ ଜୟଘୋଷ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଊର୍ଜ୍ଜା ଓ ପ୍ରେରଣା ଦେଇଥିଲା, ତ୍ୟାଗ ଓ ତପସ୍ୟାର ମାର୍ଗ ଦେଖାଇଥିଲା, ସେହି ବନ୍ଦେ ମାତରମର ପୁଣ୍ୟ ସ୍ମରଣ କରିବା, ଏହି ପବିତ୍ର ଗୃହରେ ଆମ ସମସ୍ତଙ୍କ ଲାଗି ବହୁତ ବଡ ସୌଭାଗ୍ୟ । ଆଉ ଆମ ସମସ୍ତଙ୍କ ଲାଗି ଗର୍ବର କଥା ଯେ, ବନ୍ଦେ ମାତରମର ଦେଢ ଶହ ବର୍ଷ ନିମିତ ଏହି ଐତିହାସିକ ଅବସରରେ ଆମେ ସାକ୍ଷୀ ପ୍ରସ୍ତୁତ କରୁଛୁ । ଏହା ଏପରି ଏକ କାଳଖଣ୍ଡ ଯାହା ଆମ ଇତିହାସର ଅଗଣିତ ଘଟଣାବଳୀକୁ ଆଗକୁ ନେଇ ଆସୁଛି । ଏହି ଚର୍ଚ୍ଚା ସଂସଦର ପ୍ରତିବଦ୍ଧତାକୁ ପ୍ରକଟ କରୁଛି । ଯଦି ଆମେ ମିଳିମିଶି ଏହାର ସଦୁପଯୋଗ କରନ୍ତି ତେବେ ଆସୁଥିବା ପିଢି ଲାଗି, ପ୍ରତି ପିଢି ଲାଗି ଏହା ଶିକ୍ଷାର କାରଣ ହୋଇପାରିବ ।"ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
December 08th, 12:00 pm
ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଏପରି ଏକ ସମୟ ଯେତେବେଳେ ଇତିହାସର ଅନେକ ପ୍ରେରଣାଦାୟକ ଅଧ୍ୟାୟ ପୁନର୍ବାର ଜୀବିତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଦେଶ ସମ୍ପ୍ରତି ସମ୍ବିଧାନର ୭୫ ବର୍ଷକୁ ଗର୍ବର ସହିତ ପାଳନ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପ୍ରତି ଦେଶ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ସହିଦ ଦିବସ ପାଳନ କରିଛି।ରାଜ୍ୟସଭା ଅଧ୍ୟକ୍ଷ ଥିରୁ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 11:15 am
ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି, ଏବଂ ଆଜି ଆମ ସମସ୍ତ ତଥା ଗୃହର ସମସ୍ତ ମାନନୀୟ ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆପଣଙ୍କୁ ସ୍ୱାଗତ କରିବା ଏବଂ ଆପଣଙ୍କ ମାର୍ଗଦର୍ଶନରେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଗୃହ ମାଧ୍ୟମରେ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଆପଣଙ୍କ ଅମୂଲ୍ୟ ମାର୍ଗଦର୍ଶନ ଗ୍ରହଣ କରିବା। ଏହା ଆମ ସମସ୍ତଙ୍କ ପାଇଁ ଏକ ମହାନ ସୁଯୋଗ। ଗୃହ ପକ୍ଷରୁ, ମୋ ପକ୍ଷରୁ, ମୁଁ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ଆଶ୍ୱସ୍ତି ଦେଉଛି ଯେ, ଏହି ଗୃହରେ ବସିଥିବା ସମସ୍ତ ମାନନୀୟ ସଦସ୍ୟ, ଉଚ୍ଚ ଗୃହର ମର୍ଯ୍ୟାଦା ବଜାୟ ରଖି, ସର୍ବଦା ଆପଣଙ୍କ ମର୍ଯ୍ୟାଦା ପ୍ରତି ସଚେତନ ରହିବେ ଏବଂ ସୌଜନ୍ୟ ବଜାୟ ରଖିବେ। ମୁଁ ଆପଣଙ୍କୁ ଏହା ଆଶ୍ୱସ୍ତି ଦେଉଛି।ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
December 01st, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ପ୍ରଥମ ଅଧ୍ୟକ୍ଷତା ପାଇଁ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଦିନକୁ ରାଜ୍ୟସଭାର ସମସ୍ତ ମାନ୍ୟବର ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ, ଏହି ଗୃହ ଏବଂ ମୋ ପକ୍ଷରୁ, ମୁଁ ଆପଣଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ପ୍ରତିଶ୍ରୁତି ଦେଉଛି ଯେ, ଏହି ଉଚ୍ଚ ସଦନର ସମସ୍ତ ମାନ୍ୟବର ସଦସ୍ୟ ସର୍ବଦା ଏହି ମହାନ ଅନୁଷ୍ଠାନର ମର୍ଯ୍ୟାଦାକୁ ବଜାୟ ରଖିବେ ଏବଂ ନିଜର ମର୍ଯ୍ୟାଦାକୁ ବଜାୟ ରଖିବାରେ ସର୍ବଦା ସତର୍କ ରହିବେ। ଏହା ଆପଣଙ୍କ ପ୍ରତି ମୋର ଦୃଢ଼ ପ୍ରତିଶୃତି।The whole country is proud of you and watching you with admiration: PM Modi says to Women’s World Cup Champions
November 06th, 10:15 am
During his interaction with Women’s World Cup 2025 champions, PM Modi said they had truly accomplished something remarkable. The PM acknowledged the recurring challenges they faced and praised their courage and ability to instill confidence in others despite adversity. He encouraged them to advocate for Fit India and expressed his joy at having had the opportunity to interact with them.ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
November 06th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗରେ ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କରିଥିଲେ। ଭାରତୀୟ ଦଳ ଗତ ୨ ନଭେମ୍ବର, ୨୦୨୫ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲରେ ବିଜୟୀ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ଏହି ଗୋଟିଏ ଦିନରେ ଉଭୟ ଦେବ ଦୀପାବଳି ଏବଂ ଗୁରୁ ପରବ ଉଭୟ ପାଳନ କରାଯାଉଛି। ସେ ଉପସ୍ଥିତ ସମସ୍ତଙ୍କୁ ତାଙ୍କର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।