ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 23rd, 10:10 pm
ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 23rd, 05:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି ।Monsoon Session is a symbol of India’s rising stature, and democratic strength: PM Modi
July 21st, 10:30 am
PM Modi has addressed the media during the commencement of the Monsoon Session of Parliament. In his remarks, he touched upon the horrific Pahalgam massacre and lauded the unified voice of India’s political leadership in exposing Pakistan’s role. The PM also noted the global recognition of Digital India, particularly UPI. He affirmed that Naxalism and Maoism are on the decline and also hailed the success of Operation Sindoor.ମୌସୁମୀ ଅଧିବେଶନ ୨୦୨୫ର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି
July 21st, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୌସୁମୀ ଅଧିବେଶନ ୨୦୨୫ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ମୌସୁମୀ ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌସୁମୀ ନବସୃଜନ ଏବଂ ନବୀକରଣର ପ୍ରତୀକ। ସେ ଏହା ମଧ୍ୟ କହିଥିଲେ ଯେ ସାରା ଦେଶରେ ବର୍ତ୍ତମାନର ପାଣିପାଗ ପରିସ୍ଥିତି ଅନୁକୂଳ ହେଉଛି ଯାହା କୃଷି ପାଇଁ ସମାନ ଭାବରେ ଲାଭଦାୟକ। ସେ କହିଥିଲେ ଯେ ବୃଷ୍ଟିପାତ କେବଳ ଗ୍ରାମୀଣ ଅର୍ଥନୀତି ଏବଂ ଦେଶର ସାମଗ୍ରିକ ଅର୍ଥନୈତିକ ଗଠନରେ ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ କଲ୍ୟାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଶ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନର ସୂଚନା ଆଧାରରେ, ଗତ ଦଶ ବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରର ସ୍ତର ତିନି ଗୁଣ ବୃଦ୍ଧି ପାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବୃଦ୍ଧି ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ଯଥେଷ୍ଟ ଲାଭ ଦେବ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'
June 18th, 11:30 am
ନମସ୍କାର । ‘ମନ୍ କି ବାତ୍’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ ବୃଦ୍ଧି ପାଇଚାଲିବ।ଭାରତର ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱ ପାଇଁ ଏକ କେସ ଷ୍ଟଡି ହୋଇପାରେ: 'ମନ୍ କି ବାତ୍' ରେ ପ୍ରଧାନମନ୍ତ୍ରୀ ମୋଦୀ
June 27th, 11:30 am
ମନ୍ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଟୋକିଓ ଅଲିମ୍ପିକ୍ସ ସମେତ ଅନେକ ବିଷୟରେ କହିଥିଲେ, ସ୍ୱର୍ଗତ ମିଲଖା ସିଂ ଏବଂ ତାଙ୍କ ଅବଦାନକୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ଟିକାକରଣ ଅଭିଯାନ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହା ବିଶ୍ୱ ପାଇଁ ଏକ କେସ ଷ୍ଟଡି ହୋଇପାରେ। ସେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସହ କଥା ହୋଇଥିଲେ ଏବଂ କୌଣସି ଗୁଜବର ଶିକାର ନହେବାକୁ ଏବଂ ଟିକା ନେବାକୁ ଅନୁରୋଧ କରିଥିଲେ। ଜଳ ସଂରକ୍ଷଣ, ଅମୃତ ମହୋତ୍ସବ ଏବଂ ଅନ୍ୟାନ୍ୟ ଗୁରୁତ୍ୱ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
September 14th, 09:58 am
ଏକ ଦୀର୍ଘ ଅନ୍ତରାଳ ପରେ ଆପଣମାନଙ୍କ ସହ ପୁଣି ଥରେ ଦର୍ଶନ ହେଉଛି । ଆପଣମାନେ ସମସ୍ତେ କୁଶଳ ଅଛନ୍ତି ତ? ଆପଣମାନଙ୍କ ପରିବାରବର୍ଗଙ୍କ ପ୍ରତି କୌଣସି ସଂକଟ ଆସିନାହିଁ ତ? ଈଶ୍ୱର ଆପଣମାନଙ୍କୁ ସମସ୍ତଙ୍କୁ କୁଶଳରେ ରଖିଥାନ୍ତୁ ।ଝାଡ଼ଖଣ୍ଡର ରାଞ୍ଚିରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 12th, 12:20 pm
ନୂତନ ସରକାର ପ୍ରତିଷ୍ଠା ହେବା ପରେ ଯେଉଁ କେତେକ ରାଜ୍ୟକୁ ମୋତେ ପ୍ରଥମେ ଯିବାର ସୁଯୋଗ ମିଳିଲା, ସେମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡ ମଧ୍ୟ ହେଉଛି ଗୋଟିଏ ରାଜ୍ୟ । ଏହି ପ୍ରଖ୍ୟାତ ମୈଦାନ, ପ୍ରଭାତ ତାରା ମୈଦାନ, ସକାଳର ସମୟ ଆଉ ଆମେ ସମସ୍ତେ ଯୋଗ କରୁଥିଲେ ଏବଂ ବର୍ଷା ମଧ୍ୟ ଆମ ଉପରେ ଆଶୀର୍ବାଦ ଢାଳୁଥିଲା । ଆଜି ଯେତେବେଳେ ପୁଣି ଏହି ମୈଦାନକୁ ଆସିଛି ତ ଅନେକ ପୁରୁଣା ସ୍ମୃତି ସତେଜ ହୋଇ ଉଠୁଛି । ଏହା ହେଉଛି ସେହି ମୈଦାନ ଯେଉଁଠାରୁ ଆୟୁଷ୍ମାନ ଭାରତ ଯୋଜନା ଗତ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା।ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
September 12th, 12:11 pm
କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି ।ସପ୍ତଦଶ ଲୋକସଭା ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ବିବୃତ୍ତି
June 17th, 11:54 am
ନିର୍ବାଚନ ପରେ ନୂତନ ଲୋକସଭା ଗଠନ ହେବା ପରେ ଆଜି ପ୍ରଥମ ଅଧିବେଶନ ଆରମ୍ଭ ହେଉଛି । ଅନେକ ନୂତନ ସାଥିମାନଙ୍କ ସହିତ ପରିଚୟ ହେବାର ଏକ ଅବସର ସୃଷ୍ଟି ହୋଇଛି ଏବଂ ଯେତେବେଳେ ନୂତନ ସାଥି ଜଡିତ ହୋଇଥାନ୍ତି, ସେତେବେଳେ ସେମାନଙ୍କ ସହିତ ନୂତନ ଊର୍ଜା, ନୂତନ ଉତ୍ସାହ, ନୂତନ ସ୍ୱପ୍ନ ମଧ୍ୟ ଯୋଡି ହୋଇଥାଏ ।ସପ୍ତଦଶ ଲୋକସଭା ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ବିବୃତ୍ତି
June 17th, 11:53 am
ଅଧିବେଶନ ପୁର୍ବରୁ ଏକ ଗଣମାଧ୍ୟମ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି, “2019 ଲୋକସଭା ନିର୍ବାଚନ ପରେ ଆଜି ପ୍ରଥମ ଅଧିବେଶନ ଆରମ୍ଭ ହେଉଛି । ସମସ୍ତ ନୂତନ ସାଂସଦମାନଙ୍କୁ ମୁଁ ସ୍ୱାଗତ କରୁଛି । ଏହି ସାଂସଦମାନଙ୍କ ଆଗମନରେ ନୂତନ ଆଶା, ନୂତନ ଅଭିଳାଷା ଏବଂ ନୂତନ ସଞ୍ଚାର ହୋଇଛି ।”ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
July 18th, 11:11 am
ସଂସଦର ମୌସୁମୀ ଅଧିବେଶନରେ ଦେଶ ସମ୍ମୁଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା ହେବାର ଆବଶ୍ୟକତା ଅଛି । ଆଲୋଚନା ଯେତେ ଅଧିକ ହେବ ଗୃହରେ ବରିଷ୍ଠ ଓ ଅଭିଜ୍ଞ ସଦସ୍ୟମାନେ ସେତେ ଅଧିକ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିପାରିବେ ଏବଂ ଦେଶ ପାଇଁ ଏହା ହିତଜନକ ହୋଇପାରିବ । ଉତ୍ତମ ପରାମର୍ଶ ଦ୍ୱାରା ସରକାର ମଧ୍ୟ ଠିକ୍ ଭାବେ ନୀତିଗତ ନିଷ୍ପତ୍ତି ନେଇପାରିବେ । ମୁଁ ଆଶା କରେ ସମସ୍ତ ରାଜନୈତିକ ଦଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଗୃହ ସମୟର ସର୍ବାଧିକ ସଦୁପଯୋଗ କରିବେ । ଗୃହର ପ୍ରତ୍ୟେକ ସଦସ୍ୟ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ଯାହା ଫଳରେ ଗୃହର କାର୍ଯ୍ୟ ପ୍ରେରଣାଦାୟୀ ହେବ ଏବଂ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏହା ଉଦାହରଣ ହୋଇପାରିବ । ମୁଁ ଆଶା କରୁଛି ସମସ୍ତ ରାଜନୈତିକ ଦଳ ଏହା କରିବେ । ଏବେ ପୁଣି ଥରେ ମୁଁ ମୋର ଆଶା ଓ ଆକାଂକ୍ଷାକୁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛି ଏବଂ ଏ ଦିଗରେ ପ୍ରଚେଷ୍ଟା ଜାରି ରହିବ । ଆମେ ଏଥିପାଇଁ ଦୃଢ଼ ଭାବେ ଚେଷ୍ଟା କରିବା ଉଚିତ ଏବଂ ଅବିରତ ଉଦ୍ୟମ ରହିବା ଆବଶ୍ୟକ । କୌଣସି ରାଜନୈତିକ ଦଳ କିମ୍ବା ସଦସ୍ୟ ଉତ୍ଥାପନ କରିବାକୁ ଚାହୁଁଥିବା ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏହି ମୌସୁମୀ ଋତୁରେ ପ୍ରବଳ ବର୍ଷା ଦେଶର କେତେକ ସ୍ଥାନରେ କ୍ଷୟକ୍ଷତି କରିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ବର୍ଷାର ଅଭାବ ପରିଲକ୍ଷିତ ହୋଇଛି । ମୁଁ ଭାବୁଛି ଏ ସମ୍ପର୍କରେ ଆଲୋଚନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଶେଷ ଧନ୍ୟବାଦ ।ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି, ସଦନରେ ଉତ୍ତମ ଚର୍ଚ୍ଚା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
July 17th, 10:40 am
ଆଜି ସଂସଦର ମୌସୁମୀ ଅଧିବେଶନର ଆରମ୍ଭ ହେଉଛି । ଗ୍ରୀଷ୍ମ ପରେ, ପ୍ରଥମ ବର୍ଷା ଯେପରି ଓଦା ମାଟିରେ ଏକ ନୂଆ ସୁଗନ୍ଧ ଭରି ଦେଇଥାଏ, ସେହିପରି ଏହି ମୌସୁମୀ ଅଧିବେଶନ ଜିଏସଟିର ସଫଳ ବର୍ଷା କାରଣରୁ, ସମ୍ପୂର୍ଣ୍ଣ ଅଧିବେଶନ ନୂଆ ସୁଗନ୍ଧ ଏବଂ ନୂଆ ଉତ୍ସାହରେ ଭରି ରହିବ । ଯେତେବେଳେ ଦେଶର ସମସ୍ତ ରାଜନୈତିକ ଦଳ, ସମସ୍ତ ସରକାର, କେବଳ ଏବଂ କେବଳ ରାଷ୍ଟ୍ରହିତର ନିକିତିରେ ତଉଲି ନିଷ୍ପତ୍ତି ନେଇଥାନ୍ତି, ତା'ହେଲେ କେତେ ମହତ୍ୱପୂର୍ଣ୍ଣ ରାଷ୍ଟ୍ରହିତ କାର୍ଯ୍ୟ ହୋଇଥାଏ, ତାହା ଜିଏସଟିରେ ପ୍ରତିଫଳନ, ସଫଳ ଏବଂ ସିଦ୍ଧ ହୋଇସାରିଛି ।ଜୁଲାଇ 16, 2017 ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ମୁଖ୍ୟାଂଶ
July 16th, 03:18 pm
ମୌସୁମୀ ଅଧିବେଶନ : ସମୟ, ସମ୍ବଳ ଏବଂ ସଂସଦର ମର୍ଯ୍ୟାଦା ପ୍ରତି ଧ୍ୟାନ । ଆସନ୍ତାକାଲି ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ବର୍ତ୍ତମାନ ସମୟର ଆହ୍ୱାନ ହେଉଛି, କିଭଳି ସମୟର ଅଧିକରୁ ଅଧିକ ଉପଯୋଗ ହୋଇପାରିବ । ଗୋଟିଏ-ଦୁଇଟି ଅପବାଦକୁ ଛାଡ଼ି ଗତ ତିନି ବର୍ଷରେ ପାଖାପାଖି ପ୍ରତ୍ୟେକ ଅଧିବେଶନରେ Parliamentary Productivity ବେଶ ବୃଦ୍ଧି ଘଟିଛି । ମୁଁ ଏଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳକୁ ଧନ୍ୟବାଦ ଜଣାଉଛି ।