ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
September 20th, 07:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଶ୍ରୀ ମୋହନଲାଲ ଉତ୍କର୍ଷତା ଏବଂ ବହୁମୁଖୀ ପ୍ରତିଭାର ପ୍ରତିମୂର୍ତ୍ତି । ବିଗତ ଅନେକ ଦଶନ୍ଧି ଧରି ସମୃଦ୍ଧ କାର୍ଯ୍ୟ ସହିତ, ସେ ମାଲାୟଲମ ସିନେମା ଓ ଥିଏଟରର ଜଣେ ପ୍ରମୁଖ ସ୍ତମ୍ଭ ଭାବରେ ଠିଆ ହୋଇଛନ୍ତି ଏବଂ କେରଳର ସଂସ୍କୃତି ପ୍ରତି ଗଭୀର ଆସ୍ଥା ପ୍ରକଟ କରିଛନ୍ତି । ସେ ତେଲୁଗୁ, ତାମିଲ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ମାଧ୍ୟମରେ ତାଙ୍କର ସିନେମା ଏବଂ ନାଟ୍ୟ ପ୍ରତିଭା ପ୍ରକୃତରେ ପ୍ରେରଣାଦାୟକ ।”ମେଦବହୁଳତା ବିରୋଧରେ ସାମୁହିକ ପଦକ୍ଷେପ ନେବାକୁ ମନ୍ କୀ ବାତର ସଦ୍ୟତମ ଏପିସୋଡରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
February 24th, 09:11 am
ମେଦବହୁଳତା ହାର ବୃଦ୍ଧି ପାଉଥିବାରୁ ଏହା ବିରୋଧରେ ପଦକ୍ଷେପ ନେବାର ଜରୁରୀ ଆବଶ୍ୟକତା ଉପରେ ଜୋର୍ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖାଇବା ତେଲ ବ୍ୟବହାର ହ୍ରାସ କରିବା ଦିଗରେ ପ୍ରମୁଖ ବ୍ୟକ୍ତିମାନଙ୍କୁ ମନୋନୀତ କରିଛନ୍ତି । ଆନ୍ଦୋଳନ ବ୍ୟାପକ କରିବାକୁ ସେମାନଙ୍କୁ ୧୦ ଜଣ ଲେଖାଏ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।