ଭାରତ ସହାୟତାରେ ଶ୍ରୀଲଙ୍କାରେ ନିର୍ମିତ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

April 06th, 12:09 pm

06.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ ।

ଜୟା ଶ୍ରୀ ମହାବୋଧି ମନ୍ଦିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

April 06th, 11:24 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ଅନୁରା କୁମାରା ଦିଶାନାୟକେଙ୍କ ସହ ଅନୁରାଧାପୁରସ୍ଥିତ ପବିତ୍ର ଜୟା ଶ୍ରୀ ମହାବୋଧି ମନ୍ଦିର ପରିଦର୍ଶନ କରିବା ସହ ପୂଜନୀୟ ମହାବୋଧି ବୃକ୍ଷର ପୂଜାର୍ଚ୍ଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ ନେତା

April 05th, 10:59 pm

ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀଲଙ୍କାର ଭାରତୀୟ ବଂଶୋଦ୍ଭବ ତାମିଲ (ଆଇଓଟି) ନେତାମାନେ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଭାରତ ଆଇଓଟି ପାଇଁ ୧୦ ହଜାର ଘର, ସ୍ୱାସ୍ଥ୍ୟସେବା ସୁବିଧା, ପବିତ୍ର ସୀଥା ଏଲିୟା ମନ୍ଦିର ଏବଂ ଅନ୍ୟାନ୍ୟ କମୁ୍ୟନିଟି ବିକାଶ ପ୍ରକଳ୍ପ ପାଇଁ ସହାୟତା କରିବ ।

ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟର ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

April 05th, 10:48 pm

ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟର ନେତାମାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ସମ୍ମାନାଷ୍ପଦ ତାମିଲ ନେତା ଥିରୁ ଆର.ସମ୍ପନ୍ଥନ ଏବଂ ଥିରୁ ମାଭାଇ ସେନାଥିରାଜଙ୍କ ପରଲୋକରେ ଶୋକ ପ୍ରକଟ କରିଥିଲେ ।

ଶ୍ରୀଲଙ୍କାର ବିରୋଧୀ ଦଳ ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

April 05th, 10:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋରେ ଶ୍ରୀଲଙ୍କାର ବିରୋଧୀ ଦଳ ନେତା ଶ୍ରୀ ସାଜିଥ୍ ପ୍ରେମଦାସାଙ୍କୁ ଭେଟିଛନ୍ତି ।

୧୯୯୬ ଶ୍ରୀଲଙ୍କା କ୍ରିକେଟ୍ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ବିଶେଷ ବାର୍ତାଳାପ

April 05th, 10:25 pm

ଆପଣମାନଙ୍କୁ ସମସ୍ତଙ୍କୁ ଭେଟିବାର ସୁଯୋଗ ପାଇ ମୁଁ ଆନନ୍ଦିତ । ମୁଁ ଅନୁଭବ କରୁଛି ଯେ ଆପଣଙ୍କ ଦଳ ଏପରି ଏକ ଦଳ

Prime Minister Shri Narendra Modi’s interaction with 1996 Sri Lankan Cricket Team

April 05th, 10:23 pm

PM Modi interacted with members of the 1996 World Cup Champions Sri Lankan cricket team. On X, he wrote: “Cricket connect! Delighted to interact with members of the 1996 Sri Lankan cricket team, which won the World Cup that year. This team captured the imagination of countless sports lovers!”

ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସ (ଆଇପିକେଏଫ) ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

April 05th, 08:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋ ନିକଟ ଶ୍ରୀ ଜୟୱର୍ଦେନାପୁରା ଠାରେ ‘ଇଣ୍ଡିଆନ ପିସ୍ କିପିଙ୍ଗ ଫୋର୍ସ (ଆଇପିକେଏଫ) ସ୍ମାରକ’ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କଲମ୍ବୋରେ ଆଇପିକେଏଫ୍ ସ୍ମାରକ ବୁଲିରେ ପ୍ରଧାନମନ୍ତ୍ରୀ

April 05th, 07:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଲମ୍ବୋରେ ଆଇପିକେଏଫ ସ୍ମାରକ ବୁଲିବା ସହ ସେଠାରେ ପୁଷ୍ପଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀଲଙ୍କାର ଶାନ୍ତି, ଏକତା ଏବଂ କ୍ଷେତ୍ରୀୟ ଅଖଣ୍ଡତା ସେବାରେ ପ୍ରାଣବଳି ଦେଇଥିବା ଭାରତୀୟ ଶାନ୍ତିସେନାର ବାହାଦୂର ଯବାନମାନଙ୍କୁ ସେ ଏହି ଅବସରରେ ପ୍ରଶଂସା କରିଥିଲେ ।

Prime Minister holds bilateral talks with President of Sri Lanka

April 05th, 05:54 pm

PM Modi met President of Sri Lanka, Anura Kumara Dissanayake and reviewed cooperation in the fields of connectivity, development cooperation, economic ties, defence relations, reconciliation and fishermen issues. They witnessed the exchange of seven MoUs and virtually inaugurated several projects.

ପ୍ରଧାନମନ୍ତ୍ରୀଙ୍କୁ 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନ

April 05th, 02:40 pm

05.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ରାଷ୍ଟ୍ରପତି ଦିଶାନାୟକେ 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ କରିଛନ୍ତି । କୃତଜ୍ଞତା ଜ୍ଞାପନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଗଭୀର ବନ୍ଧୁତା ଏବଂ ଐତିହାସିକ ସମ୍ପର୍କର ପ୍ରତୀକ ।

List of Outcomes: Visit of Prime Minister to Sri Lanka

April 05th, 01:45 pm

PM Modi and Sri Lankan President Anura Kumara Dissanayake signed seven MoUs including MoU on Cooperation in Pharmacopoeial, Health & Medicine. Also MoU on Defence, Energy, Power and Digital transformation were signed.

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ପ୍ରେସ୍‌ ବିବୃତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

April 05th, 11:30 am

ଆଜି ରାଷ୍ଟ୍ରପତି ଦିଶାନାୟକଙ୍କ ଦ୍ୱାରା 'ଶ୍ରୀଲଙ୍କା ମିତ୍ର ବିଭୂଷଣ' ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଏହି ପୁରସ୍କାର କେବଳ ମୋତେ ସମ୍ମାନିତ କରି ନାହିଁ, ବରଂ ୧୪୦ କୋଟି ଭାରତୀୟଙ୍କୁ ସମ୍ମାନିତ କରିଛି। ଏହା ଏକ ଶ୍ରଦ୍ଧାଞ୍ଜଳି । ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରିଛି।

PM Modi arrives in Sri Lanka

April 04th, 10:06 pm

Prime Minister Narendra Modi arrived in Colombo, Sri Lanka. During his visit, the PM will take part in various programmes. He will meet President Anura Kumara Dissanayake.

ଥାଇଲ୍ୟାଣ୍ଡ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତି

April 03rd, 06:00 am

ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ନିମନ୍ତ୍ରଣ କ୍ରମେ, ମୁଁ ଆଜି ଷଷ୍ଠ ବିମ୍‌ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଥାଇଲ୍ୟାଣ୍ଡକୁ ସରକାରୀ ଗସ୍ତରେ ଯାଉଛି ।

ଏପ୍ରିଲ 3-6, 2025 ପ୍ରଧାନମନ୍ତ୍ରୀଙ୍କ ଥାଇଲାଣ୍ଡ ଓ ଶ୍ରୀଲଙ୍କା ଗସ୍ତ

April 02nd, 02:00 pm

ବ୍ୟାଙ୍କକରେ ଆୟୋଜିତ ଷଷ୍ଠ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଏପ୍ରିଲ 3-4, 2025) ରେ ଥାଇଲାଣ୍ଡ ଗସ୍ତରେ ଯିବେ। ଏହାପରେ ସେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକଙ୍କ ନିମନ୍ତ୍ରଣକ୍ରମେ (ଏପ୍ରିଲ 4-6, 2025)ରେ ଶ୍ରୀଲଙ୍କା ଗସ୍ତରେ ଯିବେ।

ଜାଫନା ସାଂସ୍କୃତିକ କେନ୍ଦ୍ର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଘନିଷ୍ଠ ସାଂସ୍କୃତିକ ସହଯୋଗକୁ ଦର୍ଶାଉଥିବା ଗୁରୁତ୍ୱପୂର୍ଣ୍ଣ ଉପକ୍ରମ: ପ୍ରଧାନମନ୍ତ୍ରୀ

February 11th, 09:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଫନା ସାଂସ୍କୃତିକ କେନ୍ଦ୍ର ଲୋକାର୍ପିତକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ କହିଛନ୍ତି ଓ ଏହି ଅବସରରେ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେଙ୍କ ଉପସ୍ଥିତିକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୫ରେ ଏହି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ସେହି ସ୍ୱତନ୍ତ୍ର ଗସ୍ତର କିଛି ଫଟୋଚିତ୍ର ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି

June 09th, 03:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର କୋଲମ୍ବରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱରେ ଭାରତର ସ୍ଥିତି ମଜବୁତ ହେଉଛି ଏବଂ ଏହାର ଶ୍ରେୟ ବିଦେଶରେ ରହିଆସୁଥିବା ଭାରତୀୟ ସମୁଦାୟଙ୍କୁ ଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ,''ମୁଁ ଯେଉଁଠିକୁ ବି ଯାଉଛି ,ମତେ ପ୍ରବାସୀ ଭାରତୀୟଙ୍କ ସଫଳତା ଏବଂ ଉପଲବ୍ଧି ବିଷୟରେ କୁହାଯାଉଛି ।''

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

June 09th, 02:40 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା, ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରେମାସିଂଘେ ,ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍ଷେ ଏବଂ ତାମିଲ ରାଷ୍ଟ୍ରୀୟ ମେଣ୍ଟର ପ୍ରତିନିଧିମଣ୍ଡଳୀଙ୍କ ସହିତ ବ୍ୟାପକ ଭାବେ କଥାବାର୍ତ୍ତା କରିଛନ୍ତି ।

"ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀଲଙ୍କାର କଚ୍ଚୀକେଡରେ ସାଧୁ ଆନ୍ଥୋନୀ ଗୀର୍ଜା ପରିଦର୍ଶନ କରିଛନ୍ତି "

June 09th, 12:33 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଷ୍ଟର ଅବସରରେ ଭୟଙ୍କର ଆତଙ୍କବାଦ ଆକ୍ରମଣରେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶ୍ରୀଲଙ୍କାର କଚ୍ଚୀକେଡରେ ସାଧୁ ଆନ୍ଥୋନୀ ଗୀର୍ଜା ପରିଦର୍ଶନ କରିଛନ୍ତି ।