ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 19th, 06:44 pm

ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଓସଲୋରେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ କ୍ରିଷ୍ଟର୍ଣ୍ଣ ଫ୍ରଷ୍ଟଡୋଟିରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।

ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଡେନମାର୍କର କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 19th, 06:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କର କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ମେଟ୍ ଫ୍ରେଡ୍ରିକସେନଙ୍କ ସହ ସାକ୍ଷାତ୍ କରିଛନ୍ତି। ଆଜି ଓସଲୋରେ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ସମୀକ୍ଷା କରିଛନ୍ତି ଏବଂ ମିଳିତ କାର୍ଯ୍ୟସୂଚୀରେ ହାସଲ ହୋଇଥିବା ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ନେତା ଭାରତ-ଡେନମାର୍କ ସବୁଜ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଛନ୍ତି ଯାହା ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସହଯୋଗକୁ ପ୍ରାଥମିକତା ଦିଏ ଏବଂ ଉଭୟ ଦେଶରେ ସବୁଜ ପରିବର୍ତ୍ତନକୁ ସହାୟତା କରିବା ପାଇଁ ପ୍ରୟାସକୁ ଏକତ୍ରିତ କରିଥାଏ।

ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ମିଳିତ ପ୍ରେସ୍ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

May 19th, 04:25 pm

ଆଜି ତୃତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ସର୍ବପ୍ରଥମେ, ମୁଁ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ନରୱେର ପ୍ରଧାନମନ୍ତ୍ରୀଙ୍କୁ ସହୃଦୟରୁ ଧନ୍ୟବାଦ ଜଣାଉଛି। ଏଠାରେ ଉପସ୍ଥିତ ସମସ୍ତ ନର୍ଡିକ ନେତାମାନଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି।

ନରୱେ-ଭାରତ ବ୍ୟବସାୟ ଏବଂ ଗବେଷଣା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 18th, 11:49 pm

ଆଜି, ଆମେ ନରୱେ ଏବଂ ଭାରତର ବ୍ୟବସାୟ ଏବଂ ଗବେଷଣା ମୁଖ୍ୟ ମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ପାଇଛୁ। ଏତେ ବଡ଼ ସ୍ତରରେ ଏହି ଶିଖର ସମ୍ମିଳନୀର ଆୟୋଜନ କରିବା ପାଇଁ ମୁଁ ନରୱେର ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି।

ଭାରତ-ନରଓ୍ବେ ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

May 18th, 08:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓସ୍‌ଲୋଠାରେ ଭାରତ-ନରଓ୍ବେ ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗଦେଇଥିଲେ। ଏଥିରେ ନରୱେର ଯୁବରାଜ ହାକନ୍ ଏବଂ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋର୍ ମଧ୍ୟ ଅଂଶଗ୍ରହଣ କରିଥିଲେ।

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18th, 08:21 pm

ଉଭୟ ନେତା ସହମତ ହୋଇଥିଲେ ଯେ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଭାଗୀତାକୁ ବୃଦ୍ଧି କରିବା ପାଇଁ ବିପୁଳ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ନରୱେର ଉଦ୍ୟୋଗଗୁଡ଼ିକ ଦ୍ୱାରା ଅଧିକ ନିବେଶକୁ ସ୍ୱାଗତ କରିଥିଲେ। ଦୁଇ ନେତା ୨୦୩୦ ମସିହା ସୁଦ୍ଧା ଭାରତ ଓ ନରୱେ ମଧ୍ୟରେ ବର୍ତ୍ତମାନର ବାଣିଜ୍ୟ ମୂଲ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଉପରେ ଜୋର ଦେଇଥିଲେ ଏବଂ TEPA ଅନ୍ତର୍ଗତ ୧୦୦ ବିଲିୟନ ଆମେରିକୀୟ ଡଲାର ନିବେଶ ପ୍ରତିଶ୍ରୁତି ଓ ଭାରତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଗତିଶୀଳ ସମ୍ପର୍କ ସ୍ଥାପନ ପାଇଁ ବ୍ୟବସାୟିକ ପ୍ରତିନିଧିମାନଙ୍କୁ ଉତ୍ସାହିତ କରିଥିଲେ।

ନରୱେର ମହାମହିମ ରାଜା ହେରାଲ୍ଡ ପଞ୍ଚମଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

May 18th, 07:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓସଲୋ ସ୍ଥିତ ରୟାଲ ପ୍ୟାଲେସରେ ନରୱେର ମହାମହିମ ରାଜା ପଞ୍ଚମ ହେରାଲ୍ଡଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ରୟାଲ୍ ନରୱେଜିଆନ୍ ଅର୍ଡର ଅଫ୍ ମେରିଟ୍ ପ୍ରଦାନ

May 18th, 07:35 pm

ଓସ୍ଲୋରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ, ନରୱେର ମହାମହିମ ରାଜା ହେରାଲ୍ଡ ପଞ୍ଚମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ଗ୍ରାଣ୍ଡ କ୍ରସ୍ ଅଫ୍ ଦି ରୟାଲ୍ ନରୱେଜିଆନ୍ ଅର୍ଡର ଅଫ୍ ମେରିଟ୍' ପ୍ରଦାନ କରିଛନ୍ତି। ଏହି ପୁରସ୍କାର ହେଉଛି ବିଦେଶୀ ସରକାର ମୁଖ୍ୟଙ୍କୁ ପ୍ରଦାନ କରାଯାଉଥିବା ନରୱେର ସର୍ବୋଚ୍ଚ ସମ୍ମାନ, ଏବଂ ନରୱେ ଏବଂ ମାନବଜାତିର ହିତରେ ଉଲ୍ଲେଖନୀୟ ସେବାର ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଏ।

ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତ୍ତି

May 18th, 04:44 pm

ଗତବର୍ଷ ମୋର ନରୱେ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଏହି ଯାତ୍ରା ସ୍ଥଗିତ ରଖିବାକୁ ପଡିଥିଲା। ସେହି କଠିନ ସମୟରେ, ନରୱେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇ ପ୍ରକୃତ ବନ୍ଧୁତା ପ୍ରଦର୍ଶନ କରିଥିଲା। ଆଜି, ମୁଁ ନରୱେ ଗସ୍ତ କରୁଥିବା ସମୟରେ, ସେହି ସମର୍ଥନ ପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି।