ଜାପାନ ମିୟାଗି ପ୍ରଦେଶର ସେଣ୍ଡାଇଠାରେ ଥିବା ସେମିକଣ୍ଡକ୍ଟର କାରଖାନା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

August 30th, 11:52 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନ ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀ ଶିଗେରୁ ଇଶିବାଙ୍କ ସହିତ ଜାପାନ ମିୟାଗି ପ୍ରଦେଶର ସେଣ୍ଡାଇ ଯାତ୍ରା କରିଛନ୍ତି। ସେଣ୍ଡାଇଠାରେ ଦୁଇ ନେତା ସେମିକଣ୍ଡକ୍ଟର କ୍ଷେତ୍ରର ଏକ ଅଗ୍ରଣୀ ଜାପାନୀ କମ୍ପାନୀ ଟୋକିଓ ଇଲେକ୍ଟ୍ରୋନ୍ ମିୟାଗି ଲିମିଟେଡ୍ (ଟେଲ ମିୟାଗି) କାରଖାନା ପରିଦର୍ଶନ କରିଥିଲେ। ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଟେଲର ଭୂମିକା, ଏହାର ଉନ୍ନତ ଉତ୍ପାଦନ କ୍ଷମତା ଏବଂ ଭାରତ ସହିତ ଏହାର ଜାରି ରହିଥିବା ଏବଂ ଯୋଜନା କରାଯାଇଥିବା ସହଭାଗିତା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି କାରଖାନା ପରିଦର୍ଶନ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ, ନିର୍ମାଣ ଏବଂ ପରୀକ୍ଷଣ କ୍ଷେତ୍ରରେ ସହଯୋଗ ସ୍ଥାପନ ପାଇଁ ଦୁଇ ଦେଶ ମଧ୍ୟରେ ରହିଥିବା ସୁଯୋଗ ବିଷୟରେ ନେତାମାନଙ୍କୁ ଏକ ବ୍ୟବହାରିକ ଦୃଷ୍ଟିକୋଣ ପ୍ରଦାନ କରିଥିଲା।

ପ୍ରାଦେଶିକ ରାଜ୍ୟପାଳମାନଙ୍କ ସହିତ ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

August 30th, 08:00 am

ଆପଣମାନଙ୍କ ସହିତ ଆଜି ଯୋଗ ଦେଇ ମୁଁ ବହୁତ ଖୁସି। ଆପଣମାନେ ସମସ୍ତେ ଜାପାନର ବିବିଧତା ଏବଂ ଶକ୍ତିର ଏକ ଜୀବନ୍ତ ଉଦାହରଣ।

ଜାପାନର ବିଭିନ୍ନ ପ୍ରାନ୍ତର ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

August 30th, 07:34 am

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଭାରତ -ଜାପାନ ସମସାମୟିକ ସମ୍ବନ୍ଧ, ଦୁଇ ଦେଶ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସମ୍ପର୍କରୁ ମିଳୁଥିବା ଜୀବନ ଶକ୍ତି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀତାକୁ ଗୁରୁତ୍ୱ ଦେଇ ସେ କହିଥିଲେ, ସମୟ ଆସିବରାଜ୍ୟ-ପ୍ରାନ୍ତ ସମ୍ପର୍କକୁ ଗୁରୁତ୍ୱ ମିଳିବ ଏବଂ ଟୋକିଓ-ଦିଲ୍ଲୀ କୈନ୍ଦ୍ରିକ ସମ୍ପର୍କରୁ ଏହା ଆହୁରି ଆଗକୁ ଯାଇପାରିବ । ଏହି ପରିପ୍ରେକ୍ଷୀରେ ସେ ପଞ୍ଚଦଶ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାନ୍ତ ସହଯୋଗିତାକୁ ଗୁରୁତ୍ୱ ଦେଇଥିଲେ । ଯାହାକି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଟେକ୍ନୋଲୋଜି, ପର୍ଯ୍ୟଟନ, ଦକ୍ଷତା, ସୁରକ୍ଷା ଏବଂ ସାଂସ୍କୃତିକ ସମ୍ବନ୍ଧକୁ ବଢ଼ାଇବାରେ ସହାୟକ ହୋଇପାରିବ । ସେ ଗଭର୍ଣ୍ଣର ମାନଙ୍କୁ ଓ ଭାରତର ରାଜ୍ୟ ସରକାରମାନଙ୍କୁ ନିର୍ମାଣ କ୍ଷେତ୍ର, ଟେକ୍ନୋଲୋଜି, ନବାଚାର, ଗତିଶୀଳତା, ପରବର୍ତ୍ତୀ ପିଢ଼ି ମୌଳିକ ଭିତ୍ତିଭୂମି, ଷ୍ଟାର୍ଟଅପ ଏବଂ ଏସଏମଇ କ୍ଷେତ୍ରରେ ନୂତନ ସମ୍ଭାବନାର ଲାଭ ଉଠାଇବା ସହ ସହଭାଗିତା କରିବାକୁ ଆହ୍ୱାନ ଦେଇଥିଲେ ।

ତଥ୍ୟ ଆଧାରିତ ସୂଚନା : ଭାରତ-ଜାପାନ ଅର୍ଥନୈତିକ ସୁରକ୍ଷା ସହଯୋଗ

August 29th, 08:12 pm

ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତା, ଯାହା ଆମର ସାଧାରଣ ମୂଲ୍ୟବୋଧ ଏବଂ ପାରସ୍ପରିକ ସମ୍ମାନରେ ସ୍ଥାପିତ ଉଭୟ ଦେଶର ସୁରକ୍ଷା ଏବଂ ସମୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍ଥିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ହେଉଛି ଆମର ଦ୍ୱିପାକ୍ଷିକ ସହଯୋଗର ଏକ ପ୍ରମୁଖ ସ୍ତମ୍ଭ ଯାହା ଆମର ରଣନୈତିକ ଦୃଷ୍ଟିକୋଣ ଏବଂ ଆର୍ଥିକ ଆବଶ୍ୟକତାରେ ବୃଦ୍ଧି ପାଉଥିବା ସମନ୍ୱୟରୁ ଉତ୍ପନ୍ନ ହୋଇଛି ।

ଭାରତ ଏବଂ ଜାପାନ ମଧ୍ୟରେ ସୁରକ୍ଷା ସହଯୋଗ ଉପରେ ମିଳିତ ଘୋଷଣାନାମା

August 29th, 07:43 pm

ଭାରତ ଏବଂ ଜାପାନ ସରକାରଙ୍କୁ ଏଠାରେ 'ଦୁଇ ପକ୍ଷ' ଭାବରେ ଉଲ୍ଲେଖ କରାଯାଇଛି, ସମାନ ମୂଲ୍ୟବୋଧ ଏବଂ ସାଧାରଣ ସ୍ୱାର୍ଥ ଉପରେ ଆଧାରିତ ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାର ରାଜନୈତିକ ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟକୁ ମନେ ପକାଇ, ନିୟମ-ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ବଜାୟ ରଖିଥିବା ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ବଳପ୍ରୟୋଗ-ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କ ଦୁଇ ଦେଶର ଅପରିହାର୍ଯ୍ୟ ଭୂମିକାକୁ ଗୁରୁତ୍ୱ ଦେଇ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ସେମାନଙ୍କର ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗରେ ଉଲ୍ଲେଖନୀୟ ପ୍ରଗତି ଏବଂ ଉଭୟ ପକ୍ଷର ରଣନୈତିକ ଦୃଷ୍ଟିକୋଣ ଏବଂ ନୀତି ପ୍ରାଥମିକତାର ବିକାଶକୁ ହୃଦୟଙ୍ଗମ କରି, ସମ୍ବଳ ପ୍ରଦାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷମତା ଦୃଷ୍ଟିକୋଣ ଏବଂ ନୀତି ପ୍ରାଥମିକତା ଦୃଷ୍ଟିରୁ ସେମାନଙ୍କର ପରିପୂରକ ଶକ୍ତିକୁ ସ୍ୱୀକାର କରି, ସେମାନଙ୍କର ଜାତୀୟ ସୁରକ୍ଷା ଏବଂ ନିରନ୍ତର ଆର୍ଥିକ ଗତିଶୀଳତାର ସ୍ୱାର୍ଥରେ ବ୍ୟବହାରିକ ସହଯୋଗ ବୃଦ୍ଧି କରିବାକୁ ପ୍ରତିବଦ୍ଧତା ସହିତ, ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଏହା ବାହାରେ ସାଧାରଣ ଚିନ୍ତାର ସୁରକ୍ଷା ପ୍ରସଙ୍ଗ ଉପରେ ଗଭୀର ସମନ୍ୱୟ ଅନୁସନ୍ଧାନ କରିବାକୁ ଚେଷ୍ଟା କରି, ଆଇନର ଶାସନ ଉପରେ ଆଧାରିତ ଅନ୍ତର୍ଜାତୀୟ କ୍ରମକୁ ବଜାୟ ରଖିବାକୁ ପ୍ରତିବଦ୍ଧ, ସେମାନଙ୍କର ସହଭାଗୀତାର ନୂତନ ପର୍ଯ୍ୟାୟକୁ ପ୍ରତିଫଳିତ କରିବା ପାଇଁ ସୁରକ୍ଷା ସହଯୋଗ ଉପରେ ଏହି ମିଳିତ ଘୋଷଣାପତ୍ର ଗ୍ରହଣ କରିଛନ୍ତି, ଏବଂ ନିମ୍ନଲିଖିତ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି :

ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ

August 29th, 07:11 pm

ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।

ପଞ୍ଚଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ବିବୃତ୍ତି: ଆମ ପରବର୍ତ୍ତୀ ପିଢ଼ିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ସହଭାଗୀତା

August 29th, 07:06 pm

ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଇଶିବା ଶିଗେରୁଙ୍କ ନିମନ୍ତ୍ରଣରେ, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯-୩୦ ଅଗଷ୍ଟ ୨୦୨୫ ରେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଜାପାନର ସରକାରୀ ଗସ୍ତ କରିଥିଲେ। ୨୯ ଅଗଷ୍ଟ ୨୦୨୫ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (କାଣ୍ଟେଇ) ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଇଶିବା ସ୍ୱାଗତ କରିଥିଲେ, ଯେଉଁଠାରେ ତାଙ୍କୁ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପ୍ରତିନିଧି ସ୍ତରୀୟ ଆଲୋଚନା ସମୟରେ, ଦୁଇ ପ୍ରଧାନମନ୍ତ୍ରୀ ଭାରତ ଏବଂ ଜାପାନ ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତାକୁ ମନେ ପକାଇଥିଲେ ଯାହାକି ସଭ୍ୟତା ସମ୍ପର୍କ, ସମାନ ମୂଲ୍ୟବୋଧ ଏବଂ ସ୍ୱାର୍ଥ, ସାଧାରଣ ରଣନୈତିକ ଦୃଷ୍ଟିକୋଣ ଏବଂ ପରସ୍ପର ପ୍ରତି ପାରସ୍ପରିକ ସମ୍ମାନରେ ନିହିତ ରହିଛି। ଗତ ଦଶନ୍ଧିରେ ଭାରତ-ଜାପାନ ସହଭାଗୀତା ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଦୁଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦଶନ୍ଧିରେ ପାରସ୍ପରିକ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ରଣନୈତିକ ଏବଂ ଭବିଷ୍ୟତମୁଖୀ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ଉପାୟ ଉପରେ ଗଠନମୂଳକ ଆଲୋଚନା କରିଥିଲେ।

ଭାରତ-ଜାପାନ ଭିତରେ ମାନବ ସମ୍ବଳ ବିନିମୟ ଓ ସହଯୋଗ ନେଇ ଆକ୍ସନ ପ୍ଲାନ

August 29th, 06:54 pm

ଭାରତରୁ ଜାପାନକୁ ଦୁଇ ସୂତ୍ରୀ ଭିତିରେ ପାଂଚ ବର୍ଷ ଭିତରେ ପଚାଶ ହଜାର କୁଶଳୀ ବ୍ୟକ୍ତି ଓ ଦକ୍ଷ ପ୍ରତିଭାଙ୍କ ସମେତ ପାଂଚ ଲକ୍ଷ ବ୍ୟକ୍ତିଙ୍କ ବିନିମୟ ହେବ । ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ୨୦୨୫ ଅବସରରେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଭୟ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ସେମାନଙ୍କ ନାଗରିକଙ୍କ ଗସ୍ତ ଓ ବିନମୟକୁ ସୁଦୃଢ କରିବେ । ନିଜ ନିଜ ମାନବ ସମ୍ବଳକୁ ନେଇ ମୂଲ୍ୟବୋଧ ସୃଷ୍ଟି କରିବା ଓ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ଦେଶ ଗୁରୁତ୍ୱ ଦେବେ ।

ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତର ସଫଳତା

August 29th, 06:23 pm

ଦଶବର୍ଷିୟା ଅଷ୍ଟ ସୂତ୍ରୀ ଅର୍ଥନୈତିକ ସହଭାଗିତା, ନିରାପତା, ଜୀବ ମଣ୍ଡଳର ସ୍ଥାୟିତ୍ୱ, ପ୍ରଯୁକ୍ତି ବିଦ୍ୟା, ଆବିଷ୍କାର, ସ୍ୱାସ୍ଥ୍ୟ ପରି କ୍ଷେତ୍ରରେ ଭିଜନ

ପ୍ରଧାନମନ୍ତ୍ରୀଙ୍କୁ ଦାରୁମା କଣ୍ଢେଇ ପ୍ରଦାନ କଲେ ଶୋରିନଜାନ ଦାରୁମା-ଜୀ ମନ୍ଦିରର ମୁଖ୍ୟ ପୁରୋହିତ ସେଇସି ହିରୋସେ

August 29th, 04:29 pm

ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାକାସାକି-ଗୁନମା ସ୍ଥିତ ଶୋରିନଜାନ ଦାରୁମା-ଜୀ ମନ୍ଦିରର ମୁଖ୍ୟ ପୁରୋହିତ ରେଭ ସେଇସି ହିରୋସେ ଏକ ଦାରୁମା କଣ୍ଢେଇ ପ୍ରଦାନ କରିଥିଲେ । ଏହି ବିଶେଷ ଆବେଗ ଭାରତ ଏବଂ ଜାପାନ ମଧ୍ୟରେ ଘନିଷ୍ଠ ସଭ୍ୟତା ଏବଂ ଆଧ୍ୟାତ୍ମିକ ସମ୍ପର୍କକୁ ପ୍ରତିଫଳିତ କରେ ।

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ପ୍ରେସ ବିବୃତ୍ତି

August 29th, 03:59 pm

ଆଜି ଆମର ଆଲୋଚନା ଫଳପ୍ରଦ ଏବଂ ଉଦ୍ଦେଶ୍ୟମୂଳକ ଥିଲା। ଆମେ ଦୁହେଁ ଏକମତ ଯେ, ବିଶ୍ୱର ଦୁଇଟି ବୃହତ ଅର୍ଥ ବ୍ୟବସ୍ଥା ଏବଂ ସ୍ପନ୍ଦନଶୀଳ ଗଣତନ୍ତ୍ର ଭାବେ, ଆମର ସହଭାଗୀତା କେବଳ ଆମ ଦୁଇ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଭାରତ-ଜାପାନ ଅର୍ଥନୈତିକ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 29th, 11:20 am

ମୁଁ ଆଜି ସକାଳେ ଟୋକିଓରେ ପହଞ୍ଚିଛି। ମୁଁ ବହୁତ ଖୁସି ଯେ ମୋର ଏହି ଯାତ୍ରା, ବ୍ୟବସାୟ ଜଗତର ମହାନ ବ୍ୟକ୍ତିମାନଙ୍କ ସହିତ ଆରମ୍ଭ ହେଉଛି।

ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

August 29th, 11:02 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବା, ଆଜି ଜାପାନର ରାଜଧାନୀ ଟୋକିଓଠାରେ ଭାରତୀୟ ଶିଳ୍ପ ମହାସଂଘ ଏବଂ ଜାପାନ ବ୍ୟବସାୟ ମହାସଂଘ (କେଇଡାନରେନ) ଦ୍ୱାରା ଆୟୋଜିତ ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗ ଦେଇଥିଲେ। ଭାରତ ଓ ଜାପାନର ବିଶିଷ୍ଟ ବ୍ୟବସାୟୀ ଓ ସିଇଓମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ଜାପାନର ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

August 29th, 06:43 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ଜାପାନରେ ପହଞ୍ଚିଥିଲେ। ଜାପାନରେ ପ୍ରଧାନମନ୍ତ୍ରୀ 15ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଭାରତ ଏବଂ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀର ସମୀକ୍ଷା କରିବେ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ।

ବ୍ରାଜିଲ ରାଷ୍ଟ୍ରପତିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

May 21st, 09:49 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମା ଜି-7 ଶିଖର ସମ୍ମିଳନୀ ଅବସରରେ 21 ମଇ 2023ରେ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଶ୍ରୀ ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ସାକ୍ଷାତ କରିଛନ୍ତି ।

Prime Minister’s visit to the Hiroshima Peace Memorial Museum

May 21st, 07:58 am

Prime Minister Shri Narendra Modi joined other leaders at G-7 Summit in Hiroshima to visit the Peace Memorial Museum. Prime Minister signed the visitor’s book in the Museum. The leaders also paid floral tributes at the Cenotaph for the victims of the Atomic Bomb.

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

May 20th, 08:16 am

ହିରୋସୀମା ଠାରେ ଜି -୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ପ୍ରଧାନମନ୍ତ୍ରୀ ଏଚ୍ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହୋଇଛନ୍ତି ।

ହିରୋସିମାରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମାର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ

May 20th, 08:12 am

ଅନାବରଣ ସମାରୋହରେ ଉପସ୍ଥିତ ମାନ୍ୟଗଣ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ପରାମର୍ଶଦାତା ଏବଂ ସାଂସଦ ଶ୍ରୀ ନକାତାନି ଜେନ, ହିରୋସୀମା ସହରର ମେୟର ଶ୍ରୀ କାଜୁମୀ ମାତ୍ସୁଇ, ହିରୋସିମା ସହର ଆସେମ୍ବଲି ଅଧ୍ୟକ୍ଷ ଶ୍ରୀ ତତସୁନୋରି ମୋତାନି, ହିରୋସୀମାର ସାଂସଦ ଏବଂ ବରିଷ୍ଠ ସହକାରୀ ଅଧିକାରୀ, ଭାରତୀୟ ଜନସମୁଦାୟ ଏବଂ ଜାପାନରେ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ସାମିଲ୍ ଥିଲେ।

PM Modi arrives in Hiroshima, Japan

May 19th, 05:23 pm

Prime Minister Narendra Modi arrived in Hiroshima, Japan. He will attend the G7 Summit as well hold bilateral meetings with PM Kishida of Japan and other world leaders.

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ

September 27th, 04:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓର ନିପନ୍ ବୁଡୋକାନରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ୨୦ ରୁ ଅଧିକ ରାଷ୍ଟ୍ର / ସରକାର ମୁଖ୍ୟଙ୍କ ସମେତ ୧୦୦ ରୁ ଅଧିକ ଦେଶର ପ୍ରତିନିଧୀ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିଥିଲେ ।