ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 09th, 06:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାସିଲିଆର ଏକ ସରକାରୀ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ଆଜି ବ୍ରାଜିଲର ଅଲ୍ଭୋରାଡା ପ୍ୟାଲେସରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କ ସହ ସାକ୍ଷାତ କରିଛନ୍ତି । ପହଞ୍ଚିବା ପରେ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରାଷ୍ଟ୍ରପତି ଲୁଲା ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ ।ମିଳିତ ଘୋଷଣାନାମା: ଭାରତ ଓ ବ୍ରାଜିଲ – ଉଚ୍ଚତର ହିତ ସାଧନ ନିମନ୍ତେ ଦୁଇ ମହାନ୍ ରାଷ୍ଟ୍ର
July 09th, 05:55 am
ଭାରତ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାନୁଭବ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮, ୨୦୨୫ ତାରିଖ ଦିନ ବ୍ରାଜିଲ ଗସ୍ତ କରିଥିଲେ । ବ୍ରାଜିଲ ସଂଘୀୟ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମହାନୁଭବ ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଦା ସିଲଭାଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଆସିଥିଲେ । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଓ ସମ୍ପର୍କ ଯାହାକି ବ୍ରାଜିଲ–ଭାରତ ମଧ୍ୟରେ ଦୀର୍ଘ ଆଠ ଦଶନ୍ଧି ଧରି ପ୍ରଗାଢ଼ ଭାବରେ ରହିଆସିଛି । ୨୦୦୬ ମସିହାରେ ଏହା ଏକ ରଣନୀତିକ ସମ୍ପର୍କ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ।ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ ଗସ୍ତ
July 09th, 03:14 am
ଅନ୍ତର୍ଜାତୀୟ ଆତଙ୍କବାଦ ଏବଂ ଅନ୍ତର୍ଜାତୀୟ ସଂଗଠିତ ଅପରାଧ ମୁକାବିଲାରେ ସହଯୋଗ ପାଇଁ ଚୁକ୍ତିନାମା ।ବ୍ରାଜିଲର ସର୍ବୋଚ୍ଚ ଜାତୀୟ ସମ୍ମାନ - “ଦି ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍”ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
July 09th, 12:58 am
ବ୍ରାଜିଲର ରାଷ୍ଟ୍ରପତି, ମହାମହିମ ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ଜାତୀୟ ସମ୍ମାନ - ଦି ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍ ସମ୍ମାନରେ ସମ୍ମାନୀତ କରିଛନ୍ତି ।ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 08th, 08:30 pm
ରିଓ ଏବଂ ବ୍ରାସିଲିଆରେ ଭବ୍ୟ ସ୍ୱାଗତ ପାଇଁ ମୁଁ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଲୁଲାଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି । ଆମାଜନର ସୌନ୍ଦର୍ଯ୍ୟ ଏବଂ ଆପଣଙ୍କ ସୌଜନ୍ୟତା ଦ୍ୱାରା ଆମେ ପ୍ରକୃତରେ ଅତ୍ୟନ୍ତ ପ୍ରଭାବିତ ।ବ୍ରାଜିଲର ବ୍ରାସିଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 08th, 02:55 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ବ୍ରାସିଲିଆ ଗସ୍ତରେ ଆସିଥିଲେ । ସେ ରାଷ୍ଟ୍ରପତି ଲୁଲାଙ୍କ ସହ ଭାରତ-ବ୍ରାଜିଲ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିବେ।ବ୍ରାଜିଲର ରିଓ ଡି ଜେନେରୋରେ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କ୍ୟୁବାର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 07th, 05:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲ୍ର ରିଓ ଡି ଜେନେରୋଠାରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍-କାନେଲ ବର୍ମୁଡେଜଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ୨୦୨୩ରେ ଜୋହାର୍ନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ରାଷ୍ଟ୍ରପତି ଡିଆଜ-କାନଲେଙ୍କୁ ଭେଟିଥିଲେ, ଯେଉଁଠାରେ କ୍ୟୁବା ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଥିଲେ ।ପ୍ରଧାନମନ୍ତ୍ରୀ ବ୍ରାଜିଲର ରିଓ ଡି ଜେନେରୋରେ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ
July 07th, 05:13 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ବିନ୍ ଇବ୍ରାହିମଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଭାରତୀୟ ସମୁଦାୟ ଦ୍ୱାରା ଅଭୂତପୂର୍ବ ସମ୍ବର୍ଦ୍ଧନାକୁ ପ୍ରଶଂସା କଲେ
July 06th, 08:28 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଦ୍ୱାରା ରିଓ ଡି ଜେନେରିଓରେ ଦିଆଯାଇଥିବା ଅଭୂତପୂର୍ବ ସମ୍ବର୍ଦ୍ଧନାକୁ ପ୍ରଶଂସା କରିଛନ୍ତି । ସେମାନେ କିପରି ଭାବେ ଭାରତୀୟ ସଂସ୍କୃତି ସହ ଯୋଡ଼ି ହୋଇ ରହିଛନ୍ତି ଏବଂ ଭାରତର ବିକାଶ ପ୍ରତି କେତେ ଭାବୁକ ତାହା ଦେଖି ଶ୍ରୀ ମୋଦୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଶ୍ରୀ ମୋଦୀ ସ୍ୱାଗତ କାର୍ଯ୍ୟକ୍ରମର କିଛି ଝଲକ ସେୟାର କରିଛନ୍ତି ।ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 06th, 04:47 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ବ୍ରାଜିଲ ରେ ପହଞ୍ଚିଥିଲେ । ସେ ରିଓ ଡି ଜେନେରିଓରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ସହ ବିଶ୍ୱର ଅନେକ ନେତାଙ୍କୁ ଭେଟିବେ ।