ପ୍ରଧାନମନ୍ତ୍ରୀଙ୍କୁ ବ୍ୟୁନସ ଏୟାର୍ସ ସହରର ଚାବି ପ୍ରଦାନ କରାଗଲା

July 06th, 02:42 am

ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ ମ୍ୟାକ୍ରି ବ୍ୟୁନସ୍ ଏୟାର୍ସ ସହରର ଚାବି ପ୍ରଦାନ କରିଛନ୍ତି ।

ଆର୍ଜଣ୍ଟିନାର ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

July 06th, 01:48 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଜଣ୍ଟିନାର ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କୁ ଭେଟିଛନ୍ତି । କାସା ରୋସାଡାରେ ପହଞ୍ଚିବା ପରେ ରାଷ୍ଟ୍ରପତି ମିଲେଇ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ । ଗତ କାଲି ବ୍ୟୁନସ୍ ଏୟାର୍ସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କର ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ୫୭ ବର୍ଷର ବ୍ୟବଧାନ ପରେ ଜଣେ ଭରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍ଜେଣ୍ଟିନାକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ଭାରତ - ଆର୍ଜେଣ୍ଟିନା ସମ୍ପର୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ, କାରଣ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପାଳନ କରୁଛନ୍ତି । ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିଲେଇଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସାନ ମାର୍ଟିନ ସ୍ମାରକୀରେ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

July 06th, 12:08 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନାର ଜାତିର ପିତା ଜେନେରାଲ ଜୋସେ ଡି ସାନ ମାର୍ଟିନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆର୍ଜେଣ୍ଟିନାକୁ ତାଙ୍କର ସରକାରୀ ଗସ୍ତ ଆରମ୍ଭ କରିଥିଲେ ।

PM Modi arrives in Buenos Aires, Argentina

July 05th, 07:23 am

Prime Minister Narendra Modi arrived in Argentina a short while ago. He will hold bilateral talks with President Milei.