ରୁଷ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତ୍ତି

September 01st, 01:24 pm

ଆପଣଙ୍କୁ ସାକ୍ଷାତ କରି ବହୁତ ଖୁସି ଲାଗୁଛି ଏବଂ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ ଯେ, ଆପଣଙ୍କୁ ସାକ୍ଷାତ କରିବା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ । ଆମକୁ ଅନେକ ପ୍ରସଙ୍ଗରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ମଧ୍ୟ ମିଳିଥାଏ ।

ରୁଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

September 01st, 01:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚୀନର ତିଆନଜିନ୍‌ ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି।

ରୁଷ୍-ୟୁକ୍ରେନ୍ ବିବାଦର ଅନ୍ତ ଘଟାଇବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ବୟାନ

September 01st, 12:48 pm

ଚୀନର ତିଆନଜିନରେ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକ କରିଥିଲେ, ଯେଉଁଠାରେ ୟୁକ୍ରେନ ବିବାଦ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା । ଶାନ୍ତି ଦିଗରେ ସାମ୍ପ୍ରତିକ ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ ସମସ୍ତ ପକ୍ଷ ଗଠନମୂଳକ ଭାବରେ ଆଗକୁ ବଢ଼ିବେ । ସଂଘର୍ଷକୁ ଯଥାଶୀଘ୍ର ଶେଷ କରିବା ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ସ୍ଥାୟୀ ଶାନ୍ତିର ବାଟ ଖୋଜିବା ଜରୁରୀ ବୋଲି ଗୁରୁତ୍ୱାରୋପ କରିଥିଲେ । ବୃହତ୍ତର ମାନବିକ ଦିଗ ଉପରେ ଗୁରୁତ୍ଵାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କେବଳ ଏକ ଆଞ୍ଚଳିକ ଚିନ୍ତା ନୁହେଁ ବରଂ ମାନବିକତାର ଆହ୍ୱାନ ।

୨୫ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

September 01st, 10:14 am

ମୁଁ ୨୫ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ବହୁତ ଆନନ୍ଦିତ। ଆମକୁ ପ୍ରଦାନ କରାଯାଇଥିବା ଚମତ୍କାର ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।

ଚୀନର ତିଆନଜିନରେ ପଞ୍ଚବିଂଶତମ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

September 01st, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ପଞ୍ଚବିଂଶତମ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଏସସିଓ ବିକାଶ ରଣନୀତି, ବିଶ୍ୱ ଶାସନ ସଂସ୍କାର, ଆତଙ୍କବାଦ ବିରୋଧୀ ପ୍ରୟାସ, ଶାନ୍ତି ଓ ସୁରକ୍ଷା, ଆର୍ଥିକ ଓ ବିତ୍ତୀୟ ସହଯୋଗ ଏବଂ ନିରନ୍ତର ବିକାଶ ଉପରେ ଫଳପ୍ରଦ ଆଲୋଚନା ହୋଇଛି।

ଏସ୍‌ସିଓ ସମ୍ମିଳନୀରେ ମିଆଁମାରର ରାଜ୍ୟ ସୁରକ୍ଷା ଏବଂ ଶାନ୍ତି କମିଶନର ଅଧ୍ୟକ୍ଷ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

August 31st, 04:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିୟାନଜିନରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ମିଆଁମାରର ରାଜ୍ୟ ସୁରକ୍ଷା ଏବଂ ଶାନ୍ତି କମିଶନର ଅଧ୍ୟକ୍ଷ ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ।

ତିଆନଜିନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 31st, 11:06 am

ଆମକୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ପାଇଁ ମୁଁ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରୁଛି। ଗତ ବର୍ଷ କାଜାନରେ ଆମର ଆଲୋଚନାଗୁଡ଼ିକ ବହୁତ ସଫଳ ଏବଂ ଫଳଦାୟକ ହୋଇଥିଲା। ତାହା ପରେ ଆମର ସମ୍ପର୍କ ସକାରାତ୍ମକ ଦିଗ ନେଇଛି। ସୀମାରେ ସମ୍ପର୍କରେ ସୁଧାର ଆସିବା ପରେ ଶାନ୍ତି ଏବଂ ସ୍ଥିରତାର ବାତାବରଣ ରହିଛି। ସୀମା ପରିଚାଳନା ଉପରେ ଆମର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ପୁନଃ ଆରମ୍ଭ ହେଉଛି। ଆମର ସହଯୋଗ ଉଭୟ ଦେଶର ୨୮୦ କୋଟି ଲୋକଙ୍କ ସ୍ୱାର୍ଥ ସହିତ ଜଡିତ। ଏହା ସମଗ୍ର ମାନବତାର କଲ୍ୟାଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ। ଆମେ ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଉପରେ ଆଧାରିତ ଆମର ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ଅଟୁ।

ଚୀନ୍ ରାଷ୍ଟ୍ରପତି ଶ୍ରୀ ସି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

August 31st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅଗଷ୍ଟ ୨୦୨୫ରେ ତିଆନଜିନ ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ନେତାଙ୍କ ଶିଖର ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ଶ୍ରୀ ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ସାକ୍ଷାତ କରିଥିଲେ।

ଚୀନର ତିଆନଜିନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

August 30th, 04:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ଚୀନରେ ପହଞ୍ଚିଥିଲେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣକ୍ରମେ ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବେ । ସେ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଜି ଜିନପିଙ୍ଗ, ରାଷ୍ଟ୍ରପତି ପୁଟିନ ଏବଂ ଅନ୍ୟ ନେତାମାନଙ୍କୁ ସାକ୍ଷାତ କରିବେ।

୨୦୨୨ ଏସସିଓ ଶିଖର ସମ୍ମିଳନୀରେ ବାରଣାସୀ ପ୍ରଥମ ଥର ପାଇଁ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ଭାବେ ନିର୍ବାଚିତ

September 16th, 11:50 pm

୧. ଉଜବେକିସ୍ତାନର ସମରକନ୍ଦ ଠାରେ ସେପ୍ଟେମ୍ବର ୧୬, ୨୦୨୨ରେ ଆୟୋଜିତ ହୋଇଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୨ତମ ବୈଠକରେ ୨୦୨୨-୨୦୨୩ ବର୍ଷ ପାଇଁ ବାରଣାସୀ ସହର ପ୍ରଥମ ଏସସିଓ ପର୍ଯ୍ୟଟନ ଓ ସାଂସ୍କୃତିକ ରାଜଧାନୀ ଭାବେ ନିର୍ବାଚିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ।

ଏସସିଓ ଶିଖର ସମ୍ମିଳନୀ ଅବସରରେ ତୁର୍କୀ ରାଷ୍ଟ୍ରପତି ମହାମହିମ ଶ୍ରୀ ରିସେପ ତୟିପ ଏରଦୋଗାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

September 16th, 11:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୬, ୨୦୨୨ରେ ଉଜବେକିସ୍ତାନର ସମରକନ୍ଦ ଠାରେ ଏସସିଓ ଶିଖର ସମ୍ମିଳନୀ ଅବସରରେ ତୁର୍କୀ ରାଷ୍ଟ୍ରପତି ମହାମହିମ ଶ୍ରୀ ରିସେପ ତୟିପ ଏରଦୋଗାନଙ୍କୁ ଭେଟିଛନ୍ତି ।

ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ସମରକନ୍ଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

September 15th, 10:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ସଭକାଟ ମିର୍ଜିୟୋଭେଙ୍କ ଆମନ୍ତ୍ରଣ କ୍ରମେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ରାଜ୍ୟ ମୁଖ୍ୟ ପରିଷଦର ୨୨ ତମ ବୈଠକରେ ଯୋଗଦେବା ପାଇଁ ଆଜି ସନ୍ଧ୍ୟାରେ ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି ।

ଉଜବେକିସ୍ତାନ ଗସ୍ତରେ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

September 15th, 02:15 pm

ଉଜବେକିସ୍ତାନ ରାଷ୍ଟ୍ରପତି ମହାମହିମ ଶ୍ରୀ ସୱକତ ମୀର୍ଜିୟୋୟେଭଙ୍କ ଆମନ୍ତ୍ରଣ କ୍ରମେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୁଖ୍ୟ ପରିଷଦର ବୈଠକରେ ଯୋଗ ଦେବାକୁ ମୁଁ ସମରକନ୍ଦ ଗସ୍ତ କରିବି ।

ଭର୍ଚୁଆଲ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ୨୧ତମ ବୈଠକରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 17th, 05:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ୨୧ତମ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। ଏଥିସହିତ ସେ ଆଫଗାନିସ୍ତାନ ଉପରେ ଯୁଗ୍ମ ଏସସିଓ-ସିଏସଟିଓ ଜନସମ୍ପର୍କ ଅଧିବେଶନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ସାମିଲ ହୋଇଥିଲେ।

ଆଫଗାନିସ୍ତାନ ପ୍ରସଙ୍ଗରେ ଏସସିଓ- ସିଏସଟିଓ ଆଉଟରିଚ୍ ସମିଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

September 17th, 05:01 pm

ଆଫଗାନିସ୍ତାନ ପରିସ୍ଥିତି ଉପରେ ଏସସିଓ ଏବଂ ସିଏସଟିଓ ମଧ୍ୟରେ ସ୍ୱତନ୍ତ୍ର ବୈଠକ ଆୟୋଜନ ନିମନ୍ତେ ରାଷ୍ଟ୍ରପତି ରହମୋନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

21st Meeting of SCO Council of Heads of State in Dushanbe, Tajikistan

September 15th, 01:00 pm

PM Narendra Modi will address the plenary session of the Summit via video-link on 17th September 2021. This is the first SCO Summit being held in a hybrid format and the fourth Summit that India will participate as a full-fledged member of SCO.