“କେରଳ”ର ନାମ ପରିବର୍ତ୍ତନ କରି “କେରଳମ” କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
February 24th, 03:20 pm
କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ, ରାଷ୍ଟ୍ରପତି ଭାରତୀୟ ସମ୍ବିଧାନର ଧାରା ୩ର ସର୍ତ୍ତାବଳୀ ଅନୁଯାୟୀ ନିଜର ମତାମତ ପ୍ରକାଶ କରିବା ପାଇଁ କେରଳ (ନାମ ପରିବର୍ତ୍ତନ) ବିଲ୍, ୨୦୨୬ ନାମକ ବିଧେୟକକୁ କେରଳ ରାଜ୍ୟ ବିଧାନସଭାକୁ ପଠାଇବେ। କେରଳ ରାଜ୍ୟ ବିଧାନସଭାର ମତାମତ ଗ୍ରହଣ କରିବା ପରେ, ଭାରତ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ଏବଂ ସଂସଦରେ ‘କେରଳ’ ରାଜ୍ୟର ନାମ ‘କେରଳମ’ କରିବା ପାଇଁ କେରଳ (ନାମ ପରିବର୍ତ୍ତନ) ବିଲ୍, 2026 ଆଗତ କରିବା ପାଇଁ ରାଷ୍ଟ୍ରପତିଙ୍କ ସୁପାରିସ ଗ୍ରହଣ କରାଯିବ।ଏକ ନୂତନ ସମବାୟ ମନ୍ତ୍ରଣାଳୟ ଗଠନ କଲେ ମୋଦୀ ସରକାର
July 06th, 10:22 pm
‘ସହଯୋଗ ଦ୍ୱାରା ସମୃଦ୍ଧି’ର ଦୃଷ୍ଟିକୋଣକୁ ହୃଦୟଙ୍ଗମ କରି ମୋଦୀ ସରକାରଙ୍କ ଦ୍ୱାରା ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଏକ ପୃଥକ୍ 'ସମବାୟ ମନ୍ତ୍ରଣାଳୟ’ ଗଠନ କରାଯାଇଛି ।