ଇଥିଓପିଆ ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 17th, 12:25 pm

ପ୍ରାଚୀନ ଜ୍ଞାନ ଓ ଆଧୁନିକ ଆକାଂକ୍ଷାର ସମନ୍ୱୟ ଥିବା ଏକ ଜାତିର ହୃଦୟସ୍ଥଳ ତଥା ଗଣତନ୍ତ୍ରର ଏହି ମନ୍ଦିରକୁ ଆସିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି। ଆପଣମାନଙ୍କ ସଂସଦ, ଆପଣମାନଙ୍କ ଜନତା ଏବଂ ଆପଣମାନଙ୍କ ଗଣତାନ୍ତ୍ରିକ ଯାତ୍ରା ପ୍ରତି ଗଭୀର ସମ୍ମାନର ସହିତ ମୁଁ ଏଠାକୁ ଆସିଛି।

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17th, 12:12 pm

ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପକ୍ଷରୁ ଇଥିଓପିଆ ସାଂସଦମାନଙ୍କୁ ବନ୍ଧୁତା ଏବଂ ସଦ୍ଭାବନାର ଶୁଭେଚ୍ଛା ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସଂସଦକୁ ସମ୍ବୋଧିତ କରିବା ଏବଂ ଗଣତନ୍ତ୍ରର ଏହି ମନ୍ଦିର ମାଧ୍ୟମରେ, ଇଥିଓପିଆର ଭବିଷ୍ୟତ ଗଠନ କରୁଥିବା ସାଧାରଣ ଜନତା - କୃଷକ, ଉଦ୍ୟୋଗୀ, ଗର୍ବିତ ମହିଳା ଏବଂ ଯୁବକମାନଙ୍କ ସହ କଥା ହେବା ଏକ ସୌଭାଗ୍ୟର ବିଷୟ। ତାଙ୍କୁ ସର୍ବୋଚ୍ଚ ପୁରସ୍କାର - ‘ଗ୍ରେଟ୍ ଅନର ନିଶାନ ଅଫ ଇଥିଓପିଆ’ ପ୍ରଦାନ କରିବା ପାଇଁ ସେ ଇଥିଓପିଆର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ସମ୍ପର୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରହିଆସିଥିବା ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ ହୋଇଛି।

ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

October 14th, 01:15 pm

ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି। ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି। ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ।

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 23rd, 10:10 pm

ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।

ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 23rd, 05:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି ।

ପ୍ରଧାନମନ୍ତ୍ରୀଙ୍କ ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିୟା ଗସ୍ତ (ଜୁଲାଇ ୦୨-୦୯)

June 27th, 10:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୦୨- ୦୩, ୨୦୨୫ରେ ଘାନା ଗସ୍ତରେ ଯିବେ । ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପକ୍ଷୀୟ ଘାନା ଗସ୍ତ । ତିନି ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଘାନା ଗସ୍ତରେ ଯାଉଛନ୍ତି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଘାନାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ । ଦୃଢ଼ ଦ୍ୱିପାକ୍ଷିକ ସହଯୋଗର ସେ ସମୀକ୍ଷା କରିବା ସହ ଆର୍ଥିକ, ଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଏବଂ ସହଭାଗିତା ସହଯୋଗ ବୃଦ୍ଧିର ସୁଯୋଗ ବାବଦରେ ଆଲୋଚନା କରିବେ । ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଦୁଇ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ସହ ଇକୋୱାସ (ଇକୋନୋମିକ କମୁ୍ୟନିଟି ଅଫ ୱେଷ୍ଟ ଆଫ୍ରିକା ଷ୍ଟେଟସ ) ଏବଂ ଆଫ୍ରିକାନ ୟୁନିଅନରେ ଭାରତର ସହଭାଗିତାକୁ ଦୃଢ଼ କରିବ ।

ଫଳାଫଳ ତାଲିକା : ଚିଲି ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

April 01st, 06:45 pm

ଆଣ୍ଟାର୍କଟିକା ସହଯୋଗ ଉପରେ ଆଗ୍ରହ ପତ୍ର

ଭାରତ-ଚିଲି ମିଳିତ ବିବୃତ୍ତି

April 01st, 06:11 pm

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଚିଲି ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଗାବ୍ରିଏଲ ବୋରିକ ଫଣ୍ଟ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୬ ବର୍ଷ ପୂରଣ ଅବସରରେ ୨୦୨୫ ମସିହା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ବୋରିକଙ୍କ ସହ ବୈଦେଶିକ ବ୍ୟାପାର, କୃଷି, ଖଣି, ମହିଳା ଏବଂ ଲିଙ୍ଗଗତ ସମାନତା ଏବଂ ସଂସ୍କୃତି, କଳା ଏବଂ ଐତିହ୍ୟ ମନ୍ତ୍ରୀ, ସଂସଦ ସଦସ୍ୟ, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ ବ୍ୟବସାୟିକ ମୁଖ୍ୟ ଅଛନ୍ତି। ନୂଆଦିଲ୍ଲୀ ବ୍ୟତୀତ ରାଷ୍ଟ୍ରପତି ବୋରିକ୍ ଆଗ୍ରା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତ କରିବେ। ରାଷ୍ଟ୍ରପତି ବୋରିକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ନଭେମ୍ବର ୨୦୨୪ ରେ ରିଓ ଡି ଜେନେରିଓରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ରାଷ୍ଟ୍ରପତି ବୋରିକ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ।

'ଉତ୍କର୍ଷ ଓଡ଼ିଶା'ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ - ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ

January 28th, 11:30 am

ରାଜ୍ୟପାଳ ଶ୍ରୀ ହରି ବାବୁ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ମନ୍ତ୍ରୀଗଣ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରମୁଖ ଉଦ୍ୟୋଗୀ, ଦେଶ ଓ ବିଶ୍ୱର ନିବେଶକ ଏବଂ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନେ !

ଭୁବନେଶ୍ୱରରେ 'ଉତ୍କର୍ଷ ଓଡ଼ିଶା' - ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 28th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫ ଏବଂ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁଆରୀ ୨୦୨୫ରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଉଦଘାଟନ ପାଇଁ ତାଙ୍କର ଗସ୍ତକୁ ମନେପକାଇ ସେ ଏପରି କହିଥିଲେ । ଏହା ଓଡ଼ିଶାରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବବୃହତ୍ ବ୍ୟବସାୟ ସମ୍ମିଳନୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ମେକ୍ ଇନ୍ ଓଡ଼ିଶା ୨୦୨୫ରେ ୫ରୁ ୬ ଗୁଣ ଅଧିକ ନିବେଶକ ଅଂଶଗ୍ରହଣ କରିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଓଡ଼ିଶାବାସୀ ଓ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସିଡନୀ ଠାରେ ବ୍ୟବସାୟିକ ଗୋଲ୍ ଟେବୁଲ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

May 24th, 04:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଡନୀ ଠାରେ ଅଷ୍ଟ୍ରେଲୀୟ ବରିଷ୍ଠ କମ୍ପାନୀର ସିଇଓ ମାନଙ୍କ ସହିତ ଏକ ବ୍ୟବସାୟିକ ଗୋଲ୍ ଟେବୁଲ ବୈଠକକୁ ସମ୍ବୋଧିତ କରିଛନ୍ତି ।

ରାଜସ୍ଥାନର ନାଥଦ୍ୱାରାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 10th, 12:01 pm

ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର ମହୋଦୟ, ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ଶ୍ରୀମାନ ଅଶୋକ ଗେହଲୋଟ ମହାଶୟ, ବିଧାନସଭାର ବାଚସ୍ପତି ଶ୍ରୀମାନ ସି.ପି ଯୋଶୀ ମହାଶୟ, ରାଜ୍ୟ ସରକାରଙ୍କର ମନ୍ତ୍ରୀ ଶ୍ରୀ ଭଜନ ଲାଲା ଜାଟବ ମହାଶୟ, ସଂସଦରେ ମୋର ସାଥୀ ଏବଂ ରାଜସ୍ଥାନ ଭାଜପା ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ପ୍ରକାଶ ଯୋଶୀ ମହାଶୟ, ସଂସଦରେ ମୋର ସାଥୀ ଭଉଣୀ ଦୀୟାକୁମାରୀ ମହାଶୟା, ସଂସଦରେ ମୋର ସାଥୀ ଶ୍ରୀମାନ କନକମଲ କଟାରା ମହାଶୟ, ସାଂସଦ ଶ୍ରୀ ଅର୍ଜୁନଲାଲ ମୀନା ମହାଶୟ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ରାଜସ୍ଥାନର ନାଥଦ୍ୱାରରେ ଦେଶକୁ 5500 ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

May 10th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ନାଥଦ୍ୱାରରେ 5500 କୋଟି ରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଓ ଲୋକାର୍ପଣ କରିଛନ୍ତି। ବିକାଶ ପ୍ରକଳ୍ପଗୁଡ଼ିକ ସେହି ଅଞ୍ଚଳରେ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥାଏ ଯେଉଁଠାରେ ରେଳ ଏବଂ ସଡ଼କ ପ୍ରକଳ୍ପଗୁଡ଼ିକ ସାମଗ୍ରୀ ଏବଂ ସେବାଗୁଡିକର ଗତିପଥକୁ ସୁବିଧାଜନକ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆସିବ।

ମଧ୍ୟପ୍ରଦେଶର ଇଂଦୋର ଠାରେ ମଧ୍ୟପ୍ରଦେଶ ବିଶ୍ୱ ନିବେଶକ ସମ୍ମିଳନୀ ୨ଠ୨୩ରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ

January 11th, 05:00 pm

ମଧ୍ୟପ୍ରଦେଶ ନିବେଶକ ସମ୍ମିଳନୀ ପାଇଁ ଆପଣ ସମସ୍ତ ନିବେଶକ, ଉଦ୍ୟୋଗୀଙ୍କୁ ବହୁତ ବହୁତ ସ୍ୱାଗତ । ଏକ ବିକଶିତ ଭାରତର ନିର୍ମାଣରେ ମଧ୍ୟପ୍ରଦେଶର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶ୍ୱାସ, ଆଧ୍ୟାତ୍ମିକତା ଠାରୁ ନେଇ ପର୍ଯ୍ୟଟନ ପର୍ଯ୍ୟନ୍ତ, କୃଷି ଠାରୁ ନେଇ ଶିକ୍ଷା ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ, ମଧ୍ୟପ୍ରଦେଶ ଅଦ୍ଭୁତ, ଚମକ୍ରାର ଏବଂ ସତର୍କ ମଧ୍ୟ ଅଟେ ।

ବୈଶ୍ୱିକ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆରମ୍ଭ ହୋଇଥିବା ବୈଶ୍ୱିକ ନିବେଶକ ଶିଖର ସମ୍ମିଳନୀ-୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଅଭିଭାଷଣ

January 11th, 11:10 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋରଠାରେ ବୈଶ୍ୱିକ ନିବେଶକାରୀ ଶିଖର ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆର ସମ୍ବୋଧିତ କରିଛନ୍ତି । ଏହି ବୈଠକ ମଧ୍ୟପ୍ରଦେଶରେ ବିବିଧ ପୁଞ୍ଜିବିନିଯୋଗ ସୁଯୋଗ ସୃଷ୍ଟି କରିବ ।

‘ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ’ ବଜେଟ ପରବର୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 03rd, 10:08 am

ଏହି ବଜେଟରେ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ ନେଇ ଯେଉଁ ନିଷ୍ପତି ସବୁ ନିଆଯାଇଛି, ସେସବୁ ଆମର ଶିଳ୍ପ ଏବଂ ଅର୍ଥନୀତି, ଦୁଇଟି ଯାକ ପାଇଁ ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଆଜିକାର ଏକବିଂଶ ଶତାବ୍ଦୀର ହେଉଛି ଭାରତର ଆବଶ୍ୟକତା ମଧ୍ୟ, ଆଉ ଏହା ଆମକୁ ବିଶ୍ୱରେ ନିଜର ସାମର୍ଥ୍ୟ ଦେଖାଇବାର ସୁଯୋଗ ମଧ୍ୟ ପ୍ରଦାନ କରିଥାଏ।

ଡିପିଆଇଆଇଟିର ମେକ ଇନ ଇଣ୍ଡିଆ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 03rd, 10:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ଆୟୋଜିତ ବଜେଟ ସମ୍ପର୍କିତ ୱେବିନାରରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ବଜେଟ୍ ପରର ଅଷ୍ଟମ ୱେବିନାରକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ୱେବିନାର ବିଷୟବସ୍ତୁ ହେଉଛି ‘ବିଶ୍ୱ ପାଇଁ ମେକ୍ ଇନ୍ ଇଣ୍ଡିଆ’ ।

ବହୁମୁଖୀ ସଂଯୋଗୀକରଣ ପାଇଁ ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ

October 13th, 11:55 am

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀ ନୀତିନ ଗଡ଼କରୀ ଜୀ, ଶୀ ପିୟୁଷ ଗୋୟଲ ଜୀ, ଶ୍ରୀ ହରଦୀପ ସିଂ ପୁରୀ ଜୀ, ଶ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଶ୍ରୀ ରାଜକୁମାର ଜୀ ଭିନ୍ନ-ଭିନ୍ନ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣାଣ୍ଟ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ଉଦ୍ୟୋଗ ଜଗତର ସାଥୀ, ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ପିଏମ୍ ଗତିଶକ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

October 13th, 11:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବହୁମୁଖୀ ସଂଯୋଗୀକରଣ ମାଷ୍ଟର ପ୍ଳାନ ଆଜି(ତା୧୩-୧୦-୨୦୨୧) ନୂଆଦିଲ୍ଳୀଠାରେ ଉଦଘାଟନ କରିଛନ୍ତି । ଏଥିସହ ସେ ପ୍ରଗତି ମଇଦାନଠାରେ ନୂତନ ପ୍ରଦର୍ଶନୀ ପରିସରକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ନିତୀନ ଗଡକରୀ, ପୀୟୁଷ ଗୋୟଲ, ହରଦୀପ ସିଂପୁରୀ, ସର୍ବାନନ୍ଦ ସୋନୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବ, ଆରକେ ସିଂହ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ରାଜ୍ୟମନ୍ତ୍ରୀ ଓ ବିଶିଷ୍ଟ ଶିଳ୍ପପତିମାନେ ଏଥିରେ ଉପସ୍ଥିତ ଥିଲେ । ଶିଳ୍ପାନୁଷ୍ଠାନରୁ ଶ୍ରୀ କୁମାର ମଙ୍ଗଳମ୍ ବିରଳା (ଆଦିତ୍ୟ ବିରଳାଗ୍ରୁପ ଅଧ୍ୟକ୍ଷ) ଟ୍ରାକ୍ଟର ଓ ଚାଷୋପକରଣର ଅଧ୍ୟକ୍ଷ ଶ୍ରୀମତୀ ମଲ୍ଲିକା ଶ୍ରୀନିବାସନ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ଟାଟା ଷ୍ଟିଲ) ଶ୍ରୀ ଟି.ଭି. ନରେନ୍ଦ୍ରନ୍‌, ଭାରତୀୟ ଶିଳ୍ପ ସଂଘର ସଭାପତି ତଥା ସିଭିଗୋର ସହ ପ୍ରତିଷ୍ଠାତା ଶ୍ରୀ ଦୀପକ ଗର୍ଗ ଏହି ଅବସରରେ ସେମାନଙ୍କ ମତାମତ ରଖିଥିଲେ ।

ଇଣ୍ଡିଆନ ସ୍ପେଶ ଆସୋସିଏସନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

October 11th, 11:19 am

ଦେଶର ଦୁଇ ମହାନ ସୁପୁତ୍ର, ଭାରତ ରତ୍ନ ଶ୍ରୀ ଜୟପ୍ରକାଶ ନାରାୟଣ ଜୀ ଏବଂ ଭାରତ ରତ୍ନ ଶ୍ରୀ ନାନାଜି ଦେଶମୁଖଙ୍କର ଆଜି ଜନ୍ମ ଜୟନ୍ତୀ ମଧ୍ୟ ଅଛି । ସ୍ୱାଧୀନତା ପରେ ଭାରତକୁ ମାର୍ଗ ଦେଖାଇବାରେ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ବହୁତ ବଡ଼ ଭୂମିକା ରହିଛି । ସମସ୍ତଙ୍କୁ ସାଥୀରେ ନେଇ, ସମସ୍ତଙ୍କ ପ୍ରୟାସ ଦ୍ୱାରା, ଦେଶରେ କିପରି ବଡ଼-ବଡ଼ ପରିବର୍ତ୍ତନ ଆସିଥାଏ, ଏମାନଙ୍କର ଜୀବନ ଦର୍ଶନ ଆମକୁ ଆଜି ମଧ୍ୟ ଏହାର ପ୍ରେରଣା ଦେଇଥାଏ । ମୁଁ ଜୟପ୍ରକାଶ ନାରାୟଣ ଜୀ ଏବଂ ନାନାଜୀ ଦେଶମୁଖ ଜୀଙ୍କୁ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।