ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଷୟରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷ
March 24th, 02:05 pm
ଆମେ ସମସ୍ତେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ଏହାର ପରିଣାମସ୍ୱରୂପ ପରିସ୍ଥିତି ବିଷୟରେ ଅବଗତ। ଏହି କଠିନ ପରିସ୍ଥିତି ଉପରେ ସରକାରଙ୍କ ମତାମତ ରଖିବା ପାଇଁ ମୁଁ ଆଜି ସଂସଦର ଉଚ୍ଚ ସଦନ ସମ୍ମୁଖରେ ତଥା ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି। ପଶ୍ଚିମ ଏସିଆରେ ଏହି ଯୁଦ୍ଧ ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲିଛି। ଏହି ଯୁଦ୍ଧ ସାରା ବିଶ୍ୱରେ ଏକ ଗୁରୁତର ଶକ୍ତି ସଙ୍କଟ ସୃଷ୍ଟି କରିଛି। ଭାରତ ପାଇଁ ମଧ୍ୟ ଏହି ପରିସ୍ଥିତି ଚିନ୍ତାଜନକ। ଏହି ଯୁଦ୍ଧ ଆମର ବ୍ୟବସାୟିକ ପଥକୁ ପ୍ରଭାବିତ କରୁଛି। ଏହାର ପ୍ରଭାବରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଏବଂ ସର ଭଳି ଆବଶ୍ୟକ ସାମଗ୍ରୀର ନିୟମିତ ଯୋଗାଣ ବାଧାପ୍ରାପ୍ତ ହେଉଛି। ପ୍ରାୟ ୧ କୋଟି ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବସବାସ କରନ୍ତି ଏବଂ କାମ କରନ୍ତି। ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ମଧ୍ୟ ଭାରତ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ। ବିଶ୍ୱର ବିଭିନ୍ନ ସ୍ଥାନରୁ ଅସଂଖ୍ୟ ଜାହାଜ ହରମୁଜ୍ ପ୍ରଣାଳୀରେ ଅଟକି ରହିଛି, ଯେଉଁଥିରେ ବହୁ ସଂଖ୍ୟକ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଏହା ଭାରତ ପାଇଁ ମଧ୍ୟ ଏକ ବଡ଼ ଚିନ୍ତାର ବିଷୟ। ଏପରି ଏକ କଠିନ ପରିସ୍ଥିତିରେ, ଭାରତୀୟ ସଂସଦର ଏହି ଉଚ୍ଚ ସଦନରୁ ସମଗ୍ର ବିଶ୍ୱକୁ ଶାନ୍ତି ଏବଂ ଆଲୋଚନା ପାଇଁ ଏକ ମିଳିତ ସ୍ୱର ଶୁଣାଯିବା ଅତ୍ୟନ୍ତ ଜରୁରୀ।ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
March 24th, 02:00 pm
୨୪ ମାର୍ଚ୍ଚ ୨୦୨୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଉଦବୋଧନ ଦେଇ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ସରକାରଙ୍କ ମତ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ତିନି ସପ୍ତାହରୁ ଅଧିକ ସମୟ ଧରି ଚାଲୁଥିବା ଏହି ସଂଘର୍ଷ ଗଭୀର ବିଶ୍ୱ ଶକ୍ତି ସଙ୍କଟ ସୃଷ୍ଟି କରିଛି, ଯାହା ଭାରତ ପାଇଁ ଚିନ୍ତାଜନକ ପ୍ରଭାବ ଫେଳାଇଛି। ସେ ଉଲ୍ଲେଖ କରିଥିଲେ ଯେ ଏହା ଭାରତର ବାଣିଜ୍ୟ ମାର୍ଗକୁ ବାଧାପ୍ରାପ୍ତ କରୁଛି ଏବଂ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ସାର ପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣକୁ ପ୍ରଭାବିତ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟ ୧୦ ମିଲିୟନ୍ ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ବାସ ଓ କାର୍ଯ୍ୟରତ ଅଛନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ। ସେ ହର୍ମୁଜ୍ ପ୍ରଣାଳୀରେ ଜାହାଜରେ ଫସିଥିବା ଭାରତୀୟ କ୍ରୁ ସଦସ୍ୟଙ୍କ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ। “ଏପରି ପରିସ୍ଥିତିରେ, ଭାରତୀୟ ସଂସଦର ଏହି ଉଚ୍ଚ ସଦନ ସମଗ୍ର ବିଶ୍ୱରେ ଶାନ୍ତି ଓ ଆଲୋଚନା ପାଇଁ ଏକତ୍ରିତ ସ୍ୱର ଉଠାଇବା ଅତ୍ୟନ୍ତ ଆବଶ୍ୟକ,” ବୋଲି ସେ କହିଥିଲେ।କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
March 02nd, 11:40 am
ଗତବର୍ଷ କାନାଡାରେ ଅନୁଷ୍ଠିତ ଜି୭ ବୈଠକରେ ସେ ମୋତେ ଓ ମୋର ପ୍ରତିନିଧିମଣ୍ଡଳକୁ ଭବ୍ୟ ସ୍ୱାଗତ କରିଥିଲେ। ଆଜି ସେହି ଆତ୍ମୀୟତା ସହିତ ତାଙ୍କୁ ସ୍ୱାଗତ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ବିଶ୍ୱରେ ବହୁତ କମ୍ ଲୋକ ଅଛନ୍ତି ଯାହାଙ୍କ ଜୀବନ ସାରଣୀରେ ଦୁଇଟି ଦେଶର କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ନେତୃତ୍ୱ ଅନ୍ତର୍ଭୁକ୍ତ।The voice of the Global South becomes stronger and more confident when India and Brazil work together: PM Modi at the India-Brazil Joint Press Meet
February 21st, 12:30 pm
In his statement at the India-Brazil Joint Press Meet, PM Modi lauded Brazil President Lula’s vision and leadership and said that his visit has added grace to the AI Impact Summit. He noted that in their discussions they deliberated on advancing in every field with shared purpose and shared aspirations. The PM expressed confidence that the President's visit will deepen the strategic partnership and open new avenues of cooperation in the years ahead.ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
December 05th, 02:00 pm
ଆଜି ଭାରତ - ରୁଷ ୨୩ତମ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ଆମର ଦ୍ୱିପାକ୍ଷିକ ସମ୍ପର୍କ ଅନେକ ଐତିହାସିକ ମାଇଲଖୁଣ୍ଟ ଦେଇ ଗତି କରୁଥିବା ସମୟରେ ସେ ଭାରତ ଗସ୍ତରେ ଆସିଛନ୍ତି। ଠିକ୍ ୨୫ ବର୍ଷ ପୂର୍ବେ, ରାଷ୍ଟ୍ରପତି ପୁଟିନ ଆମର ରଣନୈତିକ ସହଭାଗୀତାର ମୂଳଦୁଆ ସ୍ଥାପନ କରିଥିଲେ। ୧୫ ବର୍ଷ ପୂର୍ବେ, ୨୦୧୦ ମସିହାରେ, ଆମର ସହଭାଗୀତାକୁ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀର ମାନ୍ୟତା ମିଳିଥିଲା।PM Modi’s remarks during the joint press meet with Russian President Vladimir Putin
December 05th, 01:50 pm
PM Modi addressed the joint press meet with President Putin, highlighting the strong and time-tested India-Russia partnership. He said the relationship has remained steady like the Pole Star through global challenges. PM Modi announced new steps to boost economic cooperation, connectivity, energy security, cultural ties and people-to-people linkages. He reaffirmed India’s commitment to peace in Ukraine and emphasised the need for global unity in the fight against terrorism.ଜି୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
November 23rd, 04:05 pm
ଯେତେବେଳେ ଆଜିର ଦୁନିଆରେ ପ୍ରଯୁକ୍ତି ଦିନକୁ ଦିନ ଆଗକୁ ଅଗ୍ରଗତି କରିଚାଲିଛି, ଉଭୟ ସୁଯୋଗ ଏବଂ ସମ୍ପଦ କିଛି ମାତ୍ର ଲୋକଙ୍କ ହାତରେ ଅଧିକ ମାତ୍ରାରେ ଠୁଳ ହେବାରେ ଲାଗିଛି। ସମଗ୍ର ବିଶ୍ୱରେ, ଜଟିଳ ପ୍ରଯୁକ୍ତି ନିମନ୍ତେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି। ଏହା ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି, ଏବଂ ଏହା ମଧ୍ୟ ନବାଚାର କ୍ଷେତ୍ରରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ, ଆମକୁ ଆମର ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି।"ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ" ବିଷୟ ଉପରେ ଜି-୨୦ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
November 23rd, 04:02 pm
ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉତ୍ତମ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତା ଉପରେ ଜି-୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାର ଉପାୟରେ ଏକ ମୌଳିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ବୈଷୟିକ ପ୍ରୟୋଗଗୁଡ଼ିକ 'ଅର୍ଥ-କୈନ୍ଦ୍ରିକ’ ପରିବର୍ତ୍ତେ 'ମାନବ-କୈନ୍ଦ୍ରିକ’, 'ଜାତୀୟ’ ପରିବର୍ତ୍ତେ 'ବିଶ୍ୱସ୍ତରୀୟ’ ଏବଂ 'ଏକ୍ସକ୍ଲୁସିଭ୍ ମଡେଲ୍’ ପରିବର୍ତ୍ତେ ‘ମୁକ୍ତ ଉତ୍ସ’ ଉପରେ ଆଧାରିତ ହେବା ଆବଶ୍ୟକ। ସେ ବିସ୍ତୃତ ଭାବେ କହିଥିଲେ ଯେ ଏହି ପରିକଳ୍ପନାକୁ ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକୀକୃତ କରାଯାଇଛି ଏବଂ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିଛି, ତାହା ମହାକାଶ ପ୍ରୟୋଗ ହେଉ, କୃତ୍ରିମ ବୁଦ୍ଧିମତା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ, ଯେଉଁଠି ଏହା ବିଶ୍ୱରେ ଅଗ୍ରଣୀ ରହିଛି।ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 23rd, 02:18 pm
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ ରାମଫୋସାଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ରାମଫୋସାଙ୍କୁ ଭବ୍ୟ ଆତିଥ୍ୟ ଏବଂ ଶିଖର ସମ୍ମିଳନୀର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡିକୁ ଆଗକୁ ନେବା ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣ ଆଫ୍ରିକାର ଜି-୨୦ ପ୍ରୟାସକୁ ପ୍ରଶଂସା କରିଥିଲେ ।ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
November 22nd, 09:57 pm
ଏହି ଚିନ୍ତାଧାରାର ସହିତ ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ଅବଧିରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନା କରିଥିଲା। ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଆଗକୁ ବଢ଼ାଇ ଥିବାରୁ ମୁଁ ଦକ୍ଷିଣ ଆଫ୍ରିକାକୁ ଅଭିନନ୍ଦନ ଜଣାଉଛି।ଜୋହାନ୍ସବର୍ଗ ଜି୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
November 22nd, 09:35 pm
ଉନ୍ମୋଚନ ଅଧିବେଶନରେ ସମାବେଶୀ ଏବଂ ପୋଷଣୀୟ ଆର୍ଥିକ ବିକାଶରେ କାହାକୁ ପଛରେ ନ ଛାଡ଼ିବା' ଶୀର୍ଷକ ପ୍ରସଙ୍ଗରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ କୁଶଳୀ ସ୍ଥାନରନ୍ତଣ, ପର୍ଯ୍ୟଟନ, ଖାଦ୍ୟ ନିରାପତ୍ତା, କୃତ୍ରିମ ପ୍ରଜ୍ଞା, ଡିଜିଟାଲ ଅର୍ଥନୀତି, ନବାସାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହି ଗୋଷ୍ଠୀ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ, ସେ ଉଲ୍ଲେଖ କରିଥିଲେ ଯେ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିବା କେତେକ ଐତିହାସିକ ନିଷ୍ପତ୍ତିକୁ ଆଗକୁ ଆଗେଇ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ ସୂଚାଇଥିେ ଯେ ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମକୁ ବିକାଶର ନୂଆ ନୂଆ ମାପଦଣ୍ଡ ଦୃଷ୍ଟିରୁ ଦେଖିବା ଉଚିତ, ଯାହା ଫଳରେ ବିକାଶ କ୍ଷେତ୍ରରେ ଥିବା ଅସନ୍ତୁଳନକୁ ମେଣ୍ଟାଯାଇ ପାରିବ ଏବଂ ପ୍ରାକୃତିକ ସମ୍ପଦର ମାତ୍ରାତିରିକ୍ତ ଉତ୍ତୋଳନକୁ ମଧ୍ୟ ରୋକାଯାଇ ହେବ। ବିଶେଷ କରି ଯେତେବେଳେ ଜି- ୨୦ ଶିଖର ସମ୍ମିଳନୀ ପ୍ରଥମ ଥର ପାଇଁ ଆଫ୍ରିକା ଭୂଇଁରେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ, ସେ ଦର୍ଶାଇଥିଲେ ଯେ ସାମଗ୍ରିକ ମାନବିକତା'ର ଚିନ୍ତାଧାରା ଯାହା କି ଭାରତର ସଭ୍ୟତାଗତ ପ୍ରଜ୍ଞା ଉପରେ ଆଧାରିତ ତାହା ଅଧିକ ମାତ୍ରାରେ ଉପଯୋଗ କରାଯିବା ଉଚିତ। ସାମଗ୍ରିକ ମାନବବାଦକୁ ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମାନବ, ସମାଜ ଏବଂ ପ୍ରକୃତିର ସାମଗ୍ରିକ ଚିନ୍ତାଧାରାକୁ ହିଁ ଆଧାର କରି ଆଗକୁ ଅଗ୍ରସର ହୋଇଥାଏ ଏବଂ ସେଥି ନିମନ୍ତେ ପ୍ରଗତି ପଥରେ ସକଳ ପ୍ରକାର ସମନ୍ୱୟ ରକ୍ଷା କରାଯାଇଥାଏ ଏବଂ ଏହା ଧରିତ୍ରୀ ଅବଶ୍ୟ ହାସଲ କରିପାରିବ।Joint statement by the Government of India, the Government of Australia and the Government of Canada
November 22nd, 09:21 pm
India, Australia, and Canada have agreed to enter into a new trilateral partnership: the Australia-Canada-India Technology and Innovation (ACITI) Partnership. The three sides agreed to strengthen their ambition in cooperation on critical and emerging technologies. The Partnership will also examine the development and mass adoption of artificial intelligence to improve citizens' lives.ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 21st, 10:43 pm
ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଜି୨୦ ନେତାଙ୍କ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଛନ୍ତି । ୨୦୨୦ରେ ସମ୍ପର୍କକୁ ବ୍ୟାପକ ରଣନୈତିକ ସହଭାଗୀତା ସ୍ତରରେ ପହଞ୍ଚାଇବା ପରେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗର ଗଭୀରତା ଏବଂ ବିବିଧତା ଉପରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଛନ୍ତି । ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତି ସମବେଦନା ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଆଲବାନିଜ ଭାରତ ପ୍ରତି ତାଙ୍କର ଏକତା ଭାବନା ପ୍ରକାଶ କରିଛନ୍ତି । ଦୁଇ ନେତା ଆତଙ୍କବାଦ ବିରୁଦ୍ଧରେ ବିଶ୍ୱସ୍ତରୀୟ ଲଢ଼େଇକୁ ଅଧିକ ସଶକ୍ତ କରିବା ପାଇଁ ନିଜର ପ୍ରତିବଦ୍ଧା ଦୋହରାଇଥିଲେ ।ସବୁଜ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ଗ୍ରାଫାଇଟ୍, ସିଜିୟମ୍, ରୁବିଡିୟମ୍ ଏବଂ ଜିରକୋନିୟମ୍ ଖଣିଜ ପଦାର୍ଥର ରୟାଲ୍ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ କ୍ୟାବିନେଟର ଅନୁମୋଦନ
November 12th, 08:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସିଜିୟମ, ଗ୍ରାଫାଇଟ, ରୁବିଡିୟମ ଏବଂ ଜିରକୋନିୟମର ରୟାଲ୍ଟି ହାର ନିର୍ଦ୍ଦିଷ୍ଟ କରିବା/ସଂଶୋଧନକୁ ନିମ୍ନଲିଖିତ ପ୍ରକାରେ ମଞ୍ଜୁରୀ ଦିଆଯାଇଛି:ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 14th, 01:15 pm
ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି। ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି। ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ।ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ୧୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କଲା କ୍ୟାବିନେଟ
September 03rd, 07:16 pm
ଦେଶରେ ଦ୍ୱିତୀୟ ଉତ୍ସରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୃଥକୀକରଣ ଏବଂ ଉତ୍ପାଦନ ପାଇଁ ପୁନଃଚକ୍ରଣ କ୍ଷମତା ବିକାଶ ଲାଗି ୧୫ଶହ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଛି।ଗୁଜରାଟର ହଂସଲପୁରରେ ସବୁଜ ଗତିଶୀଳତା ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ରୂପାନ୍ତର
August 26th, 11:00 am
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଭାରତରେ ଜାପାନର ରାଷ୍ଟ୍ରଦୂତ ଶ୍ରୀ କେଇଚି ଓନୋ ସାନ, ସୁଜୁକି ମୋଟର କର୍ପୋରେସନର ଅଧ୍ୟକ୍ଷ ତୋଶିହିରୋ ସୁଜୁକି ସାନ, ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ହିସାଶି ଟାକେଉଚି ସାନ, ଅଧ୍ୟକ୍ଷ ଆର୍.ସି. ଭାର୍ଗବ, ହଂସଲପୁର ପ୍ଲାଣ୍ଟର ସମସ୍ତ କର୍ମଚାରୀ, ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିବିଶେଷ, ମହିଳା ଏବଂ ସମ୍ମାନିତ ବ୍ୟକ୍ତିଗଣ!ଗୁଜରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ଅଭିଯାନ’ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 26th, 10:30 am
ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ପ୍ରମୁଖ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ପଦକ୍ଷେପ’ର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣେଷ ଉତ୍ସବର ଉତ୍ସାହ ମଧ୍ୟରେ, ଭାରତର 'ମେକ୍ ଇନ୍ ଇଣ୍ଡିଆ' ଯାତ୍ରା ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ସେ କହିଛନ୍ତି ଯେ ଏହା ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଆଜିଠାରୁ ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ ୧୦୦ ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବାର ମଧ୍ୟ ଘୋଷଣା କରିଥିଲେ। ଆଜିର ଏହି ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଯୋଡିଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତ, ଜାପାନ ଏବଂ ସୁଜୁକି ମୋଟର କର୍ପୋରେସନର ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ହଂସଲପୁର ଠାରେ ସବୁଜ ଗତିଶୀଳତା ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗଣେଶ ଉତ୍ସବର ଆନନ୍ଦମୟ ପରିବେଶ ମଧ୍ୟରେ , ଭାରତର 'ମେକ୍ ଇନ୍ ଇଣ୍ଡିଆ' ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡା ହେଉଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ଏହା ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ ର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ଆଜି ଠାରୁ, ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ 100ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲେ। ଆଜିର ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଆଣିଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତର ସମସ୍ତ ନାଗରିକ, ଜାପାନ ଏବଂ ସୁଜୁକି ମୋଟର କର୍ପୋରେସନକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ମୁଖ୍ୟାଂଶ
August 15th, 03:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ମୋଦୀଙ୍କ ଅଭିଭାଷଣ ଲାଲକିଲ୍ଲାରୁ ସବୁଠାରୁ ଲମ୍ବା ଏବଂ ନିର୍ଣ୍ଣାୟକ ଅଭିଭାଷଣ ଥିଲା, ଯାହା ୧୦୩ ମିନିଟ୍ ଧରି ଥିଲା, ଯେଉଁଥିରେ ସେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା ମଧ୍ୟ ଅନ୍ୟ ଉପରେ ନିର୍ଭରଶୀଳ ଦେଶରୁ ବିଶ୍ୱସ୍ତରୀୟ ଆତ୍ମବିଶ୍ୱାସୀ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥିର ଦେଶ ହେବା ପାଇଁ ଭାରତର ଯାତ୍ରାକୁ ଆଲୋକପାତ କରିଥିଲା।୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
August 15th, 07:00 am
ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।