The future of farming lies not merely in "Produce More,” but in "Produce Better": PM Modi at FAO
May 20th, 11:00 pm
Accepting the Agricola Medal for 2026 from the FAO, PM Modi said the recognition reflected India’s commitment to human welfare, food security and sustainable development. He dedicated the honour to Indian farmers and the country’s agricultural scientific community. He also highlighted initiatives such as ‘Per Drop More Crop’, micro-irrigation and precision farming, which are guiding India’s agricultural policies.Prime Minister receives Agricola Medal from the Food and Agriculture Organization (FAO) of the United Nations in Rome
May 20th, 10:55 pm
Accepting the Agricola Medal for 2026 from the FAO, PM Modi said the recognition reflected India’s commitment to human welfare, food security and sustainable development. He dedicated the honour to Indian farmers and the country’s agricultural scientific community. He also highlighted initiatives such as ‘Per Drop More Crop’, micro-irrigation and precision farming, which are guiding India’s agricultural policies.ପ୍ରଥମ ଭୋଟ୍ ଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ଇଣ୍ଡିଆ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ ରେ ଭାରତର ଯୁବକମାନଙ୍କୁ ପ୍ରଶଂସା କରିଛନ୍ତି
January 25th, 11:30 am
ଜାତୀୟ ଭୋଟର ଦିବସରେ ଚଳିତ ବର୍ଷର ପ୍ରଥମ ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ ମତଦାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିର୍ବାଚନ ପ୍ରକ୍ରିୟାରେ ଜଡିତ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଷ୍ଟାର୍ଟଅପ୍, ଜଳ ସଂରକ୍ଷଣ, ଗୁଣବତ୍ତା, ସଂସ୍କୃତି ଓ ପର୍ବପର୍ବାଣୀ ଏବଂ ସ୍ୱଚ୍ଛତା ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ, ଯେଉଁଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ ।ଓମାନର ମହାମହିମ ସୁଲତାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
December 18th, 05:22 pm
ଦୁଇ ନେତା ସିଧା ସଳଖ ଏବଂ ପ୍ରତିନିଧିମଣ୍ଡଳୀ ସ୍ତରୀୟ ସାକ୍ଷାତ କରିଥିଲେ। ସେମାନେ ବହୁମୁଖୀ ଭାରତ-ଓମାନ ରଣନୈତିକ ଭାଗିଦାରୀର ବିସ୍ତୃତ ସମୀକ୍ଷା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଭାରତ-ଓମାନ ସମ୍ପର୍କ ପାଇଁ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି କାରଣ ଉଭୟ ଦେଶ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପାଳନ କରୁଛନ୍ତି।କର୍ଣ୍ଣାଟକ ଉଡୁପି ଶ୍ରୀକୃଷ୍ଣ ମଠରେ ‘ଲକ୍ଷ କଣ୍ଠ ଗୀତା ପାରାୟଣ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
November 28th, 11:45 am
ମୁଁ ମୋ ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ, କିଛି ପିଲା ଏଠାରେ କିଛି ଫଟୋ ନେଇ ଆସିଛନ୍ତି। ଏସ୍ପିଜି ଓ ସ୍ଥାନୀୟ ପୁଲିସକର୍ମୀ ଦୟାକରି ସେଗୁଡ଼ିକୁ ସଂଗ୍ରହ କରିବାରେ ସାହାଯ୍ୟ କରନ୍ତୁ। ଯଦି ଆପଣ ଫଟୋ ପଛରେ ଆପଣଙ୍କର ଠିକଣା ଲେଖିଛନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଏକ ଧନ୍ୟବାଦ ପତ୍ର ପଠାଇବି। ଯେଉଁମାନେ କିଛି ସାଙ୍ଗରେ ନେଇ ଆସିଛନ୍ତି, ଦୟାକରି ସେମାନଙ୍କୁ ଦେଇଦିଅନ୍ତୁ; ସେମାନେ ତାହା ସଂଗ୍ରହ କରିନେବେ। ଆପଣ ଏଠାରେ ଆରାମରେ ବସନ୍ତୁ। ଏହି ପିଲାମାନେ ଅନେକ ସମୟରେ ବହୁତ କଠିନ ପରିଶ୍ରମ କରିଥାଆନ୍ତି, କିନ୍ତୁ ବେଳେବେଳେ ସେମାନଙ୍କ ପ୍ରତି ମୋ ଦ୍ୱାରା ଅନ୍ୟାୟ ହୋଇଯାଏ, ଏଥିପାଇଁ ମୁଁ ବହୁତ ଦୁଃଖ ପାଏ।କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଦର୍ଶନରୁ ମିଳିଥିବା ସନ୍ତୋଷ, ଶ୍ରୀମଦ୍ ଭଗବଦ୍ ଗୀତାର ମନ୍ତ୍ରୋଚାରଣରୁ ମିଳିଥିବା ଆଧ୍ୟାତ୍ମିକ ଅନୁଭୂତି ଏବଂ ଏତେ ସଂଖ୍ୟକ ପୂଜ୍ୟ ସନ୍ଥ ଓ ଗୁରୁମାନଙ୍କର ଉପସ୍ଥିତି ତାଙ୍କ ପାଇଁ ପରମ ସୌଭାଗ୍ୟ। ତାଙ୍କ ପାଇଁ ଏହା ଅଗଣିତ ଆଶୀର୍ବାଦ ପାଇବା ସହିତ ସମାନ ବୋଲି ସେ ଆଲୋକପାତ କରି କହିଥିଲେ।ଆଇବିଏସଏ ନେତୃବର୍ଗଙ୍କ ସହିତ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି
November 23rd, 12:45 pm
ଜୋହାନ୍ସବର୍ଗ” ଭଳି ଏକ ଜୀବନ୍ତ ଏବଂ ସୁନ୍ଦର ନଗରୀରେ ଆଇବିଏସଏ ନେତୃବର୍ଗଙ୍କ ସହିତ ବୈଠକରେ ଅଂଶଗ୍ରହଣ କରିବା ମୋ ପାଇଁ ଏକ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ମୁଁ କହିବାକୁ ଚାହେଁ। ଏହି କାର୍ଯ୍ୟକ୍ରମ ନିମନ୍ତେ ମୁଁ 'ଇବସା'ର ଅଧ୍ୟକ୍ଷ, ରାଷ୍ଟ୍ରପତି ଲୁଲାଙ୍କୁ ମୋର ହୃଦୟରୁ କୃତଜ୍ଞତା ବ୍ୟକ୍ତ କରୁଛି। ଏବଂ ଶ୍ରୀ ରାମାଫୋସାଙ୍କ ଭବ୍ୟ ଆତିଥ୍ୟ ସତ୍କାର ନିମନ୍ତେ ତାଙ୍କୁ ମଧ୍ୟ ମୋର ଧନ୍ୟବାଦ ପ୍ରଦାନ କରୁଛି।ଜୋହାନ୍ସବର୍ଗରେ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍ଏ) ନେତାମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
November 23rd, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସ୍ଏ) ନେତାମାନଙ୍କ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଦା ସିଲଭା ଏଥିରେ ଯୋଗ ଦେଇଥିଲେ ।ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
November 22nd, 09:57 pm
ଏହି ଚିନ୍ତାଧାରାର ସହିତ ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ଅବଧିରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନା କରିଥିଲା। ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଆଗକୁ ବଢ଼ାଇ ଥିବାରୁ ମୁଁ ଦକ୍ଷିଣ ଆଫ୍ରିକାକୁ ଅଭିନନ୍ଦନ ଜଣାଉଛି।ଜୋହାନ୍ସବର୍ଗ ଜି୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
November 22nd, 09:35 pm
ଉନ୍ମୋଚନ ଅଧିବେଶନରେ ସମାବେଶୀ ଏବଂ ପୋଷଣୀୟ ଆର୍ଥିକ ବିକାଶରେ କାହାକୁ ପଛରେ ନ ଛାଡ଼ିବା' ଶୀର୍ଷକ ପ୍ରସଙ୍ଗରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ କୁଶଳୀ ସ୍ଥାନରନ୍ତଣ, ପର୍ଯ୍ୟଟନ, ଖାଦ୍ୟ ନିରାପତ୍ତା, କୃତ୍ରିମ ପ୍ରଜ୍ଞା, ଡିଜିଟାଲ ଅର୍ଥନୀତି, ନବାସାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହି ଗୋଷ୍ଠୀ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ, ସେ ଉଲ୍ଲେଖ କରିଥିଲେ ଯେ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିବା କେତେକ ଐତିହାସିକ ନିଷ୍ପତ୍ତିକୁ ଆଗକୁ ଆଗେଇ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ ସୂଚାଇଥିେ ଯେ ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମକୁ ବିକାଶର ନୂଆ ନୂଆ ମାପଦଣ୍ଡ ଦୃଷ୍ଟିରୁ ଦେଖିବା ଉଚିତ, ଯାହା ଫଳରେ ବିକାଶ କ୍ଷେତ୍ରରେ ଥିବା ଅସନ୍ତୁଳନକୁ ମେଣ୍ଟାଯାଇ ପାରିବ ଏବଂ ପ୍ରାକୃତିକ ସମ୍ପଦର ମାତ୍ରାତିରିକ୍ତ ଉତ୍ତୋଳନକୁ ମଧ୍ୟ ରୋକାଯାଇ ହେବ। ବିଶେଷ କରି ଯେତେବେଳେ ଜି- ୨୦ ଶିଖର ସମ୍ମିଳନୀ ପ୍ରଥମ ଥର ପାଇଁ ଆଫ୍ରିକା ଭୂଇଁରେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ, ସେ ଦର୍ଶାଇଥିଲେ ଯେ ସାମଗ୍ରିକ ମାନବିକତା'ର ଚିନ୍ତାଧାରା ଯାହା କି ଭାରତର ସଭ୍ୟତାଗତ ପ୍ରଜ୍ଞା ଉପରେ ଆଧାରିତ ତାହା ଅଧିକ ମାତ୍ରାରେ ଉପଯୋଗ କରାଯିବା ଉଚିତ। ସାମଗ୍ରିକ ମାନବବାଦକୁ ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମାନବ, ସମାଜ ଏବଂ ପ୍ରକୃତିର ସାମଗ୍ରିକ ଚିନ୍ତାଧାରାକୁ ହିଁ ଆଧାର କରି ଆଗକୁ ଅଗ୍ରସର ହୋଇଥାଏ ଏବଂ ସେଥି ନିମନ୍ତେ ପ୍ରଗତି ପଥରେ ସକଳ ପ୍ରକାର ସମନ୍ୱୟ ରକ୍ଷା କରାଯାଇଥାଏ ଏବଂ ଏହା ଧରିତ୍ରୀ ଅବଶ୍ୟ ହାସଲ କରିପାରିବ।ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ ଚାଷ ସମ୍ମେଳନ ୨୦୨୫ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ
November 19th, 07:01 pm
ତାମିଲନାଡୁ ରାଜ୍ୟପାଳ ଆର. ଏନ ରବିଜୀ, କେନ୍ଦ୍ର କ୍ୟାବିନେଟ ସହଯୋଗୀ ଏଲ. ମୁଗୁଗାନଜୀ, ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କେ.ରାମସ୍ୱାମୀଜୀ, ବିଭିନ୍ନ କୃଷି ଅନୁଷ୍ଠାନର ମାନ୍ୟ ଗଣ୍ୟ ପଦାଧିକାରୀ, ଜନପ୍ରତିନିଧି ଗଣ, କୃଷକ ଭାଇ ଓ ଉଭଣୀ ଏବଂ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଯୋଡି ହୋଇଥିବା ସାରା ଦେଶର ଲକ୍ଷ ଲକ୍ଷ କୃଷକମାନେ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିବାଦନ ଜଣାଉଛି । ବନାକ୍କମ ଓ ନମସ୍କାର ସହ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି । ପ୍ରଥମତଃ ମୁଁ ଆପଣ ସମସ୍ତଙ୍କଠାରୁ ଓ ସାରା ଦେଶର ଚାଷୀଙ୍କଠାରୁ କ୍ଷମା ପ୍ରାର୍ଥନା ମାଗୁଛି । ପୁଟ୍ଟପର୍ତୀରେ ଭଗବାନ ସତ୍ୟସାଇ ବାବାଙ୍କ କାର୍ଯ୍ୟକ୍ରମ ପାଇଁ ମୋର ଏଠାକୁ ଆସିବାକୁ ପ୍ରାୟ ଘଂଟାଏ ବିଳମ୍ବ ହୋଇଗଲା । ମୁଁ ଦେଖୁଛି ଏଇଠି ବହୁ ଲୋକ ମୋତେ ଅପେକ୍ଷା କରିଛନ୍ତି । ତେଣୁ ବିଳମ୍ବରେ ଆସିଥିବାରୁ ଆପଣମାନଙ୍କଠାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 19th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ଜୈବିକ କୃଷି ସମ୍ମିଳନୀ ୨୦୨୫ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କୋଏମ୍ବାଟୁରର ପବିତ୍ର ଭୂମିରେ ମାରୁଧାମାଲାଇର ଭଗବାନ ମୁରୁଗାନଙ୍କୁ ପ୍ରଣାମ କରି ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କୋଏମ୍ବାଟୁରକୁ ସଂସ୍କୃତି, କରୁଣା ଏବଂ ସୃଜନଶୀଳତାର ଭୂମି ଭାବରେ ବର୍ଣ୍ଣନା କରିଛନ୍ତି। ଏହାକୁ ଦକ୍ଷିଣ ଭାରତର ଉଦ୍ୟୋଗୀ ଶକ୍ତିର ଏକ ଶକ୍ତି କେନ୍ଦ୍ର ଭାବରେ ସ୍ୱୀକୃତି ଦେଇଛନ୍ତି। ସେ ଆଲୋକପାତ କରିଛନ୍ତି ଯେ, ସହରର ବୟନ ଶିଳ୍ପ ଜାତୀୟ ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନ ଦେଇଥାଏ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, କୋଏମ୍ବାଟୁର ଏବେ ଆହୁରି ସ୍ୱତନ୍ତ୍ରତା ହାସଲ କରିଛି, କାରଣ ଏହାର ପୂର୍ବତନ ସାଂସଦ ଶ୍ରୀ ସି.ପି. ରାଧାକୃଷ୍ଣନ ଏବେ ଉପରାଷ୍ଟ୍ରପତି ଭାବରେ ଦେଶକୁ ନେତୃତ୍ୱ ଦେଉଛନ୍ତି।ନୂଆଦିଲ୍ଲୀର ଏକ କୃଷି କାର୍ଯ୍ୟକ୍ରମରେ ଚାଷୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା
October 12th, 06:45 pm
ରାମ ରାମ ! ଜୀ, ମୁଁ ହେଉଛି ହରିୟାଣା ହିସାର ଜିଲ୍ଲାର। ମୁଁ କାବୁଲି ଚଣା ବୁଣି ଚାଷ ଆରମ୍ଭ କରିଥିଲି। ତ ପ୍ରଥମେ ଟିକେକୃଷକମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 12th, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ଏକ କୃଷି କାର୍ଯ୍ୟକ୍ରମରେ କୃଷକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ କୃଷକ କଲ୍ୟାଣ, କୃଷି ଆତ୍ମନିର୍ଭରଶୀଳତା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପ୍ରତି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ଆଲୋଚନା କରିଥିଲେ, ଯେଉଁଥିରେ ଶ୍ରୀ ମୋଦୀ ୩୫,୪୪୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କୃଷି କ୍ଷେତ୍ରରେ ଦୁଇଟି ପ୍ରମୁଖ ଯୋଜନାର ଶୁଭାରମ୍ଭ କରିଥିଲେ। ସେ 'ପିଏମ ଧନ ଧାନ୍ୟ କୃଷି ଯୋଜନା' ର ଶୁଭାରମ୍ଭ କରିଥିଲେ, ଯାହାର ବ୍ୟୟ ଅଟକଳ ୨୪,୦୦୦ କୋଟି ଟଙ୍କା। ସେ ଡାଲି କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ ଅଭିଯାନ’ର ମଧ୍ୟ ଶୁଭାରମ୍ଭ କରିଥିଲେ, ଯାହାର ବ୍ୟୟ ଅଟକଳ ଥିଲା ୧୧,୪୪୦ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ପ୍ରାୟ ୮୧୫ କୋଟି ଟଙ୍କାର ଅତିରିକ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କୃଷି, ପଶୁପାଳନ, ମତ୍ସ୍ୟଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୫,୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।India is continuously contributing to global food security: PM Modi at World Food India 2025
September 25th, 06:16 pm
In his address at World Food India 2025, PM Modi highlighted that global investors are looking towards India with great optimism. Reiterating his message from the Red Fort, the PM declared that this is the right time to invest in and expand in India. He emphasized that the government has established 10,000 FPOs since 2014, connecting lakhs of small farmers and bringing India’s agricultural persity to every household.ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2025 ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 25th, 06:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2025 ଅବସରରେ ଏକ ସମାରୋହକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି କାର୍ଯ୍ୟକ୍ରମରେ କୃଷକ, ଉଦ୍ୟୋଗୀ, ନିବେଶକ, ଉଦ୍ଭାବକ ଏବଂ ଗ୍ରାହକ ସମସ୍ତେ ଏକତ୍ର ଉପସ୍ଥିତ ହୋଇଛନ୍ତି, ଯାହା ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ସମାରୋହକୁ ନୂତନ ସମ୍ପର୍କ, ନୂତନ ସଂଯୋଗ ଏବଂ ସୃଜନଶୀଳତାର ଏକ ମଞ୍ଚରେ ପରିଣତ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, ସେ କିଛି ସମୟ ପୂର୍ବରୁ ବିଭିନ୍ନ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି ଏବଂ ପୁଷ୍ଟିସାର, ତୈଳ ବ୍ୟବହାର ହ୍ରାସ ଏବଂ ପ୍ୟାକେଜ୍ ହୋଇଥିବା ଉତ୍ପାଦଗୁଡ଼ିକର ସୁସ୍ଥତା ବୃଦ୍ଧି ଉପରେ ମୁଖ୍ୟତଃ ଧ୍ୟାନ ଦିଆଯିବା ଖୁସିର ବିଷୟ। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଙ୍କର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ।ନୂଆଦିଲ୍ଲୀରେ ଏମ୍.ଏସ୍. ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 07th, 09:20 am
ମୋର କ୍ୟାବିନେଟ ସହଯୋଗୀ ଶିବରାଜ ସିଂହ ଚୌହାନ , ଏମ.ଏସ. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ସୌମ୍ୟ ସ୍ୱାମୀନାଥନ , ନୀତି ଆୟୋଗର ସଦସ୍ୟ ଡକ୍ଟର ରମେଶ ଚାନ୍ଦ , ମୁଁ ଦେଖୁଛି ଯେ ସ୍ୱାମୀନାଥନଙ୍କ ପରିବାରର ସମସ୍ତ ସଦସ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି । ସମସ୍ତ ବୈଜ୍ଞାନିକ, ଅନ୍ୟାନ୍ୟ ମହାନ ବ୍ୟକ୍ତି, ମହିଳା ଏବଂ ସଜ୍ଜନଙ୍କୁ ମୋର ଶୁଭେଚ୍ଛା ଜଣାଉଛି !ଏମ୍.ଏସ୍. ସ୍ୱାମୀନାଥନ୍ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 07th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଆଇସିଏଆର୍ ପୁସାରେ ଆୟୋଜିତ ଏମ୍. ଏସ୍. ସ୍ୱାମୀନାଥନ୍ ଜନ୍ମ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମେଳନର ଉଦ୍ଘାଟନ କରି ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ପ୍ରଫେସର ଏମ୍.ଏସ୍. ସ୍ୱାମୀନାଥନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ, ଯାହାଙ୍କ ଅବଦାନ ଯୁଗାନ୍ତକାରୀ । ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଜଣେ ମହାନ ବୈଜ୍ଞାନିକ ଥିଲେ ଯିଏ ବିଜ୍ଞାନକୁ ଜନସେବାର ମାଧ୍ୟମରେ ପରିଣତ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପ୍ରଫେସର ସ୍ୱାମୀନାଥନ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ପ୍ରଫେସର ସ୍ୱାମୀନାଥନ ଏକ ଜ୍ଞାନଚେତନା ଜାଗ୍ରତ କରିଥିଲେ ଯାହା ଆଗାମୀ ଶତାବ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରିବ । ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
June 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 28th, 11:15 am
ପରମ ଶ୍ରଦ୍ଧେୟ ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗର ମହାରାଜ ଜୀ, ଶ୍ରାବଣ ବେଲା ଗୋଲାର ମଠାଧୀଶ ସ୍ୱାମୀ ଚାରୁକୀର୍ତ୍ତି ଜୀ, ମୋର ସହକର୍ମୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ସଂସଦରେ ମୋର ସାଥୀଭାଇ ନବୀନ ଜୈନ ଜୀ, ଭଗବାନ ମହାବୀର ଅହିଂସା ଭାରତୀ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟଙ୍କ ଜୈନ ଜୀ, ସେକ୍ରେଟାରୀ ମମତା ଜୈନ ଜୀ, ଟ୍ରଷ୍ଟି ପୀୟୁଷ ଜୈନ ଜୀ, ଅନ୍ୟ ସମସ୍ତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଶ୍ରଦ୍ଧେୟ ସନ୍ଥଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ, ଜୟ ଜିନେନ୍ଦ୍ର!