ବାରବାଡୋସରେ କ୍ରମାଗତ ତୃତୀୟ ଥର ପାଇଁ ଐତିହାସିକ ନିର୍ବାଚନ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
February 13th, 12:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରବାଡୋସରେ କ୍ରମାଗତ ତୃତୀୟ ଥର ପାଇଁ ଐତିହାସିକ ନିର୍ବାଚନ ବିଜୟ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟଲିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ବାର୍ବାଡୋସ୍ ସହିତ ଦୀର୍ଘ ଦିନର ବନ୍ଧୁତ୍ୱକୁ ଭାରତ ଗଭୀର ଭାବରେ ଗୁରୁତ୍ୱ ଦେଇଥାଏ, ଯାହା ସହଯୋଗର ବିଭିନ୍ନ କ୍ଷେତ୍ରରେ ବିସ୍ତାର ଜାରି ରଖିଛି। ଶ୍ରୀ ମୋଦୀ କହିଲେ, ମୁଁ ୨୦୨୪ ମସିହାରେ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ହୋଇଥିବା ଆମ ବୈଠକକୁ ମନେ ପକାଉଛି ଏବଂ ଆମ ଲୋକମାନଙ୍କ ଲାଭ ପାଇଁ ଆମର ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ତାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି।ବାର୍ବାଡୋସର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 21st, 09:13 am
ଗୁୟାନାର ଜର୍ଜଟାଉନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦ ତାରିଖରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ବାର୍ବାଡୋସର ପ୍ରଧାନମନ୍ତ୍ରୀ ମିଆ ଅମର ମୋଟଲେଙ୍କୁ ଭେଟିଛନ୍ତି । ଏହି ଉଚ୍ଚସ୍ତରୀୟ ଆଲୋଚନା ଦୁଇ ନେତାଙ୍କ ପାଇଁ ଭାରତ ଓ ବାର୍ବାଡୋସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ପ୍ରତିବଦ୍ଧ ଓ ସୁଦୃଢ଼ କରିବାକୁ ସୁଯୋଗ ଦେଇଛି ।ପ୍ରଧାନମନ୍ତ୍ରୀଙ୍କୁ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ
November 21st, 05:39 am
ଡୋମିନିକାର ରାଷ୍ଟ୍ରପତି ସିଲ୍ଭେନି ବ୍ରୁଟୋନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ କୋଭିଡ ୧୯ ମହାମାରୀ ସମୟରେ ଡୋମିନିକାକୁ ସମର୍ଥନ କରିବା ଏବଂ ଭାରତ ଓ ଡୋମିନିକା ସମ୍ପର୍କକୁ ସୁଦୃଢ଼ କରିବାରେ ତାଙ୍କର ପ୍ରତିବଦ୍ଧତା ପାଇଁ ସର୍ବୋଚ୍ଚ ଜାତୀୟ ପୁରସ୍କାର – “ଡୋମିନିକା ଆୱାର୍ଡ ଅଫ୍ ଅନର୍” ପ୍ରଦାନ କରିଛନ୍ତି । ଏହି ଅବସରରେ ଡୋମିନିକାର ପ୍ରଧାନମନ୍ତ୍ରୀ ଶ୍ରୀ ରୁଜଭେଲ୍ଟ ସ୍କେରିଟ୍ ମଧ୍ୟ ଉପସ୍ଥିତ ଥିଲେ । ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି, ବାରବାଡୋସ୍ର ପ୍ରଧାନମନ୍ତ୍ରୀ ମିଆ ଅମୋର ମୋଟଲି. ଗ୍ରେନେଡାର ପ୍ରଧାନମନ୍ତ୍ରୀ ଶ୍ରୀ ଡିକ୍କନ ମିସେଲ୍, ସେଣ୍ଟ୍ ଲୁସିଆର ପ୍ରଧାନମନ୍ତ୍ରୀ ଫିଲିପ୍ ଜେ.ପିୟରେ ଏବଂ ଆଣ୍ଟିଗୁଆ ଓ ବାର୍ବୁଡାର ପ୍ରଧାନମନ୍ତ୍ରୀ ଗ୍ୟାସ୍ଟନ୍ ବ୍ରାଉନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ଥିଲେ ।ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 21st, 02:15 am
ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ
November 21st, 02:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -