ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆସନ୍ତାକାଲି ଉତ୍ତରପ୍ରଦେଶର 6ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବେ: ପ୍ରଧାନମନ୍ତ୍ରୀ

January 19th, 04:03 pm

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉତରପ୍ରଦେଶର ୬ଲକ୍ଷ ହିତାଧିକାରୀଙ୍କୁ ପ୍ରାୟ 2ହଜାର 691କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଧାନ କରିବେ । ଆସନ୍ତାକାଲି ଦିନ 12ଟା ବେଳେ ଭିଡିଓ କନ୍‌ଫରେନ୍ସି ଜରିଆରେ ଏହି ସହାୟତା ପ୍ରଦାନ କରାଯିବ । କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ସହାୟତା ମଧ୍ୟରେ 5ଲକ୍ଷ 30ହଜାର ହିତାଧିକାରୀଙ୍କ ପ୍ରଥମ କିସ୍ତି ଓ ପି.ଏମ.ଏ.ୱାଇ.ଜି ଅଧୀନରେ ପ୍ରଥମକିସ୍ତି ଦେଇ ସାରିଥିବା 80ହଜାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ସହାୟତା ଅର୍ନ୍ତଭୁକ୍ତ ।

ମଧ୍ୟପ୍ରଦେଶର ‘ଗୃହ ପ୍ରବେଶମ୍‌’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 10th, 06:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 12 ତାରିଖରେ ମଧ୍ୟପ୍ରଦେଶର ‘ଗୃହ ପ୍ରବେଶମ୍‌’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟରେ ନିର୍ମିତ ହୋଇଥିବା 1.75 ଲକ୍ଷ ଘରର ଉଦ୍‌ଘାଟନ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେବ । ଏସବୁ ଘର କରୋନା ମହାମାରୀ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିର୍ମିତ ହୋଇଛି ।