Cabinet approves Line 4 & Line 4A of Pune Metro Rail Project Phase-2

November 26th, 04:22 pm

Pune is set for another major boost in its public transport network as the Union Cabinet, chaired by PM Modi, has approved Line 4 (Kharadi–Hadapsar–Swargate–Khadakwasla) and Line 4A (Nal Stop–Warje–Manik Baug) under Phase-2 of the Pune Metro Rail Project.

ଭାରତ-ଜାପାନ ଅର୍ଥନୈତିକ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 29th, 11:20 am

ମୁଁ ଆଜି ସକାଳେ ଟୋକିଓରେ ପହଞ୍ଚିଛି। ମୁଁ ବହୁତ ଖୁସି ଯେ ମୋର ଏହି ଯାତ୍ରା, ବ୍ୟବସାୟ ଜଗତର ମହାନ ବ୍ୟକ୍ତିମାନଙ୍କ ସହିତ ଆରମ୍ଭ ହେଉଛି।

ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

August 29th, 11:02 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବା, ଆଜି ଜାପାନର ରାଜଧାନୀ ଟୋକିଓଠାରେ ଭାରତୀୟ ଶିଳ୍ପ ମହାସଂଘ ଏବଂ ଜାପାନ ବ୍ୟବସାୟ ମହାସଂଘ (କେଇଡାନରେନ) ଦ୍ୱାରା ଆୟୋଜିତ ଭାରତ-ଜାପାନ ଅର୍ଥନୈତିକ ଫୋରମରେ ଯୋଗ ଦେଇଥିଲେ। ଭାରତ ଓ ଜାପାନର ବିଶିଷ୍ଟ ବ୍ୟବସାୟୀ ଓ ସିଇଓମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ଗୁଜରାଟର ଅହମ୍ମଦାବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

August 25th, 06:42 pm

ଆଜି ଆପଣମାନେ ପରିବେଶକୁ ବନାଇ ରଖିଛନ୍ତି । ଅନେକ ଥର ମନରେ ଆସେ ଏହା କିପରି ଭାଗ୍ୟ ଯେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରେମ ଏବଂ ସେମାନଙ୍କ ଆଶୀର୍ବାଦ, ମୁଁ ଆପଣମାନଙ୍କୁ ଯେତେ ଧନ୍ୟବାଦ କଲେ ବି ସେତେ କମ୍ ହେବ । ଦେଖନ୍ତୁ ସେଠାରେ କେହି ଛୋଟ ନରେନ୍ଦ୍ର ଛିଡ଼ା ହୋଇଗଲାଣି ।

ଗୁଜରାଟର ଅହମଦାବାଦରେ ୫୪୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 25th, 06:15 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମଦାବାଦରେ ୫୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସମବେତ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଗଣେଶ ପୂଜା ଲାଗି ସାରା ଦେଶ ଏବେ ଉତ୍ସବମୁଖର ରହିଛି । ଗଣପତିଙ୍କ ଆଶୀର୍ବାଦରେ ଚଳିତ ପୂଜାଠାରୁ ଗୁଜରାଟର ବିକାଶ ଲାଗି ବିଭିନ୍ନ ଉନ୍ନତିମୂଳକ କାମର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 23rd, 10:10 pm

ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।

ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 23rd, 05:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି ।

The world acknowledges today that India possesses two infinite powers - Demography & Democracy: PM Modi

July 12th, 11:30 am

PM Modi addressed the Rozgar Mela and distributed appointment letters to newly appointed youth. He emphasized them that their common goal is national service, guided by the principle of Citizen First. The PM described the current phase as a Mahayagya of development, a national mission dedicated to poverty eradication and employment generation and called on the country’s youth to take this mission forward.

ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

July 12th, 11:00 am

ପ୍ରଧାନମନ୍ତ୍ରୀ ଭାରତର ଜନସଂଖ୍ୟାଗତ ଏବଂ ଗଣତାନ୍ତ୍ରିକ ଭିତ୍ତିଭୂମିର ଅତୁଳନୀୟ ଶକ୍ତି ଉପରେ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ଏବଂ ସର୍ବବୃହତ ଗଣତନ୍ତ୍ର ସହିତ, ଭାରତରେ ଘରୋଇ ଏବଂ ବିଶ୍ୱ ସ୍ତରରେ ଭବିଷ୍ୟତକୁ ଗଢ଼ିବାର ଅନନ୍ୟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବିଶାଳ ଯୁବ ବାହିନୀ ଭାରତର ସର୍ବୋତ୍ତମ ସମ୍ପତ୍ତି ଏବଂ ସରକାର ଏହି ପୁଞ୍ଜିକୁ ଦୀର୍ଘକାଳୀନ ସମୃଦ୍ଧିର ଉତ୍ପ୍ରେରକରେ ପରିଣତ କରିବା ପାଇଁ ପ୍ରୟାସରେ ସ୍ଥିର ରହିଛି।

Our government is making the vision of women-led development the axis of development: PM Modi in Bhopal, Madhya Pradesh

May 31st, 11:00 am

PM Modi participated in the Devi Ahilyabai Mahila Sashaktikaran Mahasammelan and launched multiple projects in Bhopal, Madhya Pradesh. Quoting Devi Ahilyabai, he reiterated that true governance means serving the people and improving their lives. Emphasising the government’s commitment to increasing women's participation in policymaking, the PM highlighted the progressive steps taken over the past decade.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଦେଶର ଭୋପାଳ ଠାରେ ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଛନ୍ତି

May 31st, 10:27 am

ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଥିଲେ। ସେ ଭୋପାଳରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ 'ମା ଭାରତୀ'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏବଂ ଭାରତର ମହିଳାମାନଙ୍କ ଶକ୍ତିକୁ ସ୍ୱୀକାର କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଦେବାକୁ ଆସିଥିବା ଭଉଣୀ ଏବଂ ଝିଅମାନଙ୍କର ବିଶାଳ ସମାବେଶ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ, କହିଥିଲେ ଯେ ସେମାନଙ୍କ ଉପସ୍ଥିତିରେ ସେ ସମ୍ମାନିତ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଆଜି ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ, 140 କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଏକ ଅବସର ଏବଂ ରାଷ୍ଟ୍ର ନିର୍ମାଣର ସ୍ମାରକୀ ପ୍ରୟାସରେ ଯୋଗଦାନ ଦେବାର ଏକ ମୁହୂର୍ତ୍ତ। ଦେବୀ ଅହିଲ୍ୟାବାଇଙ୍କ ଉଦ୍ଧୃତି ଦେଇ, ସେ ପୁନର୍ବାର କହିଥିଲେ ଯେ, ପ୍ରକୃତ ଶାସନ ଅର୍ଥ ହେଉଛି ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା। ସେ ମନ୍ତବ୍ୟ ଦେଇଥିଲେ ଯେ, ଆଜିର କାର୍ଯ୍ୟକ୍ରମ ତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଏବଂ ତାଙ୍କ ଆଦର୍ଶକୁ ଆଗକୁ ବଢ଼ାଏ। ପ୍ରଧାନମନ୍ତ୍ରୀ ଇନ୍ଦୋର ମେଟ୍ରୋର ଶୁଭାରମ୍ଭ ଏବଂ ଦାତିଆ ଏବଂ ସତନା ପାଇଁ ବିମାନ ସଂଯୋଗୀକରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶରେ ଭିତ୍ତିଭୂମିକୁ ବୃଦ୍ଧି କରିବ, ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

We are making UP a state of industrial possibilities: PM Modi in Kanpur Nagar, Uttar Pradesh

May 30th, 03:29 pm

PM Modi laid the foundation stone, inaugurated various projects worth around Rs 47,600 crore at Kanpur. He expressed pride in UP's major contributions to achieving defence self-sufficiency. He highlighted the launch of Mission Manufacturing in this year’s budget, designed to bolster Make in India by promoting local industries and production.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର କାନପୁରରେ ପ୍ରାୟ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି

May 30th, 03:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର କାନପୁରରେ ପ୍ରାୟ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ ସୂଚନା ଦେଇଥିଲେ ଯେ ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨୪ ଏପ୍ରିଲ ୨୦୨୫ରେ ପ୍ରାରମ୍ଭିକ ଭାବରେ ହେବାକୁ ଥିବା କାନପୁର ଗସ୍ତ ତାଙ୍କୁ ବାତିଲ କରିବାକୁ ପଡ଼ିଥିଲା। ସେ ଏହି ବର୍ବରକାଣ୍ଡର ଶିକାର ହୋଇଥିବା କାନପୁରର ପୁଅ ଶ୍ରୀ ଶୁଭମ ଦ୍ୱିବେଦୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ସାରା ଦେଶରେ ଭଉଣୀ ଏବଂ ଝିଅଙ୍କ ଯନ୍ତ୍ରଣା, କଷ୍ଟ, କ୍ରୋଧ ଏବଂ ସାମୂହିକ ଯନ୍ତ୍ରଣାକୁ ଗଭୀର ଭାବରେ ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା, ଏହି ସାମୂହିକ କ୍ରୋଧ ସାରା ବିଶ୍ୱରେ ଦେଖାଯାଇଥିଲା । ସେ ଅପରେସନ ସିନ୍ଦୂରର ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଠାରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଥିଲା ଏବଂ ପାକିସ୍ତାନୀ ସେନା ସଂଘର୍ଷର ଅନ୍ତ ପାଇଁ ନିବେଦନ କରିବାକୁ ବାଧ୍ୟ ହୋଇଥିଲା। ପ୍ରଧାନମନ୍ତ୍ରୀ ସଶସ୍ତ୍ର ବାହିନୀର ବୀରତ୍ୱକୁ ସଲାମ କରି କହିଥିଲେ ଯେ ସେ ସ୍ୱାଧୀନତା ସଂଗ୍ରାମର ଭୂମିରୁ ସେମାନଙ୍କ ସାହସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସେ ଦୃଢ଼ ଭାବରେ ଦୋହରାଇଥିଲେ ଯେ ଅପରେସନ ସିନ୍ଦୂର ସମୟରେ ଦୟା ଭିକ୍ଷା କରୁଥିବା ଶତ୍ରୁ କୌଣସି ଭ୍ରମରେ ରହିବା ଉଚିତ୍ ନୁହେଁ କାରଣ ଅପରେସନ ସିନ୍ଦୁର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତର ତିନୋଟି ସ୍ପଷ୍ଟ ନୀତିକୁ ଉଲ୍ଲେଖ କରିଥିଲେ। ପ୍ରଥମତଃ, ଭାରତ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ନିର୍ଣ୍ଣାୟକ ଜବାବ ଦେବ। ଏହି ପ୍ରତିକ୍ରିୟାର ସମୟ, ପଦ୍ଧତି ଏବଂ ଅବସ୍ଥା କେବଳ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ନିର୍ଣ୍ଣାୟକ ହେବ। ଦ୍ୱିତୀୟତଃ, ଭାରତ ଆଉ ପରମାଣୁ ଧମକ ଦ୍ୱାରା ଭୟଭୀତ ହେବ ନାହିଁ, କିମ୍ବା ଏପରି ଚେତାବନୀ ଉପରେ ଆଧାରିତ ନିଷ୍ପତ୍ତି ନେବ ନାହିଁ। ତୃତୀୟତଃ, ଭାରତ ଆତଙ୍କବାଦର ପୃଷ୍ଠପୋଷକ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ସରକାର ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖିବ। ପାକିସ୍ତାନର ରାଷ୍ଟ୍ର ଏବଂ ଅଣ-ରାଷ୍ଟ୍ର ଅଭିନେତାଙ୍କ ମଧ୍ୟରେ ପାର୍ଥକ୍ୟ ଆଉ ଗ୍ରହଣୀୟ ହେବ ନାହିଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ କହିଥିଲେ ଯେ ଶତ୍ରୁ ଯେଉଁଠାରେ ଥାଆନ୍ତୁ, ତାକୁ ନିପାତ କରାଯିବ।

ପ୍ରଧାନମନ୍ତ୍ରୀ ମେ ୩୧ରେ ମଧ୍ୟପ୍ରଦେଶ ଗସ୍ତ କରିବେ

May 30th, 11:15 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାତା ଦେବୀ ଅହିଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଅବସରରେ ମେ ୩୧ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ । ସେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମିଳନୀରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ଭୋପାଳରେ ଅନେକ ଉନ୍ନୟନମୂକଳ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଏବଂ ଏକ ସମାରୋହରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ଗୁଜରାଟର ଦାହୋଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 26th, 11:45 am

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ଗୁଜରାଟ ସରକାରଙ୍କ କ୍ୟାବିନେଟର ମୋର ସମସ୍ତ ସହକର୍ମୀ, ସାଂସଦ, ବିଧାୟକ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଦାହୋଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଗୁଜରାଟର ଦାହୋଡ଼ରେ 24,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 26th, 11:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦାହୋଡ଼ ଠାରେ 24,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ , ମେ’ 26 ତାରିଖଟି ବିଶେଷ ଗୁରୁତ୍ୱ ବହନ କରେ, କାରଣ ହେଉଛି ଏହି ଦିନ ସେ 2014 ରେ ପ୍ରଧାନମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ସେ ଗୁଜରାଟର ଲୋକ, ଯେଉଁମାନେ ତାଙ୍କୁ ରାଷ୍ଟ୍ରର ନେତୃତ୍ୱ ନେବାର ଦାୟିତ୍ୱ ଦେଇଥିଲେ, ସେମାନଙ୍କର ଅତୁଟ ସମର୍ଥନ ଏବଂ ଆଶୀର୍ବାଦକୁ ସ୍ୱୀକାର କରିଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଏହି ବିଶ୍ୱାସ ଏବଂ ଉତ୍ସାହ ଦିନରାତି ଦେଶ ସେବା କରିବା ପାଇଁ ତାଙ୍କ ଉତ୍ସର୍ଗକୁ ପ୍ରୋତ୍ସାହିତ କରିଛି । ବର୍ଷ ବର୍ଷ ଧରି, ଭାରତ ଏପରି ନିଷ୍ପତ୍ତି ନେଇଛି , ଯାହା ଅଭୂତପୂର୍ବ ଏବଂ ଅକଳ୍ପନୀୟ ଥିଲା, ଅନେକ ଦଶନ୍ଧି ପୁରୁଣା ପ୍ରତିବନ୍ଧକରୁ ମୁକ୍ତ ହୋଇ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଅଗ୍ରଗତି କରିଛି। ଆଜି, ଦେଶ ହତାଶା ଏବଂ ଅନ୍ଧକାରର ଯୁଗରୁ ଆତ୍ମବିଶ୍ୱାସ ଏବଂ ଆଶାବାଦର ଏକ ନୂତନ ଯୁଗକୁ ଗତି କରୁଛି, ବୋଲି ସେ ମଧ୍ୟ କହିଛନ୍ତି।

ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏବଂ ବିହାରର ମଧୁବନିରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ

April 24th, 12:00 pm

ମୁଁ ମୋର ଭାଷଣ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେଁ, ଆପଣମାନେ ଯେଉଁଠି ବି ଅଛନ୍ତି, ସେହିଠାରେ ଆପଣଙ୍କ ସ୍ଥାନରେ ବସନ୍ତୁ, ଠିଆ ହେବାର ଆବଶ୍ୟକତା ନାହିଁ, ଆମେ ୨୨ ତାରିଖରେ ଯେଉଁ ପରିବାରବର୍ଗଙ୍କୁ ହରାଇଛୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ସମୟ ନିଜ ସ୍ଥାନରେ ବସିରହି ନିରବତା ଅବଲମ୍ବନ କରି, ନିଜ ନିଜ ଦେବତାଙ୍କୁ ସ୍ମରଣ କରି ସେ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ଏହା ପରେ ମୁଁ ଆଜି ମୋର ଭାଷଣ ଆରମ୍ଭ କରିବି।

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିହାରର ମଧୁବନିଠାରେ ୧୩,୪୮୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

April 24th, 11:50 am

ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମଧୁବନିଠାରେ ୧୩,୪୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଏକ ମିନିଟ୍ ନୀରବତା ଅବଲମ୍ବନ କରିବା ସହ ଦିବଂଗତ ଆତ୍ମାମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ପଞ୍ଚାୟତିରାଜ ଦିବସ ଅବସରରେ ସମଗ୍ର ଦେଶ ମିଥିଲା ଓ ବିହାର ସହ ସଂଯୁକ୍ତ ହୋଇଛି। ବିହାରର ବିକାଶ ଉଦ୍ଦେଶ୍ୟରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ସେ କହିଥିଲେ ଏବଂ ବିଦ୍ୟୁତ, ରେଳପଥ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଏହି ପଦକ୍ଷେପ ବିହାରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ମହାନ କବି ତଥା ଜାତୀୟ ପ୍ରତୀକ ରାମଧାରୀ ସିଂ ଦିନକରଜୀଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Our vision for the Global South will go beyond SAGAR-it will be MAHASAGAR: PM Modi

March 12th, 12:30 pm

During his visit to Mauritius, PM Modi emphasized the deep-rooted ties between the two nations, announcing an 'Enhanced Strategic Partnership' with PM Ramgoolam. India will assist in building a new Parliament, modernizing infrastructure, and strengthening security. With a focus on digital innovation, trade, and cultural ties, PM Modi reaffirmed India’s commitment to regional growth and cooperation.

ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 09th, 10:15 am

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…