ଝାରସୁଗୁଡାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
September 26th, 09:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 27 ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସିବେ। ପୂର୍ବାହ୍ନ ପ୍ରାୟ 11:30 ସମୟରେ, ସେ ଝାରସୁଗୁଡାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ।ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରି
August 08th, 04:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୭୫ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଏବଂ ୧୦୦ ପଲିଟେକ୍ନିକ୍ ସହିତ ୨୭୫ଟି ବୈଷୟିକ ଶିକ୍ଷାନୁଷ୍ଠାନରେ ‘ବହୁବିଷୟକ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ଏମଇଆରଆଇଟିଇ) ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ମଞ୍ଜୁର କରିଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଜାତୀୟ ଶିକ୍ଷା ନୀତି-୨୦୨୦ (ଏନଇପି-୨୦୨୦) ସହିତ ସମନ୍ୱିତ ହସ୍ତକ୍ଷେପ କାର୍ଯ୍ୟକାରୀ କରି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ବୈଷୟିକ ଶିକ୍ଷାର ଗୁଣବତ୍ତା, ସମାନତା ଏବଂ ପ୍ରଶାସନକୁ ଉନ୍ନତ କରିବା।