“ଏସିଆ କପ୍ ୨୦୨୫”ରେ ଐତିହାସିକ ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 08th, 07:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ରାଜଗିରରେ ଆୟୋଜିତ, ପୁରୁଷ ହକି “ଏସିଆ କପ୍ ୨୦୨୫”ରେ ଚାମ୍ପିଅନ ହୋଇଥିବାରୁ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଏହି ବିଜୟ ଅଧିକ ସ୍ୱତନ୍ତ୍ର କାରଣ ଗତ ଥର ବିଜେତା ଦକ୍ଷିଣ କୋରିଆକୁ ଏଥର ଭାରତ ହରାଇଛି ।

ଜାତୀୟ କ୍ରୀଡା ଦିବସରେ ବିହାରର ରାଜଗିରଠାରେ ପୁରୁଷ ହକି ଏସିଆ କପ ୨୦୨୫ ଆରମ୍ଭ ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

August 28th, 09:33 pm

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ହକି ଏସିଆ କପ ୨୦୨୫ର ପୂର୍ବ ସନ୍ଧ୍ୟାରେ ଏସିଆର ସମସ୍ତ ଅଂଶଗ୍ରହଣକାରୀ ଦଳ, ଖେଳାଳୀ, ଅଧିକାରୀ ଏବଂ ସମର୍ଥକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଶୁଭକାମନା ଜଣାଇଛନ୍ତି । ଏହା ଆସନ୍ତା କାଲି, ଅଗଷ୍ଟ ୨୯ ତାରିଖରେ ବିହାରର ଐତିହାସିକ ସହର ରାଜଗିରରେ ଆରମ୍ଭ ହେବ । ଏହି ଅବସରରେ ଶ୍ରୀ ମୋଦୀ ବିହାରକୁ ପ୍ରଶଂସା କରି କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଏକ ସ୍ପନ୍ଦନଶୀଳ କ୍ରୀଡା କେନ୍ଦ୍ର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ବିହାର ଖେଲୋ ଇଣ୍ଡିଆ ଯୁବ କ୍ରୀଡା ୨୦୨୫, ଏସିଆ ରଗ୍‌ବି ୟୁ୨୦ ସେଭେନ୍ସ ଚାମ୍ପିଅନ୍‌ସିପ୍ ୨୦୨୫, ଆଇଏସ୍‌ଟିଏଏଫ୍ ସେପାକଟକ୍ର ବିଶ୍ୱକପ ୨୦୨୪ ଏବଂ ମହିଳା ଏସୀୟ ଚାମ୍ପିଅନ୍‌ସିପ ୨୦୨୪ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ।