ସଂସଦର ବଜେଟ ଅଧିବେଶନର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 29th, 10:15 am

ଗତକାଲି ମହାମାନ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଦେଶବାସୀଙ୍କ ଆତ୍ମବିଶ୍ୱାସର ପ୍ରତିବିମ୍ବ ଥିଲା, ୧୪୦ କୋଟି ଭାରତୀୟଙ୍କ ସାମୂହିକ ପ୍ରୟାସର ଏକ ରେକର୍ଡ ଥିଲା ଏବଂ ୧୪୦ କୋଟି ନାଗରିକ-ବିଶେଷକରି ଯୁବବର୍ଗଙ୍କ ଆକାଂକ୍ଷାଗୁଡ଼ିକର ଅତ୍ୟନ୍ତ ସ୍ପଷ୍ଟ ଅଭିବ୍ୟକ୍ତି ଥିଲା। ଏହା ସହିତ ସମସ୍ତ ମହାନୁଭାବ ସଂସଦ ସଦସ୍ୟମାନଙ୍କ ପାଇଁ କିଛି ମାର୍ଗଦର୍ଶକ ଚିନ୍ତାଧାରା ମଧ୍ୟ ପ୍ରସ୍ତୁତ କରିଥିଲା। ମାନ୍ୟବର ରାଷ୍ଟ୍ରପତି ଗତକାଲି ଗୃହରେ ସମସ୍ତ ସାଂସଦଙ୍କ ପାଇଁ ଅନେକ ମାର୍ଗଦର୍ଶିକା ମଧ୍ୟ ଉପସ୍ଥାପନ କରିଥିଲେ।

୨୦୨୬ ବଜେଟ୍ ଅଧିବେଶନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

January 29th, 10:00 am

ବଜେଟ୍ ଅଧିବେଶନ ୨୦୨୬ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶର ୧୪୦ କୋଟି ଜନତାଙ୍କ ଆତ୍ମବିଶ୍ବାସର ପରିପ୍ରକାଶ, ସେମାନଙ୍କ କଠିନ ପରିଶ୍ରମର ପ୍ରମାଣ ଓ ଯୁବପିଢିଙ୍କ ଆକାଂକ୍ଷାର ପ୍ରତିଫଳନ। ସେ ଉଲ୍ଲେଖ କରିଥିଲେ ଯେ ଏହି ଅଧିବେଶନ ଆରମ୍ଭରେ ଓ ବର୍ଷ ୨୦୨୬ ଲାଗି ରାଷ୍ଟ୍ରପତି ସମସ୍ତ ସଦସ୍ୟଙ୍କ ଆଗରେ ବିଭିନ୍ନ ମାର୍ଗଦର୍ଶିକା ବିନ୍ଦୁ ରଖିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ରାଷ୍ଟ୍ରମୁଖ୍ୟ ଭାବରେ, ରାଷ୍ଟ୍ରପତି ସରଳ ଭାଷାରେ ଯେଉଁ ଆଶା ରଖିଛନ୍ତି, ସେଗୁଡ଼ିକୁସମସ୍ତ ସାଂସଦଙ୍କ ଦ୍ୱାରା ଗୁରୁତ୍ବର ସହିତ ନିଆଯିବ, ଯାହା ଏହି ଅଧିବେଶନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କରିଥାଏ। ସେ କହିଥିଲେ ଯେ ଏହି ବଜେଟ୍ ଅଧିବେଶନ ଏକବିଂଶ ଶତାବ୍ଦୀର ପ୍ରଥମ ଚତୁର୍ଥାଂଶର ଶେଷ ଏବଂ ଦ୍ୱିତୀୟ ଚତୁର୍ଥାଂଶର ଆରମ୍ଭ। ୨୦୨୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ବଜେଟ୍ ହେଉଛି ଶତାବ୍ଦୀର ଦ୍ୱିତୀୟ ଚତୁର୍ଥାଂଶର ପ୍ରଥମ ବଜେଟ୍। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ନବମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ, ଯାହା ଭାରତର ସଂସଦୀୟ ଇତିହାସରେ ଏକ ଗର୍ବର ମୁହୂର୍ତ୍ତ।

ସଂସଦରେ ଭାରତର ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ଉପସ୍ଥାପନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

December 23rd, 06:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଭାଷଣରେ ଆଞ୍ଚଳିକ ଭାଷାକୁ ପ୍ରାଧାନ୍ୟ ଦିଆଯିବା ସହିତ ସଂସଦରେ ଭାରତର ସାଂସ୍କୃତିକ ଏବଂ ଭାଷାଗତ ବିବିଧତାକୁ ଉପସ୍ଥାପିତ କରିବା ପାଇଁ ବାଚସ୍ପତି ଓମ୍ ବିର୍ଲା ଏବଂ ସବୁ ଦଳର ସାଂସଦମାନଙ୍କୁ ପ୍ରଶଂସା କରିଛନ୍ତି।

ନୂଆଦିଲ୍ଲୀରେ ସାଂସଦମାନଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡ଼ିକର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 11th, 11:00 am

କାର୍ଯ୍ୟକ୍ରମରେ ଉପସ୍ଥିତ ଶ୍ରୀ ଓମ ବିର୍ଲା ଜୀ, ମନୋହର ଲାଲ ଜୀ, କିରେନ ରିଜିଜୁ ଜୀ, ମହେଶ ଶର୍ମା ଜୀ, ସଂସଦରେ ସମସ୍ତ ସମ୍ମାନିତ ସାଂସଦଗଣ, ଲୋକସଭାର ମହାସଚିବ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !

ନୂଆଦିଲ୍ଲୀରେ ସାଂସଦଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡିକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 11th, 10:30 am

ପ୍ରଧାନମନ୍ତ୍ରୀ ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ନବନିର୍ମିତ ୧୮୪ଟି ଟାଇପ୍ - ୭ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ କିଛି ଦିନ ତଳେ କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଭାବରେ ଜଣାଶୁଣା ସାଧାରଣ କେନ୍ଦ୍ରୀୟ ସଚିବାଳୟକୁ ଉଦଘାଟନ କରିଥିଲେ ଏବଂ ଆଜି ତାଙ୍କୁ ସାଂସଦମାନଙ୍କ ପାଇଁ ଏକ ନବନିର୍ମିତ ଆବାସିକ କମ୍ପ୍ଲେକ୍ସ ଉଦଘାଟନ କରିବାର ସୁଯୋଗ ମିଳିଛି। ଭାରତର ଚାରୋଟି ମହାନ ନଦୀର ନାମ, ଯଥା : କୃଷ୍ଣା, ଗୋଦାବରୀ, କୋଶୀ ଏବଂ ହୁଗଳି ନାମରେ ନାମିତ ହୋଇଥିବା ଏହି କମ୍ପ୍ଲେକ୍ସର ଚାରୋଟି ଟାୱାର ସମ୍ପର୍କରେ ସେ ଉଲ୍ଲେଖ କରି କହିଥିଲେ ଯେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ଦେଉଥିବା ଏହି ନଦୀଗୁଡ଼ିକ ଏବେ ଜନପ୍ରତିନିଧିଙ୍କ ଜୀବନରେ ଆନନ୍ଦର ଏକ ନୂତନ ଧାରା ପ୍ରବାହିତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନଦୀକୁ ନେଇ ନାମକରଣ ପରମ୍ପରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥାଏ। ନୂତନ କମ୍ପ୍ଲେକ୍ସ ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଜୀବନଧାରଣର ସହଜତା ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ସରକାରୀ ବାସଗୃହର ଉପଲବ୍ଧତା ଏବେ ବୃଦ୍ଧି ପାଇବ। ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଫ୍ଲାଟ ନିର୍ମାଣରେ ସାମିଲ ହୋଇଥିବା ଯନ୍ତ୍ରୀ ଏବଂ ଶ୍ରମଜୀବୀଙ୍କୁ ପ୍ରକଳ୍ପ ସମାପ୍ତ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ।

ନୂଆଦିଲ୍ଲୀରେ ସାଂସଦ ମାନଙ୍କ ପାଇଁ ନବନିର୍ମିତ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 10th, 10:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅଗଷ୍ଟ ୨୦୨୫ ସକାଳ ପ୍ରାୟ ୧୦ଟାରେ ନୂଆଦିଲ୍ଲୀର ବାବା ଖରକ ସିଂହ ମାର୍ଗରେ ସାଂସଦ ମାନଙ୍କ ପାଇଁ ୧୮୪ଟି ନବନିର୍ମିତ ଟାଇପ୍-VII ବହୁତଳ ଫ୍ଲାଟ୍ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଦେଖିଲେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର

December 02nd, 08:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏନଡିଏ ସଦସ୍ୟମାନଙ୍କ ସହ ସଂସଦରେ ‘ଦ ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ଦେଖିଛନ୍ତି ।

ପୂର୍ବତନ ସାଂସଦ ପ୍ରଭାତ ଝାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

July 26th, 01:05 pm

ପୂର୍ବତନ ସାଂସଦ ଶ୍ରୀ ପ୍ରଭାତ ଝାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ସାଂସଦ ଡି. ଶ୍ରୀନିବାସ ଗାରୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

June 29th, 08:44 pm

ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଡି. ଶ୍ରୀନିବାସ ଗାରୁଙ୍କପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତକରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କୁ ମିଳିବ ଭାରତ ରତ୍ନ : ପ୍ରଧାନମନ୍ତ୍ରୀ

February 09th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି.ଭି. ନରସିଂହ ରାଓଙ୍କୁ ଭାରତ ରତ୍ନ ପ୍ରଦାନ ବିଷୟରେ ସୂଚନା ଦେଇଛନ୍ତି ।

ରାଜ୍ୟସଭାରୁ ଅବସରପ୍ରାପ୍ତ ସଦସ୍ୟଙ୍କ ବିଦାୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 08th, 12:20 pm

ପ୍ରତି ଦୁଇ ବର୍ଷ ପରେ ଏହି ଗୃହରେ ଏଭଳି ପ୍ରସଙ୍ଗ ଆସିଥାଏ, କିନ୍ତୁ ଏହି ଗୃହ ନିରନ୍ତରତାର ପ୍ରତୀକ । ୫ ବର୍ଷ ପରେ ନୂଆ ରଙ୍ଗ-ରୂପରେ ସଜେଇ ହୋଇଥାଏ । ଏହି ସଦନ ପ୍ରତି ୨ବର୍ଷ ପରେୁ ଏକ ନୂତନ ଜୀବନ ଶକ୍ତି, ଏକ ନୂତନ ଶକ୍ତି ମିଳିଥାଏ, ଏକ ନୂତନ ଉତ୍ସାହ ଏବଂ ଉତ୍ସାହର ବାତାବରଣ ଭରିଦେଇଥାଏ । । ଆଉ ସେଥିପାଇଁ ପ୍ରତି ଦୁଇ ବର୍ଷରେ ଯେଉଁ ବିଦାୟୀ ହୁଏ ତାହା ଏକ ପ୍ରକାର ବିଦାୟ ନୁହେଁ । ସେମାନେ ଏଭଳି ସ୍ମୃତିକୁ ଏଠାରେ ଛାଡି ଦେଇ ଯାଆନ୍ତି,ଯେଉଁ ସ୍ମୃତି ଆଗାମୀ ସ୍ମୃତିର ଏକ ନୂତନ ବ୍ୟାଚ୍‌, ଏହା ସେମାନଙ୍କ ପାଇଁ ଏକ ମୂଲ୍ୟବାନ ଐତିହ୍ୟ । ଯେଉଁ ପରମ୍ପରାକୁ ସେ ଏଠାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅଧିକ ମୂଲ୍ୟବାନ କରିବାକୁ ଚେଷ୍ଟା କରିଥାନ୍ତି ।

ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ

February 08th, 12:16 pm

ଏହି ଅବସରରେ ରାଜ୍ୟସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତି ପାଞ୍ଚ ବର୍ଷ ପରେ ଲୋକସଭା ବଦଳିଥାଏ ଏବଂ ରାଜ୍ୟସଭାକୁ ପ୍ରତି ଦୁଇ ବର୍ଷରେ ଏକ ନୂତନ ଜୀବନ ଶକ୍ତି ମିଳିଥାଏ । ସେହିଭଳି ଏହି ଦ୍ୱିବାର୍ଷିକ ବିଦାୟ ମଧ୍ୟ ନୂତନ ସଦସ୍ୟମାନଙ୍କ ପାଇଁ ଅବିସ୍ମରଣୀୟ ସ୍ମୃତି ଏବଂ ଅମୂଲ୍ୟ ଐତିହ୍ୟ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସ୍ଥାନୀୟ ସାଂସଦଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ନମୋ ଆପରେ ଗୁରୁତ୍ୱପୂର୍ଣ୍ଣ ସେକ୍ସନ ରହିଛି କହିଲେ ପ୍ରଧାନମନ୍ତ୍ରୀ

October 16th, 09:50 pm

ନମୋ ଆପରେ ଏପରି ଗୁରୁତ୍ୱପୂର୍ଣ୍ଣ ସେକ୍ସନ ରହିଛି ଯାହା କି ସ୍ଥାନୀୟ ସାଂସଦଙ୍କ ସହ ଯୋଡ଼ି ହେବାରେ ସାହାଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହା ଆମର ଗଣତାନ୍ତ୍ରିକ ବିଚାରକୁ ଆଗକୁ ବଢ଼ାଇବାରେ ବେଶ୍ ସହାୟକ ହେବ । ଏହା ସମ୍ପୃକ୍ତ ସ୍ଥାନୀୟ ସାଂସଦଙ୍କ ମଧ୍ୟରେ ଯୋଗାଯୋଗ ମଜଭୁତ କରିବା, ସାଂସଦଙ୍କ ସହ ଯୋଡ଼ିହେବାକୁ ସହଜ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଲୋକସଭାରେ ସମ୍ବିଧାନ (୧୨୮ତମ ସଂଶୋଧନ) ବିଧେୟକ, ୨୦୨୩ ପାରିତ ହେବା ଲାଗି ପ୍ରଶଂସା କଲେ

September 20th, 09:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ସମ୍ବିଧାନ (୧୨୮ତମ ସଂଶୋଧନ) ବିଧେୟକ, ୨୦୨୩ର ପାରିତ ହେବା ନେଇ ସ୍ୱାଗତ ଜଣାଇଛନ୍ତି ।

ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଭାବେ ରାଜ୍ୟସଭାରେ ଏସ୍‌. ଫାଙ୍ଗନୋନ୍ କୋନ୍ୟାକ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି ବ୍ୟକ୍ତ

July 25th, 08:16 pm

ରାଜ୍ୟସଭାରେ ନାଗାଲାଣ୍ଡରୁ ପ୍ରଥମ ମହିଳା ସଦସ୍ୟ ଏସ୍‌. ଫାଙ୍ଗନୋନ୍ କୋନ୍ୟାକ ଗତ ସପ୍ତାହରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଦ୍ୱାରା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ ହେବା ପରେ ଗୃହରେ ଅଧ୍ୟକ୍ଷତା କରିବାକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।

କନେକ୍ଟିଭିଟିରେ ଦେଶର ସମୃଦ୍ଧି ନିହିତ ଓ ଏହା ଆମର ପ୍ରାଥମିକତାଗୁଡିକ ମଧ୍ୟରେ ସବୁଠାରୁ ଉପରେ ରହିଛି: ପ୍ରଧାନମନ୍ତ୍ରୀ

February 25th, 09:46 am

ଖଜାନୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବେଲଘାଟ ଠାରୁ ସିକରିଗଞ୍ଜ ପର୍ଯ୍ୟନ୍ତ ଆଠ କିଲୋମିଟର ରାସ୍ତାର ପ୍ରଶସ୍ତୀକରଣ କାମ ସମ୍ପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସେହି ଅଞ୍ଚଳର ଲୋକଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସନ୍ଥ କବୀର ନଗର ସାଂସଦ ଶ୍ରୀ ପ୍ରବୀଣ ନିଶାଦଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ସାଂସଦ ଉପରୋକ୍ତ ରାସ୍ତାର ପ୍ରଶସ୍ତୀକରଣ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସାଂସଦ ରତ୍ନ ପୁରସ୍କାର ପାଇବାକୁ ଯାଉଥିବା ସହକର୍ମୀ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

February 22nd, 12:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ଯେଉଁମାନେ ସାଂସଦ ରତ୍ନ ପୁରସ୍କାର ୨୦୨୩ ପାଇବେ ।

ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ବସ୍ତିରେ ଦ୍ୱିତୀୟ ସାଂସଦ ଖେଳ ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 18th, 04:39 pm

ୟୁପିର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ସଂସଦରେ ମୋର ସହକର୍ମୀ ଆମର ଯୁବ ବନ୍ଧୁ ଭାଇ ହରିଶ ଦ୍ୱିବେଦୀ ଜୀ, ବିଭିନ୍ନ ଖେଳର ଖେଳାଳି, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ, ଅନ୍ୟ ସମସ୍ତ ଜନପ୍ରତିନିଧି, ଅନ୍ୟ ସମସ୍ତ ବରିଷ୍ଠ ମାନ୍ୟଗଣ୍ୟ ଏବଂ ବିଶାଳ ସଂଖ୍ୟାରେ ମୁଁ ଏଠାରେ ଯୁବଗୋଷ୍ଠୀଙ୍କୁ ଦେଖୁଛି । ସବୁ ସ୍ଥାନରେ କେବଳ ଯୁବକ ଏବଂ ଯୁବକମାନେ ହିଁ ଅଛନ୍ତି । ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭ ଦ୍ୱିତୀୟ ପର୍ଯ୍ୟାୟ ୨୦୨୨-୨୩ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

January 18th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ମହାକୁମ୍ଭ ୨୦୨୨-୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି (୧୮.୦୧.୨୦୨୩) ଉଦ୍‌ଘାଟନ କରିଛନ୍ତି । ବସ୍ତିର ଲୋକସଭା ସଦସ୍ୟ ଶ୍ରୀ ହରିଶ ଦ୍ୱିବେଦୀ ୨୦୨୧ ମସିହାଠାରୁ ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭର ଆୟୋଜନ କରିଆସୁଛନ୍ତି । ଖେଳ ମହାକୁମ୍ଭ ଉଭୟ ଇନ୍‌ଡୋର ଓ ଆଉଟଡୋର କ୍ରୀଡାର ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଥାଏ । ସେଗୁଡିକ ମଧ୍ୟରେ କୁସ୍ତି, କବାଡି, ଖୋ ଖୋ, ବାସ୍କେଟବଲ, ଫୁଟବଲ, ହକି, ଭଲିବଲ, ହ୍ୟାଣ୍ଡବଲ, ଚେସ୍‌, କ୍ୟାରୋମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଖେଳ ମହାକୁମ୍ଭରେ ପ୍ରବନ୍ଧ ଲିଖନ, ଚିତ୍ରକଳା, ରଙ୍ଗୋଲୀ ଅଙ୍କନ ଇତ୍ୟାଦି ମଧ୍ୟ ଆୟୋଜିତ ହୋଇଥାଏ।

ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 07th, 10:00 am

ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ । ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ ୧୫ ଅଗଷ୍ଟ ପୂର୍ବରୁ ଆମେ ଏକାଠି ହୋଇଥିଲେ । ୧୫ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଥିଲା ଏବଂ ଏବେ ଆମେ ଅମୃତକାଳ ଯାତ୍ରାରେ ଆଗକୁ ଅଗ୍ରସର ହେଉଛେ । ଆଜି ଏଭଳି ଏକ ସମୟରେ ଆମେ ଏକତ୍ରିତ ହୋଇଛେ, ଯେତେବେଳେ ଭାରତକୁ ଜି-୨୦ ର ପରିଚାଳନା ସୁଯୋଗ ମିଳିଛି । ବିଶ୍ୱ ସମୁଦାୟରେ ଯେଉଁଭଳି ଭାବେ ଭାରତକୁ ସ୍ଥାନ ମିଳୁଛି, ଯେଉଁଭଳି ଭାରତକୁ ନେଇ ଆଶା ବଢ଼ୁଛି ଏବଂ ଯେଉଁଭଳି ଭାବେ ଭାରତ ବୈଶ୍ୱିକ ମଞ୍ଚରେ ନିଜ ଭାଗୀଦାରି ବଢ଼ାଇବାରେ ଲାଗିଛି, ଏଭଳି ସମୟରେ ଏହି ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ଏକ ବହୁତ ବଡ଼ ସୁଯୋଗ ।