ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15 ରୁ 19 ପର୍ଯ୍ୟନ୍ତ ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ
June 14th, 11:58 am
ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15-16 ରେ ସାଇପ୍ରସ୍, ଜୁନ୍ 16-17 ରେ ଜି-7 ଶିଖର ସମ୍ମିଳନୀ ପାଇଁ କାନାଡ଼ା ଏବଂ ଜୁନ୍ 18 ରେ କ୍ରୋଏସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡସଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟବସାୟୀ ନେତାମାନଙ୍କୁ ସମ୍ବୋଧିତ କରିବେ । ପରେ କାନାଡାରେ ଜି-7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଜି-7 ଦେଶର ନେତାଙ୍କ ସହ ମତ ବିନିମୟ କରିବେ। କ୍ରୋଏସିଆରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭେଟିବେ।ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
February 21st, 01:30 pm
ପ୍ରଧାନମନ୍ତ୍ରୀ ମିତସୋ-ତାକିସ୍ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଗତବର୍ଷ ଗ୍ରୀସ୍ ଗସ୍ତ ପରେ ତାଙ୍କର ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାର ସଙ୍କେତ। ଏବଂ ଷୋହଳ ବର୍ଷ ର ବ୍ୟବଧାନ ପରେ ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ନିଶ୍ଚିତ ଭାବରେ ଏକ ଐତିହାସିକ ଅବସର ।