‘Restoring Balance’ is a global urgency: PM Modi highlights global health challenges at WHO Global Summit on Traditional Medicine
December 19th, 08:11 pm
PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.Prime Minister Shri Narendra Modi addresses Closing Ceremony of the Second WHO Global Summit on Traditional Medicine
December 19th, 07:07 pm
PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ
August 29th, 07:11 pm
ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା
June 28th, 08:24 pm
ଆପଣ ଆଜି ମାତୃଭୂମିରୁ, ଭାରତ ଭୂମିରୁ, ସମସ୍ତଙ୍କଠାରୁ ବହୁତ ଦୂରରେ ଅଛନ୍ତି। କିନ୍ତୁ ଭାରତବାସୀଙ୍କ ହୃଦୟର ସବୁଠୁ ପାଖରେ ଅଛନ୍ତି। ଆପଣଙ୍କ ନାଁରେ ବି ଶୁଭ ଅଛି ଓ ଆପଣଙ୍କ ଯାତ୍ରା ବି ହେଉଛି ନୂଆ ଯୁଗର ଶୁଭାରମ୍ଭ। ଏବେ ଆମେ ଦୁଇ ଜଣ କଥାବାର୍ତ୍ତା ହେଉଛୁ, କିନ୍ତୁ ମୋ ସହିତ ୧୪୦ କୋଟି ଭାରତବାସୀଙ୍କ ଭାବପ୍ରବଣତା ଅଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଓ ଉଲ୍ଲାସ ସାମିଲ ଅଛି। ମହାକାଶରେ ଭାରତର ପତାକା ଉଡ଼ାଇ ଥିବାରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଦେଉଛି। ମୁଁ ଅଧିକ ସମୟ ନେଉ ନାହିଁ, ସର୍ବପ୍ରଥମେ ଆପଣ କୁହନ୍ତି, ସେଠାରେ ସବୁ କୁଶଳ ମଙ୍ଗଳ ଅଛି ତ? ଆପଣଙ୍କ ଦେହ ଠିକ୍ ଅଛି?ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିୟମ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 28th, 08:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ତଥା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଶୁଭାଂଶୁ ଶୁକ୍ଳା ବର୍ତ୍ତମାନ ଭାରତୀୟ ମାତୃଭୂମିଠାରୁ ସବୁଠାରୁ ଦୂରରେ ଅଛନ୍ତି, ତଥାପି ସେ ସମସ୍ତ ଭାରତୀୟଙ୍କ ହୃଦୟର ଅତି ନିକଟତର ଅଟନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଶୁଭାଂଶୁଙ୍କ ନାମ ହିଁ ଶୁଭତା ବହନ କରେ, ଏବଂ ତାଙ୍କ ଯାତ୍ରା ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିତ କରେ । ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ଏହା ଦୁଇ ଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଥିଲା, ସେତେବେଳେ ଏହା ୧୪୦ କୋଟି ଭାରତୀୟଙ୍କ ଭାବନା ଏବଂ ଉତ୍ସାହକୁ ପ୍ରତିଫଳିତ କରିଥିଲା। ସେ କହିଛନ୍ତି ଯେ ଶୁଭାଂଶୁଙ୍କ ସହ କଥାବାର୍ତ୍ତା କରୁଥିବା ସ୍ୱର ସମଗ୍ର ଦେଶର ସାମୂହିକ ଉତ୍ସାହ ଏବଂ ଗର୍ବ ବହନ କରିଥିଲା ଏବଂ ମହାକାଶରେ ଭାରତର ପତାକା ଉତ୍ତୋଳନ କରିଥିବାରୁ ଶୁଭାଂଶୁଙ୍କୁ ତାଙ୍କର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ ଶୁଭାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ମହାକାଶ ଷ୍ଟେସନରେ ସବୁକିଛି ଠିକ୍ ଅଛି କି ବୋଲି ପଚାରି ବୁଝିଥିଲେ।ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ
March 16th, 11:47 pm
ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର
March 16th, 05:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।‘ପରୀକ୍ଷା ପେ ଚର୍ଚ୍ଚା 2025 "କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
February 10th, 11:30 am
ଛାତ୍ର: ଆମେ ପରୀକ୍ଷା ପେ ଚର୍ଚ୍ଚା ପାଇଁ ବହୁତ ଉତ୍ସାହିତ ଅଛୁ।ପରୀକ୍ଷା ପେ ଚର୍ଚ୍ଚା 2025ରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମତ ବିନିମୟ
February 10th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସୁନ୍ଦର ନର୍ସରୀଠାରେ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ର ଅଷ୍ଟମ ସଂସ୍କରଣ ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ସାରା ଦେଶର ଛାତ୍ରଛାତ୍ରୀମାନଙ୍କ ସହ ଏକ ଅନୌପଚାରିକ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ। ସେ ରାଶି ଲଡ଼ୁ ବଣ୍ଟନ କରିଥିଲେ ଯାହା ପାରମ୍ପରିକ ଭାବରେ ଶରୀରକୁ ଉଷ୍ମ ରଖିବା ପାଇଁ ଶୀତଦିନେ ପରିବେଷଣ କରାଯାଏ।The relationship between India and Kuwait is one of civilizations, seas and commerce: PM Modi
December 21st, 06:34 pm
PM Modi addressed a large gathering of the Indian community in Kuwait. Indian nationals representing a cross-section of the community in Kuwait attended the event. The PM appreciated the hard work, achievement and contribution of the community to the development of Kuwait, which he said was widely recognised by the local government and society.କୁଏତରେ ‘ହାଲା ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 21st, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଶେଖ ସାଦ ଅଲ ଅବଦୁଲ୍ଲା ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ହାଲା ମୋଦୀ'ରେ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁଏତରେ ସମ୍ପ୍ରଦାୟର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ନାଗରିକମାନେ ଯୋଗ ଦେଇଥିଲେ।ଦୈନନ୍ଦିନ ଜୀବନରେ ଧ୍ୟାନକୁ ଏକ ଅଂଶ କରିବାକୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
December 21st, 12:28 pm
ଆଜି ବିଶ୍ୱ ଧ୍ୟାନ ଦିବସ ଅବସରରେ ସମସ୍ତେ ଦୈନନ୍ଦିନ ଜୀବନରେ ଧ୍ୟାନକୁ ଏକ ଅଂଶ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ଜଣଙ୍କ ଜୀବନରେ ତଥା ସମାଜ ଏବଂ ବିଶ୍ୱରେ ଶାନ୍ତି ଓ ସଦିଚ୍ଛା ଆଣିବା ପାଇଁ ଧ୍ୟାନ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।