ନିଶା ବିରୋଧରେ ଲଢ଼େଇରେ ସରକାର ଯୁବପିଢ଼ିଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
August 02nd, 11:25 am
ପ୍ରଧାନମନ୍ତ୍ରୀ ମୋଦୀ ଭିସି ମାଧ୍ୟମରେ 'ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶା ମୁକ୍ତ ଯୁବ'ର ଶୁଭାରମ୍ଭ ସମୟରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ, ସେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବପିଢ଼ିଙ୍କୁ ନିଶାର ମାରାତ୍ମକ ବିପଦରୁ ଦୂରେଇ ରହିବାକୁ ଉତ୍ସାହିତ କରିବା ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଯୁବପିଢ଼ିଙ୍କୁ ଭାରତର ଅମୃତ ପିଢ଼ି ବୋଲି କହି, ସେ ନିଶା ଅପବ୍ୟବହାରର କ୍ଷତିକାରକ ପ୍ରଭାବ ବିଷୟରେ ବ୍ୟାଖ୍ୟା କରିଥିଲେ ଏବଂ ଯୁବପିଢ଼ିଙ୍କୁ ଏହି ଫାଶରୁ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଆଜି ନିଆଯାଇଥିବା ପ୍ରତିଶ୍ରୁତି ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ' ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 02nd, 11:00 am
ପ୍ରଧାନମନ୍ତ୍ରୀ ମୋଦୀ ଭିସି ମାଧ୍ୟମରେ 'ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶା ମୁକ୍ତ ଯୁବ'ର ଶୁଭାରମ୍ଭ ସମୟରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ, ସେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବପିଢ଼ିଙ୍କୁ ନିଶାର ମାରାତ୍ମକ ବିପଦରୁ ଦୂରେଇ ରହିବାକୁ ଉତ୍ସାହିତ କରିବା ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଯୁବପିଢ଼ିଙ୍କୁ ଭାରତର ଅମୃତ ପିଢ଼ି ବୋଲି କହି, ସେ ନିଶା ଅପବ୍ୟବହାରର କ୍ଷତିକାରକ ପ୍ରଭାବ ବିଷୟରେ ବ୍ୟାଖ୍ୟା କରିଥିଲେ ଏବଂ ଯୁବପିଢ଼ିଙ୍କୁ ଏହି ଫାଶରୁ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଆଜି ନିଆଯାଇଥିବା ପ୍ରତିଶ୍ରୁତି ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।ଅଗଷ୍ଟ ୨ ରେ ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
August 01st, 04:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ଅଗଷ୍ଟ ୨୦୨୬ ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନଶାମୁକ୍ତ ଯୁବ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର ଅପବ୍ୟବହାର ଠାରୁ ଦୂରେଇ ରହିବାକୁ ଏବଂ ସେମାନଙ୍କୁ ସକାରାତ୍ମକ ସାମାଜିକ ପରିବର୍ତ୍ତନର ଦୂତ ହେବାକୁ ଉତ୍ସାହିତ କରିବା।Yoga is the best way to maintain a healthy lifestyle with minimal expense: PM Modi at World Yogasana Championship in Ahmedabad
June 04th, 06:41 pm
PM Modi inaugurated the first World Yogasana Championship in Ahmedabad, calling yoga India’s timeless gift to humanity and expressing confidence that Yogasana will gain recognition as a competitive sport in global multi-sport events, including the Olympics. Highlighting yoga’s role in health, wellness and healthy ageing, he urged participants to become ambassadors of the ‘Yoga 365’ campaign and spread yoga’s message worldwide.Prime Minister Inaugurates First World Yogasana Championship In Ahmedabad, Gujarat
June 04th, 06:40 pm
PM Modi inaugurated the first World Yogasana Championship in Ahmedabad, calling yoga India’s timeless gift to humanity and expressing confidence that Yogasana will gain recognition as a competitive sport in global multi-sport events, including the Olympics. Highlighting yoga’s role in health, wellness and healthy ageing, he urged participants to become ambassadors of the ‘Yoga 365’ campaign and spread yoga’s message worldwide.ମିଆଁମାର ରାଷ୍ଟ୍ରପତିଙ୍କ ଭାରତକୁ ସରକାରୀ ଗସ୍ତରେ ଭାରତ-ମିଆଁମାର ମିଳିତ ବିବୃତ୍ତି
June 01st, 07:16 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ମିଆଁମାର ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗ ୩୦ ମଇରୁ ୩ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ କରିଥିଲେ ।ବେଙ୍ଗାଲୁରୁରେ ‘ଆର୍ଟ ଅଫ୍ ଲିଭିଂ’ର 45ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 10th, 11:05 am
ଆଜିର ଏହି ସକାଳ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅନୁଭବ ଆଣିଛି। ପିଲାମାନଙ୍କ ଦ୍ୱାରା ପାଠ କରାଯାଉଥିବା ବୈଦିକ ମନ୍ତ୍ର ସହିତ ସ୍ୱାଗତ, ଭଗବାନ ଶ୍ରୀ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ 70 ବର୍ଷ ପାଳନ ଏବଂ ଆର୍ଟ ଅଫ୍ ଲିଭିଂର 45 ବର୍ଷ , ଏହି ମୁହୂର୍ତ୍ତଗୁଡ଼ିକ ସର୍ବଦା ମୋ ସ୍ମୃତିରେ ରହିବ। ଏହି ସୁନ୍ଦର ଉତ୍ସବରେ ମୋତେ ନିମନ୍ତ୍ରଣ କରିଥିବା ଯୋଗୁଁ ମୁଁ ଆପଣ ସମସ୍ତଙ୍କ ପ୍ରତି କୃତଜ୍ଞ।କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 10th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ପାଳନ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରର ପବିତ୍ରତା କଥା ପ୍ରକାଶ କରି ସେ କହିଥିଲେ ଯେ ପିଲାମାନଙ୍କ ବେଦବାଣୀ, ଭଗବାନ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ବର୍ଷ ଓ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ଦ୍ବାରା ଆଜିର ସକାଳଟି ସମୃଦ୍ଧ ହୋଇଛି। “ଏସବୁ କ୍ଷଣଗୁଡ଼ିକ ସବୁବେଳ ମୋ ମାନସପଟ୍ଟରେ ରହିବ’’ ସେ କହିଥିଲେ।ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
April 26th, 11:30 am
ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ପ୍ରଭୁ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ଦ୍ଵିଶତାବ୍ଦୀ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 23rd, 02:12 pm
ଜ୍ଞାନ ଯୋଗ ପ୍ରତି ଭାରତବର୍ଷ ଉତ୍ସର୍ଗୀକୃତ । ହଜାରେ ବର୍ଷର ବେଦ ଆଜି ଆମ ପାଇଁ ଏକ ପ୍ରେରଣା । ଆଧୁନିକତାକୁ ଆପଣେଇ ନେଇ ବେଦ ଅନୁସାରେ ଆମ ସାଧୁ ସନ୍ଥ ଆମ କାଳଖଣ୍ଡକୁ ପ୍ରଭାବିତ କରିଛନ୍ତି । ବେଦରୁ ଉପନିଷଦ, ଉପନିଷଦରୁ ପୁରାଣ, ଶ୍ରୁତି, ସ୍ମୃତି, କଥା, ଗୀତ ପରି ବିଭିନ୍ନ ବିବିଧତା ଭିତରେ ଆମ ସଂସ୍କୃତି ସଶକ୍ତ ହୋଇପାରିଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷାପତ୍ରୀ ଦ୍ୱୀଶତାବ୍ଦୀ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି
January 23rd, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶିକ୍ଷାପତ୍ରୀର ଦ୍ୱିଶତବାର୍ଷିକୀ ମହୋତ୍ସବକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭଗବାନ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ୨୦୦ ବର୍ଷ ପୂର୍ତ୍ତି ପାଳନ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଓ ଐତିହାସିକ ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଦ୍ୱିଶତବାର୍ଷିକୀ ମହୋତ୍ସବରେ ସାମିଲ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ସେ ଏହି ପବିତ୍ର ଅବସରରେ ସମସ୍ତ ସନ୍ଥଙ୍କୁ ପ୍ରଣାମ ଜଣାଇବା ସହ ଭଗବାନ ସ୍ୱାମୀନାରାୟଣଙ୍କ କୋଟି କୋଟି ଅନୁଗାମୀଙ୍କୁ ଦ୍ୱିଶତବାର୍ଷିକୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ଭଗବାନ ବୁଦ୍ଧଙ୍କ ସହ ଜଡିତ ପବିତ୍ର ପିପ୍ରାହୱା ଅବଶେଷର ମହାନ ଆନ୍ତର୍ଜାତୀୟ ପ୍ରଦର୍ଶନୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପାଠ୍ୟ
January 03rd, 12:00 pm
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, କିରେନ ରିଜିଜୁ ଜୀ, ରାମଦାସ ଅଠାୱଲେ ଜୀ, ରାଓ ଇନ୍ଦ୍ରଜିତ ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏକ କାର୍ଯ୍ୟକ୍ରମ ଥିଲା, ତାଙ୍କୁ ଯିବାକୁ ପଡିଲା ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ସହକର୍ମୀ, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସକ୍ସେନା ଜୀ, ମହାମାନ୍ୟଗଣ, କୂଟନୈତିକ ସମ୍ପ୍ରଦାୟର ସମସ୍ତ ମାନ୍ୟବର ସଦସ୍ୟ, ବୌଦ୍ଧ ବିଦ୍ୱାନ, ଧମ୍ମର ଅନୁଗାମୀ, ମହିଳା ଏବଂ ସଜ୍ଜନଗଣ।ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 03rd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଇ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଏକ ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀ, ଦି ଲାଇଟ୍ ଆଣ୍ଡ୍ ଦି ଲୋଟସ: ରିଲିକ୍ସ ଅଫ୍ ଦି ଆଓ୍ବେକେନଡ୍ ୱାନ୍କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏକ ଶହ ପଚିଶ ବର୍ଷର ଅପେକ୍ଷା ପରେ ଭାରତର ଏହି ମହାନ ଐତିହ୍ୟ ଫେରି ଆସିଛି । ଆଜିଠାରୁ ଭାରତର ଲୋକମାନେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ସେମାନଙ୍କର ଆଶୀର୍ବାଦ ପାଇପାରିବେ। ଶ୍ରୀ ମୋଦୀ ଏହି ପବିତ୍ର ଅବଶେଷର ଆଗମନ ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସ୍ୱାଗତ ଏବଂ ଅଭିବାଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବୌଦ୍ଧ ପରମ୍ପରା ସହିତ ଜଡିତ ଭିକ୍ଷୁ ଏବଂ ଧର୍ମାଚାର୍ଯ୍ୟମାନଙ୍କ ପ୍ରତି ସେ ନିଜର ସମ୍ମାନ ଜଣାଇଥିଲେ ଓ କହିଥିଲେ ଯେ ସେମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମରେ ନୂତନ ଶକ୍ତି ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୬ ଆରମ୍ଭରେ ଆୟୋଜିତ ଏହି ପବିତ୍ର ଉତ୍ସବ ଅତ୍ୟନ୍ତ ପ୍ରେରଣାଦାୟକ। ସେ କାମନା କରିଥିଲେ ଯେ ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ସହିତ, ୨୦୨୬ ବିଶ୍ୱ ପାଇଁ ଶାନ୍ତି, ସମୃଦ୍ଧି ଏବଂ ସଦ୍ଭାବର ଏକ ନୂତନ ଯୁଗର ସୂତ୍ରପାତ କରିବ।‘Restoring Balance’ is a global urgency: PM Modi highlights global health challenges at WHO Global Summit on Traditional Medicine
December 19th, 08:11 pm
PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 19th, 07:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱସ୍ତରୀୟ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଗତ ତିନି ଦିନ ଧରି, ପାରମ୍ପରିକ ଔଷଧ କ୍ଷେତ୍ରରେ ବିଶ୍ୱର ବିଶେଷଜ୍ଞମାନେ ଗମ୍ଭୀର ଏବଂ ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଉଦ୍ଦେଶ୍ୟରେ ଭାରତ ଏକ ଦୃଢ଼ ମଞ୍ଚ ଭାବରେ କାର୍ଯ୍ୟ କରୁଥିବାରୁ ସେ ଖୁସି ପ୍ରକାଶ କରି ଏହି ପ୍ରକ୍ରିୟାରେ ‘ହୁ’ର ସକ୍ରିୟ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ସମ୍ମିଳନୀର ସଫଳ ଆୟୋଜନ ପାଇଁ ହୁ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ।ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ
August 29th, 07:11 pm
ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା
June 28th, 08:24 pm
ଆପଣ ଆଜି ମାତୃଭୂମିରୁ, ଭାରତ ଭୂମିରୁ, ସମସ୍ତଙ୍କଠାରୁ ବହୁତ ଦୂରରେ ଅଛନ୍ତି। କିନ୍ତୁ ଭାରତବାସୀଙ୍କ ହୃଦୟର ସବୁଠୁ ପାଖରେ ଅଛନ୍ତି। ଆପଣଙ୍କ ନାଁରେ ବି ଶୁଭ ଅଛି ଓ ଆପଣଙ୍କ ଯାତ୍ରା ବି ହେଉଛି ନୂଆ ଯୁଗର ଶୁଭାରମ୍ଭ। ଏବେ ଆମେ ଦୁଇ ଜଣ କଥାବାର୍ତ୍ତା ହେଉଛୁ, କିନ୍ତୁ ମୋ ସହିତ ୧୪୦ କୋଟି ଭାରତବାସୀଙ୍କ ଭାବପ୍ରବଣତା ଅଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଓ ଉଲ୍ଲାସ ସାମିଲ ଅଛି। ମହାକାଶରେ ଭାରତର ପତାକା ଉଡ଼ାଇ ଥିବାରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଦେଉଛି। ମୁଁ ଅଧିକ ସମୟ ନେଉ ନାହିଁ, ସର୍ବପ୍ରଥମେ ଆପଣ କୁହନ୍ତି, ସେଠାରେ ସବୁ କୁଶଳ ମଙ୍ଗଳ ଅଛି ତ? ଆପଣଙ୍କ ଦେହ ଠିକ୍ ଅଛି?ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିୟମ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 28th, 08:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ତଥା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଶୁଭାଂଶୁ ଶୁକ୍ଳା ବର୍ତ୍ତମାନ ଭାରତୀୟ ମାତୃଭୂମିଠାରୁ ସବୁଠାରୁ ଦୂରରେ ଅଛନ୍ତି, ତଥାପି ସେ ସମସ୍ତ ଭାରତୀୟଙ୍କ ହୃଦୟର ଅତି ନିକଟତର ଅଟନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଶୁଭାଂଶୁଙ୍କ ନାମ ହିଁ ଶୁଭତା ବହନ କରେ, ଏବଂ ତାଙ୍କ ଯାତ୍ରା ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିତ କରେ । ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ଏହା ଦୁଇ ଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଥିଲା, ସେତେବେଳେ ଏହା ୧୪୦ କୋଟି ଭାରତୀୟଙ୍କ ଭାବନା ଏବଂ ଉତ୍ସାହକୁ ପ୍ରତିଫଳିତ କରିଥିଲା। ସେ କହିଛନ୍ତି ଯେ ଶୁଭାଂଶୁଙ୍କ ସହ କଥାବାର୍ତ୍ତା କରୁଥିବା ସ୍ୱର ସମଗ୍ର ଦେଶର ସାମୂହିକ ଉତ୍ସାହ ଏବଂ ଗର୍ବ ବହନ କରିଥିଲା ଏବଂ ମହାକାଶରେ ଭାରତର ପତାକା ଉତ୍ତୋଳନ କରିଥିବାରୁ ଶୁଭାଂଶୁଙ୍କୁ ତାଙ୍କର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ ଶୁଭାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ମହାକାଶ ଷ୍ଟେସନରେ ସବୁକିଛି ଠିକ୍ ଅଛି କି ବୋଲି ପଚାରି ବୁଝିଥିଲେ।ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ
March 16th, 11:47 pm
ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର
March 16th, 05:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।