25 ମାର୍ଚ୍ଚରେ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 23rd, 05:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 25 ମାର୍ଚ୍ଚ 2023 ରେ କର୍ଣ୍ଣାଟକ ଗସ୍ତ କରିବେ। ପୂର୍ବାହ୍ନ 10:45 ସମୟରେ ପ୍ରଧାନମନ୍ତ୍ରୀ ଚିକ୍କାବାଲାପୁର ଠାରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ। ପ୍ରାୟ 1 ଟା ସମୟରେ ପ୍ରଧାନମନ୍ତ୍ରୀ ବାଙ୍ଗାଲୋର ମେଟ୍ରୋର ହ୍ବାଇଟଫିଲ୍ଡ (କାଦୁଗୋଡ଼ି) ଠାରୁ କୃଷ୍ଣରାଜପୁର ମେଟ୍ରୋ ଲାଇନକୁ ର ଉଦଘାଟନ କରିବେ ଏବଂ ମେଟ୍ରୋରେ ମଧ୍ୟ ଯାତ୍ରା କରିବେ।