ଫ୍ରାନ୍ସର ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଯୋଗୁଁ ଦୁଃଖିତ : ପ୍ରଧାନମନ୍ତ୍ରୀ

December 17th, 05:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଭାରତ ଫ୍ରାନ୍ସ ସହ ଏକତ୍ର ଠିଆ ହୋଇଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି । ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନ୍‌ଙ୍କ ନେତୃତ୍ୱରେ ଫ୍ରାନ୍ସ ସ୍ଥିରତା ଏବଂ ଦୃଢ଼ ସଂକଳ୍ପ ସହିତ ଏହି ବିପଦ ସମୟର ମୁକାବିଲା କରିପାରିବ ।