Prime Minister Congratulates Newly Sworn-in Chief Minister and Ministers of Manipur
February 04th, 11:13 pm
The Prime Minister, Shri Narendra Modi, today extended congratulations to Shri Yumnam Khemchand Singh Ji on taking oath as the Chief Minister of Manipur.On the Statehood Day of Manipur, Meghalaya & Tripura, PM Modi shares a Sanskrit verse highlighting continuous effort and progress
January 21st, 09:28 am
On the Statehood Day of Manipur, Meghalaya and Tripura, PM Modi conveyed his heartfelt wishes to the people of the region, expressing hope that they achieve success in every sphere of life. He also shared a Sanskrit verse highlighting the spirit of continuous effort and progress.ମଣିପୁର ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
January 21st, 09:24 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଆଜି ମଣିପୁରର ଭଉଣୀ ଓ ଭାଇମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।'ବିକଶିତ ଭାରତ'ର ସଂକଳ୍ପ ନିଶ୍ଚିତ ଭାବରେ ପୂରଣ ହେବ: ମନ କୀ ବାତରେ ପ୍ରଧାନମନ୍ତ୍ରୀ ମୋଦୀ
December 28th, 11:30 am
ବର୍ଷର ଶେଷ ମନ କୀ ବାତ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 2025ରେ ଭାରତ ଜାତୀୟ ସୁରକ୍ଷା, କ୍ରୀଡା, ବିଜ୍ଞାନ ପ୍ରୟୋଗଶାଳା ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ନିଜର ଛାପ ସୃଷ୍ଟି କରିଥିଲା। ସେ ଆଶା ପ୍ରକାଶ କରିଥିଲେ ଯେ ଦେଶ 2026 ରେ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ମଧ୍ୟ ଯୁବ-କୈନ୍ଦ୍ରିକ ପଦକ୍ଷେପ ଯେପରିକି ବିକଶିତ ଭାରତ ଯୁବ ନେତା ସଂଳାପ, କୁଇଜ୍ ପ୍ରତିଯୋଗିତା, ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2025 ଏବଂ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।ଜନଜାତୀୟ ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ରେ ଗୁଜରାଟର ନର୍ମଦା ଜିଲ୍ଲା ଗସ୍ତ କରିବେ
November 14th, 11:41 am
ଡେଡିଆପଡ଼ାରେ ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟକୁ ଉନ୍ନତ କରିବା ତଥା ଏହି ଅଞ୍ଚଳର ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଭିତ୍ତିଭୂମି ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଥିବା ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ।ଅରୁଣାଚଳ ପ୍ରଦେଶର ଇଟାନଗରରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 22nd, 11:36 am
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ କେ.ଟି ପରନାୟକ ଜୀ, ରାଜ୍ୟର ଲୋକପ୍ରିୟ ଏବଂ ଯୁବ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, କିରେନ ରିଜିଜୁ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ମୋର ସାଥୀ ସାଂସଦ ନବମ ରେବିଆ ଜୀ ଏବଂ ତାପିର ଗାଓ ଜୀ, ସମସ୍ତ ବିଧାୟକଗଣ, ଅନ୍ୟ ଜନ ପ୍ରତିନିଧିଗଣ, ଏବଂ ଅରୁଣାଚଳ ପ୍ରଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ !ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 22nd, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଅରୁଣାଚଳ ପ୍ରଦେଶର ଇଟାନଗରରେ ପ୍ରାୟ ୫୧୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଉପସ୍ଥିତ ସମାବେଶକୁ ସମ୍ବୋଧନ କରି, ସେ ପରମାତ୍ମା ଡୋନୟି ପୋଲୋଙ୍କୁ ସ୍ମରଣ କରିବା ସହ ସମସ୍ତଙ୍କ ଉପରେ ତାଙ୍କର କୃପା ରହୁ ବୋଲି ପ୍ରାର୍ଥନା କରିଥିଲେ।Manipur is the crown jewel adorning the crest of Mother India: PM Modi in Imphal
September 13th, 02:45 pm
At the inauguration of projects worth over ₹1,200 crore in Imphal, PM Modi said a new phase of infrastructure growth has begun in Manipur. He noted that women empowerment is a key pillar of India’s development and Atmanirbhar Bharat, a spirit visible in the state. The PM affirmed his government’s commitment to peace and stability, stressing that return to a normal life is the top priority. He urged Manipur to stay firmly on the path of peace and progress.PM Modi inaugurates multiple development projects worth over Rs 1,200 crore at Imphal, Manipur
September 13th, 02:30 pm
At the inauguration of projects worth over ₹1,200 crore in Imphal, PM Modi said a new phase of infrastructure growth has begun in Manipur. He noted that women empowerment is a key pillar of India’s development and Atmanirbhar Bharat, a spirit visible in the state. The PM affirmed his government’s commitment to peace and stability, stressing that return to a normal life is the top priority. He urged Manipur to stay firmly on the path of peace and progress.ମଣିପୁରର ଚୁରାଚାନ୍ଦପୁରରେ ବିଭିନ୍ନ ବିକାଶମୂଳକ କାମର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 13th, 12:45 pm
ମଣିପୁରର ଏହି ମାଟି ହେଉଛି ଉତ୍ସାହ ଓ ସାହସର ମାଟି, ଏହି ପାହାଡ଼ ପର୍ବତ ହେଉଛି ପ୍ରକୃତିର ମୂଲ୍ୟବାନ ଉପହାର ଏବଂ ଏହା ସହିତ ଏହି ସବୁ ପାହାଡ଼ ପର୍ବତ ମଧ୍ୟ ହେଉଛନ୍ତି ଆପଣ ସମସ୍ତ ଲୋକଙ୍କର ଲଗାତର କଠିନ ପରିଶ୍ରମର ପ୍ରତୀକ। ମୁଁ ମଣିପୁରର ଲୋକଙ୍କ ଉତ୍ସାହକୁ ପ୍ରଣାମ କରୁଛି। ଏତେ ଜୋର୍ ବର୍ଷା ସତ୍ତ୍ୱେ ଏତେ ସଂଖ୍ୟାରେ ଆପଣମାନେ ଏଠାକୁ ଆସିଛନ୍ତି, ମୁଁ ଆପଣଙ୍କର ଏହି ସ୍ନେହ ଶ୍ରଦ୍ଧା ପାଇଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଜୋର୍ ବର୍ଷା ହେବାରୁ ମୋର ହେଲିକପ୍ଟର ଆସିପାରିଲା ନାହିଁ, ତେଣୁ ମୁଁ ସଡ଼କ ପଥରେ ଆସିବାକୁ ସ୍ଥିର କଲି। ଏବଂ ଆଜି ମୁଁ ସଡ଼କରେ ଯେଉଁ ଦୃଶ୍ୟ ଦେଖିଲି, ତ ମୋର ମନ କହିଲା ପରମାତ୍ମା ଠିକ୍ କରିଛନ୍ତି ମୋର ହେଲିକପ୍ଟର ଆଜି ଚାଲିଲା ନାହିଁ। ମୁଁ ସଡ଼କ ପଥରେ ଆସିଲି ଏବଂ ରାସ୍ତା ସାରା ହାତରେ ତ୍ରିରଙ୍ଗା ଧରି ଆବାଳ ବୃଦ୍ଧ ବନିତା ସମସ୍ତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ଯେଉଁ ଆପଣାପଣ ଦେଖାଇଛନ୍ତି, ମୋ ଜୀବନରେ ଏହି ମୁହୂର୍ତ୍ତିକୁ ମୁଁ କେବେ ଭୁଲି ପାରିବି ନାହିଁ। ମୁଁ ନତମସ୍ତକ ହୋଇ ମଣିପୁରବାସୀଙ୍କୁ ପ୍ରଣାମ କରୁଛି।ମଣିପୁର ଚୁରାଚାନ୍ଦପୁରରେ ₹୭,୩୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 13th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରର ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମଣିପୁର ମାଟି ହେଉଛି ସାହସ ଓ ଦୃଢ଼ତାର ଭୂମି ଏବଂ ମଣିପୁରର ପାହାଡ଼ଗୁଡ଼ିକ ପ୍ରକୃତିର ଏକ ଅମୂଲ୍ୟ ଉପହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପାହାଡ଼ଗୁଡ଼ିକ ଲୋକଙ୍କ ନିରନ୍ତର କଠିନ ପରିଶ୍ରମକୁ ମଧ୍ୟ ପ୍ରତିନିଧିତ୍ୱ କରୁଛି। ମଣିପୁରର ଲୋକଙ୍କ ଅଦମ୍ୟ ମନୋବଳକୁ ସଲାମ ଜଣାଇ ଶ୍ରୀ ମୋଦୀ ଏତେ ବିପୁଳ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଇଛନ୍ତି ।୧୩ ରୁ ୧୫ ସେପ୍ଟେମ୍ବର: ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ
September 12th, 02:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।ଉତ୍ତରାଖଣ୍ଡର ଡେରାଡୁନରେ 38ତମ ଜାତୀୟ କ୍ରୀଡା ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 09:36 pm
ଦେବଭୂମି ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ଜୀ, ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଜୀ, ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ଅଜୟ ଟମ୍ଟା ଜୀ, ରକ୍ଷା ଖଡ଼ସେ ଜୀ, ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ରିତୁ ଖଣ୍ଡୁରୀ ଜୀ, କ୍ରୀଡ଼ା ମନ୍ତ୍ରୀ ରେଖା ଆର୍ଯ୍ୟ ଜୀ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଭାପତି କ୍ରିସ୍ ଜେନକିନ୍ସ ଜୀ, ଆଇଓଏର ସଭାପତି ପି।ଟି ଉଷା ଜୀ, ସାଂସଦ ମହେନ୍ଦ୍ର ଭଟ୍ଟ ଜୀ, ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ସମସ୍ତ ଖେଳାଳି ଏବଂ ଅନନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି!ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 09:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଯୁବକମାନଙ୍କ ଶକ୍ତିରେ ଉତ୍ତରାଖଣ୍ଡ ଆଜି ଉଜ୍ଜ୍ୱଳ ହୋଇଉଠିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବା କେଦାରନାଥ, ବଦ୍ରିନାଥ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ ଆଜି ୩୮ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେଉଛି। ଉତ୍ତରାଖଣ୍ଡ ଗଠନ ହେବାର ଏହା ୨୫ତମ ବର୍ଷ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ଦେଶର ଯୁବ କ୍ରୀଡ଼ାବିତମାନେ ଏହି ଯୁବ ରାଜ୍ୟରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏକ ସୁନ୍ଦର ଚିତ୍ର ପ୍ରଦର୍ଶିତ ହୋଇଛି। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣରେ ଅନେକ ସ୍ଥାନୀୟ ଖେଳକୁ ସାମିଲ କରାଯାଇଛି ଏବଂ ଏହାର ବିଷୟବସ୍ତୁ ‘ସବୁଜ କ୍ରୀଡ଼ା’ ରଖାଯାଇଛି କାରଣ ଏଥିରେ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯାଇଛି। ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ବର୍ଜ୍ୟବସ୍ତୁରୁ ଟ୍ରଫି ଏବଂ ପଦକ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ପ୍ରତ୍ୟେକ ପଦକ ବିଜେତାଙ୍କ ନାମରେ ଏକ ବୃକ୍ଷ ରୋପଣ କରାଯିବ, ଯାହା ଏକ ବଡ଼ ପଦକ୍ଷେପ। ଚମତ୍କାର ପ୍ରଦର୍ଶନ ପାଇଁ ସେ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଉତ୍ତରାଖଣ୍ଡ ସରକାର ଏବଂ ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।ମଣିପୁରବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
January 21st, 08:43 am
ଭାରତର ବିକାଶରେ ମଣିପୁରର ଲୋକମାନଙ୍କର ଭୂମିକା ଉପରେ ଗର୍ବ ଅନୁଭବ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।ନୂଆଦିଲ୍ଲୀରେ ଅଷ୍ଟଲକ୍ଷ୍ମୀ ମହୋତ୍ସବର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 06th, 02:10 pm
ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱା ଶର୍ମା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତ ମଜୁମଦାର ଜୀ, ଅରୁଣାଚଳ ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ, ମିଜୋରାମ ଏବଂ ନାଗାଲାଣ୍ଡ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧି, ଉତ୍ତର ପୂର୍ବର ସମସ୍ତ ଭାଇ ଭଉଣୀମାନେ। ଭଦ୍ର ମହିଳା ଓ ପୁରୁଷ ମାନେ।ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 06th, 02:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ବାବା ସାହେବ ଡ. ବି ଆର ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ। ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ୭୫ ବର୍ଷ ପୂରିଛି, ଏହା ସମସ୍ତ ନାଗରିକଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଭାରତର ସମସ୍ତ ନାଗରିକଙ୍କ ତରଫରୁ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।Tribal society is the one that led the fight for centuries to protect India's culture and independence: PM Modi
November 15th, 11:20 am
PM Modi addressed Janjatiya Gaurav Diwas, emphasizing India's efforts to empower tribal communities, preserve their rich heritage, and acknowledge their vital role in nation-building.ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
November 15th, 11:00 am
ଭାରତର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଦିବସ ସମାରୋହରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ଅଭାସୀ ମାଧ୍ୟମରେ ଯୋଗ ଦେଇଥିବା ଅଗଣିତ ଆଦିବାସୀ ଭାଇ ଭଉଣୀଙ୍କୁ ସେ ସ୍ୱାଗତ କରିଥିଲେ । କାର୍ତ୍ତିକ ପୂର୍ଣ୍ଣମୀ, ଦେବ ଦୀପାବଳି ଏବଂ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୫ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଜିର ଦିନକୁ ଅତ୍ୟନ୍ତ ପବିତ୍ର ଦିନ ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ନାଗରିକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ନାଗରିକ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ଜନଜାତୀୟ ଗୌରବ ଦିବସର ପୂର୍ବସୂଚୀ ଭାବରେ ଜାମୁଇରେ ଗତ ୩ ଦିନ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱଚ୍ଛତା ଅଭିଯାନ ପାଇଁ ସେ ପ୍ରଶାସନ, ଜାମୁଇର ନାଗରିକ ଏବଂ ବିଶେଷ କରି ମହିଳା ମାନଙ୍କ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
July 03rd, 12:45 pm
ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଧନ୍ୟବାଦ ଜଣାଇବା ପାଇଁ ମୁଁ ମଧ୍ୟ ଏହି ଆଲୋଚନାରେ ଯୋଗ ଦେଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶବାସୀଙ୍କ ପାଇଁ ପ୍ରେରଣା ଥିଲା, ପ୍ରୋତ୍ସାହନ ମଧ୍ୟ ମିଳିଥିଲା ଏବଂ ଏକ ପ୍ରକାରରେ ସତ୍ୟର ମାର୍ଗକୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।