ଉତ୍ତର ପ୍ରଦେଶର ମିରଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର
February 22nd, 01:30 pm
ଉତ୍ତର ପ୍ରଦେଶର ସମ୍ମାନନୀୟ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ପଙ୍କଜ ଚୌଧୁରୀ ଜୀ, ଜୟନ୍ତ ଚୌଧୁରୀ ଜୀ, ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ୟୁପି ସରକାରଙ୍କ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀମାନେ, ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ଏଠାରେ ଏକତ୍ରିତ ହୋଇଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ!ଭାରତର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡରକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 22nd, 01:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେରଠରେ ନମୋ ଭାରତ ରାପିଡ୍ ରେଳ ଏବଂ ମେରଠ ମେଟ୍ରୋ ମାର୍ଗକୁ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ‘ବିକଶିତ ଉତ୍ତର ପ୍ରଦେଶ' ଏବଂ ବିକଶିତ ଭାରତ’ ଲକ୍ଷ୍ୟକୁ ଗତିଶୀଳ କରିବ ବୋଲି ସେ କହିଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ପ୍ଲାଟଫର୍ମରୁ ଗୋଟିଏ ଦିନରେ ଗୋଟିଏ ରାପିଡ୍ ରେଳ ଏବଂ ମେଟ୍ରୋ ସେବା ଆରମ୍ଭ ହୋଇଛି।ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
August 29th, 08:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କ୍ରୀଡା ଦିବସ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ପ୍ରସିଦ୍ଧ ହକି ଆଇକନ ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନରେ ଜାତୀୟ ଖେଳ ଦିବସ ପାଳନ କରାଯାଉଛି । ଭାରତର ବିକଶିତ କ୍ରୀଡା ପରିଦୃଶ୍ୟର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କ୍ରୀଡା ଏବଂ ଫିଟନେସ୍ର ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଖେଳାଳୀମାନଙ୍କ ପାଇଁ ସଂସ୍ଥାଗତ ସମର୍ଥନକୁ ସୁଦୃଢ଼ କରିବା ଏବଂ ସମଗ୍ର ଦେଶରେ ଆଧୁନିକ ତାଲିମ ଏବଂ ଅଧିକ ସଂଖ୍ୟାରେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ।ଜାତୀୟ କ୍ରୀଡା ଦିବସରେ ବିହାରର ରାଜଗିରଠାରେ ପୁରୁଷ ହକି ଏସିଆ କପ ୨୦୨୫ ଆରମ୍ଭ ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 28th, 09:33 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ହକି ଏସିଆ କପ ୨୦୨୫ର ପୂର୍ବ ସନ୍ଧ୍ୟାରେ ଏସିଆର ସମସ୍ତ ଅଂଶଗ୍ରହଣକାରୀ ଦଳ, ଖେଳାଳୀ, ଅଧିକାରୀ ଏବଂ ସମର୍ଥକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଶୁଭକାମନା ଜଣାଇଛନ୍ତି । ଏହା ଆସନ୍ତା କାଲି, ଅଗଷ୍ଟ ୨୯ ତାରିଖରେ ବିହାରର ଐତିହାସିକ ସହର ରାଜଗିରରେ ଆରମ୍ଭ ହେବ । ଏହି ଅବସରରେ ଶ୍ରୀ ମୋଦୀ ବିହାରକୁ ପ୍ରଶଂସା କରି କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଏକ ସ୍ପନ୍ଦନଶୀଳ କ୍ରୀଡା କେନ୍ଦ୍ର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ବିହାର ଖେଲୋ ଇଣ୍ଡିଆ ଯୁବ କ୍ରୀଡା ୨୦୨୫, ଏସିଆ ରଗ୍ବି ୟୁ୨୦ ସେଭେନ୍ସ ଚାମ୍ପିଅନ୍ସିପ୍ ୨୦୨୫, ଆଇଏସ୍ଟିଏଏଫ୍ ସେପାକଟକ୍ର ବିଶ୍ୱକପ ୨୦୨୪ ଏବଂ ମହିଳା ଏସୀୟ ଚାମ୍ପିଅନ୍ସିପ ୨୦୨୪ ଭଳି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ।ଜାତୀୟ କ୍ରୀଡା ଦିବସରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 29th, 10:25 am
ଜାତୀୟ କ୍ରୀଡା ଦିବସ ଅବସରରେ ନାଗରିକମାନଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ମହାରାଷ୍ଟ୍ରର ନାସିକରେ ୨୭ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 01:15 pm
ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅନୁରାଗ ଠାକୁର, ଭାରତୀ ପାୱାର, ନିସିଥ ପ୍ରାମାଣିକ, ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ, ଅଜିତ ପାୱାରଜୀ, ସରକାରଙ୍କ ଅନ୍ୟ ମନ୍ତ୍ରୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ଯୁବ ବନ୍ଧୁମାନେ,ମହାରାଷ୍ଟ୍ରର ନାସିକରେ ୨୭ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 12th, 12:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନାସିକଠାରେ ୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିଛନ୍ତି । ସ୍ୱାମୀ ବିବେକାନନ୍ଦ ଓ ରାଜମାତା ଜୀଜାଉଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ମୋଦୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହିତ ରାଜ୍ୟ ଦଳର ଶୋଭାଯାତ୍ରା ଓ 'ବିକଶିତ ଭାରତ @ ୨୦୪୭- ୟୁବା କେ ଲିଏ, ୟୁବା କେ ଦ୍ୱାରା' ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ରିଦମିକ୍ ଜିମ୍ନାଷ୍ଟିକ୍ସ, ମଲ୍ଲଖମ୍ବ, ଯୋଗାସନ ଓ ଜାତୀୟ ଯୁବ ମହୋତ୍ସବ ଗୀତ ସାମିଲ ଥିଲା।ଜାତୀୟ କ୍ରୀଡ଼ା ଦିବସରେ ସମସ୍ତ କ୍ରୀଡ଼ାବିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
August 29th, 08:54 am
ଜାତୀୟ କ୍ରୀଡ଼ା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଜାତୀୟ କ୍ରୀଡ଼ା ଦିବସରେ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 29th, 09:05 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ଭାରତୀୟ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କୁ ମଧ୍ୟ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଉତ୍ତର ପ୍ରଦେଶର ଜାଲୋନ ଠାରେ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
July 16th, 04:17 pm
ୟୁପିର ଲୋକମାନଙ୍କୁ, ବୁଂଦେଲଖଣ୍ଡର ସମସ୍ତ ଭଉଣୀ-ଭାଇମାନଙ୍କୁ ଆଧୁନିକ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ବହୁତ ବହୁତ ଶୁଭେଚ୍ଛା । ବହୁତ ବହୁତ ଶୁଭକାମନା । ଏହି ଏକ୍ସପ୍ରେସ ୱେ ବୁଂଦେଲଖଣ୍ଡର ଗୌରବଶାଳୀ ପରମ୍ପରାକୁ ସମର୍ପିତ ହୋଇଛି । ଯେଉଁ ଜନ୍ମଭୂମି ଅଗଣିତ ବୀର ଯୋଦ୍ଧାମାନଙ୍କୁ ଜନ୍ମ ଦେଇଛି । ଯେଉଁମାନଙ୍କ ରକ୍ତରେ ଭାରତ ଭକ୍ତି ପ୍ରବାହିତ ହେଉଛି, ଯେଉଁଠିକାର ପୁଅ- ଝିଅମାନଙ୍କ ପରାକ୍ରମ ଏବଂ ପରିଶ୍ରମ ସବୁବେଳେ ଦେଶର ନାମକୁ ଉଜ୍ୱଳ କରିଛି, ସେହି ବୁଂଦେଲଖଣ୍ଡର ଧରିତ୍ରୀକୁ ଆଜି ଏକ୍ସପ୍ରେସ-ୱେର ଏହି ଉପହାର ଦେବାକୁ ଯାଇ ଉତ୍ତର ପ୍ରଦେଶର ସାଂସଦ ଭାବରେ, ଉତ୍ତର ପ୍ରଦେଶର ଜନପ୍ରତିନିଧି ଭାବରେ ମୋତେ ବିଶେଷ ଖୁସି ଲାଗୁଛି ।ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ; ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦ୍ଘାଟିତ
July 16th, 10:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ (ଏକ୍ସପ୍ରେସ ସଡକ)କୁ ଉଦ୍ଘାଟନ କପରିଛନ୍ତି । ଏହି ଉପଲକ୍ଷେ ଜଲାଉଁ ଜିଲ୍ଲାର ଓରାଇ ତହସିଲ ଅନ୍ତର୍ଗତ କୈଠେରୀ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟର ମନ୍ତ୍ରୀଗଣ ଓ ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ । ୨୯୬କି.ମି. ଦୈର୍ଘ୍ୟ ଚାରିଲେନ ବିଶିଷ୍ଟି ଏହି ଏକ୍ସପ୍ରେସ ସଡକ ୧୪ହଜାର ୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ।ଉତ୍ତର ପ୍ରଦେଶର ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 02nd, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।ଉତ୍ତରପ୍ରଦେଶର ମିରଟ୍ଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
January 02nd, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।୨ ଜାନୁଆରୀରେ ପ୍ରଧାନମନ୍ତ୍ରୀଙ୍କ ମିରଟ ଗସ୍ତ କାର୍ଯ୍ୟକ୍ରମ
December 31st, 11:11 am
ପ୍ରଧାନମନ୍ତ୍ରୀ ୨ ଜାନୁଆରୀ ୨୦୨୨ରେ ମିରଟ ଗସ୍ତ କରିବେ ଏବଂ ସେଠାରେ ପ୍ରାୟ ଅପରାହ୍ନ ଗୋଟାଏ ବେଳେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ବିଶ୍ୱବିଦ୍ୟାଳୟ ମିରଟର ସାରଧନା ସହରର ସାଲୱା ଏବଂ କାଇଲି ଗ୍ରାମରେ ପ୍ରତିଷ୍ଠା କରାଯିବ । ଏଥିରେ ଆନୁମାନିକ ଖର୍ଚ୍ଚର ବଜେଟ୍ ୭୦୦ କୋଟି ଟଙ୍କା ରହିଛି ।ଭାରତର ବିକାଶ କାହାଣୀର ଏହା ହେଉଛି ଟର୍ଣ୍ଣିଙ୍ଗ ପଏଣ୍ଟ : ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
November 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆମେ ପୁଣି ଥରେ ‘ମନ୍ କି ବାତ୍’ ପାଇଁ ଏକାଠି ହୋଇଛୁ । ଦୁଇ ଦିନ ପରେ ଡିସେମ୍ବର ମାସଟି ମଧ୍ୟ ଆରମ୍ଭ ହେବାକୁ ଯାଉଛି, ଆଉ ଡିସେମ୍ବର ମାସ ଆସିଲା ମାନେ ଆମକୁ ମନସ୍ତାତ୍ୱିକ ସ୍ତରରେ ଲାଗେ ଯେ, ଯାହାହେଉ, ବର୍ଷଟି ସରିଗଲା । ଇଏ ବର୍ଷର ଶେଷ ମାସ । ଆମେ ନୂଆବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡ଼ୁ । ଏହି ମାସରେ ଦେଶ ପାଳନ କରେ ‘ନୌବାହିନୀ ଦିବସ’ ଏବଂ ‘ସଶସ୍ତ୍ର ବାହିନୀ ପତାକା ଦିବସ’ । ଆମ ସମସ୍ତେ ଜାଣୁ, ଯେ, ଡିସେମ୍ବର ୧୬ ତାରିଖ ଦିନ ଦେଶ ୧୯୭୧ରେ ହୋଇଥିବା ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ପାଳନ କରିବ । ଏହି ସମସ୍ତ ଅବସରରେ ମୁଁ ଦେଶର ପ୍ରତିରକ୍ଷା ବାହିନୀକୁ ସ୍ମରଣ କରୁଛି, ଆମର ବୀରମାନଙ୍କୁ ସ୍ମରଣ କରୁଛି ଏବଂ ବିଶେଷ ଭାବେ ଏଭଳି ବୀରମାନଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କୁ ସ୍ମରଣ କରୁଛି । ପ୍ରତିଥର ପରି ଏଥର ମଧ୍ୟ ମୋତେ ନମୋ ଆପ୍, ମାଇ ଗଭ୍ରେ ଆପଣମାନଙ୍କର ଅନେକ ପ୍ରସ୍ତାବ ମିଳିଛି । ଆପଣମାନେ ମୋତେ ନିଜ ପରିବାରର ଏକ ଅଂଶ ଭାବି ନିଜ ଜୀବନର ସୁଖ-ଦୁଃଖ ମଧ୍ୟ ବାଣ୍ଟିଛନ୍ତି । ଏଥିରେ ଅନେକ ଯୁବବର୍ଗର ହୋଇଥିବାବେଳେ ଅନେକ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ମୋତେ ପ୍ରକୃତରେ ଭଲ ଲାଗୁଛି ଯେ, ଆମର ଏହି ‘ମନ୍ କି ବାତ୍’ର ପରିବାର ନିରନ୍ତର ବିସ୍ତୃତ ହୋଇଚାଲିଛି, ମନ ସହ ମନର ସମ୍ପର୍କ ଦୃଢ଼ ହୋଇଚାଲିଛି, ଉଦ୍ଦେଶ୍ୟ ମଧ୍ୟ ଏକ ହୋଇଚାଲିଛି । ନିବିଡ଼ ହେଉଥିବା ଆମ ସମ୍ପର୍କ ସହ ଆମ ଅନ୍ତରରେ ନିରନ୍ତର ସକାରାତ୍ମକତାର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି ।ଭାରତର ଯୁବପିଢ଼ି କିଛି ନୂଆ ଏବଂ ବଡ଼ ଆକାରରେ କରିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
August 29th, 11:30 am
ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଆମ ଅଲିମ୍ପିଆନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦେଶକୁ ବିଶ୍ୱ ମଞ୍ଚରେ ଗର୍ବିତ କରିଛନ୍ତି। ଦେଶର ଯୁବପିଢ଼ିଙ୍କ ରିସ୍କ ନେବା ଏବଂ ଆଗକୁ ବଢ଼ିବାର ଦକ୍ଷତାକୁ ପାଇଁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର କୁଶଳୀ ମାନବ ଶକ୍ତିର ପ୍ରୟାସକୁ ଆଲୋକପାତ କରି ଭଗବାନ୍ ବିଶ୍ୱକର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |ମୌଳିକ ସୁବିଧା ଯଥା ବାସଗୃହ, ବିଜୁଳି, ଜଳ, ଶୌଚାଗାର, ଗ୍ୟାସ, ସଡ଼କ, ହସପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ସମସ୍ୟାର ସମାଧାନ ଦଶନ୍ଧି ଦଶନ୍ଧି ପୂର୍ବରୁ ହୋଇପାରିଥାନ୍ତା: ପ୍ରଧାନମନ୍ତ୍ରୀ
August 10th, 10:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା 2.0 ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସ୍ୱାସ୍ଥ୍ୟସେବା ଯୋଗାଣ, ସୁବିଧା ଏବଂ ଭଉଣୀମାନଙ୍କୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଉଜ୍ଜ୍ୱଳା ଯୋଜନାରୁ ହିଁ ବେଶ୍ ସହଯୋଗ ଓ ପ୍ରୋତ୍ସାହନ ପାଇପାରିଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ଦେଶର 8 କୋଟି ଗରିବ, ଦଳିତ, ବଂଚିତ, ପଛୁଆବର୍ଗ ଓ ଆଦିବାସୀ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା ।ଉତ୍ତର ପ୍ରଦେଶରେ ଉଜ୍ଜ୍ୱଳା 2.0 (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 10th, 12:46 pm
ଏବେ ଆପଣମାନେ ମା’-ଭଉଣୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମୋତେ ମିଳିଛି। ଏବଂ ମୋ ପାଇଁ ଏହା ଖୁସିର ବିଷୟ ଯେ ରକ୍ଷାବନ୍ଧନର ପର୍ବ ଆଉ କିଛିଦିନ ପରେ ପଡ଼ିବ। ଏବେ ମୋତେ ଆଗୁଆ ମା’-ଭଉଣୀମାନଙ୍କୁ ଆଶୀର୍ବାଦ ମିଳିପାରିଛି। ଏଭଳି ସ୍ଥିତିରେ ଦେଶର କୋଟି କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରର ଭଉଣୀମାନଙ୍କୁ ଆଜି ଆଉ ଏକ ଉପହାର ଦେବାର ସୁଯୋଗ ମିଳିଛି। ଆଜି ଉଜ୍ଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଓ ଗ୍ୟାସ ଚୁଲା ମିଳିଛି। ମୁଁ ସମସ୍ତ ହିତାଧିକାରୀମାନଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି।ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 10th, 12:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ହିତାଧିକାରୀମାନଙ୍କ ଏଲପିଜି ସଂଯୋଗ ବଣ୍ଟନ କରିବା ସହ ଉଜ୍ଜ୍ୱଳା ଯୋଜନାରୁ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ।ଖେଳ ରତ୍ନ ପୁରସ୍କାରକୁ ଏବେ ଠାରୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର କୁହାଯିବ : ପ୍ରଧାନମନ୍ତ୍ରୀ
August 06th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ନାମକରଣ କରିବାପାଇଁ ସେ ସମଗ୍ର ଭାରତର ନାଗରିକମାନଙ୍କ ଠାରୁ ଅନୁରୋଧ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ଖେଳ ରତ୍ନ ପୁରସ୍କାର ଆଜି ଠାରୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ନାମରେ ନାମିତ ହେଲା ।