ପୁଡୁଚେରୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 01st, 12:00 pm

ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ରଙ୍ଗାସାମୀ, ମୋର କେନ୍ଦ୍ର କ୍ୟାବିନେଟ୍ ସହଯୋଗୀ ଶ୍ରୀ ମନସୁଖ ମାଣ୍ଡଭୀୟ, ପୁଡୁଚେରୀର ଉପରାଜ୍ୟପାଳ ଶ୍ରୀ କେ. କୈଳାସନାଥନ, ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀ ଆର. ସେଲଭାମ, ଗୃହମନ୍ତ୍ରୀ ଶ୍ରୀ ଏ. ନମାସ୍ସିଭ୍ୟମ, ଅନ୍ୟ ନେତାଗଣ, ପୁଡୁଚେରୀର ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ, ବନକ୍କମ!

ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 01st, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗତିଶୀଳତା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଦିଗରେ ପରିବର୍ତ୍ତନ କରିବା ଲକ୍ଷ୍ୟ ନେଇ ଆଗେଇଯାଉଛି।

ମହାକବି ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

December 11th, 10:29 am

ଶ୍ରୀ ମୋଦୀ କହିଥିଲେ ଯେ, ତାଙ୍କ କବିତା ସାହସ ଜାଗ୍ରତ କରିଥିଲା ଏବଂ ତାଙ୍କ ଚିନ୍ତାଧାରା ଅସଂଖ୍ୟ ଲୋକଙ୍କ ମନରେ ସ୍ଥାୟୀ ଛାପ ଛାଡ଼ିବାର ଶକ୍ତି ରଖିଥିଲା ଏବଂ ଭାରତର ସାଂସ୍କୃତିକ ତଥା ଜାତୀୟ ଚେତନାକୁ ଆଲୋକିତ କରିଥିଲା। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଶ୍ରୀ ଭାରତୀ ଏକ ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ସମାଜ ଗଠନ ଦିଗରେ କାର୍ଯ୍ୟ କରିଥିଲେ ଏବଂ ତାମିଲ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ରହିଛି।