Bodoland is scripting a new chapter of peace and prosperity: PM Modi in Assam

March 13th, 03:00 pm

PM Modi laid the foundation stone for various development works in Kokrajhar, Assam via video conferencing. He lauded the Bodo community for preserving the Bodo language and culture and reiterated the double-engine government’s commitment to safeguard Assam's heritage. Attacking previous regimes for the violence in the region, he highlighted the Bodo Peace Accord as a landmark achievement and resolved to achieve a ‘Viksit Assam’.

କୋକ୍ରାଝାରରେ ₹୪,୫୭୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 13th, 02:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସାମର କୋକ୍ରାଝାରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରତିକୂଳ ପାଗ ଯୋଗୁଁ ସେ ବ୍ୟକ୍ତିଗତ ଭାବେ କୋକରାଝାର ଯାଇପାରିନଥିବାରୁ ନାଗରିକମାନଙ୍କୁ କ୍ଷମା ପ୍ରାର୍ଥନା କରି ଗୌହାଟୀରୁ ଯୋଗାଯୋଗ କରୁଥିବା କଥା କହିଥିଲେ। ସେ ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମା ଓ ରୂପନାଥ ବ୍ରହ୍ମା ପରି ମହାନ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରି ସମ୍ମାନ ଜଣାଇଥିଲେ। ଲୋକଙ୍କ ବିପୁଳ ଉପସ୍ଥିତି ତାଙ୍କ ଉପରେ ଏକ ଋଣ ସୃଷ୍ଟି କରିଛି ବୋଲି କହି, ସେ ଉତ୍ସର୍ଗୀକୃତ ସେବା ଓ ଅଞ୍ଚଳର ସମଗ୍ର ବିକାଶ ମାଧ୍ୟମରେ ଏହା ପରିଶୋଧ କରିବା ପ୍ରତି ସଙ୍କଳ୍ପ ବ୍ୟକ୍ତ କରିଥିଲେ।

ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହେବ: ପ୍ରଧାନମନ୍ତ୍ରୀ

April 19th, 03:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶା ବ୍ୟକ୍ତ କରିଛନ୍ତି, କାଶୀ ବିଶ୍ୱନାଥ ଧାମ ଓ ଶ୍ରୀ ମହାକାଳ ମହାଲୋକ କରିଡର ଭଳି ମା କାମାକ୍ଷା କରିଡର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିବେଚିତ ହେବ ।