PM Modi to visit Uttar Pradesh on December 25 for Former PM Vajpayee’s 101st Birth Anniversary

December 24th, 11:04 am

On the occasion of the 101st birth anniversary of former PM Vajpayee, PM Modi will visit Lucknow on December 25 to inaugurate Rashtra Prerna Sthal, serving as a source of inspiration for present and future generations. The complex also features 65-foot-high bronze statues of Dr. Syama Prasad Mookerjee, Pandit Deendayal Upadhyaya, and former PM Vajpayee, symbolising their seminal contributions to India’s political thought, nation-building and public life.

ବନ୍ଦେ ମାତରମର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 08th, 12:30 pm

ମୁଁ ଆପଣଙ୍କୁ ଓ ଗୃହର ସବୁ ମାନନୀୟ ସଦସ୍ୟଙ୍କୁ ଏହି ଅବସରରେ ଏକ ସାମୂହିକ ଚର୍ଚ୍ଚାର ମାହୋଲ ସୃଷ୍ଟି କରିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଯେଉଁ ମନ୍ତ୍ର ଓ ଯେଉଁ ଜୟଘୋଷ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଊର୍ଜ୍ଜା ଓ ପ୍ରେରଣା ଦେଇଥିଲା, ତ୍ୟାଗ ଓ ତପସ୍ୟାର ମାର୍ଗ ଦେଖାଇଥିଲା, ସେହି ବନ୍ଦେ ମାତରମର ପୁଣ୍ୟ ସ୍ମରଣ କରିବା, ଏହି ପବିତ୍ର ଗୃହରେ ଆମ ସମସ୍ତଙ୍କ ଲାଗି ବହୁତ ବଡ ସୌଭାଗ୍ୟ । ଆଉ ଆମ ସମସ୍ତଙ୍କ ଲାଗି ଗର୍ବର କଥା ଯେ, ବନ୍ଦେ ମାତରମର ଦେଢ ଶହ ବର୍ଷ ନିମିତ ଏହି ଐତିହାସିକ ଅବସରରେ ଆମେ ସାକ୍ଷୀ ପ୍ରସ୍ତୁତ କରୁଛୁ । ଏହା ଏପରି ଏକ କାଳଖଣ୍ଡ ଯାହା ଆମ ଇତିହାସର ଅଗଣିତ ଘଟଣାବଳୀକୁ ଆଗକୁ ନେଇ ଆସୁଛି । ଏହି ଚର୍ଚ୍ଚା ସଂସଦର ପ୍ରତିବଦ୍ଧତାକୁ ପ୍ରକଟ କରୁଛି । ଯଦି ଆମେ ମିଳିମିଶି ଏହାର ସଦୁପଯୋଗ କରନ୍ତି ତେବେ ଆସୁଥିବା ପିଢି ଲାଗି, ପ୍ରତି ପିଢି ଲାଗି ଏହା ଶିକ୍ଷାର କାରଣ ହୋଇପାରିବ ।

"ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

December 08th, 12:00 pm

ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଏପରି ଏକ ସମୟ ଯେତେବେଳେ ଇତିହାସର ଅନେକ ପ୍ରେରଣାଦାୟକ ଅଧ୍ୟାୟ ପୁନର୍ବାର ଜୀବିତ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ଦେଶ ସମ୍ପ୍ରତି ସମ୍ବିଧାନର ୭୫ ବର୍ଷକୁ ଗର୍ବର ସହିତ ପାଳନ କରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପ୍ରତି ଦେଶ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ସହିଦ ଦିବସ ପାଳନ କରିଛି।

ବାରାଣସୀରେ ଚାରୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 08th, 08:39 am

ଉତ୍ତର ପ୍ରଦେଶର କର୍ମଠ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ତଥା ବିକଶିତ ଭାରତର ମଜବୁତ୍ ଭିତ୍ତି ରଖିବା ପାଇଁ ଯେଉଁ ଟେକ୍ନୋଲୋଜି କ୍ଷେତ୍ରରେ ଆଜି ଉତ୍ତମ କାର୍ଯ୍ୟ ହେଉଛି, ତାହାର ନେତୃତ୍ୱ ନେଉଥିବା ଅଶ୍ୱିନୀ ବୈଷ୍ଣବ ଜୀ, ଟେକ୍ନୋଲୋଜି ଜରିଆରେ ଆମ ସହିତ ଏର୍ଣ୍ଣାକୁଲମରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, କେନ୍ଦ୍ରରେ ମୋର ସାଥୀ ସୁରେଶ ଗୋପୀ ଜୀ ଏବଂ ଜର୍ଜ କୁରିଏନ ଜୀ, କେରଳରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମନ୍ତ୍ରୀ, ଜନପ୍ରତିନିଧିଗଣ, ଫିରୋଜପୁରରୁ ଯୋଡ଼ି ହୋଇଥିବା କେନ୍ଦ୍ରରେ ମୋର ସାଥୀ, ପଞ୍ଜାବର ନେତା ରବନୀତ ସିଂ ବିଟ୍ଟୁ ଜୀ, ସେଠାରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ଲକ୍ଷ୍ନୌରୁ ଯୋଡ଼ି ହୋଇଥିବା ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ କାଶୀର ମୋର ପରିବାରଜନ ।

ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 08th, 08:15 am

୦୮.୧୧.୨୦୨୫ : ଭାରତର ଆଧୁନିକ ରେଳ ଭିତ୍ତିଭୂମିକୁ ବିସ୍ତାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ ସମସ୍ତ ସମ୍ମାନନୀୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ବାବା ବିଶ୍ୱନାଥଙ୍କ ପବିତ୍ର ନଗରୀ ବାରାଣସୀର ସମସ୍ତ ପରିବାରକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ସେ ଦେବ ଦୀପାବଳି ଉତ୍ସବ ବିଷୟରେ ମତାମତ ଦେଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ଆଜି ଏକ ଶୁଭ ଅବସର ଏବଂ ବିକାଶର ଏହି ପର୍ବ ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ।

ଲକ୍ଷ୍ନୌକୁ ୟୁନେସ୍କୋର ସୃଜନଶୀଳ ଗ୍ୟାଷ୍ଟ୍ରୋନୋମି ସହର ଭାବରେ ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି ବ୍ୟକ୍ତ

November 01st, 02:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌକୁ ୟୁନେସ୍କୋ ଦ୍ୱାରା ସୃଜନଶୀଳ ଗ୍ୟାଷ୍ଟ୍ରୋନୋମି ସହର ଭାବରେ ଘୋଷଣା କରାଯିବା ନେଇ ଖୁସି ପ୍ରକାଶ କରିଛନ୍ତି ।

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

June 19th, 05:48 pm

19.06.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ୨୦ ଜୁନରେ ବିହାରର ସିୱାନ ଗସ୍ତ କରିବେ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

We are making UP a state of industrial possibilities: PM Modi in Kanpur Nagar, Uttar Pradesh

May 30th, 03:29 pm

PM Modi laid the foundation stone, inaugurated various projects worth around Rs 47,600 crore at Kanpur. He expressed pride in UP's major contributions to achieving defence self-sufficiency. He highlighted the launch of Mission Manufacturing in this year’s budget, designed to bolster Make in India by promoting local industries and production.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର କାନପୁରରେ ପ୍ରାୟ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି

May 30th, 03:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର କାନପୁରରେ ପ୍ରାୟ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ ସୂଚନା ଦେଇଥିଲେ ଯେ ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୨୪ ଏପ୍ରିଲ ୨୦୨୫ରେ ପ୍ରାରମ୍ଭିକ ଭାବରେ ହେବାକୁ ଥିବା କାନପୁର ଗସ୍ତ ତାଙ୍କୁ ବାତିଲ କରିବାକୁ ପଡ଼ିଥିଲା। ସେ ଏହି ବର୍ବରକାଣ୍ଡର ଶିକାର ହୋଇଥିବା କାନପୁରର ପୁଅ ଶ୍ରୀ ଶୁଭମ ଦ୍ୱିବେଦୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ସାରା ଦେଶରେ ଭଉଣୀ ଏବଂ ଝିଅଙ୍କ ଯନ୍ତ୍ରଣା, କଷ୍ଟ, କ୍ରୋଧ ଏବଂ ସାମୂହିକ ଯନ୍ତ୍ରଣାକୁ ଗଭୀର ଭାବରେ ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା, ଏହି ସାମୂହିକ କ୍ରୋଧ ସାରା ବିଶ୍ୱରେ ଦେଖାଯାଇଥିଲା । ସେ ଅପରେସନ ସିନ୍ଦୂରର ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଠାରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଥିଲା ଏବଂ ପାକିସ୍ତାନୀ ସେନା ସଂଘର୍ଷର ଅନ୍ତ ପାଇଁ ନିବେଦନ କରିବାକୁ ବାଧ୍ୟ ହୋଇଥିଲା। ପ୍ରଧାନମନ୍ତ୍ରୀ ସଶସ୍ତ୍ର ବାହିନୀର ବୀରତ୍ୱକୁ ସଲାମ କରି କହିଥିଲେ ଯେ ସେ ସ୍ୱାଧୀନତା ସଂଗ୍ରାମର ଭୂମିରୁ ସେମାନଙ୍କ ସାହସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସେ ଦୃଢ଼ ଭାବରେ ଦୋହରାଇଥିଲେ ଯେ ଅପରେସନ ସିନ୍ଦୂର ସମୟରେ ଦୟା ଭିକ୍ଷା କରୁଥିବା ଶତ୍ରୁ କୌଣସି ଭ୍ରମରେ ରହିବା ଉଚିତ୍ ନୁହେଁ କାରଣ ଅପରେସନ ସିନ୍ଦୁର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତର ତିନୋଟି ସ୍ପଷ୍ଟ ନୀତିକୁ ଉଲ୍ଲେଖ କରିଥିଲେ। ପ୍ରଥମତଃ, ଭାରତ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ନିର୍ଣ୍ଣାୟକ ଜବାବ ଦେବ। ଏହି ପ୍ରତିକ୍ରିୟାର ସମୟ, ପଦ୍ଧତି ଏବଂ ଅବସ୍ଥା କେବଳ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ନିର୍ଣ୍ଣାୟକ ହେବ। ଦ୍ୱିତୀୟତଃ, ଭାରତ ଆଉ ପରମାଣୁ ଧମକ ଦ୍ୱାରା ଭୟଭୀତ ହେବ ନାହିଁ, କିମ୍ବା ଏପରି ଚେତାବନୀ ଉପରେ ଆଧାରିତ ନିଷ୍ପତ୍ତି ନେବ ନାହିଁ। ତୃତୀୟତଃ, ଭାରତ ଆତଙ୍କବାଦର ପୃଷ୍ଠପୋଷକ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ସରକାର ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖିବ। ପାକିସ୍ତାନର ରାଷ୍ଟ୍ର ଏବଂ ଅଣ-ରାଷ୍ଟ୍ର ଅଭିନେତାଙ୍କ ମଧ୍ୟରେ ପାର୍ଥକ୍ୟ ଆଉ ଗ୍ରହଣୀୟ ହେବ ନାହିଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ କହିଥିଲେ ଯେ ଶତ୍ରୁ ଯେଉଁଠାରେ ଥାଆନ୍ତୁ, ତାକୁ ନିପାତ କରାଯିବ।

ନଭେମ୍ବର ୩୦ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

November 29th, 09:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନଭେମ୍ବର ୩୦ରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ।

ଲକ୍ଷ୍ନୌ ଦୁର୍ଘଟଣାରେ ପ୍ରାଣ ହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଃଖ ପ୍ରକାଶ, ପୀଡ଼ିତଙ୍କ ପାଇଁ ସହାୟତା ଘୋଷଣା

September 08th, 01:13 pm

ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆଜି ଏକ କୋଠା ଭୁଶୁଡ଼ି ଲୋକଙ୍କ ପ୍ରାଣହାନି ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

This election is to free country from mentality of 1000 years of slavery: PM in Aonla

April 25th, 01:07 pm

In the Aonla rally, PM Modi continued to criticize the opposition, whether it be the Congress or the Samajwadi Party, stating that they only think about their own families. He said, “For these people, their family is everything, and they do not care about anyone else. In Uttar Pradesh, the Samajwadi Party did not find a single Yadav outside their family to whom they could give a ticket. Whether it's Badaun, Mainpuri, Kannauj, Azamgarh, Firozabad, everywhere, tickets have been given only to members of the same family. Such people will always prioritize the welfare of their own family, and for them, anyone outside their family holds no significance.”

PM Modi captivates massive audiences at vibrant public gatherings in Agra, Aonla & Shahjahanpur, Uttar Pradesh

April 25th, 12:45 pm

In anticipation of the 2024 Lok Sabha Elections, Prime Minister Narendra Modi delivered stirring addresses to massive crowds in Agra, Aonla and Shahjahanpur in Uttar Pradesh. Amidst an outpouring of affection and respect, PM Modi unveiled a transparent vision for a Viksit Uttar Pradesh and a Viksit Bharat. The PM exposed the harsh realities of the Opposition’s trickery and their “loot system”.

ଲକ୍ଷ୍ନୌରେ ଉତ୍ତର ପ୍ରଦେଶ ବୈଶ୍ୱିକ ନିବେଶକ ସମ୍ମିଳନୀର ଚତୁର୍ଥ ଭୂମିପୂଜନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 19th, 03:00 pm

ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ସଶକ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଦେଶ ବିଦେଶରୁ ଏଠାକୁ ଆସିଥିବା ଉଦ୍ୟୋଗ କ୍ଷେତ୍ରର ସମସ୍ତ ପ୍ରତିନିଧି ଏବଂ ମୋ ପରିବାର ସଦସ୍ୟ ।

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

February 19th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌରେ ବିକଶିତ ଭାରତ ବିକଶିତ ଉତ୍ତର ପ୍ରଦେଶ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଫେବୃଆରୀ ୨୦୨୩ ରେ ଅନୁଷ୍ଠିତ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ର ଚତୁର୍ଥ ଶିଳାନ୍ୟାସ ସମାରୋହରେ ସେ ସମଗ୍ର ଉତ୍ତରପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି, ଆଇଟି ଓ ଆଇଟିଇଏସ୍, ଖାଦ୍ୟ ପ୍ରକ୍ରିୟାକରଣ, ହାଉସିଂ ଆଣ୍ଡ ରିଅଲ୍ ଇଷ୍ଟେଟ୍, ଆତିଥ୍ୟ ଓ ମନୋରଞ୍ଜନ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ରହିଛି।

ମନ କି ବାତ ,ଡିସେମ୍ବର 2023

December 31st, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍‌’, ହେଉଛି ଆପଣମାନଙ୍କ ସହ ଭେଟିବାର ଗୋଟିଏ ଶୁଭ ଅବସର । ନିଜ ପରିବାରଜନଙ୍କ ସହିତ ସାକ୍ଷାତ ହେଲେ ତାହା କେତେ ସୁଖକର ହୋଇଥାଏ, କେତେ ସନ୍ତୋଷପ୍ରଦ ହୋଇଥାଏ, ‘ମନ୍ କି ବାତ୍‌’ ମାଧ୍ୟମରେ ଆପଣମାନଙ୍କୁ ଭେଟି ମୁଁ ଏହା ଅନୁଭବ କରିଆସିଛି । ଆଉ ଆଜି ଆମର ଏହି ମିଳିତ ଯାତ୍ରାର ଏହା ୧୦୮ତମ ଅଧ୍ୟାୟ । ଆମମାନଙ୍କ ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ, ଏହାର ପବିତ୍ରତା ଗୋଟିଏ ଗହନ ଅଧ୍ୟୟନର ବିଷୟ । ଜପାମାଳିରେ ୧୦୮ଟି ମାଳି, ୧୦୮ ଥର ଜପ, ୧୦୮ଟି ଦିବ୍ୟ କ୍ଷେତ୍ର, ମନ୍ଦିରମାନଙ୍କରେ ୧୦୮ଟି ପାହାଚ, ୧୦୮ ଘଣ୍ଟି, ୧୦୮ ସଂଖ୍ୟାଟି ଅସୀମ ବିଶ୍ୱାସ ସହ ଜଡ଼ିତ । ସେଥିପାଇଁ ‘ମନ୍ କି ବାତ୍‌’ର ୧୦୮ତମ ଅଧ୍ୟାୟ ମୋ ପାଇଁ ବିଶେଷ ଗୁରତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ୧୦୮ଟି ଅଧ୍ୟାୟରେ ଆମେ ଜନସହଭାଗୀତାର କେତେ ଉଦାହରଣ ଦେଖିଲୁ, ସେମାନଙ୍କ ଠାରୁ ପ୍ରେରଣା ଲାଭ କଲୁ । ଏହି ସୋପାନରେ ପହଂଚିବା ପରେ ଆମକୁ ନୂଆକରି, ନୂତନ ଶକ୍ତି ସହିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ । ଏହା ମଧ୍ୟ ଗୋଟିଏ ସୁଖକର ସଂଯୋଗ ଯେ, ଆସନ୍ତା କାଲିର ସୂର୍ଯ୍ୟୋଦୟ ୨୦୨୪ର ପ୍ରଥମ ସୂର୍ଯ୍ୟୋଦୟ ହେବ । ଆମ୍ଭେମାନେ ୨୦୨୪ରେ ପ୍ରବେଶ କରିସାରିଥିବା । ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଅନେକ ଅନେକ ଶୁଭକାମନା ।

ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ଦୁଇଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି

July 07th, 08:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଦୁଇଟି ବନ୍ଦେ ଭାରତ ଟ୍ରେନ୍ ହେଉଛି ଗୋରଖପୁର - ଲକ୍ଷ୍ନୌ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଯୋଧପୁର - ଅହମ୍ମଦାବାଦ (ସାବରମତୀ) ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ଗୋରଖପୁର ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ , ଯାହା ପାଇଁ ଆନୁମାନିକ ବ୍ୟୟ ପ୍ରାୟ ୪୯୮ କୋଟି ଟଙ୍କା ରହିଛି ଏବଂ ସେ ପ୍ରସ୍ତାବିତ ଗୋରଖପୁର ରେଳ ଷ୍ଟେସନର ମଡେଲକୁ ମଧ୍ୟ ଯାଞ୍ଚ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍‌'

June 18th, 11:30 am

ନମସ୍କାର । ‘ମନ୍ କି ବାତ୍‌’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍‌’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ ବୃଦ୍ଧି ପାଇଚାଲିବ।

ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

April 18th, 02:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ହରଦୋଇ ଜିଲ୍ଲାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନକୁ ପ୍ରଶଂସା କରିଛନ୍ତି ।

ସ୍ୱଚ୍ଛତାକୁ ପ୍ରୋତ୍ସାହନ ପାଇଁ ସୀତାପୁର ସାଂସଦ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

February 22nd, 10:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୀତାପୁର (ୟୁପି) ରୁ ଲୋକସଭା ସାଂସଦ ଶ୍ରୀ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।